ବର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନବବିବାହିତ ପୁରୁଷ
  • ଜୋଇଁ; ଜାମାତା
  • ଭର୍ତ୍ତା; ପତି; ସ୍ଵାମୀ
  • ବିବାହର୍ଥ ସ୍ଥିରୀକୃତ ପାତ୍ର
  • ଆଶିର୍ବାଦ
  • ଅଭୀଷ୍ଟ ଲାଭ ବା ପ୍ରାର୍ଥନାପୂରଣସୂଚକ ଆଶୀର୍ବାଦ ବା ପ୍ରତିଶ୍ରୁତି
  • ବାଳକ
  • ଜାଫ୍ରାନ; କୁଙ୍କୁମ
  • ଶିବ; ମହାଦେବ
  • ଦେବତା ଆଦିଙ୍କ ଆଶୀର୍ବାଦରୁ ଅଭୀଷ୍ଟ ପ୍ରାପ୍ତି ବା ମନୋରଥ ସିଦ୍ଧି
  • ଶିଡ୍ଗ; ଲମ୍ପଟ ବ୍ୟକ୍ତି; ରତହୀଣ୍ତକ
  • ଜାର; ଉପପତି
  • ଅସୁରବିଶେଷ
  • ବେଢିବା; ବେଷ୍ଟନ
  • ଛତାବରୀ; ଛତୌରୀ
  • ତ୍ଵକ୍; ଚମଡା
  • ଛାଲ; ବକଳ
  • ଆର୍ଦ୍ରକ; ଅଦା
  • ଗୁଗ୍ଗୁଳ
  • ଡାଳଚିନି
  • ସୈନ୍ଧବ ଲବଣ
  • ପିୟାଳଗଛ
  • ବକୁଳ ଗଛ
  • ହଳଦୀ
  • ବାୟା ଚଢେଇ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ପ୍ରବର; ଶ୍ରେଷ୍ଠ; ପ୍ରଧାନ; ଉତ୍କୃଷ୍ଟ
  • ଅଭୀଷ୍ଟ; ଇପସିତ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବଟବୃକ୍ଷ

ବିଶେଷଣ (ଦେଶଜ)[ସମ୍ପାଦନା]

  • ମହାନ୍; ଅତ୍ୟନ୍ତ

ବିଶେଷ୍ୟ (ଗ୍ରାମଜ)[ସମ୍ପାଦନା]

  • ବଳ
  • କ୍ଷମତାବର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବର—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବୃ ଧାତୁ=ବରଣ କରିବା+କର୍ମ. ଅ)[ସମ୍ପାଦନା]

୧. ପ୍ରବର; ଶ୍ରେଷ୍ଠ; ପ୍ରଧାନ; ଉତ୍କୃଷ୍ଟ —୧. Chief; best; excellent.

ବଜାଇ କମ୍ୱୃବର, ବାହୁଡ଼େ ତରତର—ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ଏହା ସାଧାରଣତଃ ଅନ୍ୟ ଶବ୍ଦ ସଙ୍ଗେ ସମାସରେ ବ୍ୟବହୃତ ହୁଏ; ଯଥା—ନୃପବର, ମିତ୍ରବର, ଯୋଷାବର, ବରପୁତ୍ର, ବରବର୍ଣ୍ଣିନୀ, ବରାଙ୍ଗ, ବରାରୋହା ଇତ୍ୟାଦି]

୨. ଅଭୀଷ୍ଟ; ଇପ୍ସିତ —୨. Wished for.
୩. ଅଳ୍ପ — ୩. Little.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ନବବିବାହିତ ପୁରୁଷ —୧. A newly married man.
୨. ଜୋଇଁ; ଜାମାତା —୨. Son-in -low.
୩. ଭର୍ତ୍ତା; ପତି; ସ୍ୱାମୀ —୩. Husband.

ବଧିଲେ ଦେବରବର ବରାରୋହା ମତେ ବର— ଭଞ୍ଜ. ବୈଦେହୀଶବିଳାସ

୪. ବିବାହାର୍ଥ ସ୍ଥିରୀକୃତ ପାତ୍ର —୪. Bridegroom elect.
୫. ଆଶୀର୍ବାଦ —୫. Blessing.
୬. ଅଭୀଷ୍ଟ ଲାଭ ବା ପ୍ରାର୍ଥନାପୂରଣସୂଚକ ଆଶୀର୍ବାଦ ବା ପ୍ରତିଶ୍ରୁତି —୬. Boon; blessing or promise for the fulfilment of one's wishes.

ପୂର୍ବେ କଠୋର ତପ କରି ବର ମାଗିଲେ ପୁତ୍ର ହରି—ଜଗନ୍ନାଥ, ଭାଗବତ

[ଦ୍ରଷ୍ଟବ୍ୟ —୧, ଦେବତାଙ୍କଦ୍ୱାରା ବା ଅଭୀଷ୍ଟପୂରଣ କରିବାକୁ ସମର୍ଥ ବ୍ୟକ୍ତିଙ୍କଦ୍ୱାରା ନିଜର ଅଭୀଷ୍ଟ ବା ମନୋରଥ ସିଦ୍ଧିକୁ ବର ବୋଲାଯାଏ, ଯଥା—ମୁଁ ପରମେଶ୍ୱରଙ୍କୁ 'ଭାଷାକୋଷ' ପୂରଣ ବର ମାଗୁଛି ୨. ଦେବତା ବା ଅଭୀଷ୍ଟପୂରକ ବ୍ୟକ୍ତିଙ୍କଠାରୁ ଆଶୁ ବା ଭବିଷ୍ୟତରେ ମନୋରଥ ସିଦ୍ଧିସୂଚକ ଯେଉଁ ଅଭୟବାଣୀ ବା ଆଶୀର୍ବାଦ ମିଳେ ତାକୁ ବର ବୋଲାଯାଏ, ଯଥା—ହେ ପରମେଶ୍ୱର ! ଭାଷାକୋଷର ପୂର୍ତ୍ତି ପାଇଁ ମୋତେ ମିଳୁ ୩. ପ୍ରାର୍ଥିତ ଅଭୀଷ୍ଟ ବା ମନୋରଥକୁ ମଧ୍ୟ ବର ବୋଲାଯାଏ]

୭. ବାଳକ —୭. Boy.
୮. ଜାଫ୍ରାନ; କୁଙ୍କୁମ — ୮. Saffron.
୯. ଶିବ; ମହାଦେବ —୯. Ṡiba.
୧. ଦେବତା ଆଦିଙ୍କ ଆଶୀର୍ବାଦରୁ ଅଭୀଷ୍ଟ ପ୍ରାପ୍ତି ବା ମନୋରଥ ସିଦ୍ଧି —୧୦. Fulfilment of one's wishes through Divine Grace.
୧୧. ଶିଡ୍ଗ; ଲମ୍ପଟ ବ୍ୟକ୍ତି; ରତହୀଣ୍ଡକ —୧୧. An adulterer; lecher.
୧୨. ଜାର; ଉପପତି —୧୨. Paramour; lover.
୧୩. ଅସୁରବିଶେଷ —୧୩. Name of a demon.
୧୪. ବେଢ଼ିବା; ବେଷ୍ଟନ —୧୪. Surrounding; encompassing.
୧୫. ଛତାବରୀ; ଛତୌରୀ —୧୫. Asparagns Racemosus.
୧୬. ତ୍ୱକ୍; ଚମଡ଼ା —୧୬. Skin.
୧୭. ଛାଲ; ବକଳ — ୧୭. Bark.
୧୮. ଆର୍ଦ୍ରକ; ଅଦା —୧୮. Ginger.
୧୯. ଗୁଗ୍ଗୁଳ (ହିନ୍ଦୀ - ଶ.) —୧୯. Bdellium.
୨. ଡାଳଚିନି (ହିନ୍ଦୀ - ଶ) —୨୦. Cinnamon.
୨୧. ସୈନ୍ଧବ ଲବଣ (ହିନ୍ଦୀ - ଶ.) —୨୧. Rocksalt.
୨୨. ପିୟାଳଦଛ (ହିନ୍ଦୀ - ଶ.) —୨୨. Buchanania Lati. folia (tree).
୨୩. ବକୁଳ ଗଛ (ହିନ୍ଦୀ - ଶ.) — ୨୩. Mimusops Elengi (tree).
୨୪. ହଳଦୀ (ହିନ୍ଦୀ - ଶ.) —୨୪. Turmeric.
୨୫. ବାୟା ଚଢ଼େଇ (ହିନ୍ଦୀ - ଶ.) —୨୫. The weaver bird.

ଅନୁବାଦ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବଟ)[ସମ୍ପାଦନା]

୧. ବଟବୃକ୍ଷ —୧. The banyan tree; Ficus Indica; ficus Bengalius.

[ଦ୍ରଷ୍ଟବ୍ୟ —ଏହା ପ୍ରସିଦ୍ଧ ବିସ୍ତୀର୍ଣ୍ଣଶାଖ ଅବରୋହବିଶିଷ୍ଟ ବୃହତ୍ ବୃକ୍ଷ ଏହା ଉଚ୍ଚତାରେ ୧ ଫୁଟ ଓ ପରିଧିରେ ଦୁଇ ହଜାର ବର୍ଗ ଗଜ ପର୍ଯ୍ୟନ୍ତ ବଢ଼େ ଏଥିର ସ୍କନ୍ଧରୁ ଓ ଶାଖାରୁ ଅବରୋହ (ଓହଳ)ମାନ ବାହାରି ତଳ


ଅନୁବାଦ[ସମ୍ପାଦନା]

ଆଡ଼କୁ ଲମ୍ୱି ଭୂମିରେ ସଂଲଗ୍ନ ହୁଏ ଏ ଗଛର ପଲ୍ଲବ କୋମଳ ଓ ଲୋମଶପୃଷ୍ଠ ଫଳଗୁଡ଼ିକ ଛୋଟ ବରକୋଳି ପରି ଗୋଲ ଓ ପାଚିଲେ ତୋଫା ନାଲିଆ ଦିଶେ ଫଳ ମଧ୍ୟସ୍ଥ ଅସଂଖ୍ୟ ବୀଜ ହଳଦିଆ ଓ ରେଣୁବତ୍ ଗୋଟିଏ ଫଳରେ ବହୁସହସ୍ର ବୀଜ ଥାଏ ଡିମ୍ୱିରି ଓ ଓସ୍ତପରି ଏହାର ଫଳରେ ଫୁଲ ଥାଏ ଏ ଫଳକୁ (ନିମ୍ୱ ଫଳ ପର) କୁଆମାନେ ଖାଇ ହଗିଲେ ସେହି ମଞ୍ଜିରୁ ଗଛ ଉଠେ ମଞ୍ଜିମାନ ପଥର ଦେଉଳ, କାନ୍ଥ, କୋଠା ଛାତ, ଅନ୍ୟ ବୃକ୍ଷ (ଯଥା—ତାଳ, ଖଜୁରୁ, ଆମ୍ୱ)ର କୋରଡ଼ରେ ପଡ଼ି ବା ଲାଗିରହି ବଡ଼ ବଡ଼ ଗଛ ଜନ୍ମେ ବରଗଛର ଚେର ଦେଉଳ, କୋଠା ଆଦିର କାନ୍ଥ ସନ୍ଧିକୁ ଭେଦ କରିବା ଓ ପଥର ଇଟା କାନ୍ଥକୁ ଫଟାଇବା ଦେଖାଯାଏ ଅନ୍ୟ ବୃକ୍ଷର କୋଟରରୁ ଗଛ ଉଠି ଗଛର ଚେର ଉକ୍ତ ଗଛକୁ ଚିପି କରି ମାରିପକାଏ ବରଗଛର ଡାଳ ନେଇ ପୋତିଲେ ତାହା ବଞ୍ଚି ଗଛ ହୁଏ

ଅତି କ୍ଷୁତ୍ର ବର ବୀଜରୁ ମହା ପ୍ରକାଣ୍ଡ ବୃକ୍ଷ ଜନ୍ମେ ଗୋଟିଏ ଗୋଟିଏ ଗଛର ବିସ୍ତୃତ ଡାଳମାନ ପ୍ରକାଣ୍ଡ ଭୂଖଣ୍ଡକୁ ଆବୃତ କରେ ଓ ଏଥିର ଲମ୍ୱ ଡାଳମାନଙ୍କରୁ ଓହଳମାନ ଭୂମିକୁ ଲାଗି ଉକ୍ତ ଡାଳମାନଙ୍କୁ ସମ୍ଭାଳି ଟେକି ଧରେ କାଳକ୍ରମେ ଉକ୍ତ ଓହଳମାନ ଗଛର ଗଣ୍ଡିରୂପେ ପରିଣତ ହୁଏ ଏ ଗଛ ପତ୍ରଗହଳି ଥିବାରୁ ଛାୟା ପାଇଁ ଲୋକେ ଏହାକୁ ହାଟ, ବାଟ ଓ ରାଜପଥ ପାଖରେ ଲଗାନ୍ତି ହିନ୍ଦୁମାନେ ଏ ଗଛକୁ ପୂଜା କରନ୍ତି ଏହାର ପତ୍ର ବସନ୍ତକାଳରେ ଝଡ଼ି ପଡ଼େ, ପୁଣି ନୂଆ ପତ୍ର କଅଁଳେ ଲୋକେ ବର ଓ ଅଶ୍ୱତ୍ଥ ଗଛକୁ ଏକ ସଙ୍ଗରେ ଲଗାଇ ବର ଗଛକୁ କନ୍ୟା ଓ ଅଶ୍ୱତ୍ଥ ଗଛକୁ ବର କଳ୍ପନା କରି ବିଭା କରାନ୍ତି ଓ ହିନ୍ଦୁମାନେ ଏହି ବର ଓସ୍ତ ବିଭାକୁ ଧର୍ମ କାର୍ଯ୍ୟ ବୋଲି ଗଣନା କରନ୍ତି; କିନ୍ତୁ ଛାୟାଦାନ ପାଇଁ ବର ଓ ଓସ୍ତ ଗଛ ଲଗାଇବା ଏଥିର ମୌଳିକ ଉଦ୍ଦେଶ୍ୟ ବର— ଅଠା ଔଷଧରେ ଲାଗେ ବର ଡାଳକୁ ହାତୀ ଖାଆନ୍ତି ଓ ବରକାଠ ଜାଳ ହୁଏ ଗରିବ ଲୋକମାନେ ବର ଡାଳରେ ଘରର ଖୁଣ୍ଟ କରନ୍ତି ବରଗଛ ବହୁକାଳ ବଞ୍ଚେ ବିଶେଷ ବିଶେଷ ବରଗଛକୁ ଲୋକମାନେ ଭିନ୍ନଭିନ୍ନ ସ୍ଥାନୀୟ ନାମରେ ଡାକନ୍ତି ଯଥା— କାଉଁରୀ ବର, ଫାସିଦିଆ ବର, ଯୋଗିଆ ବର, ବିଚାର ବର ଇତ୍ୟାଦି ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତବୀର୍ଯ୍ୟ, ଗୁରୁ, ଧାରକ, ବର୍ଣ୍ଣ ପ୍ରସାଦକ ଓ କଷାୟ ରସ ଓ କଫ, ପିତ୍ତ, ବ୍ରଣ, ଦାହ, ତୃଷ୍ଣା, ମେହ ଓ ଯୋନିଦୋଷନାଶକ ଏକ ପ୍ରକାର ବରଗଛର ଡାଳମାନ ଲଟା ପରି କଅଁଳ ଓ ଡାଳର ଅଗମାନ ନଇଁ ପଡ଼ି ଥାଏ ବର ଜାତୀୟ ଏକ ପ୍ରକାର ଗଛର ଅଠାରୁ ରବର୍ ହୁଏ]

ଦେଶଜ - ବିଣରବିଶେଷଣ -[ସମ୍ପାଦନା]

ମହାନ୍; ଅତ୍ୟନ୍ତ — Very; very much.

ବର ଉନ୍ନତ ଉନ୍ନତ ଉପମା ବିହୀନ ବିହିତ କରିଛି କହି କକୁଭ ବଚନ—ଭଞ୍ଜ. ବୈଦେହୀଶବିଳାସ

ଗ୍ରାମ୍ୟ - ବିଶେଷ୍ୟ -(ବାଉରି କଣ୍ଡରା ଆଦି ନୀଚ ଜାତିଙ୍କ ଉଚ୍ଚାରଣ ଦୋଷରୁ ଳ ସ୍ଥାନରେ ର ଉଚ୍ଚାରଣ)[ସମ୍ପାଦନା]

୧. ବଳ — ୧. Strength.
୨. କ୍ଷମତା —୨. Power.

ସଂସ୍କୃତ - ପ୍ରତ୍ୟୟ (ସଂସ୍କୃତ - ବରଟ୍)[ସମ୍ପାଦନା]

ବିଶିଷ୍ଟାର୍ଥ ଓ ଅତ୍ୟନ୍ତାର୍ଥବୋଧକ ପ୍ରତ୍ୟୟ —(meaning) A suffix; greatly.

(ଯଥା—ଭାସ୍ୱର, ଜିତ୍ୱର)