ଦାନ
Appearance
ଦାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦା ଧାତୁ=ଦେବା+ଭାବ. ଅନ)
[ସମ୍ପାଦନା]- ୧. ଅର୍ପଣ; ତ୍ୟାଗ —୧. Donation.
- ୨. ଦେବା —୨. Giving.
- ୩. ବିତରଣ —୩. Distribution.
- ୪. ଦତ୍ତ ବସ୍ତୁ —୪. A present or gift.
- ୫. (+କର୍ମ. ଅନ) ଗଜମଦ; ହସ୍ତୀର ମଦଜଳ — ୫. Strongly scented fluid flowing from the temple of an elephant in rut; temple juice; fragrent secretion from the temple of an elephant in rut.
- ୬. (ଦେ ଧାତୁ=ପାଳନ+ଭାବ. ଅନ)— ରକ୍ଷା; ପାଳନ —୬. Protection.
- ୭. (ଦୋ ଧାତୁ=ଛେଦନ+ଭାବ. ଅନ)— ଛେଦନ; କର୍ତ୍ତନ —୭. Cutting.
ବଶିଷ୍ଠ ବୋଇଲେ ଗ୍ରହ ମଙ୍ଗଳ ବୋଲାଇ ବିନା ଦାନେ ଶାନ୍ତି ନୋହେ ଅମଙ୍ଗଳ ଦାୟୀ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ
- ୮. (ଦୈ ଧାତୁ=ଶୁଦ୍ଧ କରିବା+ଭାବ. ଅନ)— ଶୋଧନ —୮. Refining; purifying.
- ୯. କୀଟଜ ମଧୁ —୯. A kind of honey collected. by a kind of insect.
- ୧. ପୁଣ୍ୟାର୍ଥ ଦାଦି ବିତରଣ —୧୦. Pious gift.
- ୧୧. ରାଜସ୍ୱ; କର —୧୧. Revenue.
- ୧୨. ରାଜନୀତିର ଚାରି ଉପାୟ ମଧ୍ୟରୁ ଏକ; ଅର୍ଥାଦି ଦାନପୂର୍ବକ ଶତ୍ରୁ ବିରୁଦ୍ଧରେ କାର୍ଯ୍ୟ ସାଧନ କରିବାର ରୀତି (ହିନ୍ଦୀ - ଶବ୍ଦସାଗର) —୧୨. The system of injuring one's enemy by making gift.
- ୧୩. ଟିକସ; ମାହାସୁଲ —୧୩. Tax.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଶା କାଠି ଗଡ଼ାଇଲେ ତିନିଟିଯାକ କାଠିରେ ଯେଉଁ ସଂଖ୍ୟକ ବିନ୍ଦୁ ଚିତି ହୋଇ ପଡ଼ିବାର ଦେଖାଯାଏ — ୧. The number of points coming up at a throw of dice.
ବିତିପାତ ଯୋଗ ପୁନ ଦଶ ପ୍ରମୁଖରେ ଦାନ କାଠି ପତନ ହିଁ ଅନୁକ୍ଷଣ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ
- ୨. କଉଡ଼ି ଖେଳରେ କଉଡ଼ି ମୁଠାଦ୍ୱାରା ପକାଇଲେ ତାହା ଭୂମିରେ ଚିତି ବା ମାଠ ହୋଇ ପଡ଼ିବା ଅନୁସାରେ ଧରାଯିବା ସଂଖ୍ୟା —୨. A turn in the number of cowries during a game of cowries.
ଯେ ଦାନ ପଡ଼ଇ. ଯେମନ୍ତେ, କନ୍ଦୁକ ଚଳେ ସେହିମତେ ଜଗନ୍ନାଥ. ଭାଗବତ
- ୩. ବ୍ୟୟ —୩. Expenditure.
ବୁଝିଲେ ଲଗ୍ନ ମଗ୍ନ ହୋଇ, ସୁଝିଲେ ମଙ୍ଗଳଦାନରେ ତହିଁ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଶୁଳ୍କ —Tax.
- ୨. ତୁଙ୍ଗୀ ଟିକସ —୨. Octroi.