Jump to content

ବାସ

ଉଇକିଅଭିଧାନ‌ରୁ

ବାସ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ=ବାସ କରିବା+ଅଧିକରଣ. ଅ)

[ସମ୍ପାଦନା]
୧. ବସତି ସ୍ଥାନ; ଆବାସ —୨. Residence.
୩. ଘର; ଗୃହ —୩. House.
୩. (+ଭାବ. ଅ) ଅବସ୍ଥାନ; ସ୍ଥିତି — ୩. Staying; situation; position.
୪. (+ଅଧିକରଣ. ଅ) ଆଧାର —୪. Receptacle.
୫. (ବସ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ)— ବସ୍ତ୍ର; ଲୁଗା —୫. Cloth.
୬. (ବାସ୍ ଧାତୁ=ବାସିତ କରିବା+କର୍ତ୍ତୃ. ଅ)— ଖୁସ୍ୱୋ; ସୁଗନ୍ଧ —୬. Sweet smell.
୭. ଗନ୍ଧ —୭. Smell; scent.
୮. ବାସଙ୍ଗ (ଦେଖ) - —୮. Bāsaṅga (See)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସୁଗନ୍ଧଯୁକ୍ତ; ସୁବାସିତ —୧. Scented; sweet-smelling perfumed.

[ଦ୍ରଷ୍ଟବ୍ୟ —ଓଡ଼ିଆର 'ବାସ' ଶବ୍ଦର ତିନି ଗୋଟି ଅର୍ଥ (ଗନ୍ଧ, ବସ୍ତ୍ର ଓ ଗୃହ)ର ପ୍ରଭେଦ ଗୋଟିଏ ବଚନଦ୍ୱାରା ଚିହ୍ନିତ ହୋଇଅଛି ଯଥା—'ଯେଉଁ ଦିନୁ' ହେଲା ସୁବାସ ନାସ ସେହି ଦିନୁ ହେଲା ସୁବାସ ନାଶ, ସୁବାସ ନାଶ, ସୁବାସ ନାଶ, ଅର୍ଥାତ୍ ମୁଁ ଯେଉଁ ଦିନରୁ ସୁବାସ ନସ୍ୟ ଗ୍ରହଣ କରିବାର ଅଭ୍ୟାସ କଲି ସେହି ଦିନୁଁ ୧ ସୁବାସ ଅର୍ଥାତ୍ ନାକଦ୍ୱାରା ଅନ୍ୟ ସୁବାସ (ସୁଗନ୍ଧ) ଗ୍ରହଣ କରିବାର କ୍ଷମତା ଲୋପ ହେଲା ୨ ଲୁଗାରେ ନାକ ପୋଛିବାରୁ ସୁବାସ (ଉତ୍ତମ ବସ୍ତ୍ର) ମଇଲା ହେଲା ୩ ନାକପୁଡ଼ାକୁ ଆଙ୍ଗୁଠିଦ୍ୱାରା ଚିପି ପୋଛି ଘର କାନ୍ଥରେ ବୋଳିବାରୁ ସୁବାସ (ସୁପରିଷ୍କୃତ ଗୃହ ଓ କାନ୍ଥ) ମଇଲା ହେଲା]

୨. ଦୁର୍ଗନ୍ଧ —୨. Bad smell.

ଏ ମଡ଼ା ମାଉଁସ କରୁଅଛି ବଡ଼ ବାସ କି ରୂପରେ ବିଲୁଆ କରୁଛି ତୁ ଗ୍ରାସ କୃଷ୍ଣସିଂହ, ମହାଭାରତ, ଶାନ୍ତି

=== ଦେଶଜ - ବିଶେଷ୍ୟ - (ଆଦରାର୍ଥକ)

ବାସୁଦେବ, କୁତ୍ତବାସ, ଶ୍ରୀନିବାସଆଦି ବ୍ୟକ୍ତିଙ୍କ ଡ଼ାକ ନାମ —Names for calling persons whose name begin with Bāsa or ends with Bāsa