ବାୟା

ଉଇକିଅଭିଧାନ‌ରୁ

ବାୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାୟାଣୀ—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ବତୁଳ)[ସମ୍ପାଦନା]

ବାତୁଳ; ପାଗଳ — Mad.

ବିଶେଷ୍ୟ -[ସମ୍ପାଦନା]

୧. ପାଗଳ ବ୍ୟକ୍ତି —୧. Mad man.
୨. ସ୍ନେହସୂଚକ ସମ୍ୱୋଧନ —୨. A term of endearment.
୩. ବାହିଆ (ଦେଖ) - — ୩. Bāhia (See)
୪. (ସଂସ୍କୃତ - ତନ୍ତୁବାୟ ବା ବାୟକ =ବୟନକାରୀ; ବାୟ=ବୟନ; ତନ୍ତୀ ଲୁଗା ବୁଣିଲାପରି ଏମାନେ ଆପଣା ବସାକୁ ନଡ଼ିଆ ଓ ତାଳଆଦି ପତ୍ରର ସରୁ ତନ୍ତୁରେ ବୁଣୁ ଥିବାରୁ)— ବାୟା ଚଢ଼େଇ; ଶାଖା— ଶ୍ରୟୀ ବର୍ଗର ୪୫: ଆଙ୍ଗୁଳ ଲମ୍ୱ ଏକପ୍ରକାର ଛୋଟ ପକ୍ଷୀ — ୪. The weaver bird; Ploceus Baya.

ବାୟାବାୟାବଧୂ ବସନ୍ତି ନିର୍ଭୟେ ରାଧାନାଥ ଚିଲିକା

[ଦ୍ରଷ୍ଟବ୍ୟ —ଏମାନେ ତାଳ, ନଡ଼ିଆ ଓ ଅନ୍ୟ ବଡ଼ ବଡ଼ ଗଛର ଅଗ ଡାଳରେ ପତ୍ରମାନଙ୍କ ସରୁ ତନ୍ତୁଦ୍ୱାରା ବୋତଲ ପରି ସରୁମୁହାଁ ବସା ବୁଣି ଝୁଲାଇ ଥାଆନ୍ତି ଓ ବସାର ତଳ ପାଖେ ବାଟ ରଖି ଥାଆନ୍ତି ଏମାନେ ଦଳ ଦଳ ଆସି ପାଚିଲା ଧାନ କ୍ଷେତରୁ ବହୁତ ଧାନ ଖାଇ ଯାଆନ୍ତି ଏମାନଙ୍କ ମୁଣ୍ଡ ଟାଙ୍ଗରା ବା ଲୋମହୀନ

ଆଉ ଏକ ଜାତୀୟ ବାୟା ଚଢ଼େଇଙ୍କୁ 'ତାଳବାୟା' (ବଙ୍ଗାଳୀ - ବାତସିଆ ବା ତାଲଚଟ୍ଟା) ବୋଲାଯାଏ ଏମାନେ ତାଳ ଗଛ ଅଗରେ ବାୟା ଚଢ଼େଇଙ୍କ ପରି ବସା ବାନ୍ଧନ୍ତି (The palm swift; Tachornis Batasseinsis). ଏମାନଙ୍କ ଥଣ୍ଟ ବାୟାଙ୍କଠାରୁ ଛୋଟ; ଥଣ୍ଟର ଅଗ ବଙ୍କା ଓ ଚଉଡ଼ା ଏମାନେ ଉଡ଼ି ଉଡ଼ି ପୋକ ଧରି ଖାଆନ୍ତି

ଆମଦେଶରେ ବାୟା ଚଢ଼େଇଙ୍କୁ ଲକ୍ଷ୍ୟ କରି ଅନେକ ଶିଶୁଗୀତ ରଚିତ ହୋଇଅଛି ଯଥା ===

୧. ଧୋଓରେ ବାୟା ଧୋ ! ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ
୨. ବାୟାର କି ଯାଏ, ବାଆ କଲେ ବସା ଦୋହେଲୁ ଥାଏ
୩. ବାୟା ମାଆ ଯେ ସରୁ କାଟେଣୀ, ଝିଅକୁ ପିନ୍ଧାଏ ପାଟ ପତନୀ, ପୁଅକୁ ପିନ୍ଧାଏ ନେତ, ଆପେ ପିନ୍ଧିଥାଏ କଳା ବୋଇତ ଲୋ, ଉଡ଼େଇ ନଉଛି ଭୂତ


୪. ବାୟା ଚଢ଼େଇରେ ! ବାୟା ଚଢ଼େଇ ! ତୁ ଯାଆ ଯାଆ ବଣକୁ କୁହୁଡ଼ି କାକର ମାଡ଼ି ଆସୁଛି ତୋ ଟାଙ୍ଗରା ମୁଣ୍ଡକୁ]

ଅନୁବାଦ[ସମ୍ପାଦନା]

(ମୁସ୍ତରୀ—ବିପରୀତ)

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ବାୟେ)[ସମ୍ପାଦନା]

ବିକ୍ରେତା — Seller; vendor.