ବିରାଟ

ଉଇକିଅଭିଧାନ‌ରୁ

ଦେଶଜ (ବିଶେଷଣ)[ସମ୍ପାଦନା]

  • ସୁବୃହତ୍; ବିଶାଳ
  • ମହତ୍

ସଂସ୍କୃତ (ବିଶେଷ୍ୟ)[ସମ୍ପାଦନା]

  • ବଙ୍ଗଦେଶର ଉତ୍ତରାଂସରେ ଅବସ୍ଥିତ ଆଧୁନିକ ବଗୁଡାଜିଲ୍ଲାର ସନ୍ନିହିତ ପ୍ରାଚୀନ ରାଜ୍ୟ ଓ ନଗର
  • ବିରାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ବି+ରାଜ୍ ଧାତୁ)[ସମ୍ପାଦନା]

୧. ସୁବୃହତ୍; ବିଶାଳ —୧. Giganitic; enormous; huge.
୨. ମହତ୍ —୨. Splendid; great; grand.

ସଂସ୍କୃତ - ବିଶେଷ୍ୟ - (ବି+ରଟ ଧାତୁ+କର୍ମ. ଅ)[ସମ୍ପାଦନା]

୧. ବଙ୍ଗଦେଶରେ ଉତ୍ତରାଂଶରେ ଅବସ୍ଥିତ ଆଧୁନିକ ବଗୁଡ଼ାଜିଲ୍ଲାରେ ସନ୍ନିହିତ ପ୍ରାଚୀନ ରାଜ୍ୟ ଓ ନଗର (ମତାନ୍ତରେ ଆର୍ଯ୍ୟାବର୍ତ୍ତର ଜୟପୁର ରାଜ୍ୟ) —୧. An ancient country in the Bogra.

[ଦ୍ରଷ୍ଟବ୍ୟ —ଏହି ଦେଶର ରାଜାଙ୍କ ନିକଟରେ ପାଣ୍ଡବମାନେ ଅଜ୍ଞାତ ବନବାସର ତ୍ରୟୋଦଶ ବର୍ଷରେ ପ୍ରଚ୍ଛନ୍ନଭାବରେ କିଛିଦିନ ଅବସ୍ଥାନ କରିଥିଲେ ଏହି ରାଜାଙ୍କର ଶ୍ୟାଳକ ଓ ସେନାପତି କୀଚକଦ୍ୱାରା ଦ୍ରୌପଦୀ ଅବମାନିତା ହୋଇଥିବାରୁ କୀଚକ ଭୀମଙ୍କଦ୍ୱାରା ହତ ହୋଇ ଥିଲା ଏ ରାଜାଙ୍କ କନ୍ୟା ଉତ୍ତରାଙ୍କ ସଙ୍ଗେ ଅର୍ଜୁନପୁତ୍ର ଅଭିମନୁଙ୍କର ବିବାହ ହୋଇଥିଲା]

୨. ବିରାଟଦେଶର ରାଜା — ୨. The king of Birāṭa country
୩. ମହାଭାରତୋକ୍ତ ପଞ୍ଚପାଣ୍ଡବଙ୍କର ଆଶ୍ରୟଦାତା ବିରାଟର ବା ମତ୍ସ୍ୟଦେଶରେ ରାଜା —୩. (specially applied to The king of Birāṭa country in whose court the exiled Pāṇḍaba brothers and taken shelter.
୪. (ଦର୍ଶନାଶାସ୍ତ୍ର) ସମସ୍ତ ବ୍ରହ୍ମାଣ୍ଡରେ ସମଷ୍ଟିଭାବରେ ବିରାଜିତ ଚୈତନ୍ୟ ବା ସର୍ବବ୍ୟାପୀ ଭଗବାନଙ୍କ ସତ୍ତା — ୪. (Hindu philosophy) The Supreme consciousness or Soul pervading the universe.
୫. ପରମେଶ୍ୱର —୫. The omnipresent God.
୬. କ୍ଷତ୍ରିୟ —୬. A Kshatriya; a man of the military caste amongst the Hindus.
୭. ସ୍ୱାୟମ୍ଭ ବ ମନୁ — ୭. The ୧st progeny of Brāhmā the first ancestor of mankind.
୮. କାନ୍ତି; ଦୀପ୍ତି —୮. Lustre; splendour; beauty,
୯. ଛନ୍ଦୋବିଶେଷ —୯. name of a Sanskrit metre.
୧. ଏକପ୍ରକାର ନାଗସାପ —୧୦. A species ofcobra.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିରାଜ)[ସମ୍ପାଦନା]

ଗରୁଡ଼ —Garuṟḍ̠a the king of birds.

[ଉ—ବିରାଟ ମୁକୁଟ ସେହି, ବିରାଟ ଧ୍ୱଜରେ ରହି, ବିରାଟମୂର୍ତ୍ତିରେ ସ୍ନେହୀ, ହୋଇଲେ ତହିଁ ଯେ ଭଞ୍ଜ. ବୈଦେହୀଶବିଳାଷ]