ବସେଇବା

ଉଇକିଅଭିଧାନ‌ରୁ

ବସେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଉପପୂର୍ବକ ବିଶ୍ ଧାତୁ=ଉପବେଶନ କରିବା; 'ବସିବା'ର ଣିଜନ୍ତ ରୂପ)[ସମ୍ପାଦନା]

୧. କୌଣସି ବ୍ୟକ୍ତିକୁ କୌଣସି ସ୍ଥାନରେ ଉପବେଶନ କରାଇବା —୧. To cause one to sit.

(ଯଥା—ତାଙ୍କୁ ନେଇ ସଭାରେ ବସାଅଁ)

୨. କୌଣସି ସ୍ଥାନରେ ନୂତନ ଗ୍ରାମ, ନଗର, ଦୋକାନ, ହାଟ ଆଦି ସ୍ଥାପିତ କରିବା; ପ୍ରତିଷ୍ଠିତ କରିବା —୧. To establish (a new village etc, at a place); to start; to set up; to found.

ଗ୍ରାମ ବସାଇ ନିଜ ନାମେ ରହିଲା ଚମ୍ପାପୁରୀ ଗ୍ରାମେ ଜଗନ୍ନାଥ. ଭଗବତ

୩. କୌଣସିଠାରେ କୌଣସି ବସ୍ତୁକୁ ସ୍ଥିର ବା ଦୃଢ଼ ଭାବରେ ରଖିବା —୩. To set a thing firmly.

ଛାଗଳ ଶିର ତାର କନ୍ଧେ ବସାଅ ମନ୍ତ୍ର ଅନ୍ନ ବନ୍ଧେ ଜଗନ୍ନାଥ. ଭାଗବତ

୪. ଅଳଙ୍କାରାଦିରେ ରତ୍ନ ଆଦି ଖଚିତ କରିବା —୪. To set gems etc on ornaments.

(ଯଥା—ଏ ମୁଦିରେ ଖଣ୍ଡେ ହୀରା ବସାଇବି)

ଅନୁବାଦ[ସମ୍ପାଦନା]

୫. ଘନୀଭୂତ କରାଇବା; ଜମାଇବା —୫. To cause a liquid to co-agulate; to solidify.

(ଯଥା—ଏ ଘିଅକୁ କାକରରେ ରଖି ବସାଅ)

୬. ସନ୍ନିବେଶିତ କରିବା; ରଖିବା; ସ୍ଥାପନ କରିବା; ଥୋଇବା — ୬. To put; to place; to lay down.

(ଯଥା—ଚୁଲି ଉପରେ ହାଣ୍ଡି ବସାଅ)

ଅନୁବାଦ[ସମ୍ପାଦନା]

୭. ହୁଗୁଳା ଜିନିସକୁ ଟାଣ କରି ପୋତିବା; ଦୃଢ଼ୀଭୂତ କରିବା — ୭. To strengthen a loose thing; to drive a thing firmly to the ground.

(ଯଥା—ଏ ଖୁଣ୍ଟକୁ ନ ବସାଇଲେ ଏହା ଛାତକୁ ସମ୍ଭାଳିବ ନାହିଁ)

ଅନୁବାଦ[ସମ୍ପାଦନା]

୮. କର ଆଦି ଧାର୍ଯ୍ୟ କରିବା —୮. To assess.

(ଯଥା—ରାଜା ପ୍ରଜାଙ୍କ ଉପରେ ଘର ପିଛା ତିନି ଅଣା ଟିକସ ବସାଇଲେ)

ଅନୁବାଦ[ସମ୍ପାଦନା]

୯. ନିକମା କରିବା; ନିଷ୍କର୍କା ହୋଇ ବସି ରହିବାକୁ ବାଧ୍ୟ କରିବା —୯. To cause one to sit idle.

(ଯଥା—ମତେ ଏପରି ୩ ଦିନ ହେଲା ବସାଇ ହଇରାଣ କରୁଛ କାହିଁକି?)


୧. ଗ୍ରଥନ କରିବା; ସଜ୍ୱିତ କରିବା; ସଜାଇବା —୧୦. To arrange; to lay out (as a layer of brick).

(ଯଥା—ପୋଖରୀ ପାହାଚରେ କାରିଗର ପଥରଗୁଡ଼ିକ ଅତି ସୂନ୍ଦର କରି ବସାଇଛି)

୧୧. ମୁଦ୍ରିତ କରିବା; ଛାପ ମାରିବା —୧୧. To stamp; to put a mark.

(ଯଥା—ଏ ହୁକୁମନାମାରେ ରାଣୀଙ୍କ ମୋହର ବସାଅ)

ଅନୁବାଦ[ସମ୍ପାଦନା]

୧୨. (ବେତ୍ରାଦିଦ୍ୱାରା) ଚିହ୍ନ ରହିବା ଭଳି ଆଘାତ କରିବା; ପ୍ରହାର କରିବା; ମାରିବା; ଲଗାଇବା —୧୨. To flog or beat; to give a blow with.

ଅନୁବାଦ[ସମ୍ପାଦନା]

୧୩. (ସଭା ବା ପଞ୍ଚାୟତ ଆଦି) ବସିବାର ବ୍ୟବସ୍ଥା କରିବା ୧୩. To bring about the sitting of a Pan̄chāyet of one's caste people.

(ଯଥା—ସେ ଏ କଥାରେ ଜାତିଆଣ ସଭା ବସାଇବ)



ବସେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ବସାଇବା (ଦେଖ) - — Basāibā (See)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ବାଳିକାର ପ୍ରଥମେ ରଜସ୍ୱଳଆ ହେବା ଉପଲକ୍ଷେ ସମ୍ପାଦିତ ଉତ୍ସବବିଶେଷ —A ceremony performed in connection with a girl being menstruated for the first time.

[ଦ୍ରଷ୍ଟବ୍ୟ —କୌଣସି ବାଳିକା ଋତୁମତୀ ହେଲେ ତା ଶାଶୁଘରୁ ଦୁଇ ଚାରି ଜଣ ଅହ୍ୟ ସ୍ତ୍ରୀ ନିଆ ଖଦି, ହଳଦୀ, ସିନ୍ଦୁର ପ୍ରଭୂତି ସାଙ୍ଗରେ ଆଣି ଆସନ୍ତି ଗୋଟିଏ ଘରେ ନୁଆଁ ଧାନ, ବିରି ପ୍ରଭୃତିରେ କୋଠି କଟାଯାଇ ସେହି କୋଠି ମଧ୍ୟରେ ନବଯୁବତୀକୁ ବସାଇ ଦିଆଯାଏ ଏବଂ ସଙ୍ଗେ ସଙ୍ଗେ ପୁଆଣି ବା ଆଶୀର୍ବାଦ ଘର କେଉଁ ଦିନ ହେବ ସ୍ଥିର କରାଯାଏ ସାଧାରଣତଃ ଏହି 'ବସେଇବା'ର ସପ୍ତମଦିବସରେ ସାତପୁଣିଆ ବା ଆଶୀର୍ବାଦ ଘର ହୁଏ କୌଣସି ଅସୁବିଧା ଥିଲେ କନ୍ୟା ପିତା ବା ଅଭିଭାବକ ଏହି ସମୟରେ ପ୍ରସ୍ତାବ ପକାଇ କନ୍ୟାକୁ ଶାଶୁଘରକୁ ପଠାଇବା ପାଇଁ ଛଅମାସ ବା ବର୍ଷେ ସମୟ ନିଅନ୍ତି]