Jump to content

ପେନ୍ଦି

ଉଇକିଅଭିଧାନ‌ରୁ

ପେନ୍ଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଣ୍ଡ)

[ସମ୍ପାଦନା]
୧. ଗେଣ୍ଡୁ; କଂସା, ଗିନା, ବୋତଲ ଆଦିର ତଳେ ଭିତର ପାଖକୁ ପଶିଯାଇ ଥିବା ଗାଣ୍ଡି — ୧. A hollow or deperssion at the bottom of a pot, dish or bottle.
୨. ଛାଞ୍ଚରେ କାଦୁଅ ପୂରାଯାଇ ଗଢ଼ା ହେବା କଞ୍ଚା ଇଟାର ତଳ ପାଖରେ ଲାଗି ରହିଥିବା ବହକା ମାଟି — ୨. The earth bulging out at the bottom side of a brick prepared in the mould.
୩. କାକୁଡ଼ି ଫଳର ଭୁଣ୍ଡି ପାଖେ ଥିବା ପିତାଳିଆ ଅଂଶ — ୩. The part of a cucumber fruit just near its stem, which tastes bitter.

କାକୁଡ଼ି ଖାଇ ପେନ୍ଦିରେ କଡ଼ୁଆ ଢଗ

୪. ତୁମ୍ୱ ବାଣର ଯେଉଁ ସଂକୀର୍ଣ୍ଣ ମୁହଁରେ ନିଆଁଧରାଇ ଦିଆଯାଏ — ୪. The hole of a Tumba fire work which is ignited.
୫. ପେନ୍ଦ (ଦେଖ) - —୫. Penda (See)
୬. ଗିନା ଆଦିର ବଇଠି —୬. The pedestal of a cup.