ଡଗରା

ଉଇକିଅଭିଧାନ‌ରୁ

ଡଗରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯେଉଁ ବ୍ୟକ୍ତି ଦ୍ୱାର ରାଜାଦେଶ ଉଦ୍ଗୋଷିତ ହୁଏ; ଭାଟ —୧. A herald; a preclaimer of royal order.

ଉଚ୍ଚୈଃ ସ୍ୱରେ ଡଗରା ଘୋଷିଲା ପଣଂଉଷାର ରାଧାନାଥ. ଭାଷା

୨. ଗୁପ୍ତଚର —୨. Spy.

ଡ଼ଗରା ବୁଲୁଛି ମୁର, ବିଷାଇ ବିଷମ ଶର କବିସୂର୍ଯ୍ୟ. ସଙ୍ଗୀତ

୩. ଅଣ୍ଡାଏତ; ପାଇକମାନଙ୍କ ସର୍ଦ୍ଦାର — ୩. The headman of peons.
୪. ଦୂତ; ବାର୍ତ୍ତାବହ —୪. Messanger

ତିଆରି କର ସୈନ୍ୟ ଡକାଅ ଡଗରାକୁ ଚାଲ ଯିବା ସମସ୍ତେ କାମ୍ୟକୁ ବନକୁ କୃଷ୍ଣସିଂହ. ମହାଭାରତ ବନ.

୫. ଖଣ୍ଡାଏତମାନଙ୍କର ଶାଖାବିଶେଷ — ୫. A class or sect of Khandayats.

ବିଶେଷଣ -[ସମ୍ପାଦନା]

ଯେ ଡଗଡଗ ହେଇ ଚାଲେ; ଯାହାର ଗୋଡ଼ ଲମ୍ୱ — Long-legged (ant etc); stalking