ଯ
ଯ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ -
[ସମ୍ପାଦନା]ବ୍ୟଞ୍ଜନ ବର୍ଣ୍ଣମାଳାର ଷଡ଼ବିଂଶ ଅକ୍ଷର ଓ ପ୍ରଥମ ଅବର୍ଗ ବର୍ଣ୍ଣ
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଅନ୍ତଃସ୍ଥ ବା ଅବର୍ଗୀୟଯ ଅନ୍ତଃସ୍ଥ ଶବ୍ଦର ଅର୍ଥ ମଧ୍ୟସ୍ଥ ବା ମଝିରେ ଥିବା 'କି' ଠାରୁ 'ମ' ପର୍ଯ୍ୟନ୍ତ ଅକ୍ଷରମାନଙ୍କୁ ବର୍ଗ୍ୟକର୍ଣ୍ଣ କୋଲାଯାଏ, ଶ, ଷ, ସ ଓ ହ ଏହି ଚାରି ବର୍ଣ୍ଣକୁ ଉଷ୍ମବର୍ଣ୍ଣ ବୋଲାଯାଏ; ଏହି ଉଭୟ ବର୍ଣ୍ଣମାଳାର ମଧ୍ୟରେ ଥିବାରୁ ଯ, ର, ଳ ଓ ବ ଏହି ଚାରି ବର୍ଣ୍ଣର ନାମ 'ଅନ୍ତଃସ୍ଥ' ବର୍ଣ୍ଣ ଏହା 'ଭ' ଓ 'ଅ' ଯୋଗରେ ଉତ୍ପନ୍ନ ଏହାର ଉଚ୍ଚାରଣ ସ୍ଥାନ ତାଳୁ ] The ୨୬th consonant of the Sanskrit and Oriya alphabet, corresponding to the sound of J, in English.
[ଦ୍ରଷ୍ଟବ୍ୟ —ସଂସ୍କତରେ ଏହାର ଉଚ୍ଚାରଣ 'ୟ' ପରି, କିନ୍ତୁ ଓଡ଼ିଆ ଭାଷାରେ କଥାବାର୍ତ୍ତାରେ 'ଜ' ଓ 'ଯ' ମଧ୍ୟରେ ପ୍ରଭେଦ ରଖାଯାଏ ନାହିଁ ସଂସ୍କୃତ ଭାଷାରେ 'ଯ' ଏବଂ 'ୟ' ଦୁଇଟି ସ୍ୱତନ୍ତ୍ର ଉଚ୍ଚାରିତ ଅକ୍ଷର ସଂସ୍କୃତ ଓ ତତ୍ସମ ଶବ୍ଦର ଆଦ୍ୟରେ 'ୟ' ହୁଏ ନାହିଁ ପୁରୁଣାକାଳିଆ ପଣ୍ଡିତମାନେ 'ଜ'କୁ 'ଜ' ଓ 'ଯ'କୁ 'ଯ୍ୟ' ଉଚ୍ଚାରଣ କରିବା ଦେଖାଯାଏ କଥାବାର୍ତ୍ତାରେ 'ଜ' 'ଯ'ର ଉଚ୍ଚାରଣରେ ଆଜିକାଲି ପ୍ରଭେଦ ରକ୍ଷା କରାଯାଉ ନ ଥିବାରୁ ଗ୍ରାମ୍ୟ ଓ କଚିରିଆ ଲିପିରେ 'ଜ' ସ୍ଥାନରେ 'ଯ' ଓ 'ଯ' ସ୍ଥାନରେ 'ଜ' ଲେଖାଯିବା ଦେଖାଯାଏ ଏଥିପାଇଁ 'ଜ' ଆଦ୍ୟାକ୍ଷର ବିଶିଷ୍ଟ ଦେଶଜ, ଗ୍ରାମ୍ୟ ଓ ଅନ୍ୟଭାଷାରୁ ଆଗତ ଶବ୍ଦମାନ ଏ ଗ୍ରନ୍ଥରେ 'ଜି' ତଳେ ନ ମିଳିଲେ 'ଯ' ତଳେ ଖୋଜିବାକୁ ହେବ ଭାଷାରେ 'ଜ' ଓ 'ଯ' ମଧ୍ୟରେ ଉଚ୍ଚାରଣ—ଭେଦ ଲକ୍ଷିତ ହେଉ ନ ଥିବାରୁ ଜ'କୁ 'ବର୍ଗ୍ୟ ଜ' ଓ 'ଯ'କୁ 'ଅବର୍ଗ୍ୟ ଯ' ବୋଲି ପିଲାଙ୍କୁ ବର୍ଣ୍ଣଶିକ୍ଷ ଦିଆଯିବାବେଳେ ଶିକ୍ଷା ଦିଆଯାଏ ଇଂରାଜି 'J' ଅକ୍ଷରର ଉଚ୍ଚାରଣ=ଯ, Y ଅକ୍ଷରର ଉଚ୍ଚାରଣ=ୟ, ଓ G ଅକ୍ଷରର ଏକ ଉଚ୍ଚାରଣ=ଜ ପୂର୍ବେ ବୋଲାଯାଇ ଅଛି ଯେ ଶବ୍ଦ ଆଦ୍ୟରେ 'ଯ' 'ୟ' ହୁଏ ନାହିଁ କିନ୍ତୁ ଆଧୁନିକ ପ୍ରୟୋଗରେ ଇଂରାଜି ଓ ପାରସୀ ଆଦି ଭାଷାରୁ ଆଗତ 'ୟ' ଅକ୍ଷରାଦ୍ୟ ଶବ୍ଦମାନଙ୍କ ଆଦ୍ୟରେ 'ୟ' ଦିଆଯାଉଅଛି, ଯଥା 'ୟୁରୋପ' 'ୟୁନାନୀ' ଉଚ୍ଚାରଣରେ ଓ ପ୍ରାଚୀନ ଗ୍ରନ୍ଥରେ 'ଏ' ସ୍ଥାନରେ 'ୟେ', ଏ, ଏହି, ଏକ, ଏହିକ୍ଷଣି, ଏବେ ଇତ୍ୟାଦି, ସ୍ଥଳରେ ଯଥାକ୍ରମେ ୟେ, ୟେହି, ୟେକ, ୟେହିକ୍ଷଣି, ୟେବେ ଆଦି ବ୍ୟବହୃତ ହେବା ଦେଖାଯାଏ ପ୍ରାଚୀନ ଗ୍ରନ୍ଥରେ 'ଏ' ସ୍ଥାନରେ 'ୟେ' ଯଥା (ରାଏ=ରାୟେ) ଏବଂ ୟସ୍ଥାନରେ ଏ ଯଥା—(ତନୟ=ତନଏ) ବ୍ୟବହୃତ ହେବା ଦେଖାଯାଏ ହିନ୍ଦୀଭାଷାରେ 'ଯ' ଓ 'ଜ' ଯୁକ୍ତ ସଂସ୍କୃତ ଶବ୍ଦମାନ ଯଥାକ୍ରମେ 'ୟ' ଓ 'ଜ' ରୂପେ ଉଚ୍ଚାରିତ ହୁଏ; କିନ୍ତୁ ସଂସ୍କୃତଶବ୍ଦମାନ ଅପଭ୍ରଷ୍ଟ ହେଲେ ହିନ୍ଦୀରେ 'ଯ' ସ୍ଥାନରେ 'ଜ' ହେବା ଦେଖାଯାଏ ଯଥା—କାଜ (କାର୍ଯ୍ୟ); ଜନ୍ତର (ସଂସ୍କୃତ - ଯନ୍ତ୍ର)] [ବିଶେଷ ଦ୍ରଷ୍ଟବ୍ୟ—'ଯ' ସ୍ଥାନରେ 'ଜ' ହେବା ଦେଖାଯାଏ ଯଥା—ବାଜ (କାର୍ଯ୍ୟ); ଜନ୍ତର (ସଂସ୍କୃତ - ଯନ୍ତ୍ର)] [ବିଶେଷ ଦ୍ରଷ୍ଟବ୍ୟ—'ଯ' ଅକ୍ଷରାଦ୍ୟ କୌଣସି ଦେଶଜ, ଗ୍ରାମ୍ୟ ବା ବୈଦେଶିକ ଶବ୍ଦ ଯେବେ 'ଯ' ଅକ୍ଷର ତଳେ ଏ ଭାଷାକୋଷରେ ନ ମିଳିବ, ତେବେ ସେହି ଶବ୍ଦ ପାଇଁ ଏହି ଗ୍ରନ୍ଥର 'ଜ' ଅକ୍ଷର ତଳେ ଦେଖିବାକୁ ହେବ]
ଯ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯା ଧାତୁ—ଯିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବାୟୁ; ପବନ — ୧. Wind; air.
- ୨. ତେଜ; ଆଲୋକ; ଦୀପ୍ତି — ୨. Light; lustre; rediance.
- ୩. ଯବ — ୩. Barley;
- ୪. (+ଭାବ. ଅ) ପ୍ରାପ୍ତ —୪. Getting; acquisition.
- ୫. ତ୍ୟାଗକରଣ; ପରିହାର —୫. Abandonment.
- ୬. କୁକ୍ଷିର ବା ପେଟର ଦକ୍ଷିଣ ଭାଗ
—୬. The right part of the belly.
- ୭. ଯଶଃ —୭. Renown; fame.
- ୮. ଗତି —୮. Motion.
- ୯. ଯାତ୍ରା —୯. Starting.
- ୧. (ଯମ୍ ଧାତୁ=ଦମନ କରିବା+କର୍ତ୍ତୃ.ଅ) ଯମଦେବ —୧୦. The God of death.
- ୧୧. (ଯମ୍ ଧାତୁ+ଭାବ. ଅ) ଦମନ; ଯମନ; ନିୟମନ; ସଂଯମନ —୧୧. Controlling; restraining; checking.
- ୧୨. ଯୋଗ —୧୨. Union; joining.
- ୧୩. (+କରଣ.ଅ) ଯାନ —୧୩. Vehicle; conveyance.
- ୧୪. (ଯା ଧାତୁ+କର୍ତ୍ତୃ. ଅ) ଗତିକାରୀ ବ୍ୟକ୍ତି —୧୪. Goer; mover (Apte).
- ୧୫. (+କରଣ ଅ) ଗାଡ଼ି —୧୫. A carriage (Apte).
- ୧୬. ଧ୍ୟାନ —୧୬. Religious meditation (Apte).
- ୧୭. ଯଗଣ (ଦେଖ) - —୧୭. J̄agaṇa (See).
ସଂସ୍କୃତ - ବିଶେଷଣ - (ଯା ଧାତୁ ଯିବା+କର୍ତ୍ତୃ. ଅ)
[ସମ୍ପାଦନା]ଗମନକାରୀ ଯାତ —Going; moving.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯବ)
[ସମ୍ପାଦନା]ଯବଧାନ —Barley.
ଗ୍ରାମ୍ୟ - କ୍ରିୟାପଦ - (ଯିବା ଧାତୁର ଅନୁଜ୍ଞା)
[ସମ୍ପାଦନା](ତୁମ୍ଭେ) ଯାଅ —(Imperative) Go.