ଛିଣ୍ଡାଇବା

ଉଇକିଅଭିଧାନ‌ରୁ

ଛିଣ୍ଡାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛିଣ୍ଡେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଛିଦ ଧାତୁ ଣିଚ)[ସମ୍ପାଦନା]

୧. ଛିଡ଼ାଇବା (ଦେଖ) - ୧. Chhiṟḍ̠āibā (See)
୨. (ବିଚାର) ସ୍ଥିର କରିବା; ମୀମାଂସା କରିବା — ୨. To decide.

ଏହି ରୂପେ ସର୍ବେ ବିଚାର ଛିଣ୍ଡାଇଲେ ସମୁଦ୍ରରେ ଘର ଯେ କରିଣ ରହିଲେ କୃଷ୍ଣସିଂହ. ମହାଭାରତ. ବନ

୩. ସମ୍ପନ୍ନ କରିବା; ଶେଷ କରିବା — ୩. To finish; to accomplish.

(ଯଥା—ମୁଁ ଏ କାର୍ଯ୍ୟଟା ଆଜି ଛିଣ୍ଡାଇ ଦେଲି)

୪. ଜବରଦସ୍ତି ଛଡ଼ାଇ ନେବା; ଜବରଦସ୍ତି କୌଣସି ବ୍ୟକ୍ତିକୁ ବେଦଖଲ କରିବା — ୪. To snatch away; to forcibly dispossess.

ଖଣ୍ଡା ବଳେ କେତେ ଖଣ୍ଡାଇତଙ୍କର ଛିଣ୍ଡାଇ ନେଲେ ମୁଲକ ବ୍ରଜନାଥ. ସମରତରଙ୍ଗ

୫. (ଗଣିତ) ବଡ଼ ରାଶିକୁ ସାନ ରାଶିଦ୍ୱାରା ହରଣ କରି କୌଣସି ଭାଗ୍ୟଶେଷ ନ ରଖିବା — ୫. (mathematics) To leave no remainder after diveding a big number with a smaller one.