ଦାଗ

ଉଇକିଅଭିଧାନ‌ରୁ

ଦାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଦାଗ୍; ତୁଳନା କର—ସଂସ୍କୃତ - ଦାହ; ପ୍ରା ଦାଘ)[ସମ୍ପାଦନା]

୧. ଚିହ୍ନ —୧. A mark; spot.
୨. କୌଣସି ପଦାର୍ଥ ଅନ୍ୟ ବସ୍ତୁକୁ ମାଡ଼ି ବସିବା ପରେ ଯେଉଁ ଚିହ୍ନ ରହିଯାଏ —୨. Mark left by thing on another.
୩. ଛିକି; ଛେକି; ମାର୍କା — ୩. A distnguishing mark or symbol.
୪. ମଳିଚିହ୍ନ; କଳଙ୍କଚିହ୍ନ — ୪. Taint; a stain; a blot.


୫. କାଳୀ ଦାଗ —୫. Inky stain or taint; ink- mark.
୬. କ୍ଷତଚିହ୍ନ —୬. Cicatrice; mark left by a wound on the body.
୭. (ତୁଳ. ସଂସ୍କୃତ - ଦାହ) ବାଣୀ; ଚିଆଁ; ଦେହରେ ଛେକ; ଚଡ଼ୁ ଦାଗ —୭. A mark made on the body with a hot iron; a brand.
୮. ରେଖା; ଗାର —୮. A line.
୯. (ଲକ୍ଷଣାର୍ଥ) ମନରେ ଜାତ ହେବା ଦୁଃଖ ବା ଦରଜ — ୯. (figurative) Mental woun; mark of sorrow left in the mind.
୧. ଲୁଗା ବା ଅନ୍ୟ ପଣ୍ୟଦ୍ରବ୍ୟ ଉପରେ ଟିପା ଯାଇଥିବା ମୂଲ୍ୟଜ୍ଞାପକ ଚିହ୍ନ —୧୦. A mark of sign made on the body of a cloth or other commodity dentoing the price of it.
୧୧. ଫଳ ଉପରେ ଦେଖାଯିବା ସଢ଼ା ଚିହ୍ନ — ୧୧. Spot indicating the rottenness of a fruit.
୧୨. (ଲକ୍ଷଣାର୍ଥ) ବଦନାମ; ଅପଯଶ; କଳଙ୍କ; କାଳି; ଅଖ୍ୟାତି, ଅକୀର୍ତ୍ତି —(figurative) Blot or stain on one's fair name; stigma; moral blot; candal.

ଅଷ୍ଟଦୁର୍ଗ ଭୂପତି; ବୋଲି ହେବ ଭରତି, କେ ବୃଥା ଅକୀରତି ଦାଗେ ଲୋ କବିସୂର୍ଯ୍ୟ. ସଙ୍ଗୀତ

୧୩. ବନ୍ଧୁକ ଦଗା, ବନ୍ଧୁକର ଏକ ଚୋଟ ବା ଏକଥର ଫାଏର୍ —୧୩. One charge by gun fire; firing of a gun.
୧୪. ପାଣିଆଁ ଓଷଧର ଏକ ପାନ, ଯାହା କି ବୋତଲ ଉପରେ କାଗଜ ଦାଗ ଚିହ୍ନିତ ହୋଇଥାଏ —୧୪. One does or mark of liquid medicine kept in a bottle.
୧୫. (ଲକ୍ଷଣାର୍ଥ) ଦୁର୍ଗୁଣ; ଦୋଷ — ୧୫. (figurative) Defect; fault.
୧୬. ଛୋଟ ରେଖା —୧୬. Small line.