ବାଦାମ

ଉଇକିଅଭିଧାନ‌ରୁ

ବାଦାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ବାଦାମ; ତୁଳ. ସଂସ୍କୃତ - ବାତାଦ; ବାତାମ)[ସମ୍ପାଦନା]

୧. ତୈଳପ୍ରଦ ଫଳ ବୃକ୍ଷ ବିଶେଷ; କାବୁଲୀ ବାଦାମ — ୧. Almond; prunus Amygdalus; sweet almond.

[ଦ୍ରଷ୍ଟବ୍ୟ —ଏହା ଭାରତର ଉତ୍ତର ପଶ୍ଚିମ ପ୍ରାନ୍ତ ଓ ଆଫଗାନୀ ସ୍ଥାନର ବୃକ୍ଷ ବିଶେଷର ଫଳ ମଧ୍ୟସ୍ଥ ତୈଳମୟ ବୀଜ ଏହି ଫଳ ଉଫରେ କଠିଣ ଚୋପା ଥାଏ ଏବଂ ଭିତରେ ସୁଖାଦ୍ୟ ମଜ୍ଜା (ଶସ) ଥାଏ ଏହା କାବୁଲିମାନେ ବିକ୍ରୟ କରନ୍ତି ବୈଦ୍ୟକ ଶାସ୍ତ୍ର ମତରେ ଏହା ଉଷ୍ଣବୀର୍ଯ୍ୟ, ସ୍ନିଗ୍ଧ, ବାୟୁନାଶକ, ଶୁକ୍ରବର୍ଦ୍ଧକ

ଓ ଗୁରୁ; ବାଦାମ ମଞ୍ଜିର ମଜ୍ଜା ବା ଶସ ମଧୁର ରସ, ଶୁକ୍ରବଦ୍ଧକ, ପୁତ୍ତଘ୍ନ, ବାୟୁନାଶକ ଓ କଫକାରକ ବାଦାମ ମଞ୍ଜିର ଶସକୁ ସାମାନ୍ୟ ମରିଚ ସଙ୍ଗେ ବାଟି ମିଶ୍ରିପଣା ସଙ୍ଗେ ପିଇଲେ ବହୁକାଲର କୋଷ୍ଠବଦ୍ଧ ରୋଗ ଦୂର ହୁଏ ] 

୨. ହରୀତକ୍ୟାଦି ବର୍ବର ବୃକ୍ଷବିଶେଷ; ଦେଶୀ ବାଦାମ — ୨. Indian almond; Terminalia Catapha.

[ଦ୍ରଷ୍ଟବ୍ୟ — ଏହା ପ୍ରଥମେ ଆଣ୍ଡାମାନ ଦ୍ୱୀପରୁ ଓଏ ଦେଶକୁ ଆନୀତ ହୋଇଥିଲା ଏହାର ପତ୍ର ଝଡ଼ିପଡ଼ିବା ପୂର୍ବରୁ ତୋଫା ନାଲିରଙ୍ଗ ହୁଏ ଏ ଗଛର ଶାଖା ଗଛର ଗଣ୍ଡି ଚାରିପାଖେ ଆବର୍ତ୍ତାକାର ହୋଇ ବାହାରେ ଏ ଫଳ ଆଡ଼ମ୍ୱରପରି କିନ୍ତୁ ଅଖାଦ୍ୟ ଏହାର ମଞି ଭିତରର ପତଳା ଶସ ତୈଳପ୍ରଦ ସେରେ ଶସରୁ ଅଧସେଚେ ତେଲ ବାହାରେ ଏହାକୁ ବିଲାତ ବା ଦେଶୀବାଦାମ ବୋଲି ସାଧାରଣ ଲୋକେ କହନ୍ତି ଲୋକେ ଏହି ବାଦାମ ତେଲକୁ ଘିଅ ଓ ତେଲ ସଙ୍ଗେ ମିଶାଇ ବଜାରରେ ବିକନ୍ତି ]

୩. ବାଜାଆମ୍ୱ (ଦେଖ) - —୩. Bājā-āmba (See).

ପ୍ରାଦେଶିକ - (ବାମଣ୍ଡ) ବିଶେଷ୍ୟ -[ସମ୍ପାଦନା]

ପିଜୁଳି —Guava.