ନନ୍ଦ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଆନନ୍ଦ
  • ଶ୍ରୀକୃଷ୍ଣଙ୍କର ପାଳକ ପିତା
  • ବିଷ୍ଣୁ
  • ପାଟଳିପୁତ୍ରର ଚନ୍ଦ୍ରବଂଶୀୟ ରାଜବଂଶ
  • ନନ୍ଦ ବଂଶର ପ୍ରଥମ ରାଜା
  • କୁବେରଙ୍କ ନଅ ନିଧି ମଧ୍ୟରୁ ଏକତମ ନିଧି
  • ୧୧ ଇଞ୍ଚ ଲମ୍ବ ବେଣୁ ବା ବଂଶୀବିଶେଷ
  • ମୃଦଙ୍ଗବିଶେଷ
  • ପରମେଶ୍ଵର
  • ମଦିରା ଗର୍ଭଜାତ ବସୁଦେବଙ୍କ ପୁତ୍ର
  • ବୁଦ୍ଧଦେବଙ୍କ ବୈମାତୃକ ଭାଇ
  • ବେଙ୍ଗ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବୈଦିକ ବ୍ରାହ୍ମଣଙ୍କ ଉପାଧିବିଶେଷ
  • କୁଅରେ ବେଢାଯିବା ମାଟି ବା ପଥରର ବଳୟାକାର ବେଷ୍ଟନୀ
  • ଧାନ ରଖିବା ନିମିତ୍ତ ବ୍ୟବହୃତ ମାଟି ବା ପଥରର ବଳୟାକାର ବେଷ୍ଟନୀ, ଯାହକୁ ଘରର ଚଟାଣ ଉପରେ ରଖନ୍ତି
  • ଲୋକଙ୍କ ନାମ
  • ଗଉଡ଼ ମାନଙ୍କ ଶ୍ରେଣୀବିଶେଷନନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନନ୍ଦ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ଆନନ୍ଦ — ୧. Gladness; joy.
୨. (ନନ୍ଦି ଧାତୁ=ଆନନ୍ଦିତ କରିବା+କର୍ତ୍ତୃ. ଅ)— (ନାମ) ଶ୍ରୀକୃଷ୍ଣଙ୍କର ପାଳନ ପିତା —୨. Name of the foster-father of Ṡrīkṛushṇa.

[ଦ୍ରଷ୍ଟବ୍ୟ —ଏ ମଥୁରା ରାଜାଙ୍କ ଅଧୀନ ବ୍ରଜର ଗୋପାଳମାନଙ୍କର ରାଜା ଥିଲେ ଏହାଙ୍କ ସ୍ତ୍ରୀ ଯଶୋଦା ବସୁଦେବଙ୍କ ସହିତ ଏହାଙ୍କର ମିତ୍ରତା ଥିଲା ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହେଲା ବେଳେ ଯଶୋଦାଙ୍କ ଗର୍ଭରୁ ମହାମାୟା ବା ଦୁର୍ଗା ଗୋଟିଏ କନ୍ୟାରୂପେ ଜନ୍ମଗ୍ରହଣ କଲେ କଂସର ଭୟରେ ବସୁଦେବ ସଦ୍ୟୋଜାତ ଶ୍ରୀକୃଷ୍ଣଙ୍କୁ ନେଇ ଯଶୋଦାଙ୍କ କ୍ରୋଡ଼ରେ ରଖି ଯଶୋଦାଙ୍କ କନ୍ୟାକୁ ଆଣି ଦେବକୀଙ୍କ କ୍ରୋଡ଼ରେ ରଖିଲେ କଂସ ସେହି କନ୍ୟାକୁ ପଥରରେ ପିଟି ଦେଲା ବେଳେ ସେ କନ୍ୟା କଂସ ହାତରୁ ଖସି ଶୂନ୍ୟରେ ଉଭେଇ ଗଲେ ଶ୍ରୀକୃଷ୍ଣ ଯଶୋଦାଙ୍କ କ୍ରୋଡ଼ରେ ବଢ଼ିଲେ କଂସର ଭୟରେ ନନ୍ଦ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ନେଇ ବୃନ୍ଦାବନରେ ବାସ କଲେ ନନ୍ଦ ଥରେ ଯମୁନାକୁ ସ୍ନାନ କରିବା ପାଇଁ ଯାଇଥିଲେ ଏହି ସମୟରେ ସେଠାରୁ ବରୁଣଙ୍କ ଦୂତ ତାଙ୍କୁ ଧରି ବରୁଣଙ୍କଠାକୁ ନେଇଗଲେ; ପରେ ଶ୍ରୀକୃଷ୍ଣ ବରୁଣଙ୍କଠାରୁ ନନ୍ଦଙ୍କୁ ମୁକୁଳାଇ ଆଣିଲେ ନନ୍ଦ ପୂର୍ବଜନ୍ମରେ ଦକ୍ଷପ୍ରଜାପତି ଓ ଯଶୋଦା ତାଙ୍କ ସ୍ତ୍ରୀ ଥିଲେ ସ୍ୱାମୀଙ୍କ ଅପମାନରେ ସତୀ ଯଜ୍ଞକୁଣ୍ଡରେ ଝାସ ଦେଇ ଦେହତ୍ୟାଗ କରିବାରୁ ଏ ଦମ୍ପତି ତପସ୍ୟା କଲେ ସତୀ ପ୍ରସନ୍ନା ହୋଇ ବର ଦେଇଥିଲେ ଯେ ଆରଜନ୍ନରେ ଦ୍ୱାପରରେ ତୁମ୍ଭେ ଦୁହେଁ ନନ୍ଦ ଯଶୋଦା ହେବ ଓ ମୁଁ ତୁମର କନ୍ୟା ହୋଇ ଜନ୍ମିବି ତଦନୁସାରେ ସତୀ କନ୍ୟାରୂପେ ଯଶୋଦାଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ ଓ ବସୁଦେବ ତାଙ୍କୁ ନେଇ ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ କ୍ରୋଡ଼ରେ ରଖି ଗଲେ ଓ ସେହି କନ୍ୟାରୂପଧାରିଣୀ ସତୀଙ୍କୁ କଂସ କଚାଡ଼ି ଥିଲା]

୩. ବିଷ୍ଣୁ —୩. Name of Bishṇu.
୪. ପାଟଳିପୁତ୍ର (ମଗଧର)ର ଚନ୍ଦ୍ରବଂଶୀୟ ରାଜବଂଶ — ୪. Name of a dynasty of kings of the ancient Magadha.

[ଦ୍ରଷ୍ଟବ୍ୟ —ଏହି ବଂଶର ଆଠଜଣ ରାଜା ରାଜତ୍ୱ କରିଥିଲେ ଶେଷ ରାଜା ଚାଣକ୍ୟଙ୍କ ବିରାଗଭାଜନ ହେବାରୁ ସେ ଚାଣକ୍ୟଙ୍କ ଉଦ୍ୟମରେ ହତ ହୋଇଥିଲେ ଏବଂ ମୌର୍ଯ୍ୟବଂଶୀୟ ଚନ୍ଦ୍ରଗୁପ୍ତ ମଗଧ ସିଂହାସନ ଅଧିକାର କଲେ ଏ ବଂଶ ଖ୍ରୀ. ପୂ.୪ ଠାରୁ ଖ୍ରୀ. ପୂ. ୩ ପର୍ଯ୍ୟନ୍ତ ରାଜତ୍ୱ କଲେ

୫. ନନ୍ଦ ବଂଶର ପ୍ରଥମ ରାଜା —୫. A name of the first king of the Nanda dynasty.

[ଦ୍ରଷ୍ଟବ୍ୟ —ରାଜା ମହାନନ୍ଦଙ୍କ ଔରସରେ ଏକ ଶୂଦ୍ରାର ଗର୍ଭରୁ ଏହାଙ୍କର ଜନ୍ମ ବରରୁଚି କେତେକ ସମୟ ଏହାଙ୍କର ମନ୍ତ୍ରୀ ଥିଲେ ଖ୍ରୀଷ୍ଟ ଜନ୍ମର ଚାରି ଶତାବ୍ଦୀ ପୂର୍ବେ ଏ ବିଦ୍ୟମାନ ଥିଲେ (ସୁବଳଚନ୍ଦ୍ର)]

୬. କୁବେରଙ୍କ ନଅ ନିଧି ମଧ୍ୟରୁ ଏକତମ ନିଧି — ୬. One of the nine treasurers possessed by Kubera, the God of wealth.
୭. ୧୧: ଇଞ୍ଚ ଲମ୍ୱ ବେଣୁ ବା ବଂଶୀବିଶେଷ — ୭. A kind of musical flute ୧୧ inches long.
୮. ମୃଦଙ୍ଗବିଶେଷ — ୮. A kind of musical drum.
୯. ପରମେଶ୍ୱର —୯. God.
୧. ମଦିରା ଗର୍ଭଜାତ ବସୁଦେବଙ୍କ ପୁତ୍ର —୧୦. Name of a son of Basudeba.
୧୧. ବୁଦ୍ଧଦେବଙ୍କ ବୈମାତୃକ ଭାଇ —୧୧. Name of a step-brother of the Buddha.

[ଦ୍ରଷ୍ଟବ୍ୟ —ବୁଦ୍ଧଦେବ ଜ୍ଞାନ ଲାଭ କରି କପିଳବାସ୍ତୁକୁ ଆସି ଏହାଙ୍କୁ ଦୀକ୍ଷିତ କରିଥିଲେ ଏ ସନ୍ନ୍ୟାସ ଗ୍ରହଣ କରି ବୁଦ୍ଧଙ୍କ ସଙ୍ଗେ ରହୁ ଥିଲେ ଓ ନିଜର ସ୍ତ୍ରୀ ଭଦ୍ରାକୁ ଦେଖିବା ପାଇଁ କେତେଥର ଘରକୁ ଯିବାକୁ ଇଚ୍ଛା କରିଥିଲେ, କିନ୍ତୁ ବୁଦ୍ଧ ତାହା କରାଇ ଦେଲେ ନାହିଁ ବୁଦ୍ଧଦେବ ଏହାଙ୍କୁ ଭିକ୍ଷୁ କରାଇ ସଂସାର ବନ୍ଧନରୁ ମୁକ୍ତ କରାଇଥିଲେ ଏବଂ ଏହାଙ୍କୁ ସ୍ୱର୍ଗ ଓ ନରକର ଦୃଶ୍ୟମାନ ଦେଖାଇଥିଲେ ହିନ୍ଦୀ - ଶ.]

୧୨. ବେଙ୍ଗ —୧୨. A frog.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବୈଦିକ ବ୍ରାହ୍ମଣଙ୍କ ଉପାଧିବିଶେଷ — ୧. The family-title of certain Brāhmaṇsa.

ନନ୍ଦ ଘରେ କନ୍ଦ ପୂଜା, ନନ୍ଦ ଖାଇଲେ କଦଳୀ ଭଜା ଶିଶୁଗୀତ

୨. (ସଂସ୍କୃତ - ନାନ୍ଦୀପଟ) କୁଅରେ ବେଢ଼ାଯିବା ମାଟି ବା ପଥରର ବଳୟାକାର ବେଷ୍ଟନୀ —୨. Rings (of burnt earth or stone) put round a well.

[ଦ୍ରଷ୍ଟବ୍ୟ —କୂଅର ସବା ଉପରେ ମୁହଁ ପାଖେ ଭୂପୃଷ୍ଠରୁ ଉଚ୍ଚରେ ଯେଉଁ ନନ୍ଦ ବସା ଯାଏ ତାକୁ ଘୋଡ଼ାନନ୍ଦ, ତା ତଳକୁ ଯେଉଁ ନନ୍ଦମାନ ବସା ଯାଏ ତାକୁ ନନ୍ଦ ଓ ସାବ୍ଭ ତଳେ ଯେଉଁ ଛୋଟ ନନ୍ଦ ଦିଆ ଯାଏ ତାକୁ ଗଳିନନ୍ଦ ବୋଲାଯାଏ କୂଅରେ ଦୁଇ ପ୍ରସ୍ତ ନନ୍ଦ ବସା ଗଲେ ତାକୁ ଦୋହୋରି ନନ୍ଦ କହନ୍ତି]

୩. ଧାନ ରଖିବା ନିମିତ୍ତ ବ୍ୟବହୃତ ମାଟି ବା ପଥରର ବଳୟା— କାର ବେଷ୍ଟନୀ, ଯାହାକୁ ଘରଚଟାଣ ଉପରେ ରଖନ୍ତି — ୩. Rings of burnt earth or stone placed inside a house to put paddy therein.
୪. (ପୁଂ) ଲୋକଙ୍କ ନାମ —୪. A name given to males.


ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଗଉଡ଼ମାନଙ୍କ ଶ୍ରେଣୀବିଶେଷ — A sub-caste of the Gauṟḍ̠sa in Sambalpur.