ଚୋବାଇବା
ଦେଖଣା
ଚୋବାଇବା
ଉଚ୍ଚାରଣ
[ସମ୍ପାଦନା](ଚେବେଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଚର୍ବଣ)
[ସମ୍ପାଦନା]- ୧. ଦାନ୍ତଦ୍ୱାରା ଖାଦ୍ୟାଦି ପେଷିବା —୧. To chew.
ତଦନ୍ତେ ତାମ୍ୱୁଳ ନଡ଼ିଆ ଚୋବାଇଲେ କୃଷ୍ଣସିଂହ. ମହାଭାରତ. ସଭା
- ୨. ଦୁଇ ପାଟିରେ ଦାନ୍ତକୁ ପରସ୍ପର ସହିତ ରଗଡ଼ିବା= To grind the teeth together.
(ଯଥା—ସେ ଦାନ୍ତ ଚୋବାଉଛି)
ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]ଦଂଶନ କରିବା; କାମୁଡ଼ିବା — To bite.
ଅପରାଧ ବିନା ସେ ପିତାଙ୍କୁ ତୁମ୍ଭର ଚୋବାଇଲା ଦୁଷ୍ଟ ତକ୍ଷକ ନାଗବର—କୃଷ୍ଣସିଂହ. ମହାଭାରତ. ଆଦି