ଟୋପି

ଉଇକିଅଭିଧାନ‌ରୁ

ଟୋପି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୁଟ ଧାତୁ ବର୍ଣ୍ଣ ବିପର୍ଯ୍ୟୟ)[ସମ୍ପାଦନା]

୧. କପାଳରେ ଘେନିବା ତିଳକଦିର କ୍ଷୁଦ୍ର ବିନ୍ଦୁ — ୧. A small circular mark or spot painted on the forehead; with sandal paste etc; tip.

କପାଳେ ଦେଇ ଫଗୁଟୋପି ନିତ୍ୟେ ନଚାଉଥାନ୍ତି ଗୋପୀ ଭୂପତି. ପ୍ରେମପଞ୍ଚାମୃତ

୨. ଜଳାଦି ତରଳ ପଦର୍ଥର କ୍ଷୁଦ୍ରବିନ୍ଦୁ — ୨. Small drop of loquid.

ଅର୍ଜୁନଙ୍କ ମୁଖରେ ଦେଖି ଝାଳ ଟୋପି କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —'ଟୋପି' 'ଟୋପା' ଠାରୁ କ୍ଷୁଦ୍ରତର]

୩. (ସଂସ୍କୃତ - ସ୍ତୁପ)—ମସ୍ତକାବରଣ —୩. Cap.
୪. ବନ୍ଧୁକନଳୀର ମୂଳରେ ଥିବା ଛିଦ୍ରପାଖେ ଖଞ୍ଜାଯିବା ବାରୁଦଯୁକ୍ତ ଧାତୁମୟ ଖୋଳ (ଯାହା ଉପରେ ଘୋଡ଼ା ଟିପିଲେ ନିଆଁ ବାହାରି ନଳୀଭିତରର ବାରୁଦକୁ ଧରେ) — ୪. Percussion cap.
୫. ଟିକିଲି (ଦେଖ) - —୫. Ṭikili (See)
୬. ଛୋଟ ଡ଼ାଲା; ଚାଙ୍ଗୁଡ଼ି — ୬. Small basket; tray.