ଜଗନ୍ନାଥ

ଉଇକିଅଭିଧାନ ରୁ
Jump to navigation Jump to search
ଉଇକିପିଡ଼ିଆରେ ଏହି ବିଷୟରେ ଏକ ଲେଖା ଅଛି:

Wikipedia

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନାରାୟଣ; ଭଗବାନ; ପରମେଶ୍ଵର; ବିଷ୍ଣୁ
  • ଭାରତର ଏକତମ କ୍ଷେତ୍ର ଶ୍ରୀ ପୁରୁଷୋତ୍ତମରେ ବିରାଜିତ ବିଷ୍ଣୁ ପ୍ରତିମା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲୋକଙ୍କୁ ଦିଆଯିବା ନାମ
  • ରାଜା ଜୟସିଂହଙ୍କର ସଭାପଣ୍ତିତ ଓ ଜ୍ୟୋତୀଷୀ

ଜଗନ୍ନାଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୃଗତ୍+ନାଥ)[ସମ୍ପାଦନା]

୧ : ନାରାୟଣ; ଭଗବାନ; ପରମେଶ୍ୱର; ବିଷ୍ଣୁ — ୧. God Bishṇu.

୨ : ଭାରତର ଏକତମ କ୍ଷେତ୍ର ଶ୍ରୀ ପୁରୁଷୋତ୍ତମରେ ବିରାଜିତ ବିଷ୍ଣୁ ପ୍ରତିମା —Name of world famed Hindu Deity of Purī Jagannātha

[ଦ୍ରଷ୍ଟବ୍ୟ —ଏହା ଭାରତରେ ଚାରିଗୋଟି ପୁଣ୍ୟଧାମ ମଧ୍ୟରୁ ଏକତମ (ଯଥା—ଦକ୍ଷିଣରେ ରାମନାଥ, ପୂର୍ବରେ ଜଗନ୍ନାଥ, ପଶ୍ଚିମରେ ଦ୍ୱରକାନାଥ ଓ ଉତ୍ତରରେ ବଦ୍ରିନାଥ ) ଜଗନ୍ନାଥ ଓଡ଼ିଶାର ପୁରୀଜିଲ୍ଲା ସମୁଦ୍ରକୂଳରେ ପୁରୀ ବା ପୁରୁଷୋତ୍ତମ ସହରରେ ଅବସ୍ଥିତ ପୁରାଣ ମତର୍ ଜଗନ୍ନାଥ ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କର ଦାରୁବ୍ରହ୍ମ ରୂପ ସ୍ୱନ୍ଦପୁରାଣରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ନାମକ ଜଣେ ଶବର ନୀଳାଚଳର ଅରଣ୍ୟ ମଧ୍ୟରେ ଦାରୁବ୍ରହ୍ମଙ୍କୁ ପୂଜା କରୁଥିଲା ମାଲବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ହେବାରୁ ସେ ତାଙ୍କର ବ୍ରାହ୍ମଣମସ୍ତ୍ରୀ ବିଦ୍ୟାପତିଙ୍କୁ ପଠାଇ ଶବରର ସ୍ଥିତି ଠିକଣା କଲେ ଓ ଶବର ତାଙ୍କୁ ଦାରୁବ୍ରହ୍ମଙ୍କୁ ନ ଦେଖାଇବାରୁ ବିଦ୍ୟାପତି ଶବରର ଅବିବାହିତା ଯୁବତୀ କନ୍ୟା ସଙ୍ଗେ ପ୍ରଣୟ କରି ଦାରୁବ୍ରହ୍ମଙ୍କୁ ଦେଖି ସେଠାରୁ ଯାଇ ଇନ୍ଦ୍ରଦ୍ୟୁମଙ୍କୁ ଘେନି ଆସିଲେ କିନ୍ତୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦାରୁବ୍ରହ୍ମ ଦେଖା ଦେଲେ ମାହିଁ ବିଦ୍ୟାପତି ଉକ୍ତ ଶବର କନ୍ୟାକୁ ବିଭା ହେଲେ ପରେ ବହୁ ପ୍ରଯନ୍ତ୍ରରେ ସ୍ୱପ୍ନାଦେଶରେ ଇନ୍ଦ୍ରଦ୍ୟୁମ୍ନ ଦାରୁବହ୍ମାଙ୍କୁ ସମୁଦ୍ରରେ ଭାସି ଆସୁଥିବାର ଦେଖି ତାଙ୍କୁ ଆଣି ସେଥିରୁ ମୂର୍ତ୍ତି ଗଢ଼ାଇ ତାଙ୍କ ପାଇଁ ମନ୍ଦିର ତୋଳାଇଲେ ଏବଂ ସେ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଙ୍କୁ ଡାକିବାକୁ ସ୍ୱର୍ଗକୁ ଗଲେ ସେ ଫେରୁ ଫେରୁ ବହୁଦିନ ଗତ ହେବାରୁ ଉଡ଼ା ବାଲିରେ ଦେଉଳଟି ପୋତି ହୋଇଗଲା ଓ ଗାଲମାଧବ ରାଜାଙ୍କ ଘୋଡ଼ାଟାପୁରେ ଦେଉଳର ନୀଳଚକ୍ରର ଅଗ୍ରଭାଗ ବାଜିବାରୁ ସେ ତାକୁ ଖୋଳାଇ ଦେଉଳର ବାହାର କଲେ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମାଙ୍କୁ ଘେନି ଫେରିଲାବେଳକୁ ଗାଲମାଧବ ସେ ଦେଉଳକୁ ତିଆରିଛନ୍ତି ବୋଲ ଦାବି କଲେ ପରେ ବ୍ରହ୍ମା ପ୍ରମାଣ ନେଇ ଇନ୍ଦ୍ରଦ୍ୟୁମ୍ନଙ୍କ ସାକ୍ଷୀ ସାବ୍ୟସ୍ତ କଲେ ବିଶ୍ୱାବସୁ ଶବରର ବଂଶଧରମାନେ 'ଦଇତା' ଓ ବିଦ୍ୟାପତି ବଂଶଧରମାନେ 'ପତି' ନାମରେ ଅବଧି ଜଗନ୍ନାଥଙ୍କ ସେବକରୂପେ ଗଣ୍ୟ

ମତାନ୍ତରରେ ଜଗନ୍ନାଥଙ୍କୁ 'ବୌଦ୍ଧାବତାର' ବୋଲାଯାଏ ଓ ତାଙ୍କର ଗଠନ ପୁରାଣୋକ୍ତ କୌଣସି ଦେବଦେବୀଙ୍କ ବର୍ଣ୍ଣନା ଓ ଧ୍ୟାନର ଅନୁରୂପ ନ ହେବାରୁ ପ୍ରନ୍ତତତ୍ତ୍ୱବିତ୍ ମାନେ ସ୍ଥିର କରିଅଛନ୍ତି ଯେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୂପ ବୌଦ୍ଧମାନଙ୍କର ତ୍ରିପିଟକ ବୌଦ୍ଧ, ଧର୍ମ ଓ ସଘଂର ଚିହ୍ନ ଜଗନ୍ନାଥଙ୍କୁ ବୌଦ୍ଧ ଅବତାରରୂପେ ସ୍ୱୀକାର କରି ଉତ୍କଳୀୟ ପ୍ରତିଭା ବୌଦ୍ଧ ଓ ବୈଷ୍ଣବଧର୍ମ ମତରେ ସମନ୍ୱୟ କରି ହିନ୍ଦୁଧର୍ମକୁ ସାର୍ବଜନୀନ ଧର୍ମରେ ପରିଣତ କରିଅଛି ଓ ଜଗନ୍ନାଥଙ୍କ ଭୋଗମହାପ୍ରସାଦ ସେବନରେ ଜାତିଭେଦ ରଖି ନାହିଁ ଫଳତଃ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀଠାରୁ ୨ ବର୍ଷ ମଧ୍ୟରେ ବୌଦ୍ଧଧର୍ମର ମହାଯାନ ଦୀକ୍ଷା ବୈଷ୍ଣବଧର୍ମଭାବ ସଙ୍ଗେ ମିଶି ଯାଇଥିଲା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି

ନିମ୍ୱକାଠ ନିର୍ମିତ ଓ ଏ ମୂର୍ତ୍ତିମାନ ସାଧାରଣତଃ ପ୍ରତି ୧୨: ବର୍ଷରେ ଥରେ ବଦଳାଯାନ୍ତି ଉକ୍ତ ଦାରୁମୂର୍ତ୍ତି ମଧ୍ୟରେ ଯେଉଁ ବ୍ରହ୍ମପଦାର୍ଥ ସପ୍ତପ୍ରସ୍ତ ପାଟକନାରେ ଗୁଡ଼ିଆ ହୋଇ ରହିଥିବାର ଜନଶ୍ରୃତି ଅଛି ତାହା ବୁଦ୍ଧଦେବଙ୍କ ଦନ୍ତ ବୋଲି କେତେ ପଣ୍ଡିତ ମନେ କରନ୍ତି ପୂର୍ବେ ଏଥିଯୋଗୁଁ ପୁରୀର ନାମ ଦନ୍ତପୁର ଥିଲା ଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧମାନଙ୍କ ଯାତ୍ରାର ଅନୁକରଣ ବୋଲି ପଣ୍ଡିତମାନେ କହନ୍ତି ପୁରୀର ବୁଦ୍ଧଙ୍କ ଦନ୍ତ ସିଂହଳକୁ ପଠାଯାଇ ଥିବା କଥା ମଧ୍ୟ କେହି କେହି କହନ୍ତି ପରେ ଅନଙ୍ଗଭୀମଦେବ ଇନ୍ଦ୍ରଦ୍ୟୁମ୍ନଙ୍କ ଜୀର୍ଣ୍ଣ ଦେଉଳକୁ ଭାଙ୍ଗି ନୂଆ ଦେଉଳ କଲେ ଓ ପରବର୍ତ୍ତୀ ରାଜାମାନେ ତାହା ସଂସ୍କାର କଲେ ଜଗନ୍ନାଥ ମନ୍ଦିରର ପ୍ରଥମ ରଚୟିତ—ରାଜା ଇନ୍ଦ୍ରଦ୍ୟୁମ୍ନ, ୨ୟ ରଚୟିତା—ରାଜା ଯଜାତିକେଶରୀ ଓ ୩ୟ ରଚୟିତା—ରାଜା ଅନଙ୍ଗଭୀମଦେବ ] 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ଲୋକଙ୍କୁ ଦିଆଯିବା ନାମ — ୧. A name given to person (males).
୨. (ନାମ) ରାଜା ଜୟସିଂହଙ୍କର ସଭାପଣ୍ଡିତ ଓ ଜ୍ୟୋତୀଷୀ — ୨. Name of a court Pandit of Rajā Jayasiṁha and an astronomer.

[ଦ୍ରଷ୍ଟବ୍ୟ — ଏ ୧୭ଶ ଶତାବ୍ଦୀର ଲୋକ ଏ ଜଣେ ତୈଲଙ୍ଗୀ ବ୍ରାହ୍ମଣ ରାଜା ଜୟସିଂହଙ୍କର ଆଦେଶକ୍ରମେ ଏ ଆରବୀ ସିଦ୍ଧାନ୍ତ ଜ୍ୟୋତିଷ ଗ୍ରନ୍ଥର ସଂସ୍କୃତ ଅନୁବାଦ କରିଥିଲେ ଏ ଗ୍ରନ୍ଥର ନାମ ସିଦ୍ଧାନ୍ତ ସମ୍ରାଟ ଏ ମଧ୍ୟ ଇଉକ୍ଳିଡ଼ଙ୍କ ରେଖା ଗଣିତ (ଜ୍ୟାମିତି)ର ଆରବୀ ଅନୁବାଦକୁ ସଂସ୍କୃତରେ ଅନୁବାଦ କରିଥିଲେ ]