ଧାରଣା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନିର୍ଦ୍ଧାରଣ
  • ସିଦ୍ଧାନ୍ତ
  • ନିଶ୍ଵାସ ବନ୍ଦ କରିବା; କୁମ୍ଭକ
  • ସ୍ମରଣ କରିବା
  • ଏକାଦିକ୍ରମେ ସ୍ଥିତି; ସ୍ଥୈର୍ଯ୍ୟ
  • ବୁଦ୍ଧି
  • ନ୍ୟାଯ୍ୟ ପଥରେ ସ୍ଥିତି
  • ଅଭିନିବେଶ; ଚିତ୍ତର ଏକାଗ୍ରତା
  • ଅଦ୍ଵିତୀୟ ବ୍ରହ୍ମରେ ଅଭିନିବେଶ
  • ଅଧ୍ୟବସାୟ
  • ସଂସ୍କାର; ବିଶ୍ଵାସ
  • ଦୃଢ଼ ବିଶ୍ଵାସ
  • ନିର୍ଦ୍ଧାରିତ ନିୟମ
  • ଅବରୋଧ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଠେକ
  • କାନ୍ଥରେ କବାଟ ବସିବା ଫାଙ୍କ ଉପରେ ଦିଆଯିବା ଲମ୍ବକାଠ
  • ଦେବତାଙ୍କ ପଖେ ମନୋବାଞ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଧ୍ୟାପଡିବା
  • ସାପ କାମୁଡିବା ସ୍ଥାନ ଉପରେ ଦେବତାଙ୍କ ନାମରେ ବନ୍ଧାଯିବା ସୂତା
  • ସହାୟ; ଆଶ୍ରୟ
  • ରେଖା; ଗାର
  • ଦୁଇ ବା ତତୋଧିକ ଲମ୍ବ ବସ୍ତୁକୁ ସମାନ୍ତର ଭାବରେ ଯଥାସ୍ଥାନରେ ରଖିବା ପାଇଁ ତହିଁରେ ଆଡ଼ ବାଗରେ ଦିଆଯିବା କାଠର ଦଣ୍ତ ବା ଦଣ୍ତମାନ; ଆଡ଼ଧାରଣାଧାରଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ(ଧୃ ଧାତୁ ଣିଜନ୍ତରେ ଧାରି ଧାତୁ=ପୋଷଣ କରିବା ଭାବ ଅନ+ସ୍ତ୍ରୀ. ଆ)[ସମ୍ପାଦନା]

୧. ନିର୍ଦ୍ଧାରଣ — ୧. Resolution.
୨. ସିଦ୍ଧାନ୍ତ —୨. Conclusion.
୩. ନିଶ୍ୱାସ ବନ୍ଦକରିବା; କୁମ୍ଭକ —୩. The exercise of suspension of the breath for some time.
୪. ସ୍ମରଣ ରଖିବା —୪. Retention in memory; remembrance.
୫. ଏକାଦିକ୍ରମେ ସ୍ଥିତି; ସ୍ଥୈର୍ୟ୍ୟ —୫. Tenacity.
୬. ବୁଦ୍ଧି —୬. Intellect.
୭. ନ୍ୟାଯ୍ୟ ପଥରେ ସ୍ଥିତି — ୭. Continuance in rectitude and propriety.
୮. ଅଭିନିବେଶ; ଚିତ୍ତର ଏକାଗ୍ରତା — ୮. Close attention; mental concentration; meditation.
୯. ଅଦ୍ୱିତୀୟ ବ୍ରହ୍ମରେ ଅଭିନିବେଶ — ୯. Concentrated devotion to God.
୧. ଅଧ୍ୟବସାୟ —୧୦. Perseverance.
୧୧. ସଂସ୍କାର; ବିଶ୍ୱାସ —୧୧. Belief; faith; notion; conception; impression.
୧୨. ଦୃଢ଼ ବିଶ୍ୱାସ —୧୨. Conviction (Apte)
୧୩. ନିର୍ଦ୍ଧାରିତ ନିୟମ —୧୩. A settled rule (Apte)
୧୪. ଅବରୋଧ —୧୪. Retention.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଠେକ —୧. A support; a prop.
୨. କାନ୍ଥରେ କବାଟ ବସିବା ଫାଙ୍କ ଉପରେ ଦିଆଯିବା ଲମ୍ୱକାଠ (ଯାହା ଉପରେ ପଥର ବା ଇଟା କାମ ଗଢ଼ାଯାଏ) —୨. A beam put horizontally across the opening of a door or window in a well.

ଦିହୁଁ ଦୂହେଁ ସରିସମ କେ ନୂହନ୍ତି ଊଣା ଅଳପ ଟିକିଏ ତାଳ ଦେଉଳେ ଧାରଣା କୃଷ୍ଣସିଂହ. ମହାଭାରତ. ଶାନ୍ତି

୩. ଦେବତାଙ୍କ ପାଖେ ମନୋବାଞ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅଧ୍ୟାପଡିବା — ୩. To lie praying before a Deity till one gets one's wishes fulfilled.
୪. ସାପ କାମୁଡିବା ସ୍ଥାନ ଉପରେ ଦେବତାଙ୍କ ନାମରେ ବନ୍ଧାଯିବା ସୂତା —୪. A thread tied in the name of a deite over the part of the body bitten by a serpent.
୫. ସହାୟ; ଆ ଶ୍ରୟ —୫. Help.

ସେ କାଳରେ କାହାକୁ ଯୁଦ୍ଧରେ ଧାରଣା ନ ପାଇ କୁରୁମାନେ ହୋଇଲେ ବିମନା କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

୬. ରେଖା; ଗାର —୬. Line.

ଯା ପିଠିରେ ପଡ଼ିଛି ସୁନାର ଧାରଣା ଏ କାହା ଧନୁ ସତ କହ ନୋହି ବଣା କୃଷ୍ଣସିଂହ. ମହାଭାରତ ବିରାଟ

୭. ଦୁଇ ବା ତତୋଽଧିକ ଲମ୍ୱ ବସ୍ତୁକୁ ସମାନ୍ତର ଭାବରେ ଯଥାସ୍ଥାନରେ ରଖିବା ପାଇଁ ତହିଁରେ ଆଡ ବାଗରେ ଦିଆଯିବା କାଠର ଦଣ୍ଡ ବା ଦଣ୍ତମାନ; ଆଡ଼ଧାରଣା —
୭. Cross-beam; a pole or poles which are placed breadth wise to keep two or more long things in proper position.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ବର୍ଷାଦିନେ ପାଣି ପୂର୍ଣ୍ଣ ହୋଇଥିବା ନାଳ ଉପରେ ପଡୁଥିବା ନଡିଆ, ତାଳ ବା ଖଜୁରିଗଡ଼ ଉପରେ ଲୋକେ ଚାଲିଲାବେଳେ ଯେପରି ପଡ଼ିନଯିବେ ଏଥିପାଇଁ ତା କଡ଼ରେ ବନ୍ଧା ଯାଇଥିବା ବାଉଁଶ (ଯାହାକୁଧରି ଲୋକେ ଉକ୍ତ ଗଡ଼ ଉପରେ ଚାଲନ୍ତି) — A raised railing used by people for holding it while crossing a water channel on a log.