ପଟା
ଦେଖଣା
ପଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଟ୍ଟ)
[ସମ୍ପାଦନା]- ୧. କାଠର ପତଳା ଲମ୍ୱଖଣ୍ଡ — ୧. Plate; wooden plank.
- ୨. ଅଧିକାର ପତ୍ର; ସନନ୍ଦ (ପୂର୍ବେ ଧାତୁ ଫଳକ ଉପରେ ଏହା ଅଙ୍କିତ ହେଉଥିଲା) —୨. Sanad; a deed of gift or authority.
- ୩. ପାତିଆ —୩. Strip.
- ୪. ଲମ୍ୱା ଓ ସରୁଆ ଭୁଖଣ୍ଡ — ୪. A long and narrow strip of land; a narrow belt of land.
- ୫. ଚଉଡ଼ା ରେଖା —୫. A broad line.
- ୬. ଓଢ଼ଣୀ; ଚାଦର —Sheet; scarf.
- ୭. (ସଂସ୍କୃତ - ପଟ୍ଟ) ଜମିଦାର ରୟତକୁ ରୟତି ଭୂମି ଦେବାରୁ ସନନ୍ଦ ପତ୍ର — ୭. Lease of rayati holding given by the landlord.
ପଟା ଦେଇ ପରଜାଙ୍କୁ ଦୁଇଗୁଣ ନେବେ—ପ୍ରାଚୀ ଶ୍ରୀଗୁରୁ ଭକ୍ତି ଗୀତା
- ୮. ଲମ୍ୱା ଓ ଚଉଡ଼ା ଦାଗ — ୮. A long broad line; a stripe.
(ଯଥା—ତା ଦେହରେ ନାଲି ପଟା ବସିଛି)
- ୯. ଥର —୯. Time.
(ଯଥା—ଏ ବିଲରେ ଚାରି ପଟା ମଇ ଦେଲିଣି)
- ୧. ବସ୍ତ୍ରାଦି —୧୦. Clothes.
(ଯଥା—ଲୁଗାପଟା; କନାପଟା)
- ୧୧. ରଙ୍ଗ ବା ନାଲି ପାଟଲୁଗା —୧୧. Red silk cloth.
ଦୁଇ ସେନା ଯାକର ବସନେ ରକେତେ ବୁଡ଼ନ୍ତେ ପଟାପରି ଦିଶିଲେ ସେ ନେତ୍ରେ କୃଷ୍ଣସିଂହ ମହାଭାରତ ଦ୍ରୋଣ
- ୧୨. ଏକପ୍ରକାର ଲୁଣି ମାଛ — ୧୨. A kind of sea fish.
ଦେଶଜ - ବିଶେଷଣ -
[ସମ୍ପାଦନା]ପଟା ପରି ସମତୁଲ ବା ଚେପଟା — Flat or level like a plank.
(ଯଥା—ରୋଗ ଓ ବୟସ ଯୋଗୁଁ ତା ଦିବହାତ ପଟା ହୋଇ ଗଲାଣି )
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତରବାରି ଖେଳ ଶିଖିବାପାଇଁ ବ୍ୟବହୃତ ଅଦାଢ଼ୂଆ ଖଣ୍ଡା —Foil; blunt sword used in fencing.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ମଲ୍ଲକ୍ରୀଡ଼ାରେ ଆତ୍ମରକ୍ଷା ବା ଶତ୍ରୁକୁ ଆକ୍ରମଣ କରିବା ପାଇଁ ମଲ୍ଲର ଦୁଇ ହାତରେ ଧରିଥିବା ଯଷ୍ଟିଦ୍ୱୟ —A pair of sticks held by both hands for defence and attack in fencing.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ମଇ (ଦେଖ) - — ୧. Mai (See)
- ୨. ସଙ୍ଗା; ଭାଡ଼ି —୨. Scaffolding used as a loft.