ପ୍ରାଣ

ଉଇକିଅଭିଧାନ‌ରୁ

ପ୍ରାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ)[ସମ୍ପାଦନା]

୧. ହୃଦୟସ୍ଥ ପଞ୍ଚବାୟୁ ମଧ୍ୟରୁ ଏକତମ — ୧. One of the ୫ airs in the body.

[ ଦ୍ର—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ପଞ୍ଚବାୟୁ ନାମରେ ଖ୍ୟାତ ]

୨. ନିଃଶ୍ୱାସ —୨. Inhaled breath.
୩. ଜୀବନ; ଚୈତନ୍ୟ — ୩. Life. vitality; spirit.
୪. ପ୍ରାଣର ଅତ୍ୟାବଶ୍ୟକ ଅଙ୍ଗ — ୪. A vital organ.
୫. ବଳ; ଶକ୍ତି —୫. Strength; power.
୬. ସାର —୬. Essence; vital element.
୭. ବ୍ରହ୍ମା —୭. Brahmā
୮. ବାୟୁ —୮. Wind; air.
୯. ଦୀର୍ଘୋଚ୍ଚାରଣ —୯. Aspiration in the articulation of letters.
୧. ଆପଣାର ପ୍ରାଣ ପରି ସ୍ନେହପାତ୍ର — ୧୦. One's beloved object.
୧୧. ଶରୀରସ୍ଥ ୫ ପ୍ରକାର ପ୍ରାଣବାୟୁ; ପଞ୍ଚପ୍ରାଣ — ୧୧. The five vital airs of the system.

(ଯଥା—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ—ହିନ୍ଦୀ - ଶ)

୧୨. ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ଏହି ପଞ୍ଚ ମୁଖ୍ୟ ବାୟୁ ଓ ନାଗ, କୂର୍ମ, କୃକିଳ (ବା କୁକର), ଦେବଦତ୍ତ ଓ ଧନଞ୍ଜୟ ଶରୀରସ୍ଥ ଏହି ଦଶ ବାୟୁ (ହିନ୍ଦୀ - ଶବ୍ଦସାଗର) — ୧୨. The airs existing inside the human body.
୧୩. ଶ୍ୱାସ —୧୩. Breath; respiration.
୧୪. (ଜ୍ୟୋତିଷ) ଦଶଟା ଦୀର୍ଘ ମାତ୍ରା ଉଚ୍ଚାରିତ ହେବାର କାଳ (ହିନ୍ଦୀ - ଶ) —୧୪. (astronomy) The length of time occupied by the pronunciation of ୧୦ long vowels.
୧୫. (ଛାନ୍ଦୋଗ୍ୟ ବ୍ରାହ୍ମଣ) ପ୍ରାଣ, ବାକ୍, ଚକ୍ଷୁଃ, ଶ୍ରୋତ୍ର ଓ ମନଃ (ହିନ୍ଦୀ - ଶ) —୧୫ (chhāndogya) Life, speech eye, ear and mind taken together.
୧୬. ବିଷ୍ଣୁ —୧୬. Bishṇu.
୧୭. ଅଗ୍ନି (ହିନ୍ଦୀ - ଶ) —୧୭. Fire.
୧୮. 'ୟ'କାର ବର୍ଣ୍ଣ (ହିନ୍ଦୀ - ଶ) —୧୮. The letter 'ya'.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ପୂରିତ (ପ୍ରକୃତିବାଦ) —Filled up.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆନ୍ତରିକତା —୧. Heartiness; sincerity.
୨. ତେଜଃ —୨. Vigour.
୩. ହୃଦୟ; ମନ —୩. Heart. mind.