ପାଲ

ଉଇକିଅଭିଧାନ‌ରୁ

ପାଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଫାଳ=କାର୍ପାସ ବସ୍ତ୍ର; କିମ୍ୱା ଇଂ, ପାଲ୍ (Pall)= ଘୋଡ଼ଣୀ; ଆଚ୍ଛାଦିନ ବସ୍ତ୍ର][ସମ୍ପାଦନା]

୧. ଅଖାରେ ତିଆରି ପରଦା; କେରପାଲ —୧. Tarpaulin.
୨. ଖଣ୍ଡିଏ ଅଖରେ ନିର୍ମିତ ଛୋଟ ତମ୍ୱୁ — ୨. A pal; small tent.
୩. ଜାହାଜ ଓ ଡଙ୍ଗାକୁ ପବନରେ ଚଳାଇବା ନିମନ୍ତେ ଖୁଣ୍ଟରେ ବନ୍ଧା ହେବା ମୋଟା ବସ୍ତ୍ର — ୩. Sail; sail-cloth.

[ଦ୍ରଷ୍ଟବ୍ୟ —ବାଲେଶ୍ୱର ପୂର୍ବେ ବନ୍ଦର ଥିଲା ଓ ଓଡ଼ିଆ ନାବିକମାନେ ଜାହାଜ ଚଳାଉଥିଲେ ଜାହାଜର ଭିନ୍ନ ଭିନ୍ନ ପାଲମାନଙ୍କର ନାମ, ଯଥା—ଟବର୍—ମାସ୍ତୁଲର ଉପର ଅଂଶରେ ବନ୍ଧାଯିବା ପାଲ — Top sail. ଗାଭି—ମାସ୍ତୁଲରେ ବନ୍ଧାଯିବା ବଡ଼ କବା ପ୍ରଧାନ ପାଲ —Main sail. ଜୀଭି—ମାସ୍ତୁଲ ସଙ୍ଗେ କଣବାଗେ ଲାଗି— ଥିବା ଲଗିରେ ବନ୍ଧା ହେବା ବଙ୍କା ପାଲ —Small sails attached to rods forming angles with the mast ]

୪. ଅଖାପାଲ —୪. Sack cloth.
୫. କଉ, ମାଗୁର, ଆଡ଼ୀ ଓ ଚିତଳ ଆଦି ମାଛମାନେ ପଙ୍କ ବା ବାଲିରେ ଯେଉଁ ବସା କରନ୍ତି; ବିମ୍ୱର —୪. Nest or recess made by fishes in the sand or mud at the bottem of water.


୬. ଖାପଚ; କୁରକ୍ର; ଫାନ୍ଦ — ୬. Intrigue; snare.

ମିକ ହୋ ! ଏମନ୍ତପୀରତି ରାତି ତାହା ପାଲରୁ କେ ଯିବ କରଚି ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି

୭. ପ୍ରଲୋଭନ — ୭. Temptation.