ନରକ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପରଲୋକରେ ପପୀର ଦଣ୍ତ ପ୍ରପ୍ତିର ସ୍ଥାନ
  • ଯାତନା; ଦୂର୍ଗତି; ଯନ୍ତ୍ରଣା
  • ଦୁଃଖଭୋଗର ସ୍ଥାନ
  • ନରକାସୁର; ଅସୁରବିଶେଷ
  • ହିନ୍ଦୁ ପୁରାଣ ମତରେ କଳିର ପୁତ୍ର ଭୟ ଓ ପୁତ୍ରୀ ମୃତ୍ୟୁଙ୍କ ଠାରୁ ଉତ୍ପନ୍ନ କାଳ୍ପନିକ ପୁରୁଷ, ଯେ ଆପଣା ଭଗିନୀ ଯାତନାକୁ ବିବାହ କରିଥିଲେ
  • ବିପ୍ରଚିତ୍ତ ଦାନବର ଏକପୁତ୍ର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବିଷ୍ଠା; ମଇଳା
  • ବିଷ୍ଠାମୟ ସ୍ଥାନ
  • ଅତି ମଇଳା ସ୍ଥାନନରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ନୃ ଧାତୁ+ଅକ; ଯେଉଁ ସ୍ଥାନକୁ ପାପୀ ମାନେ ନିଆ ଯାଆନ୍ତି)—ପରଲୋକରେ ପାପୀର ଦଣ୍ଡ ପ୍ରାପ୍ତିର ସ୍ଥାନ —୧. Hell; infernal regions.

[ଦ୍ରଷ୍ଟବ୍ୟ —ନରକ ୨୯: ଗୋଟି ଯଥା—ତାମିସ୍ର, ଅନ୍ଧତାମିସ୍ର, ଗୌରବ, ମହାଗୌରବ, କୁମ୍ଭୀପାକ, କାଳସୂତ୍ର, ଅସିପତ୍ରବନ, ଶୂକରମୂଖ, ଅନ୍ଧକୂପ, କୃମିଭୋଜନ, ସଂଦଂଶ, ତପ୍ତିଶୂର୍ମି, ବଜ୍ରକଣ୍ଟକ, ଶାଳ୍ମଳୀ, ବୈତରଣୀ, ପୂୟୋଦ, ବିଶସନ, ଶ୍ୱାନଶତ, ଅବୀତି, କ୍ଷାରକର୍ଦ୍ଦମ— ଦନ୍ଦଶୂଳ, ସୂଚୀମୂଖ, ପ୍ରାଣରୋଧ, ଲାଳ ଭକ୍ଷ, ଅୟଃପାନ, ଶୂଳପ୍ରୋତ ଅବଟ, ନିରୋଧନ ଓ ପର୍ଯ୍ୟାବର୍ତ୍ତନ


ଭାଗବତ ୫ମ ସ୍କନ୍ଧ ୨୬: ଅଧ୍ୟାୟର ଶୁକପରୀକ୍ଷିତ ସଂବାଦରେ ଉକ୍ତ ୨୯: ନରକ ଓ କେଉଁ ପ୍ରକାର ପାପୀ କେଉଁ ନରକରେ ପଡ଼ି କି ଯନ୍ତ୍ରଣା ଭୋଗ କରେ ତାହା ବର୍ଣ୍ଣିତ ହୋଇଅଛି ମନୁସୃତିରେ ୨୭: ନରକର ଉଲ୍ଲେଖ ଅଛି ଓ ଅନ୍ୟ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଭିନ୍ନ ଭିନ୍ନ ନରକ କୁଣ୍ଡ (ବସାକୁଣ୍ଡ, ତପ୍ତକୁଣ୍ଡ, ସର୍ପକୁଣ୍ଡ, ଚକ୍ରକୁଣ୍ଡ, ମାନଙ୍କରେ ଉଲ୍ଲେଖ ଅଛି ପୁରାଣ ଓ ସ୍ମୃତିରେ ନରକର ବର୍ଣ୍ଣନା ମିଳେ, କିନ୍ତୁ ହନ୍ଦୁମାନଙ୍କର ପୁରାଣ ଅପେକ୍ଷା ପ୍ରାଚୀନ ଗ୍ରନ୍ଥମାନଙ୍କରେ ନରକର ଉଲ୍ଲେଖ ନାହିଁ ଭିନ୍ନ ଭିନ୍ନ ପ୍ରକାର ପାପ କରିଥିବା ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ଭିନ୍ନ ଭିନ୍ନ ପ୍ରକାର ନରକରେ ବହୁକାଳ ଯନ୍ତ୍ରଣା ଭୋଗ କରେ ମୁସଲମାନ ଓ ଖ୍ରୀଷ୍ଟାନ୍ଙ୍କ ଧର୍ମଶାସ୍ତ୍ର ଅନୁସାରେ ନରକର କଳ୍ପନା ଅଛି, କିନ୍ତୁ ଏତେ ନରକର ଉଲ୍ଲେଖ ନାହିଁ ସେମାନଙ୍କ ମତରେ ନରକରେ ସର୍ବଦା ଗନ୍ଧକର ନିଆଁ ଜଳୁଛି ହିନ୍ଦୀ - ଶ.)

୨. ଯାତନା; ଦୁର୍ଗତି; ଯନ୍ତ୍ରଣା — ୨. Misery; toment.
୩. ଦୁଃଖଭୋଗର ସ୍ଥାନ —୩. A place of misery.
୪. (ନର+କ)—ନରକାସୁର; ଅସୁରବିଶେଷ — ୪. Name of a demon.
୫. ହିନ୍ଦୁ ପୁରାଣ ମତରେ କଳିର ପୁତ୍ର ଭୟ ଓ ପୁତ୍ରୀ ମୃତ୍ୟୁଙ୍କ— ଠାରୁ ଉତ୍ପନ୍ନ କାଳ୍ପନିକ ପୁରୁଷ, ଯେ ଆପଣା ଭଗନୀ ଯାତନାକୁ ବିବାହ କରିଥିଲେ (ହିନ୍ଦୀ - ଶବ୍ଦସାଗର) — ୫. Name of a mythological personification of hell said to be son of Fear and Death and grandson of Kaḻi (Ironage) and husband of Torment.
୬. (ନାମ) ବିପ୍ରଚିତ୍ତ ଦାନବର ଏକପୁତ୍ର (ହିନ୍ଦୀ - ଶ) ୬. Name of a son of demon Biprachitti.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିଷ୍ଠା; ମଇଳା — ୧. Ordure; filth; dirt.

କଚଇ ନରକ ଆହାର; ତଥାପି ଦୁଃଖ ନୁହେ ତାର ଭାଗବତ

୨. ବିଷ୍ଠାମୟ ସ୍ଥାନ — ୨. A place full of ordure.
୩. ଅତି ମଇଳା ସ୍ଥାନ —୩. Filthy place.