ଯୁଦ୍ଧ

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସମର; ଲଢାଇ
  • ବିବାଦ
  • ଦୁଇ ପକ୍ଷଙ୍କର ଶତ୍ରୁତା ପୂର୍ବକ ବଳକଷାକଷି
  • ଗ୍ରହମାନଙ୍କର ପରସ୍ପର ବିରୁଦ୍ଧ ଅବସ୍ଥିତିଯୁଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ -(ସଂସ୍କୃତ - ଯୁଧ୍ ଧାତୁ+ଭାବ. ତ)[ସମ୍ପାଦନା]

୧. ସମର; ଲଢ଼ାଇ — ୧. War; fight; battle.

[ଦ୍ରଷ୍ଟବ୍ୟ —ପ୍ରାଚୀନ କାଳରେ ରଥ, ହାତୀ, ଘୋଡ଼ା ଓ ପଦାରି, ଯୁଦ୍ଧର ୪ଟି ପ୍ରଧାନ ଅଙ୍ଗ ଥିଲେ; ଏଥି ପାଇଁ ସେନାକୁ ଚତୁରଙ୍ଗିଣୀ ବୋଲା ଯାଉଥିଲା ଏହି ଚାରି ଅଙ୍ଗତ ସଂଖ୍ୟା— ଭେଦରେ ସୈନ୍ୟ ଦଳର ଭିନ୍ନ ଭିନ୍ନ ନାମ (ଯଥା ପତ୍ତି, ଗୁଳ୍ମ, ଗୁଣ) ଥିଲା ସେନା ସନ୍ନିବେଶ (ବ୍ୟୁହ) ମଧ୍ୟ ନାନା ପ୍ରକାରର ଥିଲା (ଯଥା, ସୂଚିବ୍ୟୁହ, ଶ୍ୟେନ, ମକର, ଶକଟ) ସୈନିକମାନଙ୍କୁ ସଙ୍କେତ ଧ୍ୱନି ଦ୍ୱାରା ସମ୍ମୀଳନ, ପ୍ରସରଣ, ପ୍ରଭ୍ରମଣ, ଆକୁଞ୍ଚନ, ଯାନ, ପ୍ରୟାଣ, ଅପଯାନ ଆଦି ଅନେକ ପ୍ରଗତିରେ ଚାଳିତ କରା ଯାଉଥିଲା ଯୁଦ୍ଧ ୨ ପ୍ରକାର ଥିଲା, ଯଥା—ଦ୍ୱନ୍ଦ୍ୱ ଯୁଦ୍ଧ ଓ ନିର୍ନ୍ଦନ୍ଦ୍ୱ ଯୁଦ୍ଧ କୃତ୍ରିମ ଓ ଅକୃତ୍ରିମ ଦୁର୍ଗରେ ରହି ଶତ୍ରୁ ସଙ୍ଗେ କରାଯିବା ୟୁଦ୍ଧର ନାମ ଦ୍ୱନ୍ଦ୍ୱ ଯୁଦ୍ଧ; ଦୁର୍ଗରୁ ବାହାରି ଖୋଲା ଯାଗାରେ ଶତ୍ରୁର ସମ୍ମୁଖୀନ ହୋଇ କରାଯିବା ଯୁଦ୍ଧ ନିର୍ଦ୍ୱନ୍ଦ୍ୱ ଯୁଦ୍ଧ ନିର୍ଦ୍ୱନ୍ଦ୍ୱ ଯୁଦ୍ଧରେ ସମଭୂମିରେ ରଥ ଯୁଦ୍ଧ, ବିଷମ ଭୂମିରେ ହସ୍ତିଯୁଦ୍ଧ, ମରୁଭୂମିରେ ଅଶ୍ୱଯୁଦ୍ଧ, ପାର୍ବତ୍ୟ ସ୍ଥାନରେ ପଦାତି ଯୁଦ୍ଧ ଓ ଜଳରେ ନୌକା ଯୁଦ୍ଧ କରା ଯାଉଥିଲା ଯୁଦ୍ଧରେ ପ୍ରବୃତ୍ତ ବ୍ୟକ୍ତିମାନଙ୍କ ପାଇଁ ଗୁଡୢଏ ଅବଶ୍ୟ ପାଳନୀୟ ନିୟମ ଥିଲା ଯଥା—(୧): ରାଜା ଓ ଯୁଦ୍ଧବିଶାରଦ ପଣ୍ଡିତ ଓ ପରାମର୍ଶଦାତା ଓ ମନ୍ତ୍ରୀମାନେ ଯୁଦ୍ଧକ୍ଷେତ୍ରକୁ ଯିବେ ନାହିଁ (୨): ରଥହୀନ ରଥୀ, ଗଜହୀନ ଗଜାରୋହୀ ସେନା, ଅଶ୍ୱହୀନ ଅଶ୍ୱାରୋହୀ ସେନା ଓ ଶସ୍ତ୍ରହୀନ ପଦତିଙ୍କୁ ଆକ୍ରମଣ କରିବା ନିଷିଦ୍ଧ (୩): ବାଳ, ବୁଦ୍ଧ, ନପୁଂସକ, ଅନ୍ୟାହତ ଓ ଶାନ୍ତିପତାକା ଉଡ଼ାଇବା ବ୍ୟକ୍ତିଙ୍କ ପ୍ରତି ଶସ୍ତ୍ରାସ୍ତ୍ର ପ୍ରୟୋଗ ନିଷିଦ୍ଧ (୪): ଭୟତ୍ରସ୍ତ, ଶରଣାଗତ, ଯୁଦ୍ଧବିମୁଖ ବ୍ୟକ୍ତିକୁ ଆଘାତ କରିବା ନିଷିଦ୍ଧ ଯୁଦ୍ଧ— କ୍ଷେତ୍ରରେ ମରିବା ବ୍ୟକ୍ତିର ସ୍ୱର୍ଗଲାଭ ଓ ଯୁଦ୍ଧରୁ ପଳାଇବା ବ୍ୟକ୍ତିର ପାତକ ବିବେଚିତ ହେଉଥିଲା ଯୁଦ୍ଧଭୂମିରୁ ପଳାଇ ଯିବା ପାତକୀ ବ୍ୟକ୍ତି ପୁଣି ଥରେ ଯୁଦ୍ଧରେ ଯୋଗ ଦେଇ ଯୁଦ୍ଧରେ ଶୂରତା ନ ଦେଖାଇବା ପର୍ଯ୍ୟନ୍ତ ତାର ପାତକ ଦୂର ହେଉ ନ ଥିଲା (ହିନ୍ଦୀ - ଶ) ଯୁଦ୍ଧରେ ନାଳିକାସ୍ତ୍ର (ବନ୍ଧୁକ), ଶତଘ୍ନୀ, (ତୋପ), ଆଗ୍ନେୟାସ୍ତ୍ର, ମୋହାସ୍ତ୍ର, ଧନୁଶରଃ, ଗଦା, ଖଡ଼୍ଗ, ପାଶ ଆଦି, ଅସ୍ତ୍ର ଶସ୍ତ୍ର ବ୍ୟବହୃତ ହେଉଥିଲା ସ୍ତ୍ରୀ, ବାଳକ, ମୁନି. ବୃଦ୍ଧଙ୍କୁ ବଧ କରିବା ନିଷିଦ୍ଧ ଥିଲା ବିପକ୍ଷର ଦୂତ ମଧ୍ୟ ଅବଧ୍ୟ ଥିଲା ଯୁଦ୍ଧରେ ନାନା ଅଲୌକିକ ଓ ମାନ୍ତ୍ରିକ ପ୍ରୟେଗ ମଧ୍ୟ କରା ଯାଉଥିଲା ଆକାଶ ବିମାନ ମଧ୍ୟ ଯୁଦ୍ଧରେ ବ୍ୟବହୃତ ହେଉ ଥିଲା ଶତ୍ରୁ ସଙ୍ଗେ ମାୟା ଯୁଦ୍ଧ ବା ଯୁଦ୍ଧରେ ମାୟା, ଛଳ ଆଦିର ପ୍ରୟୋଗ ନିଷିଦ୍ଧ ଥିଲା

ଯୁଦ୍ଧ କ୍ଷେତ୍ରର ନାମ ଅନୁସାରେ ବା ଯୁଦ୍ଧ କରୁଥିବା ପକ୍ଷଙ୍କ ନାମ ଅନୁସାରେ ଓ ଯୁଦ୍ଧ ହୋଉଥିବା ଦେଶର ନାମ ଅନୁସାରେ ମଧ୍ୟ ଯୁଦ୍ଧରେ ନାମ ହୁଏ ଯଥା ===


ମରହଟ୍ଟା ଯୁଦ୍ଧ —The Marhatta war.

ପାଣିପଥ ଯୁଦ୍ଧ —The War at the field of Panipath in N India.

ବ୍ରହ୍ମ ଯୁଦ୍ଧ —The Burmese war.

କାବୁଲ ଯୁଦ୍ଧ —The war with Kabul.

ବୁଅର୍ ଯୁଦ୍ଧ; ଆଫ୍ରିକାର ଉପନିବେଶୀଙ୍କ ସଙ୍ଗେ ଇଂରାଜଙ୍କ ଯୁଦ୍ଧ —The Boor war.

ପିଣ୍ଡାରୀ ଯୁଦ୍ଧ —The battle with the pindaries.

ଜର୍ମାନ୍ ଯୁଦ୍ଧ —The battle with the Germans.

ମହୀଶୂର ଯୁଦ୍ଧ —The battle of Mysore (in S. India).

ଚିନ୍ ଯୁଦ୍ଧ —The Chinese war.

ରୁସିଆ ଯୁଦ୍ଧ —The Russian war.

ପଲାସୀ ଯୁଦ୍ଧ; ପଲାସୀ ନାମକ ସ୍ଥାନରେ ଯୁଦ୍ଧ —The battle of Plassey.

ପଶୁ ଓ ପକ୍ଷୀମାନଙ୍କ ମଧ୍ୟରେ ମଧ୍ୟ ଯୁଦ୍ଧ ହୁଏ ଯଥା— ବୃଷ ଯୁଦ୍ଧ, ମେଷ ଯୁଦ୍ଧ, କୁକ୍କୁଟ ଯୁଦ୍ଧ ଇତ୍ୟାଦି]

୨. ବିବାଦ —୨. Contest; conflict.
୩. ଦୁଇ ପକ୍ଷଙ୍କର ଶତ୍ରୁତା ପୂର୍ବକ ବଳକଷାକଷି —୩. A struggle between two antagonistic parties.
୪. (ଜ୍ୟୋତିଷ) ଗ୍ରହମାନଙ୍କର ପରସ୍ପର ବିରୁଦ୍ଧ ଅବସ୍ଥିତି —୪. (astrology) The opposition or conflict of planets (Apte).