ଯନ୍ତ୍ର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଯେଉଁ ପଦାର୍ଥର ସାହାଯ୍ୟରେ ଅଲ ବଳର ପ୍ରୟୋଗଦ୍ଵାରା ବହୁ ବଳସାଧ୍ୟ କାର୍ଯ୍ୟ ସମ୍ପନ୍ନ ହୁଏ; ଇଞ୍ଜିନ୍
  • ଅସ୍ତ୍ର ଶସ୍ତ୍ର; ହତିଆର; ଯୁଦ୍ଧଯନ୍ତ୍ର; ଆତ୍ମରକ୍ଷା ଓ ଶତ୍ରୁକୁ ଆକ୍ରମଣ କରିବା ପାଇଁ ବ୍ୟବହୃତ ଅସ୍ତ୍ରାଦି
  • ଅଳ୍ପପରିଶ୍ରମରେ ଓ ସମୟରେ ବହୁପରିଶ୍ରମସାଧ୍ୟ ଓ ବହୁକାଳସାଧ୍ୟ କର୍ମ କରିବା ଉପାୟ
  • କାରିଗରମାନଙ୍କ ହତିଆର; ଶିଳ୍ପୀର ବା କଳାବିଦର କର୍ମସାଧନୀ
  • ଯନ୍ତା; ଚକି; ପେଷିବା କଳ; ପେଷଣ ଯନ୍ତ୍ର
  • ଅନାୟସରେ ପଦାର୍ଥର ପରିମାଣ, ସ୍ଵରୁପ, ବେଗ ଆଦି ନିରୂପଣ କରିବାର କୌଶଳ; କଳ
  • ଅଡ୍ନିଯନ୍ତ୍ର; ନାଳିକାସ୍ତ୍ର, ବନ୍ଧୁକ
  • ଏକ ସ୍ଥାନରେ ପ୍ରଯୁକ୍ତ ବା ଉଦ୍ଭୁତ ଶକ୍ତିକୁ ସ୍ଥାନାନ୍ତରକୁ ନେଇ ତାହା କାର୍ଯ୍ୟରେ ନିଯୁକ୍ତ କରାଇବା ପାଇଁ ବ୍ୟବହୃତ କୌଶଳ
  • ଘଣା
  • ଦେବପୂଜାଥ ଭୁମି ଆଦିରେ ଚିତ୍ରିତ ତନ୍ତ୍ରୋକ୍ତ ଭିନ୍ନ ଭିନ୍ନ ଚକ୍ର ବା ଚିତ୍ର; ଦେବତାମାନଙ୍କର ଅଧିଷ୍ଠାନଚକ୍ର
  • ବାଦ୍ୟ ଯନ୍ତ୍ର
  • ଜ୍ୟୋତିଷାଦି ଚକ୍ର; ଜନ୍ମରାଶିନକ୍ଷତ୍ରାଦିଘଟିତ ପତାକା
  • ବୈଦ୍ୟଶାସ୍ତ୍ରୋକ୍ତ ଅସ୍ତ୍ର ଶସ୍ତ୍ର; ଡାକ୍ତରଙ୍କ ଅସ୍ତ୍ର
  • ଔଷଧ ପାକାର୍ଥ ଯନ୍ତ୍ରାଦି ମଧ୍ୟରୁ କେତେକ
  • ତନ୍ତ୍ରୋକ୍ତ ମାରଣ, ସ୍ତମ୍ଭନ, ମୋହନି, ବଶୀକରଣ, ଉଚ୍ଚାଟନ, ବିଦ୍ରାବଣାଦି କ୍ରିୟା ନିମନ୍ତେ ବ୍ୟବହୃତ ମନ୍ତ୍ର, କୌଶଳ ବା ପ୍ରୟୋଗ
  • କୁଯନ୍ତ୍ର; ପରର ଅନିଷ୍ଟାର୍ଥ ପ୍ରଯୁକ୍ତ ଗୁଣୀ ଗାରେଡି
  • ଜୀବ ଦେହରେ ଭିନ୍ନ ଭିନ୍ନ କ୍ରିୟା କରୁଥିବା ଶରୀରାଭ୍ୟନ୍ତରସ୍ଥ ନାଡି ଆଦି
  • କୌଣସି ଦ୍ରବ୍ୟକୁ ଡେରି ରଖିବାର ଠିଅ; ଠେସ; ଢିରା
  • ବସ୍ତୁକୁ ବାନ୍ଧିବାର ଉପକରଣ
  • ଅଭିମନ୍ତ୍ରିତ ଡେଉଁରିଆ ବା ପଦକାଦି
  • କୌଣସି କଳର ଅଙ୍ଗ ବା ନିର୍ମାଣକୌଶଳ
  • ଯେ କୌଣସି ଅଭିଷ୍ଟସାଧନାର୍ଥ ବ୍ୟବହୃତ ସହଜସାଧ୍ୟ କୌଶଳକୁ ଯନ୍ତ୍ର ବୋଲାଯାଏ; ଯଥା, ମୁଦ୍ରାଯନ୍ତ୍ର, କୂପକ୍ଷନ୍ତ୍ର, ଜଳଯନ୍ତ୍ର, ଗୃହଯନ୍ତ୍ର, ବାଲୁକାଯନ୍ତ୍ର, ବାୟୁନିଷ୍କାସନ ଯନ୍ତ୍ର, ଚାପମାନଯନ୍ତ୍ର, ଦୂରବୀକ୍ଷଣଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଭାତି
  • କୁହୁକ; ବାଜିଗରୀଯନ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ଯନ୍ତ୍ର ଧାତୁ+କରଣ. ଅ)[ସମ୍ପାଦନା]

୧. ଯେଉଁ ପଦାର୍ଥର ସାହାର୍ଯ୍ୟରେ ଅଲ ବଲର ପ୍ରୟୋଗଦ୍ୱାରା ବହୁ ବଳସାଧ୍ୟ କାର୍ଯ୍ୟ ସମ୍ପନ୍ନ ହୁଏ; ଇଞ୍ଜିନ୍ —୧. Apparatus; machine; engine.

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ଯନ୍ତ,ଯନ୍ତା, ଯନ୍ତର]

୨. ଅସ୍ତ୍ର ଶସ୍ତ୍ର; ହତିଆର; ଯୁଦ୍ଧ— ଯନ୍ତ୍ର; ଆତ୍ମରକ୍ଷା ଓ ଶତ୍ରୁକୁ ଆକ୍ରମଣ କରିବା ପାଇଁ ବ୍ୟବହୃତ ଅସ୍ତ୍ରାଦି —୨. Weapon of offence and defence.

[ଦ୍ରଷ୍ଟବ୍ୟ —ଯୁଦ୍ଧ ଯନ୍ତ୍ରମାନ ୨ ଶ୍ରେଣୀରେ ବିଭକ୍ତ, ଯଥା— ୧ ଅସ୍ତ୍ର=ଯାହା ଶତ୍ରୁ ଆଡ଼କୁ ନିକ୍ଷେପ କରାଯାଏ ଯଥା— ବାଣ, ବନ୍ଧୁକ, ୨ ଶସ୍ତ୍ର=ଯାହାକୁ ହାତରେ ଧରି ପ୍ରହାର କରାଯାଏ ଯଥା—ଗଦା, ଖଡ୍ଗ]

୩. ଅଳ୍ପ ପରିଶ୍ରମରେ ଓ ସମୟରେ ବହୁପରିଶ୍ରମସାଧ୍ୟ ଓ ବହୁକାଳସାଧ୍ୟ କର୍ମ କରିବା ଉପାୟ —୩. Any labour-saving or time-saving appliance.
୪. କାରିଗରମାନଙ୍କ ହତିଆର; ଶିଳ୍ପୀର ବା କଳାବିଦ୍ର କର୍ମସାଧନୀ — ୪. Workman's tools; implements; instruments or implements used by craftsmen or artisans.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ କାର୍ଯ୍ୟର ନାମ ଦୃଷ୍ଟିରେ ଯନ୍ତ୍ରର ଭିନ୍ନ ଭିନ୍ନ ନାମ ଦିଆଯାଏ ଯଥା—ସୀବନ ଯନ୍ତ୍ର, ବେଧନ ଯନ୍ତ୍ର, ଛେଦକ ଯନ୍ତ୍ର]

୫. ଯନ୍ତା; ଚକି; ପେଷିବା କଳ; ପେଷଣ ଯନ୍ତ୍ର —୫. A mill.
୬. ଅନାୟାସରେ ପଦାର୍ଥର ପରିମାଣ, ସ୍ୱରୂପ, ବେଗ ଆଦି ନିରୂପଣ କରିବାର କୌଶଳ; କଳ —୬. A meter, an instrument for ascertaing easily, the quantity, nature and velocity of things.
୭. ଅଗ୍ନିଯନ୍ତ୍ର; ନାଳିଯସ୍ତ୍ର, ବନ୍ଧୁକ — ୭. Gun; firearm.
୮. ଏକ ସ୍ଥାନରେ ପ୍ରଯୁକ୍ତ ବା ଉଦ୍ଭୂତ ଶକ୍ତିକୁ ସ୍ଥାନାନ୍ତରକୁ ନେଇ ତାହା କାର୍ଯ୍ୟରେ ନିଯୁକ୍ତ କରାଇବା ପାଇଁ ବ୍ୟବହୃତ କୌଶଳ —୮. A contrivance for the transmission of force or energy from one place to another.
୯. ଘଣା —୯. An oilmill.
୧. ଦେବପୂଜାଥ ଭୂମି ଆଦିରେ ଚିତ୍ରିତ ତନ୍ତ୍ରୋକ୍ତ ଭିନ୍ନ ଭିନ୍ନ ଚକ୍ର ବ ଚିତ୍ର; ଦେବତାମାନଙ୍କର ଅଧିଷ୍ଠାନଚକ୍ର —୧୦. Mystic diagrams or figures drawn on the ground etc. in connection with the worship of Deities according to Tantra.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଦେବତାଙ୍କ ପାଇଁ ତନ୍ତ୍ରରେ ଭିନ୍ନ ଭିନ୍ନ ପ୍ରକାର ଯନ୍ତ୍ରର ବିଧାନ ଅଛି ଯନ୍ତ୍ର ବିନା ମନ୍ତ୍ର ସମ୍ୟକ୍ କାର୍ଯ୍ୟକାରୀ ହୁଏ ନାହିଁ ଭିନ୍ନ ଭିନ୍ନ ଯନ୍ତ୍ର ପାଇଁ ଭିନ୍ନ ଭିନ୍ନ ଲିଖନ ଉପାଦାନ ଓ ସ୍ଥାନମାନ ମଧ୍ୟ ନିର୍ଣ୍ଣିତ ହୋଇଅଛି]

୧୧. ବାଦ୍ୟ ଯନ୍ତ୍ର —୧୧. Musical instrument.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ବାଦ୍ୟ ଯନ୍ତ୍ରର ଭିନ୍ନ ଭିନ୍ନ ନାମ ଅଛି ଯଥା—ତତ ଯନ୍ତ୍ର, ଆନଦ୍ଧ ଯନ୍ତ୍ର, ବୀଣା ଯନ୍ତ୍ର ]

୧୨. ଜ୍ୟୋତିଷୋକ୍ତ ଚକ୍ର; ଜନ୍ମରାଶିନକ୍ଷତ୍ରାଦିଘଟିତ ପତାକା —୧୨. Astrological diagrams.
୧୩. ବୈଦ୍ୟଶାସ୍ତ୍ରୋକ୍ତ ଅସ୍ତ୍ର ଶସ୍ତ୍ର; ଡାକ୍ତରଙ୍କ ଅସ୍ତ୍ର — ୧୩. Surgical instruments.

[ଦ୍ରଷ୍ଟବ୍ୟ —ଚିକିତ୍ସକ— ମାନେ ଅସ୍ତ୍ର ବ୍ୟବହାର କରନ୍ତି ନାହିଁ, ଶସ୍ତ୍ର ବ୍ୟବହାର କରନ୍ତି କିନ୍ତ ସାଧାରଣତଃ ଚିକିତ୍ସକଙ୍କ ଶସ୍ତ୍ରକୁ ଅସ୍ତ୍ର ବୋଲାଯାଇ ଥାଏ ପୂର୍ବେ ଆର୍ଯ୍ୟମାନେ ଅସ୍ତ୍ରଚିକିତ୍ସାରେ

ନିପୁଣ ଥିଲେ ଅସ୍ତ୍ର ପ୍ରୟୋଗ କଳ୍ପରେ, ସୁଶ୍ରୁତରେ ୧୨୫: ପ୍ରକାର ଅସ୍ତ୍ରର ଉଲ୍ଲେଖ ଅଛି ସେଗୁଡିକ ୨ ଭାଗରେ ବିଭକ୍ତ:—ଯନ୍ତ୍ର ଓ ଶସ୍ତ୍ର ଯନ୍ତ୍ରର ଦାଢ଼ ନ ଥାଏ, ଶସ୍ତ୍ରର ଦାଢ଼ ଥାଏ (Apte). ଯନ୍ତ୍ର ସର୍ବସମେତ ୧୧:ଟି ହିନ୍ଦୁ ଚିକିତ୍ସାଗ୍ରନ୍ଥମାନଙ୍କରେ ନିର୍ଦ୍ଦିଷ୍ଟ ଯନ୍ତ୍ରଶସ୍ତ୍ର ମଧ୍ୟରୁ କେତେଗୁଡ଼ିଏ, ଯଥା:—ସ୍ୱସ୍ତିକଯନ୍ତ୍ର—ହାଡ଼ରେ ବିଦ୍ଧ ହୋଇଥିବା ବାଣ ବା ଶଲ୍ୟ ବାହାର କରିବା ପାଇଁ ବ୍ୟବହୃତ ସନ୍ଦଂଶ— ଚର୍ମ, ମାଂସ, ଶିରା ଓ ସ୍ନାୟୁରୁ କ୍ଷୁଦ୍ର ଶଲ୍ୟ ବା କଣ୍ଟା ବାହାର କରିବା ପାଇଁ ତାଳି ଯନ୍ତ୍ର—କର୍ଣ୍ଣ ନାସିକାଦିରୁ ମଳ ବାହାରି କରିବା ପାଇଁ ବ୍ୟବହୃତ ଯନ୍ତ୍ର ଏହିପରି ଶଙ୍କୁ, ଯୋନ୍ୟାବେକ୍ଷଣ, ଭୃଙ୍ଗମୁଖ, ସିଂହମୁଖ, ନାଡ଼ୀ, ଶାଳାକା ଆଦି ନାନା ଯନ୍ତ୍ର ଥିଲା ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ ନାନା ଅଭିନବ ଯନ୍ତ୍ର (ସହସ୍ରାଧିକ) ଆବିଷ୍କାର କରିଅଛି] 

୧୪. ଔଷଧାଦି ପାକାର୍ଥ ବ୍ୟବହୃତ କୌଶଳ ବା ଉପାୟ — ୧୪. Appliances used in the preparation of medicines.

[ଦ୍ରଷ୍ଟବ୍ୟ —ଔଷଧ ପାକାର୍ଥ ଯନ୍ତ୍ରାଦି ମଧ୍ୟରୁ କେତେକ,—ବାଲୁକା ଯନ୍ତ୍ର—ହାଣ୍ଡି ମଧ୍ୟରେ ବାଲି ଭର୍ତ୍ତି କରି ତାହା ନିଆଁ ଉପରେ ବସାଇ ବାଲି ମଧ୍ୟରେ ବୋତଲରେ ବା ଘଡ଼ିରେ ଔଷଧପାକକରଣ ଦୋଳାଯନ୍ତ୍ର— ନିଆଁ ଉପରେ ବସିଥିବା ହାଣ୍ଡିର ପାଣିରେ ଝୁଲାଇ ରଖି ପଦାର୍ଥକୁ ପାକ କରିବା ଉପାୟ ସ୍ୱେଦନ ଯନ୍ତ୍ର—ଚୁଲିରେ ବସିଥିବା ପାଣି ହାଣ୍ଡି ମୁହଁରେ ଅଥାରଜନା ବାନ୍ଧି ସେହି କନା ଉପରେ ପଦାର୍ଥ ରଖି ହାଣ୍ଡରୁ ବାହାରୁଥିବା ବାମ୍ଫଦ୍ୱାରା ପାକକରଣ ଏହିପରି ବିଦ୍ୟାଧର ଯନ୍ତ୍ର, ଭୂଧର ଯନ୍ତ୍ର, ଡମରୁ ଯନ୍ତ୍ରାଦି ନାନା ଯନ୍ତ୍ର ଅଛି]

୧୫. ତନ୍ତ୍ରୋକ୍ତ ମାରଣ, ସ୍ତମ୍ଭନ, ମୋହନ, ବଶୀକରଣ, ଉଚ୍ଚାଟନ, ବିଦ୍ରା— ବଣାଦିକ୍ରିୟା ନିମନ୍ତେ ବ୍ୟବହୃତ ମନ୍ତ୍ର, କୌଶଳ ବା ପ୍ରୟୋଗ —୧୫. Mysticappliances or charms employed in Tantric rites, which are performed to affect other people. e.g. Killing, charming, maddening.
୧୬. କୁଯନ୍ତ୍ର; ପରର ଅନିଷ୍ଟାର୍ଥ ପ୍ରଯୁକ୍ତ ଗୁଣୀ ଗାରେଡ଼ି — ୧୬. Black magic (employed to injure others).
୧୭. ଜୀବ ଦେହର ଭିନ୍ନ ଭିନ୍ନ କ୍ରିୟା— କରୁଥିବା ଶରୀରାଭ୍ୟନ୍ତରସ୍ଥ ନାଡ଼ି ଆଦି —୧୭. Internal organs of the animal system which perform different functions.
୧୮. କବାଟର କିଳିଣୀ ବା କୋଲପ —୧୮. Bolt or lock of a door (Apte).
୧୯. କୌଣସି ଦ୍ରବ୍ୟକୁ (ଘର କାନ୍ଥରେ) ଡେରି ରଖିବାର ଠିଅ; ଠେସ;ଢିରା — ୧୯. A prop; a support; a stay.
୨. ବସ୍ତୁକୁ ବାନ୍ଧିବାର ଉପକରଣ (ଯଥା ଶିକୁଳି; ପଟୀ) — ୨୦. Fetter; band; tie (Apte).
୨୧. ଅଭିମନ୍ତ୍ରତ ଡେଉଁରିଆ ବା ପଦାକାଦି —୨୧. Amulet.
୨୨. କୌଣସି କଳର ଅଙ୍ଗ ବା ନିର୍ମାଣକୌଶଳ —୨୨. Mechanism of a machinery.
୨୩. (+ଭାବ ଅ)—ନିଯନ୍ତ୍ରଣ —୨୩. Restraint.

(ଦ୍ର— ଯେ କୌଣସି ଅଭିଷ୍ଟସାଧନାର୍ଥ ବ୍ୟବହୃତ ସହଜସାଧ୍ୟ କୌଶଳକୁ ଯନ୍ତ୍ର ବୋଲାଯାଏ; ଯଥା, ମୁଦ୍ରାଯନ୍ତ୍ର, କୂପଯନ୍ତ୍ର, ଜଳଯନ୍ତ୍ର, ଗୃହଯନ୍ତ୍ର, ବାଲୁକାଯନ୍ତ୍ର, ବାୟୁନିଷ୍କାସନ ଯନ୍ତ୍ର, ଚାପମାନଯନ୍ତ୍ର, ଦୂରବୀକ୍ଷଣଯନ୍ତ୍ର,ଅଣୁବୀକ୍ଷଣ ଯନ୍ତ୍ର) ===

=== ଦେଶଜ - ବିଶେଷ୍ୟ -

୧. ଭାତି —୧. Bellows.

(ଉ—ବଲ୍ଲଭୀ ଯନ୍ତ୍ର ଚଉଛିକି କାମର ଲୋହ ଶର ଗଢ଼ା ବୋଲି ଯେ ଭଞ୍ଜ. ବୈଦେହୀଶବିଳାସା ===

୨. କୁହୁକ; ବାଜିଗରୀ — ୨. Magic.