ଛଳ

ଉଇକିଅଭିଧାନ‌ରୁ

ଛଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଛୋ ଧାତୁ=ଛେଦନ କରିବା+ଭାବ. ଅ)[ସମ୍ପାଦନା]

୧. କପଟତା —୧. Hypocrisy; dissimulation.
୨. ବଞ୍ଚନ; ଶଠତା; ପ୍ରତାରଣା —୨. Deceit; fraud; straragem; deception; wile.
୩. ଚାତୁରୀ —୩. Trick; cunning.
୪. କୌଶଳ —୪. Skill; cleverness; artifice.
୫. ଆପତ୍ତି —୫. Objection.
୬. ଅଭିସନ୍ଧି —୬. Hidden intention.
୭. ମନୋଭିଳାଷ; ଅଭିପ୍ରାୟ; ଉଦ୍ଦେଶ୍ୟ — ୭. Intention; aim.


୮. ମନକୁ ବାଧିଲା ଭଳି କଥା କହିବା; ବାକ୍ୟଦୂଷଣ— ବିଶେଷ; ଛିଗୁଳାଇବା —୮. Satire; sarcastic remarks.
୯. ଉପଲକ୍ଷେ; ପ୍ରସଙ୍ଗ; ସଂପର୍କ — ୯. Argument; connection; course.

ମନୁ ଅଗ୍ରଜ ବଂଶ ଏହି ପ୍ରସ୍ତାବ ଛଳେ କହିଲଇଁ ଜଗନ୍ନାଥ. ଭଗବତ

୧. ପ୍ରଯୁକ୍ତ ବାକ୍ୟର ଅର୍ଥାନ୍ତର କଳ୍ପନା; ବିପରୀତାର୍ଥବୋଧ — ୧୦. Giving the opposite meaning to a word by playing upon words used by the speaker.
୧୧. ବ୍ୟଙ୍ଗ ଭାବ; ବ୍ୟଙ୍ଗ୍ୟୋକ୍ତି —୧୧. Satire.
୧୨. ଶ୍ଳେଷବଚନ —୧୨. Mockery; equivoke; pun.
୧୩. ସ୍ଖଳନ —୧୩. Slipping.
୧୪. ବାହାନା; ବ୍ୟାଜ —୧୪. Pretence; pretext.

ଧବଳ ଫେନ ଛଳେ ଜାହ୍ନବୀ ହସେ ରାଧନାଥ

୧୫. ମାନ; ଅଭିମାନ —୧୫. Silent disleasure; sullenness; talking offence.
୧୬. ଅପମାନ —୧୬. Insult.

ପିତାର ଯଜ୍ଞଶାଳେ ଯାଇଁ ସ୍ୱାମୀର ଛଳେ କୋପ ବହି ଦେବଙ୍କ ମଧ୍ୟେ ଯଜ୍ଞଶାଳେ ଜୀବନ ଗଡ଼େ ଯୋଗ ବଳେ ଜଗନ୍ନାଥ. ଭାଗବତ

୧୭. ପ୍ରତିହିସାଂ —୧୭. Vengeance.

ତା' ଛଳେ ରାତ୍ରିଚର ଗଣ ଉଭାରି କଲେ ଘୋର ରଣ ଜଗନ୍ନାଥ. ଭାଗବତ

୧୮. ପରଦୁଃଖରେ ବେଦନାନୂଭବ — ୧୮. Sympathy; commiseration.

କିପାଁ ବୋଲାଅ ସେବକବତ୍ସଳ କିଛି ଘେନିଲ ନୀହିଁ ମନେ ଛଳ ଦୀନକୃଷ୍ଣ. ରସକଲ୍ଲୋଳ

୧୯. (ନ୍ୟାୟଶାସ୍ତ୍ର) ବକ୍ତାର ଉର୍ଧିଷ୍ଟ ଅର୍ଥକୁ ଗ୍ରହଣ ନ କରି ବକ୍ତାର କଥନର ଖଣ୍ଡନ (ହିନ୍ଦୀ - ଶବ୍ଦସାଗର) — ୧୯. (Logic) A refutation of the intened meaning of a speaker by playing upon the very words used by him.

[ଦ୍ରଷ୍ଟବ୍ୟ —ଏହା ତିନିପ୍ରକାର—ବାକ୍ଛଳ, ସାମାନ୍ୟଛଳ ଓ ଉପଚାରଛଳ—ହିନ୍ଦୀ - ଶବ୍ଦସାଗର]