ନା

ଉଇକିଅଭିଧାନ‌ରୁ

ନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ଅ (ନବାର୍ଥକ)[ସମ୍ପାଦନା]

ନାହିଁ; ନୁହେଁ — No; not.


[ଦ୍ରଷ୍ଟବ୍ୟ —ଅ, ମା, ନୋ, ନା ନିଷୋଧାର୍ଥେ— ସଂସ୍କୃତ ବ୍ୟାକରଣର ସୁତ୍ର]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ନାବ)[ସମ୍ପାଦନା]

ନାଆ (ଦେଖ) - Nā-ā (See)

ବୈଦେ—ଅ (ଫାରାସୀ - ବବାର୍ଥଉପପଦ; ଆ, ଲା ଉପପଦ; ତୁଳ, ସଂସ୍କୃତ - ନ; ଅନ୍ୟ ଶବ୍ଦ ପୂର୍ବେ ଲାଗେ ଯଥା[ସମ୍ପାଦନା]

ନାଲ୍ଏକ୍ — Non; not.

[ଦ୍ରଷ୍ଟବ୍ୟ —ଏହାର ବ୍ୟବହାର ଦୁଇପ୍ରକାର—(୧): ବୈପରୀତ୍ୟାର୍ଥ =ଯଥା—ନାକୋରା, ନାଚାର, ନାବାଲଗା, ନାତାକତ୍; (୨): ଅଭାବାର୍ଥ=ନାଦାନ୍, ନାଉଆରିସି, ନାକସ୍]

(ନାଁ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ନ; ସଂସ୍କୃତ - ନା=ନୁହେଁ; ନାହିଁ)[ସମ୍ପାଦନା]

୧. (ପ୍ରଶ୍ନାର୍ଥକ; କ୍ରିୟା ପରେ ଲାଗେ) ଟି, ଟିକି, କି? — ୧. (Interrogative) Is it so?

ସଦନେ ଅଛନ୍ତି ନା ଭଲେ ସଖୀଗଣଙ୍କ ସଙ୍ଗେମେଳେ—ଜଗନ୍ନାଥ, ଭାଗବତ

୨. ନିଶ୍ଚେ —୨. Surely.

ପଥର ବେଲେ ଫାଟିଯାଅନ୍ତୁ ନା ତୁହିଁ—କୃଷ୍ଣସିଂହ ମହାଭାରତ. ବନ

୩. ନାହିଁ; ନୁହେଁ —୩. No, not,

[ଦ୍ରଷ୍ଟବ୍ୟ —ଅଧିକାଂଶ ଲୋକ ନିଞର୍ଥକ 'ନାଁ' ସ୍ଥଳରେ 'ନା'— ଲେଖନ୍ତି କିନ୍ତୁ ଏହା ଉଚ୍ଚାରଣଦୃଷ୍ଟିରେ ଅଶୁଦ୍ଧି ଓଡ଼ିଆରେ ନା ଶବ୍ଦର ଅର୍ଥ ନାବ ଓ ନାଁର ଅର୍ଥ ନାହିଁ, ନୁହେଁ; ପରନ୍ତୁ ସଂସ୍କୃତରେ 'ନା' ଅବ୍ୟୟ ଶବ୍ଦର ନିଷେଧାର୍ଥକ ଅର୍ଥ ମଧ୍ୟ ଦେଖାଯାଏ]

୪. (କ୍ରିୟା ପରେ ବ୍ୟବହୃତ; ନବର୍ଥକ) ନାହିଁ — ୪. Not.

ବୁଡ଼ୁନା ନୀରରେ ତୁ ଛୁଇଁବୁ ଯେତେ ଦ୍ରବ୍ୟ—ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ନଞର୍ଥ 'ନ' କ୍ରିୟା ପୂର୍ବରେ ଲାଗେ ଯଥା—ନ ଖାଅ, ନ ଶୁଣ; କ୍ରିୟା ପରେ ଲାଗିଲେ ନାଁ ହୁଏ ଯଥା—ଖାଆନା; ଯାଅନାଁ]

୫. ନାଁ; ନାହିଁ (ଅନୁଜ୍ଞାର୍ଥକ କ୍ରିୟା ପରେ ଲାଗେ) — ୫. Do not (e.g. eat. go).

ଠୋକରି ଛିଣ୍ଡାଇଦେବା—କବିସୂର୍ଯ୍ୟ, କିଶୋରୀଚମ୍ପୁ ଠ ଗୀତ

(ଯଥା—ଖାଆନାଁ, ଦେନାଁ)

୬. (ବିଶେଷ୍ୟ ଓ ବିଶେଷଣ ପୂର୍ବେ ଯୁକ୍ତ ହୋଇ ଆପେକ୍ଷିକ ନଞର୍ଥ ବା ଅନୁପସ୍ଥିତିର ବୁଝାଏ) ଏହା ନୁହେଁ କି ତାହା ନୁହେଁ — ୬. Neither; nor.

(ଯଥା—ନାଁ ଧଳା, ନାଁ କଳା)

୭. ପ୍ରଶ୍ନର ନଞର୍ଥବୋଧକ ଇତ୍ତରରେ ବା ଅସ୍ୱୀକାର୍ଥରେ ୭. No.