ଜଡ଼

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଶୀତଳ
  • ଜମାଟ
  • ବୁଦ୍ଧିହିନ; ମନ୍ଦବୁଦ୍ଧି; ମୂର୍ଖ
  • ଅଚେତନ; ନିର୍ଜୀବ
  • ନିଷ୍ପନ୍ଦ
  • ଅଳସୁଆ; ନିଶ୍ଚେଷ୍ଟ; ନିରୁଦ୍ୟମ
  • ଅଜ୍ଞ
  • ଏକୀଭୁତ; ଠୁଳ କରାଯାଇଥିବା
  • ମୂକ
  • ସ୍ଫୁର୍ତ୍ତିହୀନ
  • ଆଛନ୍ନ
  • ମୋହିତ
  • ଅନ୍ଧ
  • ବଧୀର
  • ବେଦପାଠରେ ଅସମର୍ଥ
  • ସ୍ତବ୍ଧ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜଳ
  • ସୀମା
  • ସୀସା
  • ନିର୍ବୁଦ୍ଧି ବା ପାଗଳା ଲୋକ
  • ନିର୍ଜୀବ ପଦାର୍ଥ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଅସଲ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଜାଡ଼; ଶୀତ
  • ଶୂତଋତୁ
  • ଅସଲ ବା ପ୍ରଧାନ ବସ୍ତୁ
  • ଚେର; ମୂଳ
  • ନିଅଁ
  • ପ୍ରଧାନ କାରଣ; ମୌଳିକ କାରଣଜଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ଜଳ୍ ଧାତୁ=ଜମା କରିବା ଆଚ୍ଛାଦନ କରିବା +କତ୍ତୃ. ଅ; ଳ ସ୍ଥାନରେ ଡଂ)[ସମ୍ପାଦନା]

୧. ଶୀତଳ —୧. Frigid; cold.
୨. ଜମାଟ —୨. Frozen.
୩. ବୁଦ୍ଧିହୀନ; ମନ୍ଦବୁଦ୍ଧି; ମୂର୍ଖ — ୩. Stupid, idiotic.
୪. ଅଚେତନ; ନିର୍ଜୀବ — ୪. Lifeless; inanimate.
୫. ନିଷ୍ପନ୍ଦ —୫. Motionless.
୬. ଅଳସୁଆ; ନିଶ୍ଚେଷ୍ଟ; ନିରୁଦ୍ୟମ —୬. Inert, idle.
୭. ଅଜ୍ଞ —୭. Ignorant.
୮. ଏକୀଭୂତ; ଠୁଳ କରାଯାଇଥିବା — ୮. Heaped together; collected.
୯. ମୂକ —୯. Dumb.
୧. ସ୍ପୂର୍ତ୍ତିହୀନ —୧୦. Inactive.
୧୧. ଆଛନ୍ନ —୧୧. Covered.
୧୨. ମୋହିତ —୧୨. Fascinated; infatuated.
୧୩. ଅନ୍ଧ —୧୩. Blind.
୧୪. ବଧୀର (ହିନ୍ଦୀ - ଶବ୍ଦସାଗର) —୧୪. Deaf.
୧୫. ବେଦପାଠରେ ଅସମର୍ଥ (ହିନ୍ଦୀ - ଶବ୍ଦସାଗର) — ୧୫. Unable or incompetent to study the Bedas.
୧୬. ସ୍ତବ୍ଦ (ହିନ୍ଦୀ - ଶବ୍ଦସାଗର) —୧୬. Still.

ଦେଶଜ - ବିଶେଷଣ -[ସମ୍ପାଦନା]

ଅସଲ —Genuine; original.

ଆଗେ ମଉସା, ଜଡ଼ ପଇସା—ପ୍ରବଚନ

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଜଳ —୧. Water.
୨. ସୀମା —୨. Boundary.
୩. ସୀସା —୩. Lead (metal).
୪. ନିର୍ବୁଦ୍ଧି ବା ପାଗଲା ଲୋକ —୪. An idiot.
୫. ନିର୍ଜୀବ ପଦାର୍ଥ —୫. Inanimate substance.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜାଡ଼; ଶୀତ —୧. Cold.

ଅଙ୍ଗେ ଅଙ୍ଗେ ଜଡ଼ ପୁଣି ଗଲା ଯେ ପ୍ରବର୍ତ୍ତି ଉପେନ୍ଦ୍ରଭଞ୍ଜ—କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨. ଶୀତଋତୁ —୨. The winter season.

ବସନ୍ତେ ସେ ଜଡ଼ ଶକ୍ତିଘାତ ତୁଟି ବିକାଶନ୍ତି ରାମ ନଳିନ ମଳିନ ଆସ୍ୟ ଉପେନ୍ଦ୍ରଭଞ୍ଜ—ବୈଦେହୀଶବିଳାସ

୩. ଅସଲ ବା ପ୍ରଧାନ ବସ୍ତୁ — ୩. Chief or most valuable thing.

(ଯଥା—ଆଲୋ ମଉସା; ଜଡ଼ ପଇସା—ପ୍ରବଚନ)


ଅନୁବାଦ[ସମ୍ପାଦନା]

୪. (ସଂସ୍କୃତ - ଜଟା)—ଚେର; ମୂଳ — ୪. Root.
୫. ନିଅଁ —୫. Foundation.
୬. ପ୍ରଧାନ କାରଣ; ମୋଳିକ କାରଣ —୬. Root cause.