ମାଣ୍ଡିଆ

ଉଇକିଅଭିଧାନ‌ରୁ

ମାଣ୍ଡିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡ)[ସମ୍ପାଦନା]

୧. ଢିପ ବିଲରେ ଶରତ୍କାଳରେ ଜନ୍ମିବା ଏକପ୍ରକାର କଦନ୍ନ ବା ନିକୃଷ୍ଟ ଖାଦ୍ୟ ଶସ୍ୟ — ୧. A kind of small round grain grown in autumn; Elesine Coracana.

[ଦ୍ରଷ୍ଟବ୍ୟ — ଏହାର ଗଛ ଧାନ ଗଛ ପରି, କିନ୍ତୁ ପତ୍ର ଛୋଟ ଓ ଚଉଡା ଓ ଏଥିର ନଡା ମୋଟା ଏ ଗଛର ଅଗରେ ବାଜରା ପରି କେଣ୍ଡା ବାହାରେ ଓ କେଣ୍ଡା ମଧ୍ୟରୁ ସୋରିଷଠାରୁ ବଡ ନାଲି ଶସ୍ୟ ବାହାରେ ଏହା ବାଜରା ଜାତୀୟ କଦନ୍ନବିଶେଷ ଏହା ଭାରତର ଅନେକ ସ୍ଥାନରେ କୃଷିଦ୍ୱାରା ଓ ବନ୍ୟ ଅବସ୍ଥାରେ ଉତ୍ପନ୍ନ ହୁଏ ଏ ଫସଲ ପାଇଁ ବେଶି ପାଣି ଲୋଡା ହୁଏ ନାହିଁ ଓ ଏହା ଢିପ ଜମିରେ ଓ ପର୍ବତର ଢାଲୁ ଦେଶରେ ଉତ୍ପାଦିତ କରାଯାଏ ଅଧିକ ବର୍ଷା ହେଲେ ଏ ଫସଲର କ୍ଷତି ହୁଏ ଏ ଗଛରେ ଶସ୍ୟ ପାଚିଗଲେ ମଧ୍ୟ ଧ୍ୟାନ ପରି ଏହା କିଆରିରେ ଝଡି ପଡେ ନାହିଁ ଗରିବ ଲୋକେ ଓ ବିଶେଷତଃ ଦୁର୍ଭିକ୍ଷ ସମୟରେ ଲୋକେ ଏଥିର ଚୂନାରେ ଜାଉ (ଅଟକାଳି) ଓ ଚକୁଳିପିଠା କରି ଖାଆନ୍ତି ଓ ଚାଉଳ ସଙ୍ଗେ ମିଶାଇ ସିଦ୍ଧ କରି ଖାଆନ୍ତି ଏଥିରୁ ଏକ— ପ୍ରକାର ସରାପ ମଧ୍ୟ ତିଆରି ହୁଏ ଦୈଦ୍ୟକମତରେ ଏହା କଷାଟିଆ, ତୃପ୍ତିଜନକ, ବଳବର୍ଦ୍ଧକ, ତ୍ରିଦୋଷନାଶକ ଓ ରକ୍ତଦୋଷ ଦୂରକାରକ (ହିନ୍ଦୀ - ଶ) ବଡଲୋକମାନେ ଦେହକୁ ଓ ମସ୍ତିଷ୍କକୁ ଥଣ୍ଡା ରଖିବା ପାଇଁ ସକାଳୁ ଏହାର ବାସି ଜାଉ ଖାଆନ୍ତି ଦାକ୍ଷିଣାତ୍ୟ ଅଞ୍ଚଳରେ ଏହାର ଆଦର ବେଶି ମାଣ୍ଡିଆର ଭିନ୍ନ ଭିନ୍ନ ପ୍ରକାର, ଯଥା—(କ) ଗାଈ— ଚେରିଆ—ଗାଈ ଚେରପରି ଏକ ଥୋପାରେ ଚାରିଟି କେଣ୍ଡା ଥାଏ (ଖ) କଳେଇ—ଏଥିର ଶସ୍ୟ ପେନ୍ଥା ଓ ଲମ୍ୱା (ଗ) ବୁଢା—ବଡ, ଚତୁର୍ମାସ୍ୟାରେ ବୁଣାଯାଏ, ମାଘରେ କଟା ଯାଏ (ଘ) ମାକଡ ମୁଠିଆ—ଶସ୍ୟର ଥୋପା ପାଚିଗଲେ ମୁଠାପରି ସଂକୁଚିତ ହୋଇଯାଏ (ଙ) ଲଘୁ ବା ଥୋଲି ମାଣ୍ଡିଆ—ଗଛ ଧୋବ ଓ ଶାଗୁଆ; ଶସ୍ୟ ଛୋଟ; ଭାଦ୍ରମାସରେ କଟାଯାଏ ]

୨. ମାଣ୍ଡିଆ କଙ୍କଡା (ଦେଖ) - — ୨. Māṇḍiā kaṅkaṟḍ̠ā (See)

ବିଶେଷଣ -[ସମ୍ପାଦନା]

ମାଣ୍ଡୁଆ (ଦେଖ) - —Māṇḍuā (See)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ପିତଳର ବଡ କୁଣ୍ଡ —A big brass tub.