ବଜ୍ର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଚଡ଼କ କୁଳିଶ; ଅଶନି; ଚଡ଼ଚଡି
  • ଇନ୍ଦ୍ରଙ୍କ ଲୌହମୟ ପ୍ରଧାନ ଅସ୍ତ୍ର
  • ବଜ୍ରର ଆଘାତ ପରି ଦାରୁଣ ଆଘାତ
  • ଦେବତା ମାନଙ୍କର ଆଠ ପ୍ରକାର ଅସ୍ତ୍ର; ଅଷ୍ଟବଜ୍ର
  • ହୀରକ; ହୀରା
  • ମର୍ମଭେଦୀ ତିରସ୍କାର
  • ମଣିଆଦି ବିଦ୍ଧ କରାଯିବା ହୀରକର ସୂଚୀ
  • ମନୁଷ୍ୟର ଦେହରେ ଦେଖାଯିବା ବଜ୍ରାକୃତି ଚିହ୍
  • ବିଷ୍କୁମ୍ଭାଦି ୨୭ ଯୋଗ ମଧ୍ୟରୁ ଏକତମ
  • ଶ୍ରୀକୃଷ୍ଣଙ୍କ ପ୍ରପୌତ୍ର ଓ ଅନିରୁଦ୍ଧଙ୍କ ପୁତ୍ର
  • କୁଶ
  • ଶିଶୁ
  • ଛାତ୍ର
  • ଅମ୍ଳ
  • ଅଲାବୁ
  • ଆକସ୍ମିକ ଭୟଙ୍କର ବିପଦ
  • ବିଦ୍ୟୁତ୍; ବିଜୁଳି
  • ବଜ୍ରଲୌହ
  • ଭାଲି; ବରଛା
  • ଯେଉଁ ଖୁଣ୍ଟର ମଧ୍ୟ ଭାଗ ଅଷ୍ଟକୋଣ
  • ବିଷ୍ଣୁଙ୍କ ଚରଣ ତଳେ ଥିବା ଚିହ୍ନବିଶେଷ
  • ଅଭ୍ରକ
  • କୋକିଳାକ୍ଷ ଗୁଳ୍ମ
  • ଶ୍ଵେତ କୁଶ
  • କାଁଜି
  • ଧାତ୍ରୀ ଗୁଳ୍ମ
  • ସିଝୁଗଛ
  • ବିଶ୍ଵାମିତ୍ରଙ୍କର ଏକ ପୁତ୍ର
  • ବଜ୍ରପୁଷ୍ଟ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • କଠିନ
  • ବଜ୍ରାକୃତି
  • ଦରୁଣ
  • ଅସହ୍ୟ
  • ହୃଦୟଭେଦୀ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଦୁର୍ଜୟ
  • ଦୃଢ଼ ଓ ଚିରସ୍ଥାୟୀବଜ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଜ୍ ଧାତୁ= ଗମନ କରିବା+ କର୍ତ୍ତୃ. ର)[ସମ୍ପାଦନା]

୧. ଚଡ଼କ କୁଳିଶି; ଅଶନି; ଚଡ଼ଚଡ଼ି —୧. Thunderbolt.
୨. ଇନ୍ଦ୍ରଙ୍କ ଲୌହମୟ ପ୍ରଧାନ ଅସ୍ତ୍ର —୨. The weapon of Indra (the rain-God).

[ଦ୍ରଷ୍ଟବ୍ୟ —ଋଗ୍ୱେଦରେ ଉଲ୍ଲେଖ ହୋଇଅଛି ଯେ, ଦଧିଚି ଋଷିଙ୍କ ହାଡ଼ରେ ଇନ୍ଦ୍ର ରାକ୍ଷସମାନଙ୍କର ଧ୍ୱଂସ କଲେ ଐତରୀୟ ବ୍ରାହ୍ମଣରେ ଲେଖାଅଛି ଯେ ଦଧିଚି ଋଷି ବଞ୍ଚିଥିବା ଯାକେ ଅସୁରମାନେ ତାଙ୍କୁ ଦେଖି ପଳାଇ ଯାଉଥିଲେ ସେ ମଲା ପରେ ଅସୁରମାନେ ଉତ୍ଥାତ ଆରମ୍ଭ କଲେ ଇନ୍ଦ୍ର ତାଙ୍କ ଅସ୍ଥି ଖୋଜି ଖୋଜି ପୁଷ୍କର କ୍ଷେତ୍ରରେ ତାଙ୍କ ମୁଣ୍ଡର ଅସ୍ଥି ପାଇଲେ; ତହିଁରେ ଇନ୍ଦ୍ର ବଜ୍ର ତିଆରି କରି ଅସୁରମାନଙ୍କୁ ସଂହାର କଲେ ଭାଗବତରେ ଲେଖାଅଛି ଯେ, ବୃତ୍ରାସୁରକୁ ବଧ କରିବା ପାଇଁ ଇନ୍ଦ୍ର ଦଧିଚିଙ୍କଦ୍ୱାରା ବଜ୍ର ତିଆରି କରାଇଥିଲେ ମତ୍ସ୍ୟ ପୁରାଣରେ ଲେଖାଅଛି ଯେ, ଯେତେବେଳେ ବିଶ୍ୱକର୍ମା ଭ୍ରମ ଯନ୍ତ୍ର (ଶାଣ ଚକ)ରେ ସୂର୍ଯ୍ୟଙ୍କୁ ଚଢ଼ାଇ ତାଙ୍କ ତେଜ କମାଇଲେ, ସେତିକି— ବେଳେ ସୂର୍ଯ୍ଯ୍ୟଙ୍କ ଦେହରୁ ତେଜ ଛିଡ଼ିକି ଯାଇ ସେଥିରୁ ବିଷ୍ଣୁଙ୍କ ଚକ୍ର, ଶିବଙ୍କ ତ୍ରିଶୂଳ ଓ ଇନ୍ଦ୍ରଙ୍କ ବଜ୍ର ହେଲା ଏହିପରି ଭିନ୍ନ ଭିନ୍ନ ପୁରାଣ— ମାନଙ୍କରେ ବଜ୍ରର ଉତ୍ପତ୍ତି ସମ୍ୱନ୍ଧେ ଭିନ୍ନ ଭିନ୍ନ ଆଖ୍ୟାୟିକା ଅଛି ବୈଦିକ ନିର୍ଘଣ୍ଟୁରେ ବଜ୍ରର ଅନ୍ୟ ନାମ ବିଦ୍ୟୁତ, ନେମି, ହେତି, ନମ, ସୃକ, ବୃକ, ବଧ, ଅର୍କ, କୁତ୍ସ—ହିନ୍ଦୀ - ଶ ଆଧୁନିକ ଲେଖାରେ କୌଣସି ଅଂଶ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ, ଦିଆଯିବା /?/ ଚିହ୍ନକୁ ବଜ୍ରଚିହ୍ନ ବୋଲାଯାଏ]

୩. ବଜ୍ରର ଆଘାତ ପରି ଦାରୁଣ ଆଘାତ — ୩. A hard stroke like that of thunder.
୪. ଦେବତା ମାନଙ୍କରେ ଆଠ ପ୍ରକାର ଅସ୍ତ୍ର; ଅଷ୍ଟବଜ୍ର — ୪. Eight different weapons of different gods.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଦେବତା ଭିନ୍ନ ଭିନ୍ନ ପ୍ରକାର ଅସ୍ତ୍ର ବ୍ୟବହାର କରନ୍ତି; ଯଥା—ବିଷ୍ଣୁଙ୍କର ଚକ୍ର ଶିବଙ୍କର ତ୍ରିଶୂଳ, ବରୁଣଙ୍କର ପାଶ, ବ୍ରହ୍ମାଙ୍କର ଅକ୍ଷ, ଯମଙ୍କର ଦଣ୍ଡ, ଇନ୍ଦ୍ରଙ୍କର କୁଳିଶ ବା ବଜ୍ର,

କାର୍ତ୍ତିକେୟଙ୍କର ଶକ୍ତି ଓ କାଳୀଙ୍କର ଖଡ୍ଡ ଭାରତ ଆକ୍ରମଣକାରୀ ଗ୍ରୀକ୍ୱୀର ସିକନ୍ଦରଙ୍କ ସମସାମୟିକ ଗ୍ରୀକ୍ ଐତିହାସିକ ଫିଲାଷ୍ଟେଟସ୍ ଲେଖିଯାଇ ଅଛନ୍ତି ଯେ ଭାରତୀୟ ସୈନ୍ୟମାନେ ବିପକ୍ଷମାନଙ୍କୁ ଦୂରରୁ ବ୍ରଜ, ବିଦ୍ୟୁତ ଓ ଅଗ୍ନିମୟ ଘୂର୍ଣ୍ଣିବାୟୁଦ୍ୱାରା ଆକ୍ରମଣ କରି ଯୁଦ୍ଧ କରୁଥିଲେ—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ବଙ୍ଗଳା ଗୃହସ୍ଥ ପତ୍ରିକା ୧୩୨: ଆଶ୍ୱିନ] 

୫. ହୀରକ; ହୀରା —୫. Diamond.
୬. ମର୍ମଭେଦୀ ତିରସ୍କାର —୬. Heart-rending abuse.
୭. ମଣିଆଦି ବିଦ୍ଧି କରାଯିବା ହୀରକର ସୂଚୀ —୭. A gem-boring needle.
୮. (ସାମୁଦ୍ରିକ) ମନୁଷ୍ୟର ଦେହରେ ଦେଖାଯିବା ବଜ୍ରାକୃତି ଚିହ୍ନ —୮. (Palmistry) A sign in the human body resembling a thunder bolt.
୯. (ଜ୍ୟୋତିଷ) ବିଷ୍କୁମ୍ଭାଦି ୨୭: ଯୋଗ ମଧ୍ୟରୁ ଏକତମ — ୯. One of the ୨୭ conjunctions in astrology.

[ଦ୍ରଷ୍ଟବ୍ୟ —ଏ ଯୋଗର ପ୍ରଥମ ୯ ଦଣ୍ଡ ଅଶୁଭକର ଅଟେ]

୧. ଶ୍ରୀକୃଷ୍ଣଙ୍କ ପ୍ରପୌତ୍ର ଓ ଅନିରୁଦ୍ଧଙ୍କ ପୁତ୍ର —୧୦. The great geandson of Ṡrīkṛushṇa and son of Aniruddha.
୧୧. କୁଶ —୧୧. The Kuṡa grass.
୧୨. ଶିଶୁ —୧୨. Child.
୧୩. ଛାତ୍ର —୧୩. Student.
୧୪. ଅମ୍ଳ —୧୪. Acid.
୧୫. ଅଲାବୁ —୧୫. Pumpkin.
୧୬. ଆକସ୍ମିକ ଭୟଙ୍କର ବିପଦ —୧୬. Sudden and serious danger.
୧୭. ବିଦ୍ୟୁତ୍; ବିଜୁଳି—(ହିନ୍ଦୀ - ଶ.) —୧୭. Lightning.
୧୮. ବଜ୍ରଲୌହ (ଦେଖ) - (ହିନ୍ଦୀ - ଶ.) —୧୮. Bajra l&aline;&uline;ha (See).
୧୯. ଭାଲି; ବରଛା (ହିନ୍ଦୀ - ଶ.) —୧୯. Spear.
୨. (ବାୟୁ ବିଦ୍ୟା) ଯେଉଁ ଖୁଣ୍ଟର ମଧ୍ୟ ଭାଗ ଅଷ୍ଟକୋଣ (ହିନ୍ଦୀ - ଶ) ୨୦. (architecture) A pillar whose middle is octagonal.
୨୧. ବିଷ୍ଣୁଙ୍କ ଚରଣ ତଳେ ଥିବା ଚିହ୍ନବିଶେଷ— (ହିନ୍ଦୀ - ଶ.) — ୨୧. A particular mark appearing on the sole of Bishṇu.
୨୨. ଅଭ୍ରକ (ହିନ୍ଦୀ - ଶ.) —୨୨. Mica.
୨୩. କୋବିଳାକ୍ଷ ଗୁଳ୍ମ (ହିନ୍ଦୀ - ଶ.) —୨୩. Hygrophila Spinosa (plant).
୨୪. ଶ୍ୱେତ କୁଶ (ହିନ୍ଦୀ - ଶ.) —୨୪. White Kuṡa grass.
୨୫. କାଁଜି (ହିନ୍ଦୀ - ଶ.) —୨୫. Fermented rice-water.
୨୬. ଧାତ୍ରୀ ଗୁଳ୍ମ (ହିନ୍ଦୀ - ଶ.) —୨୬. Dhātrī plant (See)
୨୭. ସିଝୁଗଛ (ହିନ୍ଦୀ - ଶ) —୨୭. Euphorbia.
୨୮. ବିଶ୍ୱାମିତ୍ରଙ୍କର ଏକ ପୁତ୍ର (ହିନ୍ଦୀ - ଶ.) —Name of a son of Biṡwāmitra.
୨୯. ବଜ୍ରପୁଷ୍ପ (ଦେଖ) - —୨୯. Bajrapuspa (See)

ବିଣ—(ବଜ୍ ଧାତୁ+ କର୍ତ୍ତୃ. ର)[ସମ୍ପାଦନା]

୧. କଠିନ —୧. Hard.
୨. ବଜ୍ରାକୃତି —୨. Thunder-shaped.
୫. ଦାରୁଣ —୫. Terrible.
୩. ଅସହ୍ୟ —୩. Unbearable.
୪. ହୃଦୟଭେଦୀ —୪. Heart-rending.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଦୁର୍ଜୟ —୧. Invincible.

ବଜ୍ରତୁର୍ଗ ପ୍ରାୟ ସେମାନେ ବେଷ୍ଟିତ ହୋଇଛନ୍ତି ଅନୁକ୍ଷଣେ ଭଞ୍ଜ. ବୈଦେହୀଶବିଳାସ

୨. ଦୃଢ଼ ଓ ଚିରସ୍ଥାୟୀ —୩. Firm and lasting.

(ଯଥା—ତୋ କାଚ (ବା ଖଡ଼ୁ) ବଜ୍ର ହେଉ—ସଧବାଙ୍କ ପ୍ରତି ଅଶୀର୍ବାକ୍ୟ)