Jump to content

ଟିକିଏ

ଉଇକିଅଭିଧାନ‌ରୁ

ଟିକିଏ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

(ସଂସ୍କୃତ - ସ୍ତବ) ଅତି କ୍ଷୁଦ୍ର; ବକଟେ; କିଞ୍ଚିତ୍ — Very small; a bit.

ଦେଶଜ - ଅ[ସମ୍ପାଦନା]

୧. ସାମାନ୍ୟ ପରିମାଣରେ — ୧. A little; in a small quantity.

ଟିକିଏ ହେଲେ ବିବେକ ନ କରି ସେବକ ବେକ କରତ ବୋଲି ଦର୍ପକ— କବିସୂର୍ଯ୍ୟ. ସଂଙ୍ଗୀତ

୨. ଅଳ୍ପ ସମୟ ପାଇଁ — ୨. For a short time; for a moment.

ଟିକିଏ ରହି ନମସ୍କାରୁଟାଏ କରି—କୃଷ୍ଣସିଂହ. ମହାଭାରତ. ବନ

୩. ଅନୁଗ୍ରହପୂର୍ବକ (ଅମୂକ କର୍ମ କର) — ୩. Do please; please.

[ ଦ୍ର—ଇଂରାଜୀରେ ଯେଉଁ ଅର୍ଥରେ 'please' ଅର୍ଥାତ୍ 'ଅନୁଗ୍ରହପୂର୍ବକ' ଶବ୍ଦ ବ୍ୟବହୃତ ହୁଏ ଓଡ଼ିଆରେ ଅନେକ ସ୍ଥଳରେ 'ଟିକିଏ' ସେହି ଅର୍ଥରେ ବ୍ୟବହୃତ ହୁଏ; ଯଥା—ନାହୁରି ଭାଇ ! ମତେ ଟିକିଏ ଚଞ୍ଚଳ ନଈପାରିକରିଦେଶଜ - ]