ପୁଡ଼ା

ଉଇକିଅଭିଧାନ‌ରୁ

ପୁଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ)[ସମ୍ପାଦନା]

୧. ନାକର ଦୁଇ ପାଖର ରନ୍ଧ୍ର; ନାସାପୁଟ —୧. The nostrils.
୨. ପୋଟଳା —୨. Packet.

ନାନା ବ୍ୟଞ୍ଜନ ଗୁଡ଼ ଦଧି ପୁଡ଼ା ଗୋଟିଏ ଦେଲେ ବାନ୍ଧି—ଜଗନ୍ନାଥ. ଭାଗବତ

୩. (ସଂସ୍କୃତ - ପୃଷ୍ଠା)—ପୁସ୍ତକର ପୃଷ୍ଠା — ୩. Page of a book.
୪. ଜାଉଁଳି କବାଟର ବା ପଞ୍ଜାବର ଏକ ପଟ ବା ଫାଳ — ୪. Door-leaf.

କେଉଁମାନେ ଘର ଗବାକ୍ଷ ପୁଡ଼ା ଫେଇ—କୃଷ୍ଣସିଂହ, ମହାଭାରତ. ଆଦି

୫. ଫରକଟା ହୋଇ ଠିଆ ହେବା ମନୁଷ୍ୟର ଦୁଇ ଗୋଡ଼ର ମଧ୍ୟବର୍ତ୍ତୀ ଖିଲାଣ ଆକୃତି ସ୍ଥାନ —୫. The arch made by the legs extended by a person while standing astrides.
୬. ଧାନ ଆଦିର ଛୋଟ ଓଳିଆ —୬. A small round packet of grains enclosed inside straw.
୭. ଠାକୁରଙ୍କୁ ଦିଆଯିବା ଖାଦ୍ୟ ସାମଗ୍ରୀର ସଞ୍ଚା — ୭. A present of victuals made to a Deity.
୮. ଦୁଇପାଖ ବା ମୁଣ୍ଡ ଥିବା ବସ୍ତୁର ଏକପାଖ ବା ମୁଣ୍ଡ — ୮. One end or face of a double-faced thing.

ମୃଦଙ୍ଗ ପୁଡ଼ା ବେନି ପଟରେ ପିଟିଲେ—କୃଷ୍ଣସିଂହ. ମହାଭାରତ. ବନ

ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

୧. ଓଳିଆ — ୧. A packet of grains enclosed inside crushed straw.
୨. (ବାଲେଶ୍ୱର) ପୋଡ଼ା (ଦେଖ) - —୨. Poṟḍ̠ā (See)