Jump to content

ବଞ୍ଚିବା

ଉଇକିଅଭିଧାନ‌ରୁ

ବଞ୍ଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବଞ୍ଚ୍ ଧାତୁ= ଗମନ କରିବା)[ସମ୍ପାଦନା]

୧. ଜୀଇଁବା; ଜୀବନଧାରଣ କରିବା; ଜୀବିତ ରହିବା; ବାସ କରିବା — ୧. To live; to survive.

ଚମ୍ପକାରଣ୍ୟେ ଏକ ଗତି ଯେ ବଞ୍ଚିଛି ସହସ୍ରେ ଗାଈ ଦାନ ଫଳ ସେ ପାଇଛି କୃଷ୍ଣସିଂହ. ମହାଭାରତ ବନ

୨. ବଳି ପଡ଼ିବା; ଉଦ୍ୱୃତ୍ତ ହେବା — ୨. To be outstanding; to remain over.
୩. କଷ୍ଟ ବା ବିପଦରୁ ରକ୍ଷା ପାଇବା — ୩. To be saved from danger.

ଅସୁର ପୁତ୍ର ପ୍ରହଲାଦ, ବଞ୍ଚିଲା ଅନେକ ପ୍ରମାଦ ଜଗନ୍ନାଥ. ଭାଗବତ

୪. (ଦିନ ବା କାଳ) ଯାପନ କରିବା; ଅତିବାହିତ କରିବବା, କ୍ଷେପଣ କରିବା —୪. To pass (time); to while away (time)

ବିଅର୍ଥେ ଦିନ ବଞ୍ଚୁ ଅଛି ମୋ ଧନ କବିସୂର୍ଯ୍ୟ. ରତ୍ନାକରଚମ୍ପୂ କ. ଗୀତ