ଧାତୁ
ଦେଖଣା
- ପରମେଶ୍ଵର; ଈଶ୍ଵର; ଧାତା
- ସ୍ଵଭାବ; ପ୍ରକୃତି
- ଦେହଧାରକ ଧର୍ମ ବା ପ୍ରକୃତି
- ଶୁକ୍ର
- ନାଡୀ
- ଶରୀରସ୍ଥ ସପ୍ତ ଧାତୁ; ରସ, ରକ୍ତ, ମେଦ, ମକ୍କା, ଶୁକ୍ର, ମାଂସ ଓ ଅସ୍ଥି
- ଶରୀରସ୍ଥ ତ୍ରିଧାତୁ; ବାତ, ପିତ୍ତ ଓ କଫ
- ଚେତନା; ଜୀବନଶକ୍ତି
- ପଞ୍ଚଭୂତ; କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମ
- ମୂଳ; ମୌଳିକ ବସ୍ତୁ
- ଉପାଦାନ; ଉପକରଣ
- ତୈଳସ ପଦାର୍ଥ; ବିଶିଷ୍ଟ ଗୁଣଯୁକ୍ତ ଖଣିଜ ପଦର୍ଥ
- କୃ, ଗମ୍, ସ୍ଥା, ଦୃଶ୍ ପ୍ରଭୃତି କ୍ରିୟାବାଚକ ପ୍ରକୃତି, ଶବ୍ଦର ମୂଳ ଉପାଦାନ
- ଗନ୍ଧକ, ପାରଦ, ମନଃଶୀଳା, ହିଙ୍ଗୁଳ, ଗେରୁମାଟି ଆଦି ଖଣିଜ ବସ୍ତୁ
- ସପ୍ତସ୍ଵର
- ବୁଦ୍ଧ ବା ଅନ୍ୟ କୌଣସି ମହାତ୍ମାଙ୍କ ଅସ୍ଥି, ନଖି, ଦନ୍ତ, କେଶ ଆଦି, ଯାହା ଭକ୍ତମାନେ ଆଧାରରେ ସାଇତି ରଖି ପୂଜା କରନ୍ତି
==ବିଶେଷ୍ୟ (ଦେଶଜ)==
- ଶରୀର ମଧ୍ୟସ୍ଥ ସ୍ନାୟୁ
- ବ୍ୟକ୍ତିଗତ ଶରୀରିକ ପ୍ରକୃତି
- ମେହ ରୋଗଧାତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧା ଧାତୁ=ଧାରଣ କରବା+କର୍ତ୍ତୃ. ତୁ)
[ସମ୍ପାଦନା]- ୧. ପରମେଶ୍ୱ; ଇଶ୍ୱର; ଧାତା; ପରମେଶ୍ୱର — ୧. The Creator; God.
- ୨. ସ୍ୱଭାବ; ପ୍ରକୃତି —୨. Nature.
- ୩. ଦେହଧାରକ ଧର୍ମ ବା ପ୍ରକୃତି — ୩. Bodily humour; tamperament.
- ୪. ଶୁକ୍ର —୪. Semen; virile.
- ୫. ନାଡ଼ୀ —୫. Pulse.
- ୬. ଶରୀରସ୍ଥ ସପ୍ତ ଧାତୁ; ରସ, ରକ୍ତ, ମେଦ, ମଜ୍ଜା, ଶୁକ୍ର ମାଂସ ଓ ଅସ୍ଥି —୬. The seven ingredients or costitents of the the body.
- ୭. ଶରୀରସ୍ଥ ତ୍ରିଧାତୁ; ବାତ, ପିତ୍ତ ଓ କଫ — ୭. The three humours or elements regulating the physical system.
- ୮. ଚେତନା; ଜୀବନୀଶକ୍ତି —୮. Vitality. life.
- ୯. ପଞ୍ଚଭୂତ; କ୍ଷିତି, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ — ୯. The five elements of the material universe.
- ୧. ମୂଳ; ମୌଳିକ ବସ୍ତୁ — ୧୦. Root; base; element.
- ୧୧. ଉପାଦାନ; ଉପକରଣ — ୧୧. Material; component part; ingredient.
- ୧୨. ତୈଜସ ପଦାର୍ଥ; ବିଶିଷ୍ଟ ଗୁଣଯୁକ୍ତ ଖନିଜ ପଦାର୍ଥ — ୧୨. Metal.
[ ଦ୍ର—ସପ୍ତ ଧାତୁ ଯଥା—ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, ରଙ୍ଗ, ଲୌହ, ସୀସା, ଦସ୍ତା ଅଷ୍ଟ ଧାତୁ=ସପ୍ତ ଧାତୁ ଓ ପାରଦ]
- ୧୩. (ବ୍ୟାକରଣ) ଭୃ, କୃ. ଗମ୍, ସ୍ଥା, ଦୃଶ୍ ପ୍ରଭୃତି କ୍ରିୟାବାଚକ— ପ୍ରକୃତି, ଶବ୍ଦ ମୂଳ ଉପାଦାନ —୧୩. (grammar) Rotts; verbal elements.
- ୧୪. ଗନ୍ଧକ, ପାରଦ, ମନଃଶୀଳା, ହିଙ୍ଗୁଳ, ଗେରୁମାଟି ଆଦି ଖଣିଜ ବସ୍ତୁ —୧୪. Minerals; ore; forssil.
- ୧୫. (ସଙ୍ଗୀତ) ସପ୍ତସ୍ୱର —୧୫. (music) Gamut.
[ଦ୍ରଷ୍ଟବ୍ୟ —ସଙ୍ଗୀତର ସପ୍ତସ୍ୱର—ସା, ରି, ଗା, ମା, ପା, ଧା, ନି ଏମାନ ପ୍ରତ୍ୟେକ ଗୋଟିଏ ଗୋଟିଏ ଧାତୁ ]
- ୧୬. ବୁଦ୍ଧ ବା ଅନ୍ୟ କୌଣସି ମହାତ୍ମାଙ୍କ ଅସ୍ଥି, ନଖ, ଦନ୍ତ; କେଶ ଆଦି, ଯାହା ଭକ୍ତମାନେ ଆଧାରରେ ସାଇତି, ରଖି ପୂଜା କରନ୍ତି (ହିନ୍ଦୀ - ଶବ୍ଦସାଗର) — ୧୬. The remains or relics of any great man. which his devotees preserve and worship
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶରୀର ମଧ୍ୟସ୍ଥ ସ୍ନାୟୁ — ୧. Nerves of the body.
- ୨. ବ୍ୟକ୍ତିଗତ ଶାରୀରିକ ପ୍ରକୃତି — ୨. The peculiar physical constitution of an individual; physique.
- ୩. ମେହ ରୋଗ —୩. Gonorrhoea.