ପୁରୁଷ

ଉଇକିଅଭିଧାନ‌ରୁ

ପୁରୁଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ= ପୂରଣ କରିବା+ କର୍ତ୍ତୃ. ଅ; ଯେ ଅନ୍ୟର ଅଭାବକୁ ବା ଶରୀରକୁ ପୂର୍ଣ୍ଣ କରେ କିମ୍ୱା ପୁରୁ= ଦେହରେ+ ଶୀ ଧାତୁ+ କର୍ତ୍ତ. ଅ; ଅର୍ଥାତ୍ ଯେ ଦେହରେ ଶୟନ କରେ ବା ଥାଏ; ଅନ୍ୟ ସଂସ୍କୃତ - ଆକାର ଯେ ଦେହରେ ଶୟନ କରେ ବା ଥାଏ; ଅନ୍ୟ ସଂସ୍କୃତ - ଆକାର ପୁରୁଷ)[ସମ୍ପାଦନା]

୧. ମନୁଷ୍ୟ; ନର —୧. Man person.
୨. ପୁମାନ; ପୁଂଜାତି; ନରଜାତି — ୨. Human being; mankind.

[ଦ୍ରଷ୍ଟବ୍ୟ —ନରଜାତି ନର ଓ ନାରୀମାନଙ୍କର ସମଷ୍ଟି, ଅଣ୍ଡିରା ଓ ମାଈ ଉଭୟଙ୍କଦ୍ୱାରା ନରଜାତି ଗଠିତ ହିନ୍ଦୁଶାସ୍ତ୍ର ଅନୁସାରେ ପୁରୁଷଙ୍କୁ ଚାରିଭାଗରେ ଓ ନାରୀଙ୍କୁ ଚାରିଜାତିରେ ବିଭକ୍ତ କରା ଯାଇଅଛି ଯଥା—ନରଜାତି:—୧. (ଶଶ)=ମୃଦୁସ୍ୱଭାବ, ରମଣୀୟ, ଗୁଣବାନ୍ ଓ ଧାର୍ମିକ ୨. (ମୃଗ)= ମଧୁରଭାଷୀ, ସୁଦେହ, ଭୀରୁ. ଗୁଣବାନ୍ ଓ ସତ୍ୟବାଦୀ ୩. (ବୃଷ)= ନତାଙ୍ଗ, ଶୀଘ୍ରକାମ ଓ ବଳବାନ୍ ୪. (ଅଶ୍ୱ)=ଦୀର୍ଘାଙ୍ଗ ଓ ପରାକ୍ରମୀ

ନାରୀଜାତି:—୧. (ପଦ୍ମିନୀ)=ପଦ୍ମଗନ୍ଧା, ସୁକୁମାରୀ, ପ୍ରେମଶୀଳା, କୋମଳଭାଷିଣୀ, କ୍ଷୀଣଦେହା, ଧାର୍ମିକ ଓ ସ୍ୱାମୀଭକ୍ତା ୨ (ଚିତ୍ରଣୀ)— ସୁନ୍ଦରୀ, ତରଳମତି ଓ ସ୍ନେହଶୀଳାଷ ୩. (ଶଙ୍ଖିନୀ)=ଦୀର୍ଘକାୟା, ଦୀର୍ଘକେଶା, ନାତିସ୍ଥୂଳା, ନାତିକୃଶା, ଚଞ୍ଚଳମତି, କ୍ରୋଧସ୍ୱଭାବ ଓ ରତିସସମୂତ୍ସୁକା ୪. (ହସ୍ତିନୀ)= ବୃହଦ୍ଦେହା, ନିଷ୍ଠୁରସ୍ୱଭାବ ଓ କାମୁକା

ନରଜାତିର ୧ମ, ୨ୟ, ୩ୟ ଓ୪ର୍ଥ ଜାତି ଯଥାକ୍ରମେ ନାରୀ— ଜାତିର୧ମା,୨ୟା,୩ୟା ଓ୪ର୍ଥୀ ଶ୍ରେଣୀର ସ୍ୱୀ ପ୍ରତି ଯୋଗ୍ୟ ବର ବୋଲି ଶାସ୍ତ୍ରରେ ବର୍ଣ୍ଣିତ]

୩. ଅଣ୍ଡିରିପୁଅ; ଅଣ୍ଡିରା ଜୀବ —୩. Male being.
୪. ଜଣ; ବ୍ୟକ୍ତି —୪. Individual.
୫. ପରମାଣୁ —୫. Atom.
୬. (ପୁର= ଶରୀର+ ବସ୍ ଧାତୁ=ବାସ କରିବା+ଅ) ଆତ୍ମା — ୬. The soul.
୭. ବିଷ୍ଣୁ; ଈଶ୍ୱର; ଆଦିପୁରୁଷ —୭. God Bishṇu.
୮. ବ୍ରହ୍ମା —୮. Brahmā.
୯. ଜୀବନ —୯. Life.
୧. ପରଂବ୍ରହ୍ମ; ପରମାତ୍ମା —୧୦. The Universal Soul; the divine spirit or essence of the universe.
୧୧. ବନ୍ଧୁ —୧୧. Friend.
୧୨. (ବ୍ୟାକରଣ) କ୍ରିୟା ବା ବିଶେଷ୍ୟ ପଦର ବ୍ୟକ୍ତିତ୍ୱ ପରିଚୟ — ୧୨. (grammer) The person; the distinguishing quality of a noun or vwerb.

[ଦ୍ରଷ୍ଟବ୍ୟ —ଓଡ଼ିଆ ବ୍ୟାକରଣରେ ଇଂରାଜି ବ୍ୟାକରଣ ଅନୁକରଣରେ ପ୍ରଥମ ପୁରୁଷ 'ମୁଁ' ଦ୍ୱିତୀୟ ପୁରୁଷ 'ତୁମ୍ଭେ' ଓ ତୃତୀୟ ପୁରୁଷ 'ସେ'; ସଂସ୍କୃତ ବ୍ୟାକରଣରେ 'ଆମ୍ଭେ' ଉତ୍ତମ ପୁରୁଷ, 'ତୁମ୍ଭେ' ମଧ୍ୟମ ପୁରୁଷ ଓ 'ସେ' ପ୍ରଥମ ପୁରୁଷ ଅଟେ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୁନ୍ନାଗ (ଦେଖ) - —୧. Punnāga (See)

ବିସ୍ପରଣ କରସଙ୍ଗ ପୟୋଧର ଫଳତୁଙ୍ଗ ପୁରୁଷ ପ୍ରକାଶି ରଞ୍ଜନକୁ— ଭଞ୍ଜ. ବୈଦେହୀଶବିଳାସ

୨. ଜଣେ ମନୁଷ୍ୟର ଜୀବନକାଳ — ୨. The life-time of a man.

ଚଷା ହୁଡ଼ିଲେ ବରଷେ, ମଣିଷ ହୁଡିଲେ ପୁରୁଷେ ଢ଼ଗ

୩. କ୍ରମାଗତ ବଂଶଧର ମଧ୍ୟରୁ ଜଣେ —୩. Generation; successive generation generation in a family.

ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ସତ ତିରାୟୁ ତା କରେ— ଭଞ୍ଜ. ବୈଦେହୀଶିଳାସ

୪. ଉପରକୁ ହାତ ଟେକି ଠିଆ ହେବା ପୁରୁଷର ଉଚ୍ଚତା ପ୍ରମାଣ; ୪/?/: ହାତ —୪. A height of one person.


with the arms raised up; about sevan feet.

(ଯଥା—ଏ ପୋଖରୀରେ ଚାରି ପୁରୁଷ ପାଣି ଅଛି)



ପୁରୁଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ପୁର ଧାତୁ=(ପୃଥିବୀକୁ) ପୂର୍ଣ୍ଣ କରିବା+କର୍ତ୍ତୃ. ଉଷ][ସମ୍ପାଦନା]

୧. ପୁରୁଷ (ଦେଖ) - ୧. Purusa (See).
୨. ଆତ୍ମା (ହିନ୍ଦୀ - ଶ) —୨. The soul.