ଚଟା

ଉଇକିଅଭିଧାନ‌ରୁ

ଚଟା

ଓଡ଼ିଆ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଚକ୍ଷଣ) ଚାଟିବା କର୍ମ — ୧. Act of licking.
୨. କୁମ୍ଭାରମାନେ ବାମହାତରେ ବାଣ୍ଡ଼ିକୁ ଧରି ଡାହାଣ ହାତରେ କଞ୍ଚା ହାଣ୍ଡ଼ିଆଦିର ପିଠିକୁ ଯେଉଁ ଚଟକା କାଠର କୋବାଦ୍ୱାରା ଚାପଡ଼ାନ୍ତି —୨. A flat piece of wood which the potters pat over a newly made unbaked earthen pot.

[ଦ୍ରଷ୍ଟବ୍ୟ —ହାଣ୍ଡ଼ିର ତଳପାଖରେ ବାଆଁ ହାତଦ୍ୱାରା 'ବିଣ୍ଡ଼ି' ଧରିଥାନ୍ତି ଓ ବିଣ୍ଡ଼ି ଲାଗିଥିବା ସ୍ଥାନର ଉପରପାଖକୁ ଚଟାଦ୍ୱାରା ଚାପଡ଼ାନ୍ତି]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେ ଚାଟେ —୧. Licking.
୨. (ଗାଳି) ଅଇଣ୍ଠାଖିଆ —୨. (a term of abuse) Licking the food left by another.

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

(କୋଡ଼ାକାଙ୍କଆଦିରେ) ଥରେ ହାଣିବା — One stroke with the spade.

(ଯଥା—ସେ ହିଡ଼ରେ କୋଡ଼ିରେ ଚଟାଏ ମାଇଲା)

ପ୍ରାଦେଶିକ - (କଟକ)ବିଶେଷଣ -[ସମ୍ପାଦନା]

କୋଡ଼ିକାଙ୍କଆଦି ଥରେ ହାଣିଲେ ଯେଉଁ ମାଟି ସମ୍ଭାଳି ଯିବ — (earth) Which will withstand one stroke of a spade.

(ଯଥା—ସେ ହଡ଼ରେ କୋଡ଼ିରେ ଚଟାଏ ମାଇଲା)

ପ୍ରାଦେଶିକ - (ମେଦିନୀପୁର; ତୁଳ. ବଙ୍ଗାଳୀ - ଚଟା) ବିଶେଷ୍ୟ -[ସମ୍ପାଦନା]

୧. ରାଗ, କ୍ରୋଧ — ୧. Anger; rage.
୨. ରାଗିବା —୨. Being angry.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଚଡ଼ୁ (ଦେଖ) - Chaṟḍ̠u (See)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -[ସମ୍ପାଦନା]

୧. ଚେପଟା; ଚଟକା — ୧. Flat.
୨. ସମତଳ —୨. Level.
୩. ଶୁଖିଲା —୩. Dry.


(ଯଥା—ବନ୍ଧଟା କାଟିଦେଲେ ପୋଖରୀଟା ଚଟା ପଡ଼ିଯିବ )

୪. ଚଠା (ଦେଖ) - ୪. Chaṭhā (See)

ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ସାନ; କ୍ଷୁଦ୍ର —Small; tiny.

(ଯଥା—ଚଟା ଛୁଆଟି କାନ୍ଦି କାନ୍ଦି ରହିଲାଣି)



ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)