ଚୂଳ

ଉଇକିଅଭିଧାନ‌ରୁ

ଚୂଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୂଳ ଧାତୁ+ଉନ୍ନତ ହେବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଶିରୋରୁହ; କେଶ; ବାଳ — ୧. Hair of the head

ନାନା ସୁଗନ୍ଧ ଦିବ୍ୟଫୁଲେ, ଲୁବୁଧେ ଭଙ୍ଗମାନେ ଚୂଳେ ଭୂପତି, ପ୍ରେମପଞ୍ଚାମୃତ

୨. ଚୂଟି; ଶିଖା; ମୁଣ୍ଡରେ ଛଡ଼ାଇବା ଲମ୍ୱ କେଶଗୁଚ୍ଛ — ୨. A long tuft of hair left on the head.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମସ୍ତକର ନଳାକାର ଭୂଷଣବିଶେଷ; ଲମ୍ୱ ମୁକୁଟ —୧. A conical head-dress worn on the skull.
୨. ଗଣ୍ଠି ଦିଆ ହୋଇ କପାଳ ଉପରେ ସଜ୍ଜିତ ହେବା କେଶଗୁଚ୍ଛ; ଜଟ —୨. A knot of hair tied and placed in upright position over the skull or brow.
୩. ମୁଣ୍ଡ ଉପରେ ବନ୍ଧା ଯାଇଥିବା ଦଣ୍ଡାୟମାନ ପୁଷ୍ପସଜ୍ଜା — ୩. A nosegay put on the brow in an upright position.

(ଯଥା—ଜଗନ୍ନାଥଙ୍କ ମାଳାଚୂଳ)

୪. ଓଟ; ଷଣ୍ଢମାନଙ୍କୁ କାନ୍ଧ ଉପରେ ବାହାରି ଥିବା ମାଂସ ପିଣ୍ଡ; କକୁଦ —୪. Hump on the shoulders of certain animals (e.g. bull, camel).
୫. ଚୂଲୀ ଉପରେ ହାଣ୍ଡିକୁ ମୁଣ୍ଡଇବା ନିମନ୍ତେ ବାହାରିଥିବା ମାଟି ପିଣ୍ଡୁଳା; ଚୂଲିଝିଙ୍କା — ୫. The balls or clods of clay or earth (usually there) protruding from the rim of an oven to sustain the cooking pot.
୬. କେତେକ ପକ୍ଷୀଙ୍କ (ଯଥା ମୟୁର, ଚୂଳିଆ ଚଢ଼େଇ, ଅଣ୍ଡିରା କୁକୁଡ଼ାର) ମୁଣ୍ଡ ଉପରେ ବାହାରି ଥିବା ପକ୍ଷଗୁଚ୍ଛ ୬. A tuft of feathers protruding from the head of certain brids (e.g. pea- cock); cocks-comb.
୭. (ସଂସ୍କୃତ - ଚୂଡ଼)—ପର୍ବତ ଶିଖର — ୭. Crest of a mountain.

ଭାର୍ଗବୀ—ପୁଳିନୁଁ ହଁସରାଳ ଉଡ଼ି ଗଲେ ଖଣ୍ଡଗିରି ଚୂଳେ ରାଧାନାଥ—ପାର୍ବତୀ

୮. ଅଗ୍ରଭାଗ —୮. Top.

ଆଜ ରାତ୍ରେ ପୁଣି ପେଚକ ରାବିଲା ଚନ୍ଦ୍ରମାଳା ଚୂଳେ ବସି ରାଧାନାଥ—ପାର୍ବତୀ

୯. କଣା ବା ଘରା କରାଯାଇଥିବା କାଠର ଛିଦ୍ରରେ ପୂରାଯିବା କାଠର ଅଂଶ —୯. Tennon.
୧. ଚୂଳି (ଦେଖ) - ୧୦. Chūḻi (See)
୧୧. ଝୁଣ୍ଟିଆ ଆଦି ଅଳଙ୍କାର ଉପରେ ବସାଯାଇ ଥିବା ଗୋବ —୧୧. Konbs put on some ornaments.