ମୟ

ଉଇକିଅଭିଧାନ‌ରୁ

ମୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୟ୍ ଧାତୁ= ଗତି କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ରାବଣର ସ୍ତ୍ରୀ ମନ୍ଦୋଦରୀଙ୍କ ପିତା; ଇନ୍ଦ୍ରପ୍ରସ୍ଥରେ ରାଜା ଯୁଧିଷ୍ଠିରଙ୍କର ଅପୂର୍ବ ସଭା ନିର୍ମାଣକାରୀ ଦାନବ ଶିଳ୍ପୀ — ୧. Name of a demon architect.

[ଦ୍ରଷ୍ଟବ୍ୟ — ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଏ ଯୁଦ୍ଧରେ ପରାସ୍ତ କରିଥିଲେ ଏ ଅସୁରମାନଙ୍କ 'ତ୍ରିପୁର' ନିର୍ମାଣ କରିଥିଲେ ଏହାଙ୍କର ଦୁଇ ପୁତ୍ର ମାୟାବୀ ଓ ଦୁନ୍ଦରି ଏବଂ କନ୍ୟା ମନ୍ଦୋଦରୀ ବାଲ୍ମୀକିଙ୍କ ରାମାୟଣରେ ମୟ ବତିଙ୍କ ପୁତ୍ର ଥିବାର ଲେଖା ଅଛି]

୨. ଅଶ୍ୱତର —୨. A mule.
୩. ଓଷ୍ଟ୍ର; ଓଟ — ୩. Camel
୪. ଅଶ୍ୱ (ହିନ୍ଦୀ - ଶ) —୪. A horse (Apte).
୫. (+କରଣ. ଅ) ସୁଖ (ହିନ୍ଦୀ - ଶ) — ୫. Pleasure; happiness.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ନିମ୍ନ ଲିଖିତ ଅର୍ଥରେ ବିଶେଷ୍ୟ ସଙ୍ଗେ ଯୁକ୍ତ ହେବା ପ୍ରତ୍ୟୟ — A suffix added to nouns in the following. senses.

(ମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ପୂର୍ଣ୍ଣତାବୋଧକ) ଅମୁକରେ ପୂର୍ଣ୍ଣ —୧. Full of.

(ଯଥା—ମୟାମୟ ସଂସାର, କଣ୍ଟକମୟ ବନ)

୨. (ବ୍ୟାପ୍ତ୍ୟର୍ଥେ) ଅମୁକଦ୍ୱାରା ବ୍ୟାପ୍ତ —୨. Pervaded or spread over by.

(ଯଥା—ଜଳମୟ ଦେଶ, ବାଲୁକାମୟ ସ୍ଥାନ)

୩. (ବିକାରାଥେ) ଅମୁକରେ ମିର୍ମିତ ବା ଜଡ଼ିତ —୩. Made of or set with.

(ଯଥା—ସ୍ୱର୍ଣ୍ଣମୟ; ଘଟ ରତ୍ନମୟ ଅଙ୍ଗୁରୀୟକ, ମୃଣୟ ପାତ୍ର)

୪. (ବାହୁଲ୍ୟାର୍ଥେ) ଯହିଁରେ ଅମୁକ ବସ୍ତୁ ବହୁପରିମାଣରେ ଅଛି; ଅମୁକ ବହୁଳ —୪. Abounding in.

(ଯଥା— କଙ୍କର ମୟ ସ୍ଥାନ, ମଦୀମୟ ଦେଶ)

୫. (ସ୍ୱରୂପାର୍ଥେ) ଅମୁକ ରୂପେ କଳ୍ପିତ ବା ବ୍ୟବହୃତ —୫. In which such a thing has been utilised as.

(ଯଥା— ଗଜମୟ ସେତୁ)

୬. ଯାହାଠାରେ ଅମୁକ ଗୁଣ ବହୁ ପରିମାଣରେ ଅଛି —୬. Possessing a quality in great degree.

(ଯଥା—ମାୟାମୟ ସଂସାର, ଦୟାମୟ ପ୍ରଭୂ, ପ୍ରେମମୟ ହୃଦୟ)

୭. (ପୁରୀକ୍ଷାର୍ଥେ) ଅମୁକର ବିଷ୍ଠା —୭. The dung of.

(ଯଥା—ଗୋମୟ= ଗୋବର, ଗୋବିଷ୍ଠା)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମଏ (ଦେଖ) - ୧. Mae (See)
୨. ଦକ୍ଷିଣ ଆମେରିକାର ମେସିକୋ ଦେଶର ବହୁବ ପ୍ରାଚୀନ କାଳର ଖୁବ୍ ସଭ୍ୟ ଆଧିକରଣ —୨. Maya, the generic name of the ancient inhabitants of Mexico in South America.
୩. ଦକ୍ଷିଣ ଆମେରିକାରେ ବହୁ ପ୍ରାଚୀନ ଅଧିବାସିଗଣଙ୍କ ସଭ୍ୟତା; ମାୟା ସଭ୍ୟତା —୩. Māyā the high civilization of the ancient people of Mexico.

[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଭୂଗର୍ଭରୁ ବାହାରୁଥିବା ପ୍ରାସାଦ ଓ ଦ୍ରବ୍ୟମାନ ଦେଖି ପୁରାତତ୍ତ୍ୱବିଦ୍ ପଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ଆଜକୁ ୪୫: ହଜାର ବର୍ଷ ପୂର୍ବେ 'ମୟ'ମାନେ ସଭ୍ୟତାର ଅଚ୍ୟୁତ ସୋପାନରେ ଆରୋହଣ କରିଥିଲେ ଓ ଉକ୍ତ ସଭ୍ୟତା ସଙ୍ଗେ ଭାରତର ପ୍ରାଚନୀ ଆର୍ଯ୍ୟ ସଭ୍ୟତାର ବହୁତ ମେଳଥିବାର ଦେଖା ଯାଉଅଛି ମାୟା ସଭ୍ୟତା ତଳେ ଟୀକା ଦେଖ]