ଚଲାଇବା

ଉଇକିଅଭିଧାନ‌ରୁ

ଚଲାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଚାଲିବାର ଣିଜନ୍ତ ରୂପ —୧. Causative form of chālibā
୨. କୌଣସି ବ୍ୟକ୍ତି ପାଦଚରଣଦ୍ୱାରା ରାତି କରିବାର ଘଟନା କରିବା —୨. To cause a person to walk.

(ଯଥା—ବାପା ଖଣ୍ଡେ ଗାଡ଼ି ଭଡ଼ା ନ କରି ୫ବର୍ଷର ପିଲାଟାକୁ ତିନିକୋଶ ବାଟ ଚଲାଇଲେ)

୩. ଚାଲୁଣୀଦ୍ୱାରା କୌଣସି ବସ୍ତୁରୁ ସୂକ୍ଷ୍ମାଂଶ ବା ଚୋପା ବାହର କରିବା —୩. Sift with a sieve.
୪. ପ୍ରଚାରିତ କରିବା; ଜାରୀ କରିବା — ୪. To promulgate.

(ଯଥା—ମେନେଜର ବାବୁ ଚଉକିରେ ବସି ତୁଚ୍ଛା ହୁକୁମ ଚଳାଉ ଅଛନ୍ତି)

୫. ଅଙ୍ଗରେ ଅସ୍ତ୍ରାଦି ପ୍ରୟୋଗ କରିବା —୫. To apply a knife or other insrument to the body.

(ଯଥା—ଡ଼ାକ୍ତର ବ୍ରଣରେ ଛୁରୀ ଚଳାଇଲେ; ସେ ମିଜ ତଣ୍ଟିରେ ଖୁରା ଚଳାଇଦେଲା)


୬. ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରାଦିଦ୍ୱାରା ଅଭିପ୍ରେତ କର୍ମ କରିବା — ୬. To wield a weapon or instrument.

(ଯଥା—ବନ୍ଧୁକ ଚଲାଇବା, ଖଣ୍ଡା ଚଲାଇବା. ଠେଙ୍ଗା ଚଲାଇବା)

୭. ତନଖିବା; ସୁପରିଚାଳିତ କରିବା —୭. To manage.

(ଯଥା—ସ୍କୁଲ ଚଲାଇବା; ଜମିଦାରୀ ଚଲାଇବା)

ଅନୁବାଦ[ସମ୍ପାଦନା]

(ଚଲେଇବା—ଅନ୍ୟରୂପ)

୮. ପାଦଦ୍ୱାରା ଗମନ କରିବା; ଚାଲିଯିବା — ୮. To walk.

(ଯଥ—ବାବାଜୀଙ୍କଠାରୁ ବିଦାକି ପାଇ ଦିହୁଡ଼ିରୁ ଚଲାଇଲେ)

୯. କୌଣସି ସ୍ଥାନ ତ୍ୟାଗ କରିବା —୯. To go away. from or leave a place.
୧. ମୃତ ହେବା; ପରଲୋକ ଗମନ କରିବା —୧୦. To die.

(ଯଥା—ଗୁରୁଦେବ ଶିଷ୍ୟମାନଙ୍କୁ ଛାଡ଼ିଦେଇ ଚଲାଇଲେ)