Jump to content

ମିନା

ଉଇକିଅଭିଧାନ‌ରୁ

ମିନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୀନା=ନୀଳରତ୍ନ; ତୁଳ. ଇଂରାଜୀ - ଏନାମେଲ୍; ଧାତୁର ଦେହରେ ନେଳି ପଥର ବା ନାଳା ବର୍ଣ୍ଣର ଅସ୍ୱଚ୍ଛ କାଚ ଜଡ଼ାଇବା)[ସମ୍ପାଦନା]

୧. ଧାତୁପତ୍ରାଦି ଉପରେ ବିନ୍ୟସ୍ତ ନାନା ବର୍ଣ୍ଣର କାଚ ପରି ମସୃଣ ପୁଟବିଶେଷ; ଧାତୁ ଉପରେ ନାନା ବର୍ଣ୍ଣର ପୁଟ ଦେବା କାରୀଗିରୀ —୧. Enamel; enamelling.

[ଉ—ସୁନା ପଟା ଖୋଳା ବ୍ୟକତ ମର୍କତ ମିନା ଫୁଙ୍କା ଲିପି ଝଳିତ—ଭଞ୍ଜ. କୋଟିବ୍ରହ୍ମାଣ୍ଡ— ସୁନ୍ଦରୀ]

[ଦ୍ରଷ୍ଟବ୍ୟ —କାଶ୍ନୀର ଓ ରାଜପୁତାନାର ଜୟପୁର ଅଞ୍ଚଳ ମିନା କାରିଗରୀ ନିମନ୍ତେ ବିଖ୍ୟାତ]

୨. ଏକ ଧାତୁ ଉପରେ ଅନ୍ୟ ଧାତୁର ପୁଟ ଦେବା; ଧାତୁ ଉପରେ ନାନା ବର୍ଣ୍ଣର ଅନ୍ୟ ଧାତୁର ଲେପ ଦେବା —୨. The act of gilding.
୩. ସୁନା କାମ ଉପରେ ଅସ୍ୱଚ୍ଛ ବା ନାନ ବର୍ଣ୍ଣର ମଣି ବସାଇବା; ଜଡ଼ାଉ ବା କୁନ୍ଦନ କାମ —୩. Overlaying or plating or setting of gold ornaments with gems etc.

[ଉ—ସୁନା ଲତିକାରେ ମୀନା ପରି କଳା ଝିନାଶାଢ଼ୀ ଯତ୍ନେ ପିନ୍ଧି—କବିସୂର୍ଯ୍ୟ. ସଙ୍ଗୀତ]

[ଦ୍ରଷ୍ଟବ୍ୟ —ଗଞ୍ଜାମ, ବିଶାଖାପାଟଣା ଓ ମାନ୍ଦ୍ରାଜ କୁନ୍ଦନ କାମର କାରିଗରୀ ପାଇଁ ପ୍ରସିଦ୍ଧ]

୪. ନୀଳରତ୍ନବିଶେଷ —୪. A kind of blue gem.
୫. ପାନପାତ୍ର ବିଶେଷ; ମଦ୍ୟପାତ୍ରବିଶେଷ — ୫. A kind of goblet; a decanter.
୬. ମିହ୍ନା (ଦେଖ) - —୬. Mihnā (See)
୭. କିମିୟା (ହିନ୍ଦୀ - ଶ) —୭. Withchcraft; sorcery.