ମଧୁ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମହୁ
  • ଫୁଲ ମଧ୍ୟରେ ଥିବା ମକରନ୍ଦ
  • ମଦ; ମଦ୍ୟ
  • ସୁମିଷ୍ଟ ରସ; ମଧୁର ରସ; ମିଠା
  • ଜଳ
  • ବସନ୍ତ କାଳ
  • କାମ ଦେବଙ୍କ ଅନୁଚର
  • ମଧୁଦ୍ରୁମ; ଆମ୍ବଗଛ
  • ମହୁଲ ଗଛ
  • ଚୈତ୍ର ମାସ
  • ବିଷ୍ଣ୍ଣୁଙ୍କ କର୍ଣ୍ଣମଳରୁ ଜାତ ଦୈତ୍ୟବିଶେଷ
  • ଯଦୁବଂଶୀୟ ଜଣେ ରାଜା
  • ଜନୈକ ରାକ୍ଷସରାଜ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ମିଷ୍ଟ; ମିଠା
  • ସ୍ନିଗଧ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ମଧୁବନ; ରାବଣର ଉଦ୍ୟାନ
  • ମଧୁସୁଦନର ଡାକ ନାମ
  • ଦ୍ଵାଦଶ ଗୋପାଳ ମଧ୍ୟରୁ ଜଣେ
  • ପୁରୁଷଙ୍କୁ ଦିଆଯିବା ନାମମଧୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ମନ୍ ଧାତୁ=ବୋଧ କରିବା+କର୍ତ୍ତୃ. ନିପାତନ)[ସମ୍ପାଦନା]

୧. ମହୁ —୧. Honeyu.

[ଦ୍ରଷ୍ଟବ୍ୟ —ମଧୁମକ୍ଷିକା ନାମକ ପକ୍ଷ— ଯୁକ୍ତ କୀଟଗଣ ପୁଷମାନଙ୍କ ମଧ୍ୟରୁ ଏକପ୍ରକାର ମିଷ୍ଟ ରସ ବା ମକରନ୍ଦ ସଂଗ୍ରହ କରି ସଞ୍ଜୟ କରନ୍ତି ଏହାକୁ ମଧୁ ବୋଲା ଯାଏ ଏହା ମଧୁର ରସ, ଏବଂ ଏହା ଖାଦ୍ୟରୂପେ ଓ ବିଶେଷତଃ ନାନା ଔଷଧର ଅନୁପାନରୂପେ ବ୍ୟବହୃତ ହୁଏ କଲିଚୁନ ସଙ୍ଗେ ମଧୁ ମିଶାଇଲେ ଯେଉଁ ପ୍ରଲେପ ହୁଏ ତାହା ଅତି ଶୀଘ୍ର କଠିନ ହୋଇଯାଏ ଉକ୍ତ ପ୍ରଲେପ କଠିନ ନ ହେଉଣୁ ବାଗୀ, ଗାଲୁଆ ଓ ଗିଲିଟି ଉପରେ ବୋଳିଲେ ଉକ୍ତ ବ୍ରଣମାନ ବସିଯାଏ ବିଷାକ୍ତ କୀଟାଦିଙ୍କ ଦଂଶନ ଜନିତ କ୍ଷତ ସ୍ଥାନରେ ମଧୁ ଲଗାଇଲେ ଜ୍ୱଳାର ନିବୃତ ହୁଏମଧୁରୁ ପ୍ରସ୍ତୁତ ଆସବ ହୋମିଓ ପାଥିରେ ପ୍ରୟୋଗ କରାଯାଏ (ଇଂ Apis mother tincture) ସମାନ ପରିମାଣରେ ମଧୁ ଓ ଘୃତ ମିଶାଇ ଖାଇଲେ ତାହା ବିଷପରି ଅନିଷ୍ଟ କରେ ମଧୁସଂଗ୍ରହ କାରୀ ମକ୍ଷିକାମାନଙ୍କର ନାମ ଅନୁସାରେ ମଧୁର ଭିନ୍ନ ଭିନ୍ନ ନାମ ଅଛି ଓ ବୈଦ୍ୟ— ଶାସ୍ତ୍ରରେ ସେମାନହ୍କ ଗୁଣ ମଧ୍ୟ ପୃଥକ୍ ଥିବା ଲେଖାଅଛି— ୧ ମାକ୍ଷିକ—ନୀଳବର୍ଣ୍ଣ ମକ୍ଷିକାଦ୍ୱାରା ସଂଗୃହୀତ; ଏହାର ବର୍ଣ୍ଣ ତୈଳପରେ ୨ କ୍ଷୌଦ୍ର—ପିଙ୍ଗଳବର୍ଣ୍ଣ ମକ୍ଷିକଦ୍ୱାରା ସଂଗୃହିତ ଏହା କପିଳ ବର୍ଣ୍ଣ ୩ ଭ୍ରାମର—ଭ୍ରମରଦ୍ୱାରା ସଞ୍ଚିତ ଶ୍ୱେତ ବର୍ଣ୍ଣ ୪ ପୈତ୍ତିକ—ବାଘରା ବା ବଡ଼ ମହୁମାଛି ସଂଗୃହୀତ ୬ ଆର୍ଘ—ହଳଦିଆ ମାଛିମାନଙ୍କର ସଂଗୃହୀତ ୭ ଔଦ୍ଦାଳକ—ଉଇଙ୍କଦ୍ୱାରା ସଂଗୃହୀତ ୮ ଦାଳକ— ବୃକ୍ଷ କୋଟରରେ ସଞ୍ଚିତ ଡ଼ାଳିମୁହି ପଦ୍ମଫୁଲରୁ ମହୁ ମାଛିମାନେ ଯେଉଁ ମହୁ ସଂଗ୍ରହ କରନ୍ତି ତାହାକୁ ପଦ୍ମ ମଧୁ ବୋଲାଯାଏ ଏହା ନେତ୍ରରୋଗରେ ଉପକାରୀ ଗାଢ଼ ମହୁକୁ କିଛିଦିନ ରଖି ଦେଲେ ତାହାର ତଳ ଦେଶରେ ଗୁଡ଼ ଦାନା ପରି କାଠୁଆ ଜିନିସ ବସିଯାଏ ଏହାକୁ ମଧୁର୍ଶରା ବୋଲାଯାଏ

୨. ଫୁଲ ମଧ୍ରେ ଥିବା ମକରନ୍ଦ —୨. Nectar or sweet juice found inside flowers.
୩. ମଦ; ମଦ୍ୟ —୩. Wine.
୪. ସୁମିଷ୍ଟ ରସ; ମଧୁର ରସ; ମିଠା — ୪. Sweet juice; things of sweet taste.
୫. ଜଳ —୫. Water.
୬. ବସନ୍ତ କାଳ —୬. The spring season.
୭. କାମ— ଦେବଙ୍କ ଅନୁଚର —୭. The companion of the God Cupid.
୮. ମଧୁଦ୍ରୁମ; ଆମ୍ୱଗଛ —୮. Mango tree
୯. ମହୁଲ ଗଛ —୯. Mahwa; Bassia Latifolia (tree)
୧. ଚୈତ୍ରମାସ —୧୦. The lunar month of Ch&aline;i̱tra.
୧୧. ବିଷ୍ଣୁଙ୍କ କର୍ଣ୍ଣମଳରୁ ଜାତ ଦୈତ୍ୟବିଶେଷ —୧୧. Name of a demon said to have sprung from the ear-wax of Bishṇu.

[ଦ୍ରଷ୍ଟବ୍ୟ —ଏ ପ୍ରଳୟ ପୟୋଧି ଜଶାୟୀ ବିଷ୍ଣୁଙ୍କ ନାଭିରୁ ବାହାରିଥିବା ପଦ୍ମ ମଧ୍ୟସ୍ଥ ବ୍ରହ୍ମାଙ୍କତ ବଧ କରିବାକୁ ଉଦ୍ୟତ ହେବାରୁ ଏହାକୁ ଓ ଏହାର ଭାଇ କୈଟଭକୁ ବିଷ୍ଣୁ ସଂହାର କରିଥିଲେ ଏଥିପାଇଁ ବିଷ୍ଣୁଙ୍କ ନାମ ମଧୁସୂଦନ ଏହାର ମେଦରୁ ମେଦିନୀ ବା ପୃଥିବୀ ଜାତ ହେଲା ଚଣ୍ଡୀ ବା ଦେବୀ ମାହାତ୍ମ୍ୟର ପ୍ରଥମ ଅଧ୍ୟାୟରେ ମଧୁ କୈଟଭବଧ ବିଷୟ ବର୍ଣ୍ଣିତ ହୋଇ ଅଛି]

୧୨. ଯଦୁ ବଂଶୀୟ ଜଣେ ରାଜା — ୧୨. Name of a king of the Jadu dynasty.

[ଦ୍ରଷ୍ଟବ୍ୟ —ଏହାଙ୍କ ନାମ ଅନୁସାରେ ଏହାଙ୍କର ବଂଶଧରମାନେ ମାଧବ ନାମରେ ଖ୍ୟାତ ହୋଇଥିଲେ]

୧୩. ଜନୈକ ରାକ୍ଷସରାଜ —୧୩. Name of a demon king.

[ଦ୍ରଷ୍ଟବ୍ୟ —ଏ ମଥୁରା ନଗରୀକୁ ସ୍ଥାପନ କରିଥିବାରୁ ମଥୁରାର ଏକ ନାମ ମଧୁପୁରୀଷ ଏ ରାବଣର ମାଉସୀଝିଅ ଭଉଣୀ କୁମ୍ଭୀନସନକୁ ହରଣ କରିବାରୁ ରାବଣ ମଧୁପୁରକୁ ଅକ୍ରମଣ କରିଥଲା, କିନ୍ତୁ କୁମ୍ଭୀନସୀର ଅନୁରୋଧରେ ମଧ ଓ ରାବଣଙ୍କ ମଧ୍ୟରେ ସନ୍ଧିହେଲା ଏ ରାକ୍ଷସ କଠୋର ତପସ୍ୟାଦ୍ୱାରା ମହାଦେବଙ୍କ ଠାରୁ ଗୋଟିଏ ଅମୋଘ ଶୂଳ ପ୍ରାପ୍ତ ହୋଇ ତଦ୍ଦ୍ୱାରା ଜଗତ୍ ଜୟ କରିଥିଲା ଏହାର ପୁତ୍ରର ନାମ ଲବଣ ଓ କନ୍ୟାର ନାମ ମଧୁମତୀ ସୂର୍ଯ୍ୟ ବଂଶୀୟ ରାଜା ହର୍ଯ୍ୟଶ୍ୱଙ୍କ ସଙ୍ଗେ ମଧୁମତୀ ବିବାହ ହୋଇ— ଥିଲା ଏ ରାକ୍ଷସ ସ୍ୱୀୟ ତପସ୍ୟା ଓ ପୁଣ୍ୟବଳରେ କରୁଣ ଲୋକ ପ୍ରାପ୍ତ ହୋଇଥିବାର ପୁରାଣରେ ଲେଖା ଅଛିହିନ୍ଦୀ - ଶ]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ମୁଷ୍ଟ; ମିଠା —୧. Sweet.
୨. ସ୍ନିଗ୍ଧ — ୨. Mild; agreeable.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମଧୁବନ; ରାବଣର ଉଦ୍ୟାନ —୧. The pleasure garden of the demonRābaṇa

(ଉ— ବେଭାରେ ବୋଲନ୍ତି ହରି, ବଳେ ମଧୁ ନାଶ କରି ଭଞ୍ଜ. ବୈଦେହିଶବିଳାସ)

୨. ମଧୁସୂଦନର ଡାକ ନାମ —୨. Name for calling Madhusūdana.
୩. ଦ୍ୱାଦଶ ଗୋପାଳ ମଧ୍ୟରୁ ଜଣେ —୩. One of the twelve companion cowherds of Ṡrīkṛushṇa.

[ଦ୍ରଷ୍ଟବ୍ୟ —ବାରସୁତ୍ର ତଳେ ଟୀକା ଦେଖ]

୪. ପୁରୁଷଙ୍କୁ ଦିଆଯିବା ନାମ —୪. A name given to males.