ତୁଟିବା

ଉଇକିଅଭିଧାନ‌ରୁ

ତୁଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ତୁଟ (ଟେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରିୟାପଦ - (ସଂସ୍କୃତ - କ୍ରୁଟ ଧାତୁ=ଭାଙ୍ଗିବା, ଛେଦନ କରିବା; ପ୍ରା. ତ୍ରୁଟ୍ଟ ଧାତୁ)[ସମ୍ପାଦନା]

୧. (ଅକର୍ମକ) ସମ୍ପନ୍ନ ବା ନିଷ୍ପନ୍ନ ହେବା —୧. To be a accomplished or completed.
୨. (ଅକର୍ମକ) ନଷ୍ଟ ହେବା —୨. To damaged.

ଗଲେ ହେଲେ ଜାତି ମହତ୍ତ୍ୱ ସଂମ୍ପତ୍ତି ଫିଟି ତୁଟି ଲୋଟି ଯାଉ—କବିସୂର୍ଯ୍ୟ. ସଙ୍ଗୀତ

୩. (ଅକର୍ମକ) ଭାଙ୍ଗିଯିବା — ୩. To break; to burst.

ତୁଟେ କରେ କଙ୍କଣ ଟଙ୍କାରେ—ରାଧାନାଥ. ମହାଯାତ୍ରା

୪. (ଅକର୍ମକ) ଛିନ୍ନ ହେବା — ୪. To be cut or rent asunder.

ମାତାଙ୍କର ମୃତ୍ୟୁ ସଙ୍ଗେ ତୁଟିଥିଲା ସଂସାରେ ସ୍ନେହ—ପାଶ— ରାଧାନାଥ. ପାର୍ବତୀ

୫. (ଅକର୍ମକ) କମି ଯିବା; ଉଣା ହେବା — ୫. To diminish; to be lessened; to dwindle.

ବୟସ ସଭନ୍ଦର୍ଯ୍ୟ ତୋ ନ ତୁଟୁ ଲବେ —ଭଞ୍ଜ. ବୈଦେହୀଶବିଳାସ

୬. (ଅକର୍ମକ) କ୍ଷୀଣ ହେବା — ୬. To be emaciated.
୭. (ଅକର୍ମକ) ପୃଥକ୍ ହେବା; ସମ୍ପର୍କଶୂନ୍ୟ ହେବା — ୭. To be separated.
୮. (ଅକର୍ମକ) (ବିବାଦ ବା ହିସାବ) ନିଷ୍ପତ୍ତି ହେବା — ୮. To be settled or decided.

(ଯଥା—ତାଙ୍କର ଆମର ଅଡ଼ୁଆ ଆଜି ତୁଟିଲା)

୯. (ଅକର୍ମକ) ଅଦୃଶ୍ୟ ହେବାଚ ଦୂର ହେବା — ୯. To disappear.

ରାଜ୍ୟବାସୀ ମନୁ ତୁଟୁ ଦୁଃସଂଶୟ—ନନ୍ଦକିଶୋର, ସୀତାବନବାସ

୧. (ଅକର୍ମକ) (ସଂସ୍କୃତ - ତୁଟ୍ ଧାତୁ=କଳହ କରିବା; ସଂସ୍କୃତ - କ୍ରୋଟକ= କ୍ରୋଧମୟ ବଚନ) ମୁହଁ ହୁଡ଼ୁବା; କୁବାକ୍ୟରେ ଗାଳି ଦେବା —୧୦ To call names; to be desrespectful or impudent.

(ଯଥା—ବୃଥା କାହିଁକି ଏପରି ତୁଟୁଛୁ?)

୧୧. (ଅକର୍ମକ) କଳି କରିବା —୧୧. To quarrel.
୧୨. (ଅକର୍ମକ) କ୍ଷୟ ପାଇବା; କ୍ଷୟିତ ହେବା — ୧୨. To waste away.

ତୋକୁ ଟିକି ସିନା ହଟି ମୋ ସାର ଯାଇଛି ତୁଟି— କବିସୂର୍ଯ୍ୟ, କିଶୋରଚମ୍ପୁ ତ ଗୀତ

୧୩. (ସକର୍ମକ) (ଉପରୋଧ; ଆଦେଶ) ଭାଙ୍ଗିବା; ରକ୍ଷା ନ କରିବା —୧୩. To infringe.

ନିରପରାଧେ ଅନୁରୋଧ ତୁଟ—କବିସୂର୍ଯ୍ୟ.କବିତା

୧୪. (ଅକର୍ମକ) (ଗଣ୍ଠି) ଫିଟିବା — ୧୪. To be untied.

ତୁଟିଲା ହେ ହୃଦ ଗ୍ରନ୍ଥିଚୟ—ମଧୁସୁଦନ. କବିତା

୧୫. (ସକର୍ମକ) ଛ଼ଡ଼ିବା; ତ୍ୟାଗ କରିବା — ୧୫. To forsake.

ଯେଣୁ ସେହି ସର୍ବ ଜୟୀ ଧନୁ ତୁଣ ମାୟା ତୁଟି ନ ପାରିଣ ସଙ୍ଗେ ଆଣିଥିଲେ ବଳୀ— ରାଧାନାଥ. ମହାଯାତ୍ରା

[ଦ୍ରଷ୍ଟବ୍ୟ — ଅକର୍ମକ କ୍ରିୟାର ଅସମାପିକାରୂପ ସଙ୍ଗେ ଯିବା କ୍ରିୟାର ସମାପିକାରୂପ ଯକ୍ତ ହୁଏ]