ମୋହ

ଉଇକିଅଭିଧାନ‌ରୁ

ମୋହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୂହ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ମୂର୍ଚ୍ଛା; ଅଚୈତନ୍ୟ — ୧. Fainting; unconsiousness; loss of consciousness.
୨. ଅଜ୍ଞତା; ଅଜ୍ଞାନତା — ୨. Ignorance.
୩. ମମତା; ଅବିଦ୍ୟା; ମୁଗ୍ଧାବସ୍ଥା — ୩. Infatuation; fascination.
୪. ଦୁଃଖ; କଷ୍ଟ; କ୍ଳେଶ —୪. Pain; affliction; sorrow; grief.


ଅନୁବାଦ[ସମ୍ପାଦନା]

[ଉ—ଶୁଣି ରାମ ମନରୁ ତେଜିଲେ ମୋହ—ବିଶ୍ୱନାଥ. ବିଚିତ୍ରରାମାୟଣ]

୫. ମାୟା —୫. Delusion; illusion.

(ଉ—ମୋହଠାରୁ ଛାଡ଼ିଣଦେଇ କରି ମୋହ—କୃଷ୍ଣସିଂହ. ମହାଭାରତ.ବନ)

୬. କିଂକର୍ତ୍ତବ୍ୟ— ବିମୂଢ଼ତା —୬. Bewilderment; stupefaction.
୭. ମୂର୍ଖତା; ନିର୍ବୋଧତା —୭. Folly; stupidity; foolishness.
୮. ଭ୍ରମ; ଭ୍ରାନ୍ତି —୮. Error.
୯. ପ୍ରେମ, ସ୍ନେହ (ହିନ୍ଦୀ - ଶ) —୯. Love; attachment.
୧. ସାହିତ୍ୟରେ ୩୩:ଟି ସଂଚାରୀଭାବ ମଧ୍ୟରୁ ଏକତମ —୧୦. One of the concomitants of sentiments in literature.

[ ଦ୍ର—ଭୟ, ଦୁଃଖ, କିଂକର୍ତ୍ତବ୍ୟବିମୂଢ଼ତା, ଅତ୍ୟନ୍ତ ଚିନ୍ତା ଆଦିରୁ ଉତ୍ପନ୍ନ ଚିତ୍ତର ବିକଳତାକୁ ମୋହ ବୋଲାଯାଏ—ହିନ୍ଦୀ - ଶ]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଚେତନାଶୂନ୍ୟ — ୧. Senseless.

(ଉ—ବାଜି ଅନୁଜ ମୋହ ମୋହର ହେ ଭଞ୍ଜ. ବୈଦେହୀଶବିଳାସ

୨. ମୁଗ୍ଧ ୨. Fascinated

(ଉ—ମାତା ଯେ ଅତି ସ୍ନେହଭରେ, ମୋହ ହୋଇଲା ପୁତ୍ରଠାରେ ଜଗନ୍ନାଥ. ଭାଗବତ)

[ମୋହୋ, ମୋହ(ହୋ)ର—ଅନ୍ୟରୂପ]

ଦେଶଜ - ସର୍ବ[ସମ୍ପାଦନା]

ମୋ (ଦେଖ) - —Mo (See)

(ଉ—ମୋହ ନିମିତ୍ତେ ଭିକ୍ଷା ଅନ୍ନ,ବହୁତ କଳ୍ପେ ତାର ମନ— ଜଗନ୍ନାଥ. ଭାଗବତ ]