ଭରତ ଚନ୍ଦ୍ର

ଉଇକିଅଭିଧାନ‌ରୁ

ଭରତ ଚନ୍ଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

ଭାରତ ଗୌରବ (ଦେଖ) - Bhārata g&aline;&uline;raba (See).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ନାମ) ଅନ୍ନଦା ମଙ୍ଗଳ ଓ ବିଦ୍ୟାସୁନ୍ଦର ରଚୟିତା ବଙ୍ଗଦେଶର ସର୍ବଶ୍ରେଷ୍ଠ ପ୍ରାଚୀନ କବି —Name of a celebrated classical poet of Bengal.

(ଦ୍ର—ଏହାଙ୍କର ଜନ୍ମ ଖ୍ରୀଷ୍ଟାବ୍ଦ ୧୭୧୨: ଓ ମୃତ୍ୟୁ ଖ୍ରୀ ୧୭୬: ; ଏ ୪୮: ବର୍ଷ ବୟଃକ୍ରମରେ ଇହଲୀଳା ସାଙ୍ଗ କରିଥିଲେ ଏ ବର୍ଦ୍ଧମାନ ଜିଲ୍ଲାର ପଣ୍ଡୁଆ ଗ୍ରାମରେ ବ୍ରାହ୍ମଣକୂଳରେ ଜନ୍ମିଥିଲେ ରାଜାଙ୍କ ବିରାଗ ଯୋଗୁଁ ଏହାଙ୍କ ପୈତୃକ ସମ୍ପତ୍ତି ବାଯ୍ୟାପ୍ତ ହେଲା ଓ ଏ ମାତୁଳାଳୟକୁ ଓ ହୁଗୁଳିକୁ ଯାଇ ସେଠାରେ ସଂସ୍କୃତ ଓ ଫାରସୀ ପଢ଼ି ଅସାଧାରଣ ପାଣ୍ଡିତ୍ୟଲାଭ କରିଥିଲେ ବିଦ୍ୟାଶିକ୍ଷା କରିବାକୁ ଏ ବହୁ ଦୁଃଖରେ ଚଳୁଥିଲେ; ବିବାହ କରି ଘରକୁ ଫେରି ପୈତୃକ ସମ୍ପତ୍ତିର ପୁନରୁଦ୍ଧାର କଲେ, କିନ୍ତୁ ରାଜସ୍ୱ ନିୟମିତ ରୂପେ ଦେଇ ନ ପାରବାରୁ ସମ୍ପତ୍ତି ପୁଣି ଖାସ୍ ହେଲା ଓ ଏ କାରାରୁଦ୍ଧ ହେଲେ ବର୍ଦ୍ଧମାନରୁ ଲୁଚି କରି ଚାଲି ଆସି ଏ ଦିନାକେତେ କଟକରେ ମରହଟ୍ଟାମାନଙ୍କ ଆଶ୍ରୟରେ ରହି ବୈଷ୍ଣବ ସଂପ୍ରଦାୟ ଭୁକ୍ତ ହେଲେ ଓ ଭାଗବତାଦି ଅଧ୍ୟୟନ କରି ବୃନ୍ଧାବନ ଗଲେ ସେଠାରୁ ଫେରି ଫରାସଡ଼ାଙ୍ଗାର ଦେବାନ ଇନ୍ଦ୍ରଚନ୍ଦ୍ରଙ୍କର ଆଶ୍ରୟରେ କିଛିଦିନ ରହିବାପରେ ନଦିଆର ବିଖ୍ୟାତ ବିଦ୍ୟୋତ୍ସାହୀ ରାଜା କୃଷ୍ଣଚନ୍ଦ୍ରହ୍କ ଆଶ୍ରୟରେ ରହି, କବିତା ରଚନା କରି ରାଜ ସଭାରେ ପାଠ କରୁଥିଲେ ଓ ଉକ୍ତ ରାଜାଙ୍କ ଆଦେଶରେ 'ଅନ୍ନଦାମଙ୍ଗଳ' ଓ 'ବିଦ୍ୟାସୁନ୍ଦର' କାବ୍ୟ ରଚନା କଲେ ରାଜା କୃଷ୍ଣଚନ୍ଦ୍ର ତାଙ୍କୁ 'ରାୟ ଗୁଣାକର,' ଉପାଧି ଦେଇଥିଲେ ପଦଲାଳିତ୍ୟ, ଶବ୍ଦଯୋଜନା ଓ ସରଳ ଭାଷା ତାଙ୍କ ରଚନାର ବିଶେଷତ୍ୱ ଭଙ୍ଗଭାଷାରେ ବିବିଧ ଛନ୍ଦ ଏ ପ୍ରଥମେ ପ୍ରଚାର କରିଥିଲେ ଏ ପ୍ରଥମ ଜୀବନରେ ସତ୍ୟ ନାରାୟଣଙ୍କ ପାଞ୍ଚାଳି (ପାଲା) ରଚନା କରିଥିଲେ ସୁବଳଚନ୍ଦ୍ର ସରଳ ବାଙ୍ଗାଲା ଅଭିଧାନ)