ଡାଙ୍ଗିଆ

ଉଇକିଅଭିଧାନ‌ରୁ

ଡାଙ୍ଗିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚାଳର ରୁଅ କିବା ଘରକାନ୍ଥର ବାଉଁଶ ବାଡରେ କାମୁଡା ଭିଡିବା ପାଇଁ ଯେଉଁ କଟକଟି ବା ଦଉଡା ବ୍ୟବହୃତ ହୁଏ ସେହି ଦଉଡାକୁ ମୋଡିବା ନିମନ୍ତେ ବ୍ୟବହୃତ ବାଉଁଶର ଛୋଟ ଡାଙ୍ଗ — ୧. A short stick used to twist the cross- bamboos to stick to the rafter of a thatch or of a bamboo wall.
୨. ନାହା ବୋଟ ଆଦି ଓଟାରିବା ଦଉଡିର ଅଗରେ ଲାଗି— ଥିବା କାଠି; ଟାଣିବାବାଲା ଯାହାକୁ କାଖରେ ଧରି ଡଙ୍ଗା ଭିଡେ —୨. Short stick attached to the end of a towing rope for being handled by the coolies while pulling boats.
୩. ଗୋବରା ଚଢେଇକୁ ବସାଇବା ନିମନ୍ତେ ଯେଉଁ ଡାଙ୍ଗ ବା କାଠି ବ୍ୟବହୃତ ହୁଏ —୩. The upper cross-like arm of a bird-perch.
୪. ତନ୍ତ ସଂଲଗ୍ନ ଛୋଟ କାଠ —୪. Small stick attached to a fly-shuttle loom.

[ ଦ୍ର—ଏହାଦ୍ୱାରା ବୁଣା ହେଉଥିବା ଲୁଗାର ଧଡିରେ କୁମ୍ଭ ବା ଛକ ବୁଣାଯାଏ ]

୫. ଡାଙ୍ଗ (ଦେଖ) - —୫. Ḍāṅga (See)

ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -[ସମ୍ପାଦନା]

ଯେ ଖଣ୍ଡା ବା କଟାରିରେ ବଳି (ପଶୁ)କୁ ହାଣେ —One who kills the sacrificial beast by means of a weapon.