ପଟ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବସ୍ତ୍ର
  • ଯେଉଁ ବସ୍ତ୍ର ବା କାଗଜ ଆଦି ଉପରେ ଛବି ଅଙ୍କା ଯାଏ
  • ଚିତ୍ରପଟ; ଛବି
  • ପିଆଳ ଗଛ
  • ଅଖା; ପାଲ
  • ଛାତ; ଚାଳ
  • ଗଛର ଛାଲ; ବଳ୍କଳ
  • ପରଦା
  • ଗଛର ଅଂଶୁମୟ ବଳ୍କଳ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପଶା ଖେଳରେ ପଶା କଠିକୁ ଗଡାଇଲେ ଯେଉଁ ଦାନ ପଡେ
  • ଦିଗ; ତରଫ; ଆଡ଼
  • କଦଳୀ ଗଛର ଛାଲ; ପଟୁକା; ବାସୁଙ୍ଗା
  • ଫୁଲ ଗୁନ୍ଥାଯିବାର ପଟୁକା
  • ପାର୍ଶ୍ଵ; ପାଖ
  • ବ୍ୟକ୍ତି
  • ପକ୍ଷ; ତରଫ
  • ଅଖା; ବସ୍ତା; ପଲାଣ; ଅଖାରେ ନିର୍ମିତ ମୁଣା
  • ଦୁଇ ବା ବହୁ ଖଣ୍ତ ମଧ୍ୟରୁ ଏକ ଖଣ୍ତ; ଏକ ଗୋଟା
  • କବାଟର ଏକ ଖଣ୍ତ
  • ସୁବିଧା
  • କିଆପଟ; କିଆ ଗଛର ଶିଅ
  • ଛଣ ପଟ
  • ଥର; ବାର
  • ପଟୁ
  • ପ୍ରତିଯୋଗିତା
  • ପ୍ରତିଯୋଗୀ ବା ସହକର୍ମୀମାନଙ୍କ ମଧ୍ୟରେ ସମାନସ୍କନ୍ଧତା
  • ଏକ ସଂଖ୍ୟା; ଗୋଟା
  • ଦୁଇ ପାଖଥିବା ବସ୍ତୁର ପୃଷ୍ଠ ଭାଗ; ପିଠି
  • କୁସ୍ତି କଲାବେଳେ ପହିଲବାନର ଭୂମିକୁ ମୁହଁ ବା ପେଟ ପାଖ ରହିବା ଅବସ୍ଥିତି

ବିଶେଷଣ (ଦେଶଜ)[ସମ୍ପାଦନା]

  • ଶ୍ରେଷ୍ଠ; ଉତ୍କୃଷ୍ଟପଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ)[ସମ୍ପାଦନା]

୧. ବସ୍ତ୍ର —୧. Cloth.
୨. (+କର୍ତ୍ତୃ. ଅ) ଯେଉଁ ବସ୍ତ୍ର ବା କାଗଜ ଆଦି ଉପରେ ଛବି ଅଙ୍କା ଯାଏ —୨. Ground of a picture; plate; canvas or screen or paper on which a picture is drawn.
୩. ଚିତ୍ରପଟ; ଛବି —Picture

ଆପଣ ସେ ତ ପଟ ପଟକେ ହୋଇଅଛ ସ୍ଫୁଟ ହେ— କବିସୂର୍ଯ୍ୟ—କବିତା

୪. ପିଆଳ ଗଛ —୪. A timber tree; Buchanania Latifolia.
୫. ଅଖା; ପାଲ —୫. Canvas; gunny.
୬. ଛାତ; ଚାଳ —୬. Thatch; roof.
୭. ଗଛର ଛାଲ; ବଳ୍କଳ —୭. Bank of a tree.
୮. ପରଦା —୮. Screen.
୯. ଗଛର ଅଂଶୁମୟ ବଳ୍କଳ — ୯. Fibrous bark of a tree.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟୁ)[ସମ୍ପାଦନା]

୧. ପଶା ଖେଳରେ ପଶା କାଠିକୁ ଗଡ଼ାଇଲେ ଯେଉଁ ଦାନ ପଡ଼େ —୧. The throw of dice resulting in the turning up of certain points.
୨. ଦିଗ; ତରଫ; ଆଡ଼ —୨. Direction; quarter.

ସେହି ବନର ଚାରି ପଟ ଯାକ ମାଡ଼ି କୃଷ୍ଣସିଂହ. ମହାଭାରତ. ବନ

୩. କଦଳୀ ଗଛର ଛାଲ; ପଟୁକା; ବାସୁଙ୍ଗା —୩. The fibre of the bark of a plantain tree.
୪. ଫୁଲ ଗୁନ୍ଥାଯିବାର ପଟୁକା —୪. The fibre or thread with which flowers are strung into a garlan d
୫. ପାର୍ଶ୍ୱ; ପାଖ —୫. Side.

ଚାରି ଗଦା ନିଆଁ ଚାରି ପଟରେ ଜାଳି ସୂର୍ଯ୍ୟଙ୍କୁ ଚାହିଁ ତପ କଲେ ଧରି ମାଳି କୃଷ୍ଣସିଂହ. ମହାଭାରତ. ବନ

୬. ବ୍ୟକ୍ତି —୬. Person.
୭. ପକ୍ଷ; ତରଫ —୭. Party; side.

ବହ ଯାହାକୁ ରବି ବାହାପଟ କହ କି ଦୋଷେ ନୁହଁ ତାହା ପଟ କବିସୂର୍ଯ୍ୟ, କବିତା

୮. ଅଖା; ବସ୍ତା; ପଲାଣ; ଅଖାରେ ନିର୍ମିତ ମୁଣା — ୮. Gunny bag.
୯. ଦୁଇ ବା ବହୁ ଖଣ୍ଡ ମଧ୍ୟରୁ ଏକ ଖଣ୍ଡ; ଏକ ଗୋଟା — ୯. One piece of many or a pair of things.

(ଯଥା—ଏକ ପଟ ତକ, ପଟେ ବଳଦ, ଏକ ପଟ ନନ୍ଦ )

୧. କବାଟର ଏକ ଖଣ୍ଡ — ୧୦. A piece or panel of a door.
୧୧. ସୁବିଧା —୧୧. Opportunity.
୧୨. କିଆପଟ; କିଆ ଗଛର ଶିଅ — ୧୨. The æreal root of a screwpane tree.
୧୩. ଛଣ ପଟ —୧୩. Hemp .
୧୪. ଥର; ବାର —୧୪. Times.

ଆଗହୁଁ ଆତୁର ନୁହଁ, ଦୁଇ ଚାରି ପଟ ସହ ବ୍ରଜନାଥ. ସମରତରଙ୍ଗ

୧୫. ପଟୁ (ଦେଖ) - —୧୫. Paṭu (See)
୧୬. ପ୍ରତିଯୋଗିତା —୧୬. Rivalry; competition.

(ଯଥା—ସେ ମୋ ସଙ୍ଗେ ପଟ ପକାଇ ପାରିବ ନାହିଁ )


୧୭. ପ୍ରତିଯୋଗୀ ବା ସହକର୍ମୀମାନଙ୍କ ମଧ୍ୟରେ ସମାନସ୍କନ୍ଧତା — ୧୭. Equlity between rivals or calleagues.
୧୮. ଏକ ସଂଖ୍ୟା; ଗୋଟା —୧୮. Unit; individual.

(ଯଥା—ପହରାଜେ ରାହାଙ୍ଗ ଶାସନରେ ଭଟ୍ଟମିଶ୍ରଙ୍କ ଘରେ ୩ ପଟ ବନ୍ଧୁ ବାନ୍ଧିଲେ )

୧୯. (ସଂସ୍କୃତ - ପୃଷ୍ଠ) ଦୁଇ ପାଖଥିବା ବସ୍ତୁର ପୃଷ୍ଠ ଭାଗ; ପିଠି — ୧୯. The back side of a double-faced thing.

(ଚିତି—ବିପରୀତ)

୨. କୁସ୍ତୀ କଲାବେଳେ ପହିଲ୍ୱାନ୍ର ଭୂମିକୁ ମୁହଁ ବା ପେଟ ପାଖ ରହିବା ଅବସ୍ଥିତି —୨୦. The position of a wrestler when he faces downwards and not upwards.

[ଦ୍ରଷ୍ଟବ୍ୟ —ଖେଳାଳୀ ପ୍ରତିଦ୍ୱନ୍ଦୀକୁ ଚିତି କରି ନ ପାରିଲେ ଅର୍ଥାତ୍ ପ୍ରତିଦ୍ୱନ୍ଦୀର ପଟ ହୋଇଥିବା ପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦୀ ହାରିଲା ବୋଲି କୁହାଯାଏ ନାହିଁ ]

ଦେଶଜ - ବିଶେଷଣ - (ସଂସ୍କୃତ - ପଟ)[ସମ୍ପାଦନା]

ଶ୍ରେଷ୍ଠ; ଉତ୍କୃଷ୍ଟ — Best; excellent.

ବିଚାରେ ଲମ୍ପଟ ଏ ନିଶ୍ଚେ ବହେ ଅମୂଲ୍ୟ ପଟ ମୁକୁଟ ଭଞ୍ଜ. ବୈଦେହୀଶବିଳାସ

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ନଡ଼ିଆର ସଂଖ୍ୟାବିଶେଷ; ଚାରି ପଣ ୧ ଗଣ୍ଡା ବା ୩୬: କଡ଼ା ନଡ଼ିଆ —A unit of ୩୬୦ cocoanuts.

[ଦ୍ରଷ୍ଟବ୍ୟ —୨ ପଟ=୧ ଛେଲା=୯ ପଣ (ନଡ଼ିଆ)]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଜଙ୍ଗଲରେ ବାଚ୍ହା ସମ୍ୱର ଆଦି ଗଡ଼ିଥିବା କାଦୁଆ ଭୂମି —Muddy soil where deer and wild hogs wallow.



ପଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ସ୍ଫୁଟ୍ ଧାତୁ+କର୍ତ୍ତୃ. ଅ. ନିପାତନ)[ସମ୍ପାଦନା]

୧. (ନାଗ ଆଦି) ସର୍ପର ଫଣା — ୧. The expended hodd of a venomous serpent.
୨. ଦନ୍ତ —୨. Tooth.
୩. ପ୍ରତାରଣା; ଶଠତା; ଧୂର୍ତ୍ତତା — ୩. Cunning; fraud; deception.
୪. ପ୍ରତାରକ; ଶଠ —୪. A rogue; a cheat.