ଯୋଗ

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଧ୍ୟାନ ଓ ସାଧନାଦି ଦ୍ଵାରା ଜୀବାତ୍ମା ଓ ପରମାତ୍ମାଙ୍କର ଭଗବାନଙ୍କ ସଙ୍ଗେ ମିଳନ
  • ତପସ୍ୟା; ଜୀବାତ୍ମା ଓ ପରମାତ୍ମାର ମିଳନ ଘଟାଇବା ପାଇଁ ଅବଲମ୍ବିତ ୮ଟି ପନ୍ଥା
  • ମିଳନ; ଐକ୍ୟ; ସଙ୍ଗତି
  • ଧ୍ୟାନ
  • ଦୃଢ ସମ୍ପର୍କ
  • କାର୍ଯ୍ୟକରଣ, ସମାବେଶ ବା ସମ୍ପର୍କ
  • ଅପୂର୍ବ ଅର୍ଥାଦି ପ୍ରାପ୍ତି ବା ସୌଭାଗ୍ୟ ପ୍ରାପ୍ତି
  • ଏକାଧିକ ବସ୍ତୁର ବା ବ୍ୟକ୍ତିର ସଂଯୋଗ; ସଂହତି; ସଂସର୍ଗ
  • ସଦ୍ଭାବ; ମନର ମେଳ
  • ଯୋଗ୍ୟତା
  • ପ୍ରୟୋଗ; ଶବ୍ଦ ବା ବାକ୍ୟ ପ୍ରତି ବିଶେଷ ଅର୍ଥାଦିର ଯୋଜନା
  • ସୁତ୍ର; ନିୟମ
  • ଦେହ ସ୍ରୈର୍ଯ୍ୟ; ଦେହକୁ ନିର୍ଦ୍ଦିଷ୍ଟ ଅବସ୍ଥିତିରେ ସ୍ଥିର ଭାବରେ ରଖିବା
  • ଚିତ୍ତବୃତ ନିରୋଧ; ମନକୁ ବିଷୟାନ୍ତାରରୁ ନିବୃତ୍ତ କରାଇବା
  • ଧନ ସମ୍ପତ୍ତିର ଉପାର୍ଜ୍ଜନ, ବର୍ଦ୍ଧନ ଓ ବକ୍ଷଣ
  • ବର୍ମାଦି ଧାରଣ; ବର୍ମ ବନ୍ଧନ
  • ଶତ୍ରୁକୁ ଜିଣିବା ପାଇଁ ଦାନାଦି ଚତୁର୍ବିଧ ଉପାୟ; ସାମ, ଦାନ, ଦଣ୍ତ, ଭେଦ
  • ଲାଭ
  • ଭେଷଜ; ଔଷଧ; ବହୁ ଦ୍ରବ୍ୟର ସମଷ୍ଟିରେ ପ୍ରସ୍ତୁତ ଔଷଧ
  • ଇନ୍ଦ୍ରଜାଲ; ଭୌତିକବିଦ୍ୟା; ତାନ୍ତ୍ରିକ ଯନ୍ତ୍ରମନ୍ତ୍ରାଦି ବଶୀକରଣାଦିର ଉପାୟ
  • ଫଳ; ପରିଣାମ
  • କୌଣସି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ
  • ଯୁକ୍ତି
  • ଦ୍ରବ୍ୟ; ବିଷୟ
  • ଧନ; ସମ୍ପତ୍ତି
  • ଠକାମି; ପ୍ରତାରଣା; ଛଳ
  • ନୈୟାୟିକ
  • ଚାର; ପ୍ରଣଧି
  • ଯାନ; ବାହନ
  • ଶୁଭକାଳ ବା ସମୟ
  • ଶୁଭଯୋଗ; ଅନୂକୁଳ ଅବସର; ସୁଯୋଗ
  • ସମଷ୍ଟିକରଣ; ଅକାଧିକ ରାଶିର ସଙ୍କଳନ; ମିଶାଣ
  • ଯୋଗତାରା; ପ୍ରଧାନ ନକ୍ଷତ୍ର; ନକ୍ଷତ୍ରପୁଞ୍ଜ ମଧ୍ୟସ୍ଥ ପ୍ରଧାନ ତାରା
  • ବୃହତ୍ତର ଅଣ୍ତାକାର ବୃତ୍ତର ସତେଇଶ ଭାଗର ଏକଭାଗ
  • ନିତ୍ୟଯୋଗ; ବିଷ୍କୁମ୍ଭାଦି ୨୭ଟି ଯୋଗ ବା ଗ୍ରହନକ୍ଷତ୍ରାଦିର ଅବସ୍ଥିତିଯୁକ୍ତ କାଳ
  • ପତଞ୍ଜଳି ପ୍ରଣିତ ଦର୍ଶନ ଶାସ୍ତ୍ର ବିଶେଷ; ପତଞ୍ଜଳି ଦର୍ଶନ ବା ଯୋଗ ସୁତ୍ର
  • ଶିବାଗୌରୀ ମତରେ ଯାତ୍ରା କରିବା ପାଇଁ ବିଚାର୍ଯ୍ୟ ୪ ଗୋଟି ଯୋଗ
  • ବ୍ୟକ୍ତି ବିଶେଷାଙ୍କ ଜାତକରେ ଥିବା ରାଶିନକ୍ଷତ୍ରାଦିର ଗଣନାଦ୍ଵାରା ଦେଖାଯିବା ଶୁଭ ବା ଅଶୁଭ
  • ଜାତକରୁ ମନୁଷ୍ୟର ଦଶା ଗଣନା କରାଯିବା ବେଳେ ଦେଖାଯିବା ଫଳିତ ଜ୍ୟୋତିଷଷୋକ୍ତ ଶୁଭାଶୁଭକର ଗ୍ରହଦଶା, ଅନ୍ତର୍ଦ୍ଦଶା ଓ ପ୍ରତ୍ୟନ୍ତର ଦଶା
  • ଜ୍ୟୋତିଃଶାସ୍ତ୍ର ମତରେ ସମୟସମୟରେ ଗ୍ରହ, ନକ୍ଷତ୍ର, ତିଥି, ବାର, ରାଶିଆଦିର ବିଶିଷ୍ଟ ମିଳନ, ଯାହାକି ତୀର୍ଥଦର୍ଶନ, ତୀର୍ଥସ୍ନାନଆଦି ଧର୍ମକାର୍ଯ୍ୟ ପକ୍ଷରେ ପ୍ରଶସ୍ତ
  • ଘଟନା
  • ଅବଶ୍ୟମ୍ବାବୀ ଘଟନା
  • ଉପାୟ
  • ପ୍ରକାର
  • ଯୁଆଳି
  • ସାଞ୍ଜୁ; କବଚ
  • ବ୍ୟବସାୟ; ବୃତ୍ତ
  • କୌଶଳ; ଚାତୁରୀ
  • ଚେଷ୍ଟା; ପ୍ରଯତ୍ନ
  • ଗୁଣିବିଦ୍ୟା; ଇନ୍ଦ୍ରଜାଲ; ମନ୍ତ୍ର ଯନ୍ତ୍ର
  • ସୈନ୍ୟମାନଙ୍କ ସଜ୍ଜା
  • ଶବ୍ଦର ବ୍ୟୁତ୍ପତ୍ତି
  • ନିୟମ; ବିଧି
  • ଭକ୍ତି
  • ବିଶ୍ଵାସଘାତକ ବ୍ୟକ୍ତି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଯେଉଁ ବ୍ୟକ୍ତି ଆପଣାର ଯୋଗ୍ୟତା ବା ବାହାଦୁରି ଦେଖାଇ ହୁଏ
  • ଯୋଗ୍ୟ; ଭାଜନ

Download_Start:

ଯୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (ଯୁଜ୍ ଧାତୁ=ଯୋଗ କରିବା; ଯୁକ୍ତ ହେବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଧ୍ୟାନ ଓ ସାଧନାଦି ଦ୍ୱାରା (ମନୁଷ୍ୟ ଶରୀରସ୍ଥ) ଜୀବାତ୍ମା ଓ ପରମାତ୍ମାଙ୍କର ଭଗବାନଙ୍କ ସଙ୍ଗେ ମିଳନ — ୧. Spiritual communion of man with God; the union of a man's soul with the Divine Spirit; 'When man-in-God is one with God-in-man' (Tennyson).

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ପ୍ରଣାଳୀରେ ଯୋଗ ସାଧନ କରିବା ବିଷୟ ଭଗବଦ୍ଗୀତାରେ ବର୍ଣ୍ଣିତ ହୋଇଅଛି ପ୍ରତ୍ୟେକ ଅଧ୍ୟାୟ ଶେଷରେ ଅମୁକ ଯୋଗ ନାମ ଅମୁକ ଅଧ୍ୟାୟ ବୋଲି ଲେଖାଅଛି]

୨. ତପସ୍ୟା; ଜୀବାତ୍ମା ଓ ପରମାତ୍ମାର ମିଳନ ଘଟାଇବା ପାଇଁ ଅବଲମ୍ୱିତ ୮ଟି ପନ୍ଥା —୨. The eight steps leading to the accomplishment of spiritual communion.

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଅଷ୍ଟାଙ୍ଗ ଯୋଗ ଯୋଗର ଅଷ୍ଟାଙ୍ଗ ବା ଆଠ ଗୋଟି ଅଙ୍ଗ, ଯଥା—ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣ ଓ ସମାଧି ଯମ ୫ଟି—ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ ଓ ସର୍ବବିଧ ଭୋଗ ପରିତ୍ୟାଗ

ନିୟମ ୫ଟି—ବାହ୍ୟ ଓ ଆଭ୍ୟନ୍ତର ଶୌଚ, ସନ୍ତୋଷ, ଇନ୍ଦ୍ରିୟ ନିଗ୍ରହରୂପ ତପଃ, ବେଦାଧ୍ୟୟନ, ପ୍ରଣିଧାନ

ଆସନ—ପଦ୍ମାସନ, ବୀରାସନ ଆଦି ବସିବାର ଢଙ୍ଗ

ପ୍ରାଣାୟାମ—ରେଚକ (ନାକର ଡାହାଣ ପୁଡ଼ାରେ ନିଶ୍ୱାସ ଦ୍ୱାରା ଦେହ ମଧ୍ୟରୁ ବାୟୁକୁ ଛାଡ଼ିବା), ପୂରକ (ନାକର ବାମ ପୁଡ଼ାରେ ନିଶ୍ୱାସ ଦ୍ୱାରା ଦେହା ମଧ୍ୟକୁ ବାୟୁ ପୂରାଇବା) ଓ କୁମ୍ଭକ (ଦେହରେ ପୂରାଇଥିବା ବାୟୁକୁ କିଛି କାଳ ସକାଶେ ଦେହ ମଧ୍ୟରେ ସମ୍ଭାଳିବା) କ୍ରିୟାଦ୍ୱାରା ପ୍ରାଣ— ବାୟୁର ଦୀର୍ଘତ୍ୱ ସମ୍ପାଦନ ଓ ସ୍ଥିରୀକରଣ

ପ୍ରତ୍ୟାହାର—ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧାଦି ବାହ୍ୟ ବିଷୟରୁ ମନକୁ ପ୍ରତିନିବୃତ୍ତ କରାଇବା

ଧ୍ୟାନ—ବ୍ରହ୍ମଚିନ୍ତା ଓ ଆତ୍ମଚିନ୍ତା ହୃଦୟରେ ବ୍ରହ୍ମଙ୍କର କଳ୍ପିତ ରୂପଗୁଣାଦି ଚିନ୍ତନ

ଧାରଣ—ବ୍ରହ୍ମବସ୍ତୁରେ ମନର ସ୍ଥିତି ବା କେନ୍ଦ୍ରୀ ଭାବ

ସମାଧି—ବ୍ରହ୍ମବସ୍ତୁରେ ଲୟ; 'ଅହଂ ବ୍ରହ୍ମାସ୍ମି'—ଅର୍ଥାତ୍ 'ମୁଁ ବ୍ରହ୍ମ' ଏହିରୂପ ଜ୍ଞାନରେ ଅବସ୍ଥିତି ପରମାତ୍ମା ସହିତ ଜୀବାସାର ମିଳନ

ଫଲତଃ—ଅଷ୍ଟାଙ୍ଗ ମଧ୍ୟରୁ ଶେଷ ଅଙ୍ଗ ବା ସମାଧିହି ଯୋଗ ଅଟେ ଏବଂ ଏହି ସମାଧି ଅବସ୍ଥାକୁ ଲାଭ କରିବା ପାଇ ପର୍ବୋକ୍ତ ଅନ୍ୟ ୭ ଗୋଟି ସୋପାନ ଲୋ଼ଡ଼ା ଓ ଉକ୍ତ ସୋପାନ ବାଟେ ନ ଆସିଲେ ସମାଧିରେ ପହଞ୍ଚି ପାରିବା ଅସମ୍ଭବ ପ୍ରାଚୀନ ହିନ୍ଦୁ ମୁନି ଋଷିମାନେ ଏହି ସମାଧିଯୁକ୍ତ ଅବସ୍ଥାରେ ପହଞ୍ଚ ପରମାନନ୍ଦ ଓ ମୁକ୍ତି ଲାଭ କରୁଥିଲେ ଏହି ଅଷ୍ଟାଙ୍ଗ ସାଧନହିଁ ଯୋଗସାଧନ ବୌଦ୍ଧମାନେ ଏହାକୁହିଁ 'ନିର୍ବାଣ' ନାମ ଦେଇଥିଲେ ଓ ଖ୍ରୀଷ୍ଟୀୟାନ୍ମାନେ ଆଧ୍ୟତ୍ମିକ ସମ୍ମେଳନ 'Spiritual communion' ନାମ ଦେଇ— ଥିଲେ ମନକୁ ସଂସାରର ସୁଖଦୁଃଖରୁ ନିବୃତ୍ତ କରି ଚିତ୍ତର ଏକାଗ୍ରତା ଲାଭ କରିବା ଓ ମନକୁ ସଂସାରଚିନ୍ତାରୁ କାଢ଼ି ନେଇ ଆତ୍ମପ୍ରସାଦରୂପ ଅନାବିଲ ଆନନ୍ଦ ଓ ଶାନ୍ତି ଭୋଗ କରିବାହିଁ ଯୋଗ ଭାରତ ପ୍ରାଚୀନକାଳରେ ନାନାପ୍ରକାର ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲା ବେଦ୍, ସଂହିତା, ଦର୍ଶନ, ସ୍ମୃତି, ଶ୍ରୁତି, ଜ୍ୟୋତିଷ, ଚିକିତ୍ସା, ଯୋଗ ପ୍ରଭୃତି ନାନାଶାସ୍ତ୍ର ବିଶାରଦ ହୋଇ ଭାରତ ସମଗ୍ର ଜଗତର ଗରୁ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ଭାରତ ୛ଡ଼ବିଜ୍ଞାନ ଓ ମନୋବିଜ୍ଞାନ ଉଭୟ ବିଦ୍ୟାରେ ଚୂ଼ଡ଼ାନ୍ତ ଉନ୍ନତିଲାଭ କରିଥିଲା କାଳକ୍ରମେ ଭାରତର ଅନେକ ପୋଥି ପତ୍ର କାଳର କରାଳ ଗର୍ଭରେ ନିକ୍ଷିପ୍ତ ହୋଇଅଛି ଯାହା କିଛି ମିଳୁଛି ତହିଁରୁ ଜ୍ଞାନର ଅନେକ ଶାଖା ପ୍ରକାଶିତ ହେଉଅଛି ଯୋଗ ଶାସ୍ତ୍ର ହିନ୍ଦୁଶାସ୍ତ୍ରମାନଙ୍କ ମଧ୍ୟରେ ପ୍ରଧାନ ଶାସ୍ତ୍ର ଯୋଗ— ବିଦ୍ୟାର ଅଦ୍ଭୁତ ଶକ୍ତି ଯୋଗର ପ୍ରଧାନ ଉଦ୍ଭେଶ୍ୟ କଅଣ ? ଏହା ଦ୍ୱାରା ମାନବ ପାର୍ଥିବ ସୁଖମ୍ଭୋଗରେ ଅନାଶକ୍ତ, ସାଂସାରିକ ମୋହମାୟା ପାଶରୁ ମୁକ୍ତ, ଆଧ୍ୟାତ୍ମିକ ଉତ୍କର୍ଷର ଅଧିକାରୀ, ସର୍ବଭୂତରେ ସମଦର୍ଶୀ, ସୁଖଦୁଃଖରେ ସମଜ୍ଞାନୀ, ଜିତେନ୍ଦ୍ରିୟ, ସର୍ବସିଦ୍ଧ, ନିତ୍ୟକୃପାପୂର୍ଣ୍ଣଚିତ୍ତ, ଜୀବନ୍ତୁକ୍ତ ହୁଏ, ପରମବ୍ରହ୍ମପଦପ୍ରାପ୍ତ ବା ପରମବ୍ରହ୍ମରେ ଲୀନ ହୁଏ ? ଯୋଗସିଦ୍ଧି ଦ୍ୱାରା ଲୋକ ତ୍ରି କାଳଦର୍ଶୀ ଓ ସର୍ବକ୍ଷମତା ସମ୍ପନ୍ନ ହୁଏ ଯୋଗୀ ଆସାଧ୍ୟ ସାଧନ କରେ ଯୋଗୀ ନ କରି ପାରିବ, ଏପରି କିଛି କର୍ମ୍ମ ନାହିଁ ଯୋଗରେ ସିଦ୍ଧିଲାଭ କଲେ ଲୋକ ମେଘ, ବାୟୁ ପ୍ରଭୃତିକୁ ସ୍ତମ୍ଭନ କରି ଶୂନ୍ୟ ମାର୍ଗରେ ବିଚରଣ କରେ, ଜଳ ଉପରେ ସଞ୍ଚରଣ, ଜଳକୁ ଓ ମୃତ୍ତିକାକୁ ସ୍ତମ୍ଭନ କରି ତା ମଧ୍ୟର ଅବସ୍ଥିତି କରେ ଓ ଜଳ ଏବଂ ମୃତ୍ତିକା ଭିତରେ ପ୍ରବେଷ କରେ, ପର୍ବ୍ୱତ ଓ ଅରଣ୍ୟ ଭେଦ କରେ, ସମୁଦ୍ର ,ଆଦି ପାରି ହୋଇଯାଏ; ମୂହୂର୍ତ୍ତକେ ନାନାସ୍ଥାନକୁ ଯାଇ ଫେରି ଆସେ, ଅଗ୍ନିତାପ ଓ ହିମ ପ୍ରଭୃତ ସ୍ତମ୍ଭନ କରେ ଏବଂ ତା ମଧ୍ୟରେ ସ୍ଥିତ ଓ ଯାତାୟତ କରେ, ଅନ୍ତର୍ହିତହୁଏ, ବିବିଧ ସୁନ୍ଦର ଓ ଭୀଷଣ ମୂର୍ତ୍ତି ଧାରଣ କରେ, ସର୍ବରୋଗ ବିମୁକ୍ତ, ତ୍ରିକାଳଦଶୀ ଓ କ୍ରିକାଳଜ୍ଞାନୀ ହୁଏ ଯୋଗବଳରେ ବାକ୍ସିଦ୍ଧି, କ୍ଷୁଧା ତୃଷ୍ଣା ସୁଖ ଦୁଃଖ ଆଦିର ବୋଧ—ରାହିତ୍ୟ, ଦୀର୍ଘଜୀବନ, ଇଚ୍ଛାମୃତ୍ୟୁ, ଇତ୍ୟାଦି ନାନା ବିଧଶକ୍ତି ଲାଭ ହୁଏ ପ୍ରାଚୀନ ଯୋଗୀ ଋଷିମାନେ ଯୋଗ ବିଦ୍ୟାରେ ବିଶେଷ ପାରଦର୍ଶୀ ଥିଲେ ଏବଂ ସିଦ୍ଧ ହୋଇ ଥିଲେ ପୂର୍ବେ ଏପରି ସିଦ୍ଧ ଯୋଗୀ ଅନେକ ଥିଲେ, ମାତ୍ର ଆଜି କାଲି ସେପରି ଯୋଗୀ ସାଧାରଣ କ୍ଷେତ୍ରରେ ଦେଖାଯାଆନ୍ତି ନାହିଁ ଆଧୁନିକ ଶିକ୍ଷିତ ସମାଜରେ ଯୋଗଶାସ୍ତ୍ରରେ ବିଶ୍ୱାସ ନାହି ସୁତରାଂ ସାଧନା କଥା ଆଉ କଅଣ କହିବା ଫଳରେ ଯୋଗଶାସ୍ତ୍ରର ଅବନତ ଅବଶ୍ୟଂଭୀବୀ ହୋଇଅଛି

ପୂର୍ବେ ଅନେକ ଯୋଗୀ ଥୁଲେ, ଯେଉଁମାନେ ଯୋଗ ବଳରେ ଅସାଧ୍ୟ ସାଧନ କରି ପାରୁଥିଲେ ଯୋଗଶାସ୍ତ୍ର ସମ୍ୱନ୍ଧେ ବର୍ତ୍ତମାନ ଯୁଗରେ ଇଭାନ୍ସ ସାହେବ ଖଣ୍ଡେ ପୁସ୍ତକ ଇଂରେଜ ଭାଷାରେ ପ୍ରଣୟନ କରିଛନ୍ତି ସେ ଲେଖିଛନ୍ତି, ଭାରତର ଯୋଗଶାସ୍ତ୍ର ପ୍ରକୃତ ସତ୍ୟ ଶାସ୍ତ୍ର; ଏପରି ଶାସ୍ତ୍ର ଇଉରୋପ୍ରେ ନାହିଁ ସେ ଯୋଗ ଶାସ୍ତ୍ରରେ ଆକୃଷ୍ଟ ହୋଇ ଯୋଗ ସାଧନା କରୁଅଛନ୍ତି ତାଙ୍କ ଗ୍ରନ୍ଥରେ ଯୋଗଶାସ୍ତ୍ରର ମାହାତ୍ମ୍ୟ ଓ ଯୋଗୀର ଅଦ୍ଭୁତ କ୍ଷମତା ଅନେକ ବ୍ୟାଖ୍ୟାତ ହୋଇଅଛି ଅତି ଅଳ୍ପ କାଳ ପୂର୍ବେ ଯୋଗୀ ତୈଲଙ୍ଗ ସ୍ୱାମୀ ଯୋଗବଳରେ ଅଦ୍ଭୁତ ବ୍ୟାପାର ମାନ ଦେଖାଇ ଯାଇଛନ୍ତି

ଯୋଗ ପ୍ରଧାନତଃ ୨ ପ୍ରକାର—ହଟ ଓ ସାଂଖ୍ୟ ବା ଜ୍ଞାନ ହଟ ଯୋଗ ଦ୍ୱାରା ଅନେକଗୁଡିଏ ପ୍ରକ୍ରିୟା ସାଧନ କରିବାକୁ ହୁଏ, ଯଥା:—ଶୋଧନ, ଧୌତି, ବସ୍ତି, ନେତି, ଆସନ, ମୁଦ୍ରା, ବନ୍ଧ, ପ୍ରତ୍ୟାହାର, ପ୍ରାଣାୟାମ, ଯୋଗ— ଧ୍ୟାନ, ଧାରଣା, ସମାଧି ଏସବୁ ଯୋଗର ବାହ୍ୟ ଅଙ୍ଗ ଉପାଙ୍ଗ ଏ ସମସ୍ତ ସିଦ୍ଧିରେ ହେଲେ ଅବଶେଷରେ ଆଧ୍ୟାତ୍ମିକ ଆଦି ଉପାୟ ଅବଲମ୍ୱନ କରି ଅନାଦି ଅନନ୍ତ ଅଚିନ୍ତ୍ୟ ଅବ୍ୟକ୍ତ ପରମାତ୍ମାଙ୍କଠାରେ ଲୀନ ହେବାକୁ ହୁଏ

ଯୋଗ ସମ୍ୱନ୍ଧେ ଅନେକ ଶାସ୍ତ୍ର ଅଛି—ଯୋଗସଂହିତା, ଶିବ ଗୀତା, ହଟପ୍ରଦୀପିକା, ଘେରଣ୍ଡ ସଂହିତା, ଗୋରକ୍ଷ ସଂହିତା, ଦତ୍ତାତ୍ରେୟଯୋଗ, ଷଟ୍ଚକ୍ର ଯୋଗାର୍ଣ୍ଣବ, ଜ୍ଞାନ ସାର, ସଂମ୍ମୋହନ, ତାରା ରହସ୍ୟ, ନିର୍ବାଣତନ୍ତ୍ର, ଯାମଳ ଏସବୁ କର୍ମଯୋଗର ପ୍ରଧାନ ଶାସ୍ତ୍ର ପାତଞ୍ଜଳ ଦର୍ଶନ, ସାଂଖ୍ୟଦର୍ଶନ, ଅଷ୍ଟବକ୍ର ସଂହିତା, ଯୋଗ ପ୍ରଦୀପିକା, ଭଗବଦ୍ଗୀତା, ଜ୍ଞାନ ସଂକଳନ ପ୍ରଭୃତି ଅଧ୍ୟାତ୍ମଯୋଗର ପ୍ରଧାନ ଶାସ୍ତ୍ର ଯୋଗଶାସ୍ତ୍ର ଶିବୋକ୍ତ ବୋଲି କଥିତ ଏହା ଛଡ଼ା ଘେରଣ୍ଡ, ବ୍ୟାସ, ଚଣ୍ଡକପାଳିକ, ଗୋରକ୍ଷନାଥ, ଆଦିନାଥ, ଅଷ୍ଟବକ୍ର, ଦତ୍ତାତ୍ରେୟ, ପତଞଳି, ପୂର୍ଣ୍ଣାନନ୍ଦ ପ୍ରଭୃତି ମହର୍ଷି— ମାନେ ଅନେକ ଗ୍ରନ୍ଥ କରିଯାଇଛନ୍ତି ଶିବ, ଦତ୍ତାତ୍ରେୟ, ପତଞ୍ଜଳି, କପିଳ ପ୍ରଭୃତି ପ୍ରାଚୀନ କାଳର ଘେରଣ୍ଡ, ଗୋରକ୍ଷନାଥ ପ୍ରଭୃତି ମଧ୍ୟଯୁଗର ପୂର୍ଣ୍ଣାନନ୍ଦ, ବ୍ରହ୍ମାନନ୍ଦ ପ୍ରଭୃତି ଆଧୁନିକ ଯୁଗର

ସ୍ୱରୋଦୟ ଶାସ୍ତ୍ର ମଧ୍ୟ ଯୋଗ ସମ୍ୱନ୍ଧୀୟ ଏହା ଦ୍ୱାରା ନାଡ଼ୀନିରୂପଣ, ପ୍ରାଣାଦିବାୟୁର ସଂସ୍ଥାନ ସ୍ୱର ସାଧନ ପ୍ରଭୃତି ଦ୍ୱାରା ଭୂତ, ଭବିଷ୍ୟତ, ବର୍ତ୍ତମାନ, ତ୍ରିକାଳଜ୍ଞତା ଲାଭ ହୁଏ ଏହାକୁ ପବନବିଜୟ ସ୍ୱରୋଦୟ କହନ୍ତି ଏ ଶାସ୍ତ୍ର ମଧ୍ୟ ଶିବ— କଥିତ ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱରୋଦୟ ଶାସ୍ତ୍ର ଅଛି:— ଗରୁଡ଼ ପୁରାଣୋକ୍ତ ସ୍ୱରୋଦୟ, ନରପତିଜୟଚର୍ଯ୍ୟ୍ୟା, ଯୋଗ, ବର୍ଣ୍ଣ ଆଦି ନାନା ପ୍ରକାର ସ୍ୱରୋଦୟ ଗ୍ରନ୍ଥଅଛି ଏ ସମସ୍ତ ଶାସ୍ତ୍ର ଅମୂଲ୍ୟ ଏସବୁ ଶାସ୍ତ୍ରଚର୍ଚା କରିବା ପାଇଁ ଆମଦେଶର ଲୋକେ ବୀତଶ୍ରଦ୍ଧ, ମାତ୍ର ଆମେରିକା ପ୍ରଭୃତି ସମୁଦ୍ର ପର ପାରସ୍ଥ ଦେଶର ପଣ୍ଡିତମାନେ ଏସବୁ ଶାସ୍ତ୍ର ଆଲୋଚନା କରି ତହିଁରୁ ସାର ସଂଗ୍ରହ କରୁଅଛନ୍ତି ମୁସଲମାନମାନଙ୍କ ରାଜତ୍ୱ ସମୟରେ ଏହିପରି ଅସଂଖ୍ୟ ଯୋଗଶାସ୍ତ୍ର ଲୋପ ହୋଇଛି ଏବଂ ବର୍ତ୍ତମାନ ଯାହା କିଛି ଅବଶିଷ୍ଟ ଅଛି ତାହା ମଧ୍ୟ ଆମ୍ଭମାନଙ୍କ ଅବହେଳା ଓ ଅନାସ୍ଥା ହେତୁ ଧ୍ୱଂସ ହେଉଅଛି, ଯାହା ବା ପୁସ୍ତକ ଯେଉଁଠି ଅଛି ତାକୁ ମଧ୍ୟ ଲୋକେ କୁସଂସ୍କାରବଶବର୍ତ୍ତୀ ହୋଇ ପଦାକୁ ବାହାର କରୁନାହାନ୍ତି ଯାହା କିଛି ଅବା ପଦାକୁ ବାହାରୁଛି ତାହା ପ୍ରତି ଲୋକଙ୍କର ଶ୍ରଦ୍ଧା ନାହିଁ

ଯୋଗ ଶାସ୍ତ୍ର ପାଠ କଲେ ଅନେକ ବିଷୟ ଜଣାଯାଏ, ଯଥା,— ତତ୍ତ୍ୱଜ୍ଞାନ, ଅବିଦ୍ୟା ଓ ମାୟା, ଅଭିବ୍ୟକ୍ତିବାଦ, ପ୍ରଜ୍ଞାବାଦ, ବିଜ୍ଞାନରେ ଈଶ୍ୱର, ବ୍ରହ୍ମ କଅଣ, ଜୀବ ଓ ଈଶ୍ୱର ଭେଦ, ବହ୍ମସ୍ୱରୂପେ, ଜୀବର ସ୍ୱାଧୀନତା, ଈଶ୍ୱର ଉପାସନାରେ ପ୍ରୟୋ— ଜନ କଅଣ? ଧର୍ମ କଅଣ ? ଧର୍ମ ଶକ୍ତି, ଯୋଗତତ୍ତ୍ୱ, କର୍ମ— ଯୋଗ, ସତ୍ ଓ ଅସତ୍ କର୍ମର ଶକ୍ତି, କର୍ମର ଆବଶ୍ୟକତା, ସକାମ ଓ ନିଷ୍କାମ କର୍ମ, ନିତ୍ୟକର୍ମ, ମଧ୍ୟାହ୍ନ କ୍ରିୟା, ଆହାର, ଅଧିକାରଭେଦରେ କାର୍ଯ୍ୟଭେଦ, ଅର୍ଥୋପାର୍ଜ୍ଜନ, ପରାହ୍ନ କୃତ୍ୟ, ଦାରାଭିଦରେ ଓ ତତ୍ଶକ୍ତି, କର୍ମଯୋଗୀର ସିଦ୍ଧ ଅବସ୍ଥ, ଜ୍ଞାନ ଯୋଗ, ଜ୍ଞାନର ଉତ୍କର୍ଷ, ଜ୍ଞାନଯୋଗର ସିଦ୍ଧାବସ୍ଥ; ଭକ୍ତି ଯୋଗ, ଜ୍ଞାନ, ଭକ୍ତି ଓ ବିଶ୍ୱାସ, ବିଶ୍ୱାସ ମୂଳରେ ଇଶ୍ୱର, ଭକ୍ତିଲଭ୍ୟ ଭଗବାନ, ଭକ୍ତି ଓ ଭାବ, ପ୍ରେମ, ପ୍ରେମଦ ଅବଲମ୍ୱନ, ପ୍ରେମର ସାଧନା, ଭକ୍ତିଯୋଗରେ ସିଦ୍ଧାବସ୍ଥ; ଯୋଗାନୁଶାସନ, ଯମ, ନିୟମ, ଆସନ ପ୍ରାଣାୟାମ, ପ୍ରାଣାୟାମ ଶିକ୍ଷର୍ଥୀଛାତ୍ରର ଜ୍ଞାତବ୍ୟ, କୁଣ୍ଡଳିନୀ, କୁଣ୍ଡଳିନୀର ବିବରଣ, କୁଣ୍ଡଳିନୀ ଶକ୍ତିର ଜାଗରଣ, ଷ୍ ଚତ୍ର— ଭେଦ, ପ୍ରାଣାୟାମ ଶିକ୍ଷା କରିବାର ସହଜ ଉପାୟ, ପ୍ରତ୍ୟାହାର, ସାଧନ, ଧାରଣା, ଧ୍ୟାନ, ସମାଧି, ତ୍ରାଟକ ଯୋଗ, ଅଷ୍ଟୈ— ଶ୍ୱର୍ଯ୍ୟ, ବିଭୁତି ଲାଭ, କୈବଲ୍ୟ, ମୃତ୍ୟୁଜ୍ଞାନ, ବିନା ଔଷଧରେ ରୋଗମୁକ୍ତି

ଯୋଗ ଏକ ପ୍ରକାଣ୍ଡ ବିଷୟ ସେ ସମସ୍ତର ପୁଂଖାନୁପୁଂଖ ଆଲୋଚନା ଏ ସନ୍ଦର୍ଭରେ କରିବା ଅସମ୍ଭବ ସେ ସମସ୍ତ ବିଷୟର ସମ୍ୟକ୍ ପ୍ରକାରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଏକ ପ୍ରକାଣ୍ଡ ପୁସ୍ତକ ହେବ ଯୋଗର ସାଧାରଣ ଅର୍ଥ ଏକ ପଦାର୍ଥକୁ ଅନ୍ୟ ପଦାର୍ଥ ସହିତ ମିଶାଇବା ଏକ ସଂଖ୍ୟା ସଙ୍ଗେ ଏକ ସଂଖ୍ୟା ମିଶାଇଲେ ଦୁଇ ହେବ; ଏହାକୁ ଅଙ୍କ ଶାସ୍ତ୍ରରେ ଯୋଗ କହନ୍ତି ଯୋଗ ଶାସ୍ତ୍ରରେ ଯୋଗର ଅର୍ଥ ଜୀବକୁ ବ୍ରହ୍ମ ସଙ୍ଗେ ଯୋଗ କରିବା ବ୍ରହ୍ମ ଖାଣ୍ଟି ସୂନା, ଜୀବ ମିଶା ସୁନା ଖାଦ କାଢ଼ି ନେଲେ ଜୀବ ବ୍ରହ୍ମ ଏକ ଯୋଗ ଦ୍ୱାରା, ବହିର୍ଜଗତ୍, ଅନ୍ତର୍ଜଗତ୍, ବୌଦ୍ଧଜଗତ୍ ଓ ଅଧ୍ୟାତ୍ମ ଜଗତ୍ ବଶୀଭୂତ ହୋଇ ବ୍ରହ୍ମଙ୍କ ସାକ୍ଷାତ୍ ହୁଏ ଯୋଗ ତିନି ପ୍ରକାର, ୧ କର୍ମ ଯୋଗ, ୨—ଜ୍ଞାନଯୋଗ ୩— ଭକ୍ତିଯୋଗ ଏଥିରୁ ଗୋଟିକ ଦ୍ୱାରା ବା ୨ଟି ଦ୍ୱାରା ବା ୩ଟି ସାଧନା କଲେ ବାଞ୍ଛିତ ଫଳ ବା ମୁକ୍ତି ଲାଭ ହେବ ଯୋଗ ଶାସ୍ତ୍ର ଅନୁସାରେ ଅନେକ ପ୍ରକାର ଯୋଗ ଅଛି— ରାଜ ପୋଗ, ରାଜାଧିରାଜ ଯୋଗ, ପଞ୍ଚାଙ୍ଗ ଯୋଗ, ଜପ ନିୟମ, ଅଷ୍ଟାଙ୍ଗ ଯୋଗ, ଷଡ଼ଙ୍ଗ ଯୋଗ, ହଟ ଯୋଗ, ନେତି ଯୋଗ, ଧୌତି ଯୋଗ, ନେଉନୀ ଯୋଗ, ଗଜ— କରିଣୀ ଯୋଗ, ବସ୍ତି ଯୋଗ, ଲୌଳିକୀ ଯୋଗ, କପାଳ— ଭାତି ଯୋଗ, ପ଼ଞ୍ଚାପରାଦି ଯୋଗ ଇତ୍ୟାଦି ଏ ସମସ୍ତ ପ୍ରକାର ଯୋଗ ଉପରୋକ୍ତ ତିନି ପ୍ରକାର ଯୋଗ ମଧ୍ୟରୁ କୌଣସି ନାଁ କୌଣସି ଗୋଟିକର ଅନ୍ତର୍ଗତ

ଯୋଗ ସାଧନା ବଳରେ ଯୋଗୀ ବ୍ୟକ୍ତି ବହିର୍ଜଗତ ଓ ଅନ୍ତର୍ଜଗତର ସମସ୍ତ ତତ୍ତ୍ୱ ଜାଣିପାରେ, ସବୁ ରସ ଆସ୍ୱାଦନ କରିପାରେ, ଅସାଧାରଣ କର୍ତ୍ତୃତ୍ୱ କରିବାର ଅଲୌକିକ କ୍ଷମତା ଲାଭ କରିପାରେ ସେହି କ୍ଷମତାବଳରେ ଯୋଗୀର ବହୁ ପ୍ରକାର ଅଦ୍ଭୁତ ଓ ଅଭାବନୀୟ ଶକ୍ତି ହୁଏ, ବାକ୍ସିଦ୍ଧ, ଇଚ୍ଛାନୁସାରେ ଗମନାଗମନ, ଦୂରଦୃଷ୍ଟି, ଦୂର ଶ୍ରବଣ, ଅତି ସୂକ୍ଷ୍ମଦର୍ଶନ, ପରକାୟ ପ୍ରବେଶ, ଅନ୍ତର୍ଦ୍ଧାନ, ଅନ୍ତର୍ଯାମିତ୍ୱ, ଶୂନ୍ୟ ପଥରେ ଅନାୟାସରେ ଓ ଅବିରୋଧରେ ବିଚରଣ, କାୟବ୍ୟୁହ ଦେହଧାରଣ, ଅଣିମା ଲଘିମାଦି ଅଷ୍ଟସିଦ୍ଧି ଲାଭ, ଦେବତ୍ୱ ଲାଭ ଓ ମୃତ୍ୟୁକାଳଜ୍ଞାନ ଲାଭ ହୁଏ ଯୋଗ ସାଧାନ— ଦ୍ୱାରା ଯୋଗୀ ବ୍ୟକ୍ତି ହୃଦୟସ୍ଥିତ ଦୀପକଳିକାର ଜୀବାତ୍ମାକୁ ମୂଳାଧା ରସ୍ଥିତ କୁଣ୍ଡଳିନୀ ଶକ୍ତି ସହିତ ସୁଷୁମ୍ନ ବାଟରେ ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ ଏବଂ ଆଜ୍ଞା ନାମକ ଚକ୍ରମାନ ଭେଦ କରି ଶିରସ୍ଥିତ ଅଧୋମୁଖ ସହସ୍ରଦଳ ପଦ୍ମର କର୍ଣ୍ଣିକାର ମଧ୍ୟଗତ ପରମାତ୍ମା ସଙ୍ଗେ ଯୋଗ କରେ ଏବଂ ସେଠାରୁ କ୍ଷରିତ ସୁଧା ପାନ କରେ ଏବଂ ପରମାନନ୍ଦ ଓ ପରମ ଜ୍ଞାନ ଲାଭ କରେ ଏପରି ଦର୍ଶନ ହେଲେ ଆଉ ଭଗବାନଙ୍କ ଠରେ ଅବିଶ୍ୱାସ ରହେ ନାହିଁ ମୁଁ କିଏ ? ଭଗବାନ କିଏ? ଏ ଭ୍ରମ ମଧ୍ୟ ଦୂର ହୁଏ ଉପରେ ଯେଉଁ ଚକ୍ରମାନ କୁହା ଗଲା ସେଗୁଡ଼ିକ ଯଥାକ୍ରମେ ୪, ୬, ୧, ୧୨: ଓ ୧୬: ଦଳ ବିଶିଷ୍ଟ

ଯୋଗୀ ଲୋକ ଯୋଗ ସାଧନଦ୍ୱାରା ଈଶ୍ୱରଙ୍କ ସ୍ୱରୂପ ଦେଖି ପାରେ ଏବଂ ତାହାର ଦୃଢଭକ୍ତି ଓ ଅହତୁକ ପ୍ରେମ ଜନ୍ମେ ତେତେବେଳେ ସାଯୁଜ୍ୟ, ସାରୁପ୍ୟ, ଯେ କୌଣସି ମୁକ୍ତିଲାଭ ହୁଏ ସେକାଳରେ ଯୋଗୀ ବ୍ୟକ୍ତି ଯେଉଁ ଶ୍ୟାମସୁନ୍ଦର ଚିଦ୍ଘନ ରୂପ ଦେଖେ, ସେ ଆଉ କେବେ ତାହା ଭୂଲି ପାରେ ନାହିଁ ତେତେବେଳେ ମନେ ହୁଏ, ପୁତ୍ର, କଳତ୍ର, ଧନ, ଐଶ୍ୱର୍ଯ୍ୟ, ଦେହ, ଚନ୍ଦି, ସୂର୍ଯ୍ୟ ଇତ୍ୟାଦି କିଛି ନୁହେ ତେତେବେଳେ ଯୋଗୀ ବିଶ୍ୱରୂପ ଦର୍ଶନ କରେ ଏଥିରେ ଅବିଶ୍ୱାସ କରିବାର କଥା କିଛି ନାହିଁ ଆମେରିକା ପ୍ରଭୃତି ଦେଶରେ ମନଃଶକ୍ତିଦ୍ୱାରା ଆରୋଗ୍ୟ, ବିଶ୍ୱାସଦ୍ୱାରା ଆରୋଗ୍ୟ, ପ୍ରେତତତ୍ତ୍ୱ, ଯୋଗନିଦ୍ରା ପ୍ରଭୃତି ଯେଉଁ ସବୁ ଅଦ୍ଭୁତ ବିଦ୍ୟାରେ ପ୍ରଚଳନ ଅଛି ଏବଂ ପ୍ରତିଦିନ ଆଲୋଚନା ହେଉଛି ଏବଂ ତାଦ୍ୱାରା ତଦ୍ଦେଶବାସୀମାନେ ଜଗତକୁ ମୁଗ୍ଧ କରି ପକାଉଛନ୍ତି ସେ ସବୁ ଯୋଗ ବିଦ୍ୟାର ଅନ୍ତର୍ଗତ

ଅଲୌକିକ ଶକ୍ତିଲାଭ ଯୋଗସାଧନର ମୁଖ୍ୟ ଉଦ୍ଦେଶ୍ୟ ନୁହେ କାରଣ, ତଦ୍ଦ୍ୱାରା ଯୋଗୀ ମାନବ ସମାଜରେ, ଦେଶ ବିଦେଶ ମଧ୍ୟରେ ବାହାଦୁରି ଲାଭ କରି ପାରେ, ମାତ୍ର ଯୋଗୀ ଯେଉଁ ମାନବ, ସେହି ମାନବ ରହିବ, ତାହାର ବ୍ରହ୍ମ ସାକ୍ଷାତ ହେବ ନାହିଁ ସୁତରାଂ ବ୍ରହ୍ମର ସାକ୍ଷାତ ଉଦ୍ଦେଶ୍ୟରେ ଯୋଗ ସାଧନ କରିବା ଆବଶ୍ୟକ ବିଭୂତି ଆପଣା ମନକୁ ପ୍ରକଟିତ ହେବ ଆସକ୍ତି ଶୂନ୍ୟ ହୋବାକୁ ଯାଇ ଯେପରି ଆସକ୍ତିଅଗ୍ନିରେ ଦଗ୍ଧ ନ ହେବ, ତତ୍ ପ୍ରତି ଲକ୍ଷ୍ୟ ରଖିବା

ଯୋଗ ସାଧନ କରିବା ପାଇଁ ଗୁରୁଙ୍କ ସାହାଯ୍ୟ ଆବଶ୍ୟକ ଗୁରୁଙ୍କର ପ୍ରତ୍ୟକ୍ଷ ବ୍ୟତୀତ ସିଦ୍ଧି ଲାଭ ଦୁର୍ଘଟ ବ୍ୟାପାର ଯୋଗ ପଥରେ ଅନେକ ବିଘ୍ନ ଅଛି ଭଗବାନ୍ ନିଜେ କହିଛନ୍ତି "ଗୁରୁ ନ ଥାଇ ଅରଜୁନ କାହୁଁ ହୋଇବ ସଦଜ୍ଞାନ ?"

ଯୋଗବିଦ୍ୟା ସାଧନ ଗୁରୂପଦେଶ ସାପେକ୍ଷ ଯୋଗର ଅଙ୍ଗ ୮—ଯଥା; ଯମ, ନିଯମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା, ସମାଧି ଏହି ଅଷ୍ଟାଙ୍ଗ ଯୋଗର ସାଧନା ବା ଅଭ୍ୟାସ କଲେ ମନୁଷ୍ୟ ପୂର୍ଣ୍ଣ ମନୁଷ୍ୟ ହୋଇ ସ୍ୱରୂପଜ୍ଞାନ ଲାଭ କରି ପାରିବ

ଯମର ଅର୍ଥ ଅହିଂସା, ସତ୍ୟ, ଅସ୍ତେୟ, ବ୍ରାହ୍ମଚର୍ଯ୍ୟ, ଏବଂ ଅପରିଗ୍ରହ ଅଭ୍ୟାସ କରି ଏଗୁଡୢକ ସାଧଳ କରିବାକୁ ହେବ କାହାରି ପ୍ରତି କାୟମନୋବାକ୍ୟରେ ହିଂସା କରିବ ନାହିଁ ସର୍ବଦା ସତ୍ୟ କହିବ, ପର ଦ୍ରବ୍ୟ ଅପହରଣ କରିବ ନାହିଁ ବ୍ରହ୍ମଚର୍ଯ୍ୟ ଧାରଣ କରିବ ଦୂରାକାଂକ୍ଷା ପରିତ୍ୟାଗ କରିବ ବିଳାସ ସାଧନ ଦ୍ରବ୍ୟର ଆକାଙ୍କ୍ଷା ଏବଂ ଯାଚ୍ଞା ପରିତ୍ୟାଗ କରିବ ବ୍ରହ୍ମଚର୍ଯ୍ୟ ବା ବୀର୍ଯ୍ୟ ଧାରଣ ସର୍ବାପେକ୍ଷା ଉତ୍କୃଷ୍ଟ ତପସ୍ୟ ଶରୀରସ୍ଥ ଶୁକ୍ର ଧାତୁକୁ ଅବିଚଳିତ ଓ ଅବିକୃତ ରଖିବା ଉପାୟକୁ ବ୍ରହ୍ମଚର୍ଯ୍ୟ କୁହାଯାଏ ସକ୍ର ଶରୀର ରକ୍ଷାର ସର୍ବସ୍ୱ ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ମେଦ, ମେଦରୁ ଅସ୍ଥି, ଅସ୍ଥିରୁ ମଜ୍ଜା, ମଜ୍ଜାରୁ ଶୁକ୍ରର ଉତ୍ପତ୍ତି ହୁଏ ଶୁକ୍ର ମୌମ୍ୟ, ଶୁକ୍ଳବର୍ଣ୍ଣ, ସ୍ନିଗ୍ଧ ଏବଂ ବଳକର ଓ ପୁଷ୍ଟିକାରକ ଏହା ସୃଷ୍ଟିର ବୀଜ ସ୍ୱରୂପ, ଶରୀରର ସାର, ଜୀବର ବା ଜୀବନର ଆଶ୍ରୟ ରସାଦି ଶୁକ୍ର ପର୍ଯ୍ୟନ୍ତ ସପ୍ତ ଧାତୁର ତେଜକୁ ଓଜଃ ହାଯାଏ ହୃଦୟ ଏହାର ପ୍ରଧାନ ଆଧାର ହେଲେ ମଧ୍ୟ ଏହା ସର୍ବଶରୀରବ୍ୟାପୀ ଏବଂ ଶରୀର ରକ୍ଷାର ପ୍ରଧାନ ସାଧନ ଓଜଃ ପଦାର୍ଥକୁ ବହ୍ମତେଜଃ ବୋଲି କୁହା ଯାଏ ପାଶ୍ଚାତ୍ୟ ପଣ୍ଡିତମାନେ ଏହାକୁ ମାନବର "magnetism" ବା ଚୁମ୍ୱକଶକ୍ତି ବୋଲି କହନ୍ତି ଓଜଃ ନଷ୍ଟ ହେଲେ ମନୁଷ୍ୟର ସୌନ୍ଦର୍ଯ୍ୟ, ଦୈହିକ ବଳ, ଇନ୍ଦ୍ରିୟମାନଙ୍କରପ ସ୍ଫୁର୍ତ୍ତି, ବୃଦ୍ଧି, ସ୍ମରଣଶକ୍ତି, ଧାରଣାଶକ୍ତି ପ୍ରଭୃତି ସମସ୍ତ ନଷ୍ଟ ହୋଇ ଯାଏ ଏବଂ ସେହି ଦେହ ଯକ୍ଷ୍ମା, ପ୍ରମେହ ପ୍ରଭୃତିରୋଗର ଆଶ୍ରୟସ୍ଥାନ ହୁଏ, ସକଳ କାର୍ଯ୍ୟରେ ଉଦାସୀନତା ଏବଂ ଜଡ଼ତା ମନୁଷ୍ୟକୁ ଆକ୍ରମଣ କରେ ଏବଂ ସେ ଅକାଳବିୟୋଗରେ ପଡ଼େ ସୁତରାଂ ଦେହରକ୍ଷା ପ୍ରଧାନ ଧର୍ମ୍ମ "ଶରୀରମାଦ୍ୟଂ ଖଳୁ ଧର୍ମ୍ମସାଧନ". ଏ ପ୍ରବାଦ ପ୍ରାଚୀନ ଯୁଗରୁ ଅଛି ଆଗେ ଶରୀର ରକ୍ଷା, ପରେ ଅନ୍ୟ ସବୁ କଥା ଶରୀର ସୁସ୍ଥ ସବଳ ନ ଥିଲେ ଲୋକ ଧର୍ମ୍ମ ସାଧନ କରି ପାରିବ ନାହିଁ; ସୁତରାଂ ଶରୀରରକ୍ଷା ପ୍ରଥମ କର୍ତ୍ତବ୍ୟ ସାଧନା ଅର୍ଥ ଅଭ୍ୟାସ କୌଣସି କାର୍ଯ୍ୟ ବାରମ୍ୱାର କରିବାକୁ ଅଭ୍ୟାସ କୁହା ଯାଏ କୌଣସି କାର୍ଯ୍ୟ ନାହିଁ, ଦିଥରକେ ହେଲା ନାହିଁ, ତିନି ଥରକେ ହେଲା ନାହିଁ ବୋଲି ନିରାଶ ହେବ ନାହିଁ ତପସ୍ୟାର ସିଦ୍ଧି ପର୍ଯ୍ୟନ୍ତ ବରାବର ତାହା କରୁଥିବ ବିଶ୍ୱାସ କରିବାକୁ ହେଥିଉବ ଯେ, ଦିନେ ଅବଶ୍ୟ ସିଦ୍ଧି ଲାଭ ହେବ

ନିୟମ କଅଣ ? ନିୟମ ବୋଇଲେ ଶୌଚ ସନ୍ତୋଷ ସ୍ୱାଧ୍ୟାୟ ଏବଂ ଈଶ୍ୱରପ୍ରଣୀଧାନ ଶୌଚ ଅର୍ଥ ଶୁଦ୍ଧାଭାବରେ ରହିବା ଏହା ଦୁଇପ୍ରକାର; ବାହ୍ୟ ଶୌଚ ଓ ଆଭ୍ୟନ୍ତର ଶୌଚ ଜଳ ଓ ଗୋମୟଦ୍ୱାରା ବାହ୍ୟ ଶୌଚ, ସତ୍ତ୍ୱ ଗୁଣର ବୃଦ୍ଧିକାରକ ଆହାରାଦିଦ୍ୱାରା ଚିତ୍ତର ପରିମାର୍ଜନକୁ ଅଭ୍ୟନ୍ତର ଶୌଚ କୁହାଯାଏ ମନରେ ସର୍ବଦା ଏହି ସଂକଳ୍ପ ଥିବା ଆବଶ୍ୟକ, ମୁଁ ଈଶ୍ୱର ଉପାସନା କରିବି, ଜ୍ଞାନଲାଭ କରିବି, ପାପବନ୍ଧନରୁ ମୁକ୍ତ ହେବି ସନ୍ତୋଷର ଅର୍ଥ ପ୍ରାଣଧାରଣର ଅନୁକୂଳ ତୃଷ୍ଣାର ଅତିରିକ୍ତ ତୃଷ୍ଣାତ୍ୟାଗ ତୃଷ୍ଣାର ତ ଅନ୍ତ ନାହିଁ, ଯେତେ ପାଇବ ତେତେ ଲାଳସା ବଢ଼ିବ; ଏହିପରି ଅତିରିକ୍ତ ଲାଳସା—ତ୍ୟାଗର ନାମ ସନ୍ତୋଷ ଯେତିକି ହେଲେ ଜାବନଧାରଣ ପକ୍ଷରେ ସୁଲଭ ହେବ ସେତିକି ମିଳେଲେ ହେଲା ମାଟି ଘରେ ବାସ କରି ଜୀବନଧାରଣ କରିବାରେ କିଛି ବାଧା ନାହିଁ; କୋଠା, ପୁଣି ଦୁଇ ତିନି ମହଲା କୋଠା ପାଇଁ ବ୍ୟାକୁଳ ହେବାର ଅର୍ଥ ଅତି ତୃଷ୍ଣା; ସେପରି ଅତିତୃଷ୍ଣା ତ୍ୟାଯ୍ୟ ପ୍ରଣବ ଏବଂ ସୁକ୍ଷ୍ମ ମନ୍ତ୍ରାଦି ଜପ ଏବଂ ବେଦ ଓ ଭକ୍ତିଶାସ୍ତ୍ର ପାଠ କରିବାକୁ ସ୍ୱାଧ୍ୟାୟ କୁହା ଯାଏ ଈଶ୍ୱରପ୍ରଣୀଧାନର ଅର୍ଥ ଭକ୍ତିପୂର୍ବକ ଈଶ୍ୱର ଉପାସନା ଏହି ଉପାସନାଦ୍ୱାରା ସମାଧି ଲାଭ ହୁଏ କାୟିକ, ବାଚିକ, ମାନସିକ ସକଳ ବ୍ୟାପାରରେ ଆପଣାକୁ ଈଶ୍ୱରାଧୀନ ଜ୍ଞାନ କରି ତାଙ୍କଠାରେ ଆତ୍ମସମର୍ପଣ କରିବ ଏବଂ ଫଳର ଆଶା ନ ରଖି ଧ୍ୟାନ କରିବ ସ୍ମରଣ, ମନନ, କୀର୍ତ୍ତନ ପ୍ରଭୃତି ଈଶ୍ୱରପ୍ରଣୀଧାନ ଈଶ୍ୱର କିଏ? ଯାହାଙ୍କୁ କ୍ଳେଶ, କର୍ମ୍ମ, ବିପାକ ଓ ଆଶୟ ସ୍ୱର୍ଶ କରେ ନାହିଁ, ସମୁଦାୟ ସଂସାରୀ ଆତ୍ମା ଓ ସମୁଦାୟ ମୁକ୍ତାତ୍ମାଠାରୁ ଯେ ପୃଥକ୍ ବା ସ୍ୱତନ୍ତ୍ର ସେ ଈଶ୍ୱର

ଆସନ କଅଣ ? ଯୋଗଶାସ୍ତ୍ରରେ ନାନାପ୍ରକାର ଆସନର କଥା ଉଲ୍ଲେଖ ଅଛି ୮୪: ପ୍ରକାର ଆସନ ମଧ୍ୟରେ ସିଦ୍ଧାସନ ପଦ୍ମାସନ, ଉଗ୍ରାସନ, ସ୍ୱସ୍ତିକାସନ, ବୀରାସନ, ମଣ୍ଡୂକାସନ, କୁକ୍କଟାସନ, ଯୋଗାସନ, ଗୁପ୍ତାସନ, ଶୂବାସନ, ସିଂହାସନ, ପ୍ରଧାନ ଏ ସବୁ ବସିବାର ଗୋଟିଏ ଗୋଟିଏ ପ୍ରକାର ସିଦ୍ଧାସନରେ ବସିଲେ ସ୍ନାୟୁବିକାଶ ଏବଂ ସମସ୍ତ ଶରୀରରେ ତଡ଼ିତ୍ ଶକ୍ତି ଚଳାଚଳର ସୁବିଧା ହୁଏ ପଦ୍ମାସନରେ ବସିଲେ ଯଥାବିଧାନ ପ୍ରାଣ ଓ ଅପାନ, ବାୟୁର ପୂରକ, ରେଚକ, କୁମ୍ଭକ କରିବାପାଇଁ କ୍ଷମତା ଜନ୍ମେ ଏତଦ୍ଦ୍ୱାରା ଶୁଭ ଅଶୁଭ ସର୍ବପ୍ରକାର ବନ୍ଧନରୁ ମୁକ୍ତି ହୁଏ ଉଗ୍ରାସନରେ ବସିଲେ ସକଳ ଯୋଗ— ସିଦ୍ଧିର ସମ୍ଭାବନା ହୁଏ ସ୍ୱସ୍ତିକାସନରେ ବସିଲେ ଅଳ୍ପ ସମୟ ମଧ୍ୟରେ ବାୟୁସିଦ୍ଧି ଲାଭ ହୁଏ ଏବଂ ବାୟୁସାଧନଜନିତ କୌଣସି ବ୍ୟଭିଚାର ହେଲେ ମଧ୍ୟ କୌଣସି ପ୍ରକାର ବ୍ୟାଧି ଆକ୍ରମଣ କରି ପାରେ ନାହିଁ

ପ୍ରଥମେ ଆସନ ସିଦ୍ଧ କରି କା ପରେ ପ୍ରାଣାୟାମ କଲେ ତାହା ଅତି ସହଜରେ ହୁଏ ଷୋଡ଼ଶ ପ୍ରାଣାୟାମ କଲେ ସାଧକ ପୂର୍ବଜନ୍ମ ଓ ଇହଜନ୍ମକୃତ ଜ୍ଞାନାଜ୍ଞାନକୃତ ବିବିଧପ୍ରକାର ପାପ ଓ ପୁଣ୍ୟ ବିନଷ୍ଟ କରିପାରେ ପାପପୁଣ୍ୟର ଭୟ ବନ୍ଧନର ହେତୁ ପ୍ରଭେଦ ସୁବର୍ଣ୍ଣ ଶିକୁଳି ଓ ଲୁହା ଶିକୁଳି ପରି ପ୍ରାଣାୟାମସାଧନ ଦ୍ୱାରା କର୍ମବୀଜ ନଷ୍ଟ ହୁଏ ପ୍ରାଣାୟାମ ଦ୍ୱାରା ଅଣିମାଦି ଅଷ୍ଟୈଶ୍ୱର୍ଯ୍ୟ ଲାଭହୁଏ ୩ ଘଣ୍ଟାକାଳ ବାୟୁ— ଧାରଣ (କୁମ୍ଭକ) କରିବାର ଅଭ୍ୟାସ କରି ପାରିଲେ ସମସ୍ତ ଅଭିଳଷିତ ପଦାର୍ଥ ଲାଭ ହୁଏ

ପ୍ରାଣାୟାମର ଅର୍ଥ ପ୍ରାଣର ଆୟାମ ବା ସଂଯମ ପ୍ରାଣାୟାମ କ୍ରିୟାଶ୍ୱାସପ୍ରଶ୍ୱାସର ସ୍ୱାଭାବିକ ଗତିଭଙ୍ଗ କରି ଶ୍ୱାସକୁ ଶାସ୍ତ୍ରୋକ୍ତ ନିୟମାଧୀନ କରିବା ପଞ୍ଚତତ୍ତ୍ୱମୟ ଶରୀରରେ ୫ ତତ୍ତ୍ୱ ସୂକ୍ଷ୍ମଭାବରେ ବିଦ୍ୟାମାନ ଅଛି ତତ୍ତ୍ୱଜ୍ଞାନୀମାନେ ଏ କଥ ଜାଣନ୍ତି ଶରୀରସ୍ଥ ସ୍ୱରୋଦୟ—ହଂସ ଜୀବଶରୀରରେ ସର୍ବଦ ଶ୍ୱାସ ବହନ କରୁଅଛି ତଦ୍ଦ୍ୱାରା ଭୂତ ଭବିଷ୍ୟତ ବର୍ତ୍ତମାନ ତ୍ରିକାଳଜ୍ଞାନ ଲାଭ ହୁଏ ପ୍ରତ୍ୟେକଥର ଶ୍ୱାସ ପ୍ରଶ୍ୱାସରେ 'ହଂସା' ଉଚ୍ଚାରିତ ହୁଏ ଶ୍ୱାସ ନେଲାବେଳେ ହଂ ଏବଂ ଛାଡ଼ିଲାବେଳେ ସଃ ଉଚ୍ଚାରିତ ହୁଏ ହିଂ ଶିବ,ସଃ ଶକ୍ତି ଶ୍ୱାସ ନେଇ ଛାଡ଼ି ନ ପାରିଲେ ମୃତ୍ୟୁ ଘଟେ, ଅର୍ଥାତ୍ ହଂ ଶିବସ୍ୱରୂପ ବା ମୃତ୍ୟୁ ସକାର ପ୍ରଶ୍ୱାସ ବା ଶ୍ୱାସର ତ୍ୟାଗ; ଏହା ଶକ୍ତି ଶ୍ୱାସଛାଡ଼ଥିବା ପର୍ଯ୍ୟନ୍ତ ମୃତ୍ୟୁ ହୁଏ ନାହିଁ ଶ୍ୱାସରୋଧ ହେଲେ ମୃତ୍ୟ ଏହି ଶ୍ୱାସ ପ୍ରଶ୍ୱାସରେ ଜୀବର ଜୀବତ୍ୱ ଦିନା ରାତି ମଧ୍ୟରେ ୨୧: ହଜାର ୬ ଥର ଶ୍ୱାସ ପ୍ରବାହିତ ହୁଏ ହଂସ ଜୀବାତ୍ମା, ପ୍ରାଣବା ଜୀବନଶକ୍ତି ଜଗତ୍ସଂରକ୍ଷଣକ୍ତି ଶ୍ୱାସ; ତାର ସ୍ଥୂଳସ୍ୱରୂପ ଅର୍ଥାତ ଶ୍ୱାସପ୍ରଶ୍ୱାସଦ୍ୱାରା ଜୀବଦେହର ସର୍ବତ୍ର ଶକ୍ତି ସଞ୍ଚାରିତ ହୁଏ ଶ୍ୱାସପ୍ରଶ୍ୱାସ ଶକ୍ତିର ଗମନାଗମନ ପଥ ଏହି ସ୍ଥୂଳ, ପଥରେ ସୂକ୍ଷ୍ମଶକ୍ତିର କ୍ରିୟାତ୍ତ କରିବାର ନାମ ପ୍ରାଣାୟାମ ପ୍ରାଣଶକ୍ତିକୁ ସଂଯମ କରିବାକୁ ହେଲେ ଶ୍ୱାସ କ୍ରିୟାର ସ୍ଥୂଳ ସାହାର୍ଯ୍ୟ ଆବଶ୍ୟକ ପ୍ରାଣାୟାମ ସାଧନ କଷ୍ଟକର ଏହାକୁ ଆସ୍ତେ ଆସ୍ତେ ଅଭ୍ୟାସ କରିବ ପ୍ରାଣ ବାୟୁ ବା ଅପାନ— ବାୟୁକୁ ବେଗରେ ଛାଡୢବ ନାହିଁ, ଖୁବ୍ ଆସ୍ତେ ଆସ୍ତେ ଛାଡ଼ିବ ଏହାକୁ ଶିକ୍ଷାଗୁରୁଙ୍କ ଉପଦେଶ ନେଇ ଅଭ୍ୟାସ କରିବ ପ୍ରାଣବାୟୁ ନାକବାଟେ ବାହିରି ୧୨: ଆଙ୍ଗୁଳ ପର୍ଯ୍ୟନ୍ତ ଗତି କରିବା ସ୍ୱାଭାବିକ ବୁଢ଼ା ଆଙ୍ଗୀଠିଦ୍ୱାରା ଦକ୍ଷିଣ ନାସାପୁଟ ଅଳ୍ପ ଚାପିଧରି ବାମ ନାସିକାଦ୍ୱାରା ଯଥାଶକ୍ତି ବାୟୁ ଟାଣିନେବ ଏବଂ ବିନ୍ଦୁମାତ୍ର ସମୟ ବିଶ୍ରାମ ନ କରି ବାମ ନାସିକାକୁ ଅନାମିକା ଓ କନିଷ୍ଠା ଦ୍ୱାରା ବନ୍ଦକରି ଦକ୍ଷିଣ ନାସିକାଦ୍ୱାରା ବାୟୁକୁ ରେଚନ କରିବ ଅର୍ଥାତ୍ ଛାଡ଼ିଦେବ ପୁନଶ୍ଚ ଦକ୍ଷିଣ ନାସାଦ୍ୱାରା ବାୟୁ ଗ୍ରହଣ କରି ବାମ ନାସିକା ଦ୍ୱାରା ଛାଡ଼ିଦେବ ଦିନରାତି ମଧ୍ୟରେ ୪ ଥର ଏପରି କରିବ କେତେଦିନ ପର୍ଯ୍ୟନ୍ତ ଏପରି କଲେ ନାଡ଼ି ଶୋଧନ ହେବ ଏଥିରେ ସିଦ୍ଧ ହେବାକୁ ମାସେ ଦେଢ଼ ମାସ ସମୟ ଲାଗି ପାରେ ଏହାହେଲେ ଦେହ ହାଲୁକା ହେବ, ନିଦ୍ରା, ଆଳସ୍ୟ, ଜଡ଼ତା ଦୂର ହେବ; ତେବେ ଜଣାଯିବ ଯେ ନାଡ଼ି ଶୋଧିତ ହେଲା ତତ୍ପରେ କିଛି କିଛି ଲୋକତୀତ ବ୍ୟାପାର ଦେଖାଯିବ ଏହାପରେ ପ୍ରାଣାୟାମର ଅନ୍ୟାନ୍ୟ ପ୍ରକ୍ରିୟା ଅଭ୍ୟାସ କରିବ ପୂରକ, ରେଚକ, କୁମ୍ଭକ ଏ ସବୁ ସାଧନା କେବଳ ଶାସ୍ତ୍ର ପଢ଼ି ହୋଇ ପାରିବ ନାହିଁ, ଉପଯୁକ୍ତ ଗୁରୁଙ୍କଠାରୁ ଉପଦେଶ ନେଇ ଏହା ଅଭ୍ୟାସ କରିବ

ପୂର୍ବେ କୁହାଯାଇଅଛି, ନିଶ୍ୱାସର ସ୍ୱାଭାବିକ ଗତି ନାକପାଖରୁ ୧୨: ଅଙ୍ଗୁଳ ସେଥିରୁ ବେଶି ହେଲେ ଜାଣିବ ଯେ, ପ୍ରାଣର କ୍ଷୟ ହେଉଛି ବା ଜୀବନୀଶକ୍ତିର କ୍ଷୟ ହେଉଛି ଯେତେବେଳେ କୌଣସି କାର୍ଯ୍ୟ କରିବ, ତେତେବେଳେ ନିଶ୍ୱାସର ଗତି ୧୨: ଆଙ୍ଗୁଳରୁ ବେଶି ହେଲେ ଜାଣିବ, ଜୀବନୀଶକ୍ତିର କ୍ଷୟ ହେଉଛି ପ୍ରାଣାୟାମଦ୍ୱାରା ଏହି ଅସ୍ୱା— ଭାବିକ କ୍ଷୟକୁ ସଂଯତ କରିବାକୁ ହେବ ମୈଥୁନଦ୍ୱାରା ଯେ ଜୀବନୀଶକ୍ତି କ୍ଷୟ ହୁଏ ତାର ମଧ୍ୟ ଏହି କାରଣ ମୌଥୁନ ବେଳେ ନିଶ୍ୱାସର ଦୀର୍ଘତା ହୁଏ ଯେଉଁମାନଙ୍କର ଦୌର୍ବଲ୍ୟ ରୋଗ ଜନ୍ମିଛି ସେମାନଙ୍କ ନିଶ୍ୱାସ ପ୍ରଶ୍ୱାସ ଅତି ଘନ ଘନ ହୁଏ ଏବଂ ୮ ଆଙ୍ଗୁଳ ପର୍ଯ୍ୟନ୍ତ ଯାଏ; ସୁତରାଂ ସେମାନଙ୍କ ମୃତ୍ୟୁ ଅତି ନିକଟ ପ୍ରାଣାୟାମଦ୍ୱାରା ଏହି ନିଶ୍ୱାସକୁ ସବୁ ସମୟରେ ବାର ଆଙ୍ଗୁଳମଧ୍ୟରେ ରଖିବାକୁ ହେବ ପ୍ରାଣାୟାମର ଉଚ୍ଚାବସ୍ଥାରେ ଯୋଗୀ ଏକାବୋତକେ ବାୟୁକୁ ନିରୋଧ କରି ବହୁଦିନ କଟାଇ ପାରେ ପ୍ରାଣାୟମ ପୂର୍ବରୁ ନାଡ଼ିଶୋଧନ ନିତାନ୍ତ ଆବଶ୍ୟକ ହଠଯୋଗଦ୍ୱାରା ଯେଉଁ ନାଡ଼ୀଶୋଧନର ବ୍ୟବସ୍ଥା ଅଛି, ଅର୍ଥାତ୍ ନେତି ଧୌତି ପ୍ରଭୃତି ବହିଃକ୍ରିୟା, ତାହା ସବୁ ଗୃହୀ ପକ୍ଷରେ ବଡ଼ କଷ୍ଟସାଧ୍ୟ ଅନ୍ତର ପ୍ରୟୋଗଦ୍ୱାରା ଯେପରି ନାଡ଼ୀ ଶୋଧନ ହୁଏ, ତାହା ପୂର୍ବ୍ୱେ କୁହା ଯାଇଛି ତାହା ସମସ୍ତଙ୍କ ପକ୍ଷରେ ସୁଲଭ ପରମଯୋଗୀ ଶଙ୍କରାଚାର୍ଯ୍ୟଙ୍କ ମତରେ ତାହାହିଁ ପ୍ରଶସ୍ତ ଓ ସହଜ

ଜୀବର ଜୀବନୀଶକ୍ତିକୁ ବାକ୍ତିକେନ୍ଦ୍ରକୁ କୁଣ୍ଡଳିନୀ କୁହାଯାଏ କୁଣ୍ଡଳିନୀର ସ୍ଥାନ କେଉଁଠି? ମେରୁଦଣ୍ଡ ମଧ୍ୟରେ ଇଡ଼ା ଓ ପିଙ୍ଗଳା ନାମରେ ୨ଟି ସ୍ନାୟବୀୟ ଶକ୍ତି— ପ୍ରବାହ ଅଛି ଏବଂ ମେରୁଦଣ୍ଡସ୍ଥ ମଜ୍ଜା ମଧ୍ୟରେ ସୁଷୁମ୍ନା ନାମରେ ଗୋଟିଏ ଶୂନ୍ୟ ନାଳୀ ଅଛି; ଏହି ଶୂନ୍ୟନାଳୀର ନିମ୍ନରେ କୁଣ୍ଡଳିନୀର ଆଧାରଭୂତ ପଦ୍ମ ଅବସ୍ଥିତ ଏ ପଦ୍ମ ତ୍ରିକୋଣାକାର ଏବଂ ଚତୁର୍ଦଳ ବିଶିଷ୍ଟ ତହିଁର ଆକୃତି ସର୍ପପରି

ପଶ୍ଚିମାଭିମୁଖୀ ଯୋନିଃ ଗୁଦମେଢ଼୍ରାନ୍ତରାଳଗା ତତ୍ର କନ୍ଦଂ ସମାଖ୍ୟାତଂ ତତ୍ରାସ୍ତି କୁଣ୍ଡଳୀ ସଦା ସଂବେଷ୍ଟା ସକଳା ନାଡ଼ୀଃ ସାର୍ଦ୍ଧତ୍ରୀକୁଟିଳାକୃତିଃ ମୁଖେ ନିବେଶ୍ୟ ସା ପୂଚ୍ଛଂ ସୁଷୁମ୍ନା ବିବରେ ସ୍ଥିତା

ପ୍ରାଣାୟାମଦ୍ୱାରା ଏହି କୁଣ୍ଡଳିନୀ ଜାଗ୍ରତା ହୁଏ ଏ ସବୁର ବିଶଦ ବିବରଣ ଜାଣିବା ପାଇଁ ଯୋଗଶାସ୍ତ୍ର ପାଠ କରିବାକୁ ହେବ ଏ କ୍ଷୁଦ୍ର ସନ୍ଦର୍ଭରେ ତହିଁର ସବିଶେଷ ଆଲୋଚନା ଅସମ୍ଭବ ପାଠକମାନଙ୍କ ଚିତ୍ତାକର୍ଷଣ ଲାଗି ଠିକେ ଠିକେ କେତେ କଥା କହିଲୁଁ ପାଠକଙ୍କର ଯୋଗବିଦ୍ୟା ପ୍ରତି ଶ୍ରଦ୍ଧା ଜନ୍ମିଲେ ସେମାନେ ଗୁରୁଙ୍କ ସାହାଯ୍ୟରେ ଯୋଗଶାସ୍ତ୍ର ପାଠ ଓ ସାଧନ କରିବେ

ପବନବଜୟ ସ୍ୱରୋଦୟ ଗ୍ରନ୍ଥରେ ଇଡ଼ା, ପିଙ୍ଗଳା; ସୁଷୁମ୍ନାକୁ ଯଥାକ୍ରମେ ଗଙ୍ଗା, ଯମୁନା, ସରସ୍ୱତୀ ବୋଲି କୁହାଯାଏ ବାମ ନାସା ଇଡ଼ା, ଦକ୍ଷିଣନାସା ପିଙ୍ଗଳା, ଇଡ଼ାକୁ ଚନ୍ଦ୍ରନାଡ଼ୀ ଏବଂ ପିଙ୍ଗଳାକୁ ସୂର୍ଯ୍ୟନା଼ଡ଼ୀ କୁହାଯାଏ ପ୍ରତି ନାସାରେ ୧/?/ ଘଣ୍ଟା ବା ୨ ଘଡ଼ି ନିଶ୍ୱାସ ବହେ ବାମ ନାସାରେ ନିଶ୍ୱାସ ଯାଉଥିଲାବେଳେ ଭୋଜନ କଲେ ରୋଗ ହେବ ଦକ୍ଷିଣ ନାସାରେ ନିଶ୍ୱାସ ଯାଉଥିଲାବେଳେ ସ୍ନାନଭୋଜନ କରିବ ଏପରି କଲେ ଅନ୍ନ ସହଜରେ ଜୀର୍ଣ୍ଣ ହେବ, ରୋଗ ହେବ ନାହିଁ ବାମ ଅଙ୍ଗ ମାଡ଼ି ଶୋଇବ, ଅଙ୍ଗ ଲେଉଟାଇବ ନାହିଁ ଅଳ୍ପ ଶୋଇବ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତମଧ୍ୟରେ ପରିମିତ ଆହାର କରିବ ରବି, ଶନି, ଗୁରୁ ଓ ମଙ୍ଗଳବାର ରବିସ୍ଥଳ ଏ ବାରମାନଙ୍କରେ ଗୋଧୋଇବ ଏ ବାର ମାନଙ୍କରେ ମଧ୍ୟ ଯାତ୍ରା ଶୁଭ ଏ ବାର ମାନଙ୍କରେ ରତିକ୍ରିୟା ନିଷିଦ୍ଧ ସୋମ, ବୁଧ, ଶୁକ୍ରବାର ଚନ୍ଦ୍ରସ୍ଥଳ ଏ ବାର— ମାନଙ୍କରେ ମ୍ନାନ କରିବ ନାହିଁ ଓ ଏଥିରେ ଯାତ୍ରା ଅଶୁଭ ଏ ବାରମାନଙ୍କରେ ରତିକ୍ରିୟା କରାଯାଇ ପାରେ ଶରୀରବିଜ୍ଞାନ ସମ୍ୱନ୍ଧରେ ଓଡ଼ିଶାର ଅନେକ ପୁସ୍ତକ ଅନେକ ସାଧକ ଲେଖିଯାଇଛନ୍ତି ଅଚ୍ୟୁତାନନ୍ଦ ଦାସ ଓ ଜଗନ୍ନାଥ ପୁସ୍ତକ ପ୍ରଭୃତି ମହାପୁରୁଷମନେ ଏ ବିଷୟରେ ଅନେକ ପୁସ୍ତକ ଲେଖି ଯାଇଛନ୍ତି ଅଚ୍ୟୁତାନନ୍ଦଙ୍କ ଦ୍ୱାଦଶ ପଟଳ, ଚବିଶ ପଟଳ,ଜଗନ୍ନାଥ ଦାସଙ୍କ ତୁଳାଭିଣା, ବଳରାମ ଦାସଙ୍କ ବ୍ରହ୍ମାଣ୍ଡ,ଗୁପ୍ତଗୀତା, ଚନ୍ଦ୍ରମଣି ଦାସଙ୍କ ସୁଧାସାର ଗୀତା ଦଷ୍ଟବ୍ୟ ଗୁପ୍ତ ଭାଗବତ, ବିରାଟଗୀତା, ଅମରକୋଷ ଗୀତା, ଆଗତଭବିଷ୍ୟ, ଅଷ୍ଟ— ଗୁଜ୍ଜରୀ, ଗରୁଡ଼ଗୀତା, ଅମରପୁରମ, ବୈଚନ୍ଦ୍ର ଗୀତା, ମହୀମଣ୍ଡଳଗୀତା, ଅଷ୍ଟକ ବିହାରୀ ଗୀତା, ସଂସାରସାରଗୀତା, ଜ୍ଞାନ ପରତେ ଚୁଡା଼ମଣି, ଏସବୁ ପୁସ୍ତକରେ ଶରୀରବିଜ୍ଞାନ ବିଷୟରେ ଅନେକ କଥା ଲୋଖାଅଛି; ଶରୀର ମଧ୍ୟସ୍ଥ ନାଡ଼ୀ ସଂଖ୍ୟା, ଇଡ଼ା ପିଙ୍ଗଳା ପ୍ରଭୃତି ବିଷୟ ବିଶଦ ଭାବେ ଲେଖା ଅଛି ଶରୀରକୁ ବ୍ରହ୍ମାଣ୍ଡ ସଙ୍ଗେ ତୁଳନା କରା— ଯାଇଛି; ଶରୀର ମଧ୍ୟରେ ୩୫: ନାଡ଼ି ଅଛି ତହିଁ ମଧ୍ୟରେ ୧୪: ନାଡ଼ି ପ୍ରଧାନ—ସୁଷମ୍ମା, ଇଡ଼ା, ପିଙ୍ଗଳା, ଗାନ୍ଧାରୀ, ହସ୍ତିଜିହିବା, କୁହୁ, ସରସ୍ୱତୀ, ପୁଷା, ସଙ୍ଖିନୀ ଯୟସ୍ୱିନୀ, ବରୁଣୀ, ଅଳମ୍ୱୂଷା, ବିମ୍ୱୋଦରୀ, ଯଶସ୍ୱିନୀ, ଏଥି ମଧ୍ୟରେ ଇଡ଼ା ପିଙ୍ଗଳା ସୁଷମ୍ନା ସର୍ବ୍ୱପ୍ରଧାନ ଚିତ୍ରା ଶରୀରର ପ୍ରଧାନ ଅଂଶ ଏଥିରେ ଜୀବନୀ ଶକ୍ତି ଅଛି ଏ ସବୁ ବିଷୟରେ ଓଡ଼ିଆ ଭାଷାରେ ବହୁତ ପୁସ୍ତକ ଅଛି ଶରୀର, ମନ, ପଞ୍ଚେନ୍ଦ୍ରୟ, ପଚିଶପ୍ରକୃତି ନାନା ଆକାର ଓ ଉପମାଦେଇ ଗ୍ରନ୍ଥାକାରମାନେ ବୁଝାଇ ଦେଇଛନ୍ତି

ଆମ ସାଧାରଣ କଥାର କହନ୍ତି, ପାଞ୍ଚମନ ପଚିଶ ପ୍ରକୃତି ପାଞ୍ଚମନ କଅଣ? ସତ୍ୟମନ, ଆନନ୍ଦମନ, ନିଶ୍ଚଳମନ, ଉଚିତ ମନ, ଧୀରମନ ପ୍ରତ୍ୟେକ ମନର ୫ଟି ଲେଖାଁଏ ପ୍ରକୃତି ରାଗ, ତମ, ହିଂସା, ଅହଂକାର, କାମ, ମାୟା, ମୋହ, ଅବିଶ୍ୱାସ,କ୍ରୋଧ, କୁଟିଳତା, ଲମ୍ପଟ, କପଟ, ଛନ୍ଦ, ଲୋଭ ମାନ; ମଦନ, ଖଳ, ଦୁର୍ଜ୍ଜନ, ଅଇରୀ, ଦାମ୍ଭିକ, ନାସ୍ତିକ, ମାନ, ମଦନ,ମତ୍ସର;=୨୫: ଗଡ଼ନାୟକ= ମନ, ୫ଟି ଦଳେଇ= ୫ ମନ, ଦୟାଳୁ ସୁସାଧୁବିବେକ= ମନ୍ତ୍ରୀ, କୃପାସିନ୍ଧୁ= କଟୁଆଳ, ମାର୍ଜ୍ଜାର=କାଳ,ମୂଷା= ମନ, ନ୍ୟାୟ ମୀମାଂସା ଆଦି= ବେବର୍ତ୍ତା, ତ୍ରିକୁଟଗଡ଼ର ୪ଦ୍ୱାର; ଯଥା— ସତ୍ୟ, ଶାନ୍ତି, ଦୟା, ୭ମା, ୪ବେଦ= ୪ କବାଟ, ୬ ଚକ୍ର=ଗୁରୁଜ, ୧୬: ଡମ୍ୱରୁ କାଙ୍ଗୁଳା ବାଘମୁହାଁ କଳଶିକୁଳି, ୬ ରଥୀ=କହନ୍ତା, ବହନ୍ତା, ଶୁଣନ୍ତା, ଦେଖନ୍ତା, ଚେତା, ଚଇତନ ମେଢ଼ ଅଟାଳି= ଦାନ ମହତ୍ତ୍ୱ କ୍ଷମା ଆଦି ଖଣା ଖୁଆରି= ଧ୍ୟାନ ଧାରଣ ସମାଧି ଯୋଗ ସୁଶୀଳ ପଣ୍ଡ଼ିତ= ବିବେକ ମହତ ଧୀର ଗମ୍ଭୀର ଆଦି ଚାରି ଦରୋଜାରେ ଦ୍ୱାର ଜଗିଥିବେ ବରତନ ଖାଇ ନିତ୍ୟେ ପୂର୍ବପୁଣ୍ୟ=ଖଣ୍ଡ଼ା ତରବାରି ଢ଼ାଲ ଚକ୍ର କାତି ଓଡ଼ିଆ ସାଧକମାନେ ଏସବୁ କିପରି ବର୍ଣ୍ଣନା କରିଛନ୍ତି, ଦୃଷ୍ଟନ୍ତା ଦେଖନ୍ତୁ— ସୁବର୍ଣ୍ଣ କାଙ୍ଗୁଲା ବାଘମୁହାଁ ଫେରି ବଜ୍ରର କବାଟ ପାଡ଼ି, ବୀର ବାଦ୍ୟମାନ ବଜାଇ ଆନନ୍ଦ ଦେଉଥିବେ ସିଂହ ରଡ଼ି

ସୁପୁଣ୍ୟ କର୍ମ ଦଉଡ଼ି କରଣ ନ୍ୟନ୍ତି ପଥରକୁ ଭିଡ଼ି, ଭକ୍ତ ସେବାକାରୀ ଯେତେ ଅଟନ୍ତି ବସିଥିବେ ଦ୍ୱାର ମାଡ଼ି ରୋମୋଦ୍ଗମ ପ୍ରେମ ପୂଲକିତ ଆଦି ଅଶ୍ରୁପାତ ଭକ୍ତି ସୁତା, ମୁକ୍ତିମାନଙ୍କର ସ୍ଥାନ ସେ ଅଚନ୍ତି ଆତ୍ମଜ୍ଞାନ ସୁଖଦାତା ମାର ମାନ ଧ୍ୱନି ଡାକ ପଡ଼ୁଥିବ ନିର୍ବଳ ନୋହିବ ବନ୍ଧ, ସଂଗ୍ରାମକାଳେ ଭିନ୍ନ ବିନ୍ନ ନୋହିବୁ ଶୁଣ ତୁ ନୃପତି ଇନ୍ଦ୍ର ସଂସାରିକ ଜନେ ଇନ୍ଦ୍ରିୟ ଦୁଆରେ ହେଉଥାନ୍ତି ଆତଜାତ, ଏ ଗାତୁଁ ଯାଇଣ ସେ ଗାତେ ପଶନ୍ତି ବେପାରି ଜନଙ୍କ ମତ

ଜୀବ ପରମ ଏକଇ ଅକ୍ଷର, ନାମ ଏକା ଦୁଇ ଅକ୍ଷର ହଂସ, ହକାରୁ ଜାତ ସକାର ଅସ୍ତ, ହଂସ ନିଜ ନାମ ଜପୁଛି, ମୋହୋର ନାମ ମୁହିଁ ଭଜୁଥାଇଁ, ଏହା ନ ଜାଣନ୍ତି ସଂସାରରେ କେହି

ବାହାରେ ବାର ସେ ଭିତରେ ବାର ବାର ଭିତରୁ ସେ ବାର ବାହାର ବାର ବିତରେ ସେ ଅଟଇ ତିନି ବାର ପ୍ରକାରେ ସେ କାହାକୁ ଚିହ୍ନି ବାରକୁ ବାର ପାଲଟାଇ ଆସି ଏହା ବାରଘର ବାହାରେ ଦିଶି ବିଚାରେ ଜ୍ୟୋତିରେ ପୁରୁଷ ଏହି ବାରଚିନାକୁ ଦ୍ୱିରତି ଅଟଇ

ଶରୀରକୁ ଫୁଙ୍କାବନ୍ଧ ବୋଲି ବର୍ଣ୍ଣନା କରା ଯାଇଛି "ପବନ ପଶି ସେ ରହିଛି ମୋଟେ, ରହିଛି ବନ୍ଧ ସେ ତାହାରି ଅଣ୍ଟେ" ଗାୟତ୍ରୀକି ଗାଈ ବୋଲି ବର୍ଣ୍ଣନା କରା ଯାଇଛି, ପ୍ରାତଃକାଳରେ ତାର ବର୍ଣ୍ଣ ଆରକ୍ତ, ମଧ୍ୟାହ୍ନରେ ସ୍ଫଟିକ, ସନ୍ଧ୍ୟାରେ ନୀଳବର୍ଣ୍ଣ, ସକଳ ସମୟରେ ଧବଳବର୍ଣ୍ଣ ତାର ୬ ବଦନ, ୬ପାଦ, ୧୬: ଚେର, ୧୬: ବଛା,୮କିଳାରେ ବନ୍ଧା ୮ଫାସ ତ୍ରିବେଣୀ ମଧ୍ୟରେ ଗୁହାଳ ୯ ଦ୍ୱାର, ତେରୁଆ ଗଉଡ଼ " ସମୁଦ୍ର ମଧ୍ୟରେ ଭବବନ ଲୋଭ ମଧୁର ବହୁତ ତୃଣ ଚରଇ, ବାଛୁରି ଘେନି ତିନିପୁର ଖେପଇ ଗଉଡ଼କୁ ମାନଇ ନାହିଁ" ପୁନଶ୍ଚ କହିଛନ୍ତି" ସବୁ ଧର୍ମକୁ ମନହିଁ କରତା, ମନ ପୂଜାହାରି ମନ ଦେବତା" ମନ ଯେଉ ଦେଉଳ ମଧ୍ୟରେ ଅଛି ତାର ପ୍ରମାଣ ୧୪: ତାଳ ୧ ତାଳ= ୬ ଆଙ୍ଗୁଳି ଦେଉଳରେ ୯ ଦ୍ୱାର ଏହିପରି ନାନାପ୍ରକାର ସୂଚନାତ୍ମକ ଓ ଲକ୍ଷଣାର୍ଥକ ବର୍ଣ୍ଣନା ଦେଖା— ଯାଏ ଜୀବକୁ ହରିଣୀ ବୋଲି ବର୍ଣ୍ଣନା କରାଯାଇଛି ଏହାକୁ ସାଧାରଣରେ ଶରୀରଭେଦ ବୋଲାଯାଏ

ଯୋଗ ଶାସ୍ତ୍ରର ଏହି ସଂକ୍ଷିପ୍ତ ପରିଚୟ ଦିଆଗଲା ଯେଉଁ— ମାନେ ଏ ଶାସ୍ତ୍ରରେ ପାରଦର୍ଶିତା ଲାଭ କରିବାକୁ ଇଚ୍ଛା କରନ୍ତି ସେମାନେ ଗୁରୁଙ୍କଠାରୁ ଉପଦେଶ ନେଇ ଶାସ୍ତ୍ର ଅଧ୍ୟୟନ ପୂର୍ବକ ସାଧନା କରିବେ ଏ ଶାସ୍ତ୍ରକୁ ତୁଚ୍ଛା ପଢ଼ିଲେ କିଛି ଲାଭ ନାହିଁ ଯୋଗବିଦ୍ୟା ସାଧନାମୂଳକ ବିଦ୍ୟା ଯୋଗଶାସ୍ତ୍ରର ସତ୍ୟତତା ସାଧନା ଦ୍ୱାରା ପରୀକ୍ଷିତ ହୋଇ ପାରିବ ଏ ବିଦ୍ୟା ଅସାଧ୍ୟ ନୁହେ, ମାତ୍ର ସାଧନ ଲାଗି ଧୈର୍ଯ୍ୟ ଆବଶ୍ୟକ ଆଜିକାଲି ସମ୍ମୋହନ ବିଦ୍ୟା ପରୀକ୍ଷିତ ହୋଇଛି ଇଂରେଜିରେ ହିପ୍ନଟିଜମ୍ ବା ମେସ୍ମେରିଜ୍ମ ଯାହା, ସମ୍ମୋହନ ବିଦ୍ୟା ତାହା ସମ୍ମୋହନ ବିଦ୍ୟା ଦ୍ୱାରା ଆଶ୍ଚର୍ଯ୍ୟଜନକ ବ୍ୟପାର ଦେଖା ଯାଇଛି ଏହା ତ୍ରଟକ ଯୋଗ ତ୍ରାଟକ ଯୋଗଦ୍ୱାରା ଆଖିର ସ୍ଥୈର୍ଯ୍ୟଆସେ ଆଖିର ଏହି ଶକ୍ତି ଆସିଲେ ଯାହାକୁ ଚାହିଁବ ସେ ଆୟତ୍ତ ହେବ, ଯାହାକୁ ଆୟତ୍ତ କରାଯିବ, ତାକୁ ଯାହା କହିବ ସେ ତାହା କରିବ ଏହି ପ୍ରତ୍ୟକ୍ଷରେ ଦେଖା ଯାଉଛି ଏଥିରେ ପାଶ୍ଚାତ୍ୟ ଦେଶର ସାଧନା ଲାଗିଛି ସେମାନେ ଯାହା ସୂଚନା ପାଇଲେ ତାକୁ କାର୍ଯ୍ୟରେ ପରିଣତ କରିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ସୁତୁରାଂ ସେମାନେ ଉନ୍ନତ ଆମ୍ଭେମାନେ ଶାସ୍ତ୍ରକୁ ବିଶ୍ୱାସ କରୁ ନ ଥାଇଁ, କିମ୍ୱା ସାଧନା ପାଇଁ ଆମ୍ଭମାନଙ୍କର ଧୈର୍ଯ୍ୟ ନାହିଁ, ସୁତରାଂ ଆମ୍ଭେମାନ ଅନୁନ୍ନତ ଆମ ଘରେ ପୋଥି ଅଛି ସତ୍ୟ, ମାତ୍ର ତାହା ପୋଥିବାଇଗଣ ଆମ୍ଭେମାନେ ତାକୁ ବାଡ଼ି ବାଇଗଣ କରି ପାରୁ ନ ଥାଇଁ, ସୁତରାଂ ଆମ ଦେଶରେ ପାଠକମାନଙ୍କୁ ଅନୁରୋଧ, ସେମାନେ କୌଣସି ଶାସ୍ତ୍ରକୁ ଅବିଶ୍ୱାସ ନ କରି ତହିଁର ସତ୍ୟତା ଉପଲବ୍ଧି କରିବା ପାଇଁ ବ୍ରତୀ ହୁଅନ୍ତି

ଏ ବିଷୟରେ ଅଜନ ମାନ ଅଛି ମହାପୁରୁଷ ଅର୍ତ୍ତେ ଦାସ, ହାଡ଼ ଦାସ ପ୍ରଭୃତିଙ୍କର ବହୁତ ଭଜନ ଅଛି ସେମାନେ ମଧ୍ୟ ସେହିପରି ପ୍ରଚ୍ଛନ୍ନ ବାଷାରେ ବା ଠାରୁଠାରୁ ଲେଖିଛନ୍ତି" ଓଲଟ ବୃକ୍ଷେ ଖେଳୁଛି ଲୋଟାଣି ପାରା ଅଠା କାଠି ପଞ୍ଜୁରିରେ ନ ପଡ଼େ ଧରା ଅମୁହାଁ ଦେଉଳେ ଦିଅଁ ଅଛଇଁ ଅମାସ୍ୟା ନିଶୀରେ ଚନ୍ଦ, ଉଦୟ" ଇତ୍ୟାଦି ପ୍ରକାରେ ଲେଖାଅଛି ଶୂନ୍ୟ ଭଜନ, ଅଜପା ଜପିବା, ଅମପା ମାପିବା, ଅବନା ବନିବା ପ୍ରଭୃତି ନାନା କଥା ସେ ପୁସ୍ତକରେ ଦେଖିବାକୁ ମିଳେ ଏ ସମସ୍ ' ଶରୀରଭେଦ' କଥା ଶରୀର ଭିତରର ସକଳ ବିଷୟ ଏଥିରେ ବର୍ଣ୍ଣିତ ଅଛି ଏପରି ପ୍ରଛନ୍ନ ଲେଖା ପୁସ୍ତକ ଓଡ଼ିଆରେ ବହୁତ ଅଛି

[ସନ୍ଦର୍ଭ ଲେଖକ—ଶ୍ରୀ ଜଗବନ୍ଧୁ ସିଂହ ]

୩. ମିଳେ; ଐକ୍ୟ, ସଙ୍ଗତି —୩. Union; conjunction; meeting together; joining.
୪. ଧ୍ୟାନ —Religious meditation; profound religious abstraction; concentration of mental powers.
୫. ଦୃଢ଼ ସମ୍ଫର୍କ —୫. Firm connection; contact.
୬. କାର୍ଯ୍ୟକାରଣ.ସମାବେଶ ବା ସମ୍ଫର୍କ —୬. Co-relation; the relation of one thing another as cause and effect.
୭. ଅପୂର୍ବ ଅର୍ଥାଦି ପ୍ରାପ୍ତି ବା ସୌଭାଗ୍ୟ ପ୍ରାପ୍ତି —୭. Acquisition of wealth or good fortune which was not possessed before.
୮. ଏକାଧିକ ବସ୍ତୁର ବା ବ୍ୟକ୍ତିର ସଂଯୋଗ; ସଂହତି; ସଂସର୍ଗ —୮. Cohesion; combination; association; conflus.
୯. ସଦ୍ଭାବ; ମନର ମେଳ —୯. Mental agreement; concord.
୧. ଯୋଗ୍ୟତା —୧୦. Fitness; propriety.
୧୧. (ବ୍ୟାକ୍ୟରଣ) ପ୍ରୟୋଗ; ଶବ୍ଦ ବା ବାକ୍ୟ ପ୍ରତି ବିଶେଷ ଅର୍ଥାଗିର ଯୋଜନା —୧୧. (Grammar) Specieal application assigned to any unusual construction of words and compounds not warranted by rules but sanctioned by the authority of the users.
୧୨. ସୂତ୍ର; ନିୟମ —୧୨. Aphorism; precept
୧୩. ଦେହ ସ୍ଥୈର୍ଯ୍ୟ; ଦେହକୁ ନିର୍ଦ୍ଦିଷ୍ଟ ଅବସ୍ଥିତିରେ ସ୍ଥିର ଭାବରେ ରଖିବା —୧୩. Keeping the body in a fixed position.

[ ଦ୍ର—ଗୀତାରେ ବର୍ଣ୍ଣିତ ଅଛି ଯେ ଯୋଗସାଧକ ବ୍ୟକ୍ତି ଏକାସନରେ ବସି ଦେହ, ମୁଣ୍ଡ ଓ ଗ୍ରୀବାକୁ ଅଚଳ ଓ ସ୍ଥିର ଭାବରେ ସମାନ କରି ରଖିବ ଦୃଷ୍ଟିକୁ ନାସିକାଗ୍ରରେ କେନ୍ଦ୍ରୀଭୁତ କରିବ ଓ ଅନ୍ୟ ଦିଗକୁ ଚାହିଁବ ନାହିଁ ଦେହକୁ ଏପରି ସ୍ଥିର କରି ସାରି ଯୋଗ ସାଧନ କରିବ ]

୧୪. ଚିତ୍ତବୃତ୍ତ ନିରୋଧ; ମନକୁ ବିଷୟାନ୍ତାରରୁ ନିବୃତ୍ତ କରାଇବା —୧୪. Concentration mind to one object and withdrawing it from all other objects or thoughts.
୧୫. ଧନ ସମ୍ପତ୍ତିର ଉପାର୍ଜ୍ଜନ, ବର୍ଦ୍ଧନ ଓ ରକ୍ଷଣ —୧୫. Acquisition and increment and accumulation or preservation of wealth
୧୬. ବର୍ମାଦି ଧାରଣ; ବର୍ମ ବନ୍ଧନ — ୧୬. Putting on of armour; accoutring.
୧୭. ଶତ୍ରୁକୁ ଜିଣିବା ପାଇଁ ଦାନାଦି ଚତୁର୍ବିଧ ଉପାୟ; ସାମ, ଦାନ, ଦଣ୍ଡ, ଭେଦ—(ଯଥା—୧ (ସାମ) ଶତ୍ରୁକୁ କୋମଳ ବ୍ୟବହାର ଦ୍ୱାରା ବଶ କରିବା, ୨. (ଦାନ) ଧନାଦି ଦାନ କରିବା, ୩. (ଦଣ୍ଡ) ଦେବା, ୪. (ଭେଦ) ଶତ୍ରୁଦଳରେ ବିବାଦ ଜନ୍ମାଇବା) ୧୭. Four fold means of success used in over- coming an enemy (viz. (୧) Concilliation, (୨) Gift, (୩) Chastissement, (୪) Sowing dissension.
୧୮. ଲାଭ —୧୮. Gain; profit; acqusition.
୧୯. ଭେଷଜ; ଔଷଧଚ ବହୁ ଦ୍ରବ୍ୟର ସମଷ୍ଟିରେ ପ୍ରସ୍ତୁତ ଔଷଧ —୧୯. A medicine or mixture made of various ingredients.
୨. ଇନ୍ଦ୍ରଜାଲ; ଭୌତିକବିଦ୍ୟା; ତାନ୍ତ୍ରିକ ଯନ୍ତ୍ରମନ୍ତ୍ରାଦି ବଶୀକରଣାଦିର ଉପାୟ —୨୦. Magic; acquisition of supernatural powers (e.g. of bringing a person under control) by mystic rites or employment of charms
୨୧. ଫଳ; ପରିଣାମ —୨୧. Result; conseqenence.


୨୨. କୌଣସି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ — ୨୨. The main end or object in view.
୨୩. ଯୁକ୍ତି —୨୩. Argument.
୨୪. ଦ୍ରବ୍ୟ;ବିଷୟ —୨୪. Thing, matter; substance.
୨୫. ଧନ; ସମ୍ପତ୍ତି —୨୫. Wealth.
୨୬. ଠକାମି; ପ୍ରତାରଣା; ଛଳ —୨୬. Thrick; fraud; tact; deception.
୨୭. ନୈୟାୟିକ —୨୭. Logician.
୨୮. ଚାତ; ପ୍ରଣଧି —୨୮. A spy; informer
୨୯. ଯାନ; ବାହନ —୨୯. Conveyance.

୩ଶୁଭକାଳ ବା ସମୟ —୩୦. Time of prosperity; a fortunate time; a happy conjunction.

୩୧. ଶୁଭଯୋଗ; ଅନୁକୂଳ ଅବସର; ସୁଯୋଗ —୩୧. A favourable opportunity.
୩୨. (ଅଙ୍କ)— ସମଷ୍ଟିକରଣ; ଏକାଧିକ ରାଶିର ସଙ୍କଳନ; ମିଶାଣ — ୩୨. (Airthmetic) Addition of more than one number.
୩୩. (ଜ୍ୟୋତିଷ) ଯୋଗତାର; ପ୍ରଧାନ ନକ୍ଷତ୍ର; ନକ୍ଷତ୍ରପୁଞ୍ଜ ମଧ୍ୟସ୍ଥ ପ୍ରଧାନ ତାରା —୩୩. (astrology) The principal star of a lunar mansion or a group of stars.
୩୪. (ଗଣିତ ଜ୍ୟୋତିଷ) ବୃହତ୍ତର ଅଣ୍ଡାକାର ବୃତ୍ତର ସତେଇଶ ଭାଗର ଏକଭାଗ —୩୪. (astronomy)୧/୨୭ thp part of a great circle measured on the plane of the ecliptic and used in calculating the latitude and logitude of the sun and the moon.
୩୫. (ଫଳିତ ଜ୍ୟୋତିଷ)—ନିତ୍ୟଯୋଗ; ବିଷ୍ଣିମ୍ଭାଦି ୨୭: ଟି ଯୋଗ ବା ଗ୍ରହନକ୍ଷତ୍ରାଦିର ଅବସ୍ଥିତିଯୁକ୍ତ କାଳ —୩୫. (astrology) the periods of ୨୭ particular conjunctions of the planets with the stars and signs of the zodiac.

[ ଦ୍ର—(୩୩: , ୩୪: ଓ ୩୫: ଅର୍ଥ)—ଜ୍ୟୋତିଷ ମତରେ ସୁର୍ଯ୍ୟଙ୍କର ଗତିଜ୍ଞାପକ ଅଣ୍ଡ଼ାକାର ବୃତ୍ତ (Ecliptic) କୁ ୩୬: ଡ଼ିଗ୍ରୀରେ ଭାଗ କରି ସେଥିରେ ୨୭: ଭାଗକୁ ୧ ଭାଗ ରୂପେ ଗ୍ରହଣ କରି ଯୋଗ ଗଣନା କରାଯାଏ ପ୍ରତ୍ୟେକ ଯୋଗର ଅବସ୍ଥାନକାଳ ୨୩: ଘଣ୍ଟା ୪୭: ମିନିଟ୍ ଓ ୪୪: ସେକେଣ୍ଡ, ଅର୍ଥାତ୍ ସୌର ଦିବସରୁ ପ୍ରାୟ ୧୨: ମିନିଟ୍ କମ୍ ଏ ଯୋଗମାନ ଯାତ୍ରା ଆଦି ବିଷୟରେ ଶୁଭ ଓ ଅଶୁଭ ବୋଲି ବିବେଚିତ ହୁଏ ଜ୍ୟୋତିଷରେ ୨୭: ଟି ଯୋଗ ନିର୍ଦ୍ଧାରିତ ଅଛି ଏମାନଙ୍କୁ ନିତ୍ୟ ଯୋଗ ବୋଲାଯାଏ କାରଣ, ପ୍ରତି ଦିନ ଧାରାବାହିକ ମତେ ଗୋଟିଏ ଯୋଗ ପଡ଼େ

ଯଥା—୧ ବିଷ୍କୁମ୍ଭ (ଏଥିର ୫ ଦଣ୍ଡ ଶୁଭକର୍ମରେ ବର୍ଜନୀୟ), ୨ ପ୍ରୀତି, ୩ ଆୟୁଷ୍ମାନ, ୪ ସାଭାଗ୍ୟ, ୫ ଶୋଭନ, ୬ ଅତିଗଣ୍ଡ, ୭ ସୁକର୍ମା, ୮ ଧୃତି, ୯ ଶୂଳ (ଏଥିରେ ୭ ଦଣ୍ଡ ବର୍ଜନୀୟ),୧ ଗଣ୍ଡ (ଏଥିରେ ୬ ଦଣ୍ଡ ବର୍ଜନୀୟ), ୧୧: ବୃଦ୍ଧି, ୧୨: ଧ୍ରୁବ, ୧୩: ବ୍ୟାଗାତ (ଏଥିର ୬ ଦମ୍ଡ ବର୍ଜନୀୟ), ୧୪: ହର୍ଷଣ (ଏଥିର ୯ ଦଣ୍ଡ ବର୍ଜନୀୟ), ୧୫: ବଜ୍ର (ଏଥିର ୯ ଦଣ୍ଡ ବର୍ଜନୀୟ), ୧୬: ଅସୃକ୍, ୧୭: ବ୍ୟତୀପାତ (ଏଥିରେ ସମସ୍ତ ଅଂଶ ବର୍ଜନୀୟ), ୧୮: ବରୀୟାନ୍, ୧୯: ପରିଘ (ଏଥିର ଅର୍ଦ୍ଧେକ ବର୍ଜନୀୟ), ୨ ଶିବ, ୨୧: ସିଦ୍ଧି, ୨୨: ସାଧ୍ୟ, ୨୩: ଶୁଭ, ୨୪: ଶୁକ୍ଳ ବା ଶୁକ୍ର, ୨୫: ବ୍ରହ୍ମ, ୨୬: ଇନ୍ଦ୍ର, ୨୭: ବୈଧୃତି (ଏଥିର ସମସ୍ତ ଅଂଶ ବର୍ଜନୀୟ)

ଉପରୋକ୍ତ ୨୭: ଗୋଟି ଯୋଗ ମଧ୍ୟରୁ ବ୍ୟତୀପାତ ଓ ବୈଧୃତି ଯୋଗ ଅତି ଅମଙ୍ଗଳଜନକ ଓ ଏଥିରେ କୌଣସି ଶୁଭକର୍ମ କରିବା ନିଷିଦ୍ଧ ଅନ୍ୟାନ୍ୟ ଯୋଗ ମଧ୍ୟରୁ ବିଷ୍କୁମ୍ଭ, ଶୂଳ, ଗଣ୍ଡ, ବ୍ୟାଘାତ, ହର୍ଷଣ, ବଜ୍ର ଓ ପରିଘ ଯୋଗ— ମାନଙ୍କରେ କେତେକ ଦଣ୍ଡ ଶୁଭକର୍ମରେ ବର୍ଜନୀୟ ଉକ୍ତ ୭ଟି ଯୋଗର ଅବଶିଷ୍ଟ ଦଣ୍ଡାମାନ ଓ ଅନ୍ୟାନ୍ୟ ଯୋଗମାନ ଶୁଭ କର୍ମ ପାଇଁ ପ୍ରଶସ୍ତ ]

୩୬. ପତଞ୍ଜଳି ପ୍ରଣୀତ ଦର୍ଶନ— ଶାସ୍ତ୍ର ବିଶେଷ; ପତଞ୍ଜଳି ଦର୍ଶନ ବା ୟୋଗ ସୂତ୍ର —୩୬. Name of a Sanscrit work on philosophy by sage Patan̄jaḻi.

[ ଦ୍ର—ପତଞ୍ଜଳି ପ୍ରଣୀତ ଯୋଗ ଶାସ୍ତ୍ରର ସୁତ୍ର ଗ୍ରନ୍ଥକୁ 'ପାତଞ୍ଜଳି ଦର୍ଶନ' ବୋଲାଯାଏ ଯୋଗ ଦର୍ଶନକାର ପତଞ୍ଜଳି ଆତ୍ମା ଓ ଜଗତ୍ ସମ୍ୱନ୍ଧେ କପିଳଙ୍କ ସାଂଖ୍ୟ ଦର୍ଶନର ସିଦ୍ଧାନ୍ତକୁ ପ୍ରତିପାଦନ ଓ ସମର୍ଥନ କରି ଅଛନ୍ତି ଏ ମଧ୍ୟ ୨୫: ତତ୍ତ୍ୱ ସ୍ୱୀକାର କରି ଅଛନ୍ତି କିନ୍ତୁ ଏ କପିଳଙ୍କ ଅପେକ୍ଷା ଅଧିକା ଷ଼ଡ଼ବଂଶ ତତ୍ତ୍ୱ 'ପୁରୁଷ ବିଶେଷ' ବା 'ଇଶ୍ୱର' ମାନି ଅଛନ୍ତି (ହିନ୍ଦୀ - ଶ)

ଏ ଗ୍ରନ୍ଥର ଯୋଗ କାଣ୍ଡ ନିରୂପକ୪ଟି ପାଦ ଅଛି—୧ ଯୋଗପାଦ ବା ଯୋଗର ଲକ୍ଷଣାଦି, ୨ ସାଧନ ପାଦ ବା କ୍ରିୟା ଯୋଗାଦି ସାଧନ ପ୍ରକରଣ, ୩ ବିଭୁତି ପାଦ ବା ଧ୍ୟାନ ଧାରଣାଦି ବିଭୁତି ବିବରଣ, ୪ କୈବଲ୍ୟ ପାଦ ବା ସିଦ୍ଧି ପଞ୍ଚକାଦି କୈବଲ୍ୟ ବା ସମାଧି ଲାଭର ବିବରଣ

ସଂକ୍ଷେପରେ ୟୋଗ ଦର୍ଶନ ମତ—ମନୁଷ୍ୟର ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱଷ ଓ ଅଭିନିବେଶ, ଏହି ୫ ପ୍ରକାର କ୍ଳେଶ ଅଟେ ଓ ମନୁଷ୍ୟ ନିଜର କର୍ମଫଳ ଅନୁସାରେ ଜୀବନ କଟାଏ ଏ ସବୁରୁ ବର୍ତ୍ତିବା ଉପାୟ ଯୋଗ ଅଟେ ଯୋଗର ଅହ୍ଗମାନ ସାଧନ କରି ମନୁଷ୍ୟ ସିଦ୍ଧ ହୁଏ ଓ ମୋକ୍ଷ ଲାଭ କରେ ଯୋଗଦର୍ଶନବାଦୀମାନେ ସଂସାରକୁ ଦୁଃଖମୟ ଓ ହେୟ ବୋଲି ବିଚାର କରନ୍ତି ଚିତ୍ତବୃତ୍ତ ବା ଚିତ୍ତଭୁମି ୫ ପ୍ରକାରର, ଯଥା—କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ନିରୁଦ୍ଧ ଓ ଏକାଗ୍ର ପ୍ରଥମ ୩ ବୃତ୍ତି ଯୋଗସାଧନର ବିରୋଧୀ; ଶେଷୋକ୍ତ ଦୁଇ ବୃତ୍ତରେ ଯୋଗ ସଧିତ ହୋଇ ପାରେ ଅଭ୍ୟାସ, ବୈରାଗ୍ୟ, ଇଶ୍ୱର ପ୍ରଣିଧାନ, ପ୍ରାଣାୟାମ ଓ ସମାଧି ଦ୍ୱାରା ଯୋଗ ସାଧନ କରାଯାଏ ଏଥିପାଇଁ ଯୋଗର ଆଠ ଅଙ୍ଗ (ଯମନିୟମାଦି) ସାଧିବାକୁ ହୁଏ ପାତଞ୍ଜଳି ଯୋଗ ସୂତ୍ର ସଙ୍ଗେ ତନ୍ତ୍ରଶାସ୍ତ୍ର ମିଳିତ ହୋଇ ' କାୟବ୍ୟୁହ ' ବା ଶରୀର ଭେଦ ନାମକ ଏକ ସାଧନର ଉତ୍ପତ୍ତି ହେଲା) ଏହି କାୟବ୍ୟୁହ ମତରେ ଶରୀର ମଧ୍ୟରେ ଷଟ୍ଚକ୍ର କଳ୍ପିତ ହେଲା ଓ ଯୋଗର 'ହଠଯୋଗ' ନାମକ ଏକ ଶାଖା ହେଲା ଏଥିରେ ନେତୀ, ଧୌତି, ବସ୍ତୀ ଆଦି ଷଟ୍କର୍ମ ଓ ନାଡ଼ୀଶୋଧନାଦି କ୍ରିୟା କରିବାକୁ ଯୋଗ ସାଧକଙ୍କୁ ଉପଦେଶ ଦିଆଗଲା ହଠଯୋଗର ପ୍ରଧାନ ଆଚାର୍ଯ୍ୟ ମତ୍ସ୍ୟେନ୍ଦ୍ରନାଥ ଓ ତାଙ୍କ ଶିଷ୍ୟ ଗୋରଖନାଥ— ହିନ୍ଦୀ - ଶ ]

୩୭. (ଫଳିତ ଜ୍ୟୋତିଷ) ଶିବାଗୌରୀ ମତରେ ଯାତ୍ରା କରିବା ପାଇଁ ବିଚାର୍ଯ୍ୟ ୪ ଗୋଟି ଯୋଗ —୩୭ (as thrology) Name of ୪ special period or spaces of time according to a special rule. for starting on a mission

[ ଦ୍ର—ଜ୍ୟୋତିଷ ମତରେ ଶୁଭଯୋଗ ନ ମିଳିଲେ ଶିବାଗୌରୀ ମତରେ ଯୋଗ ନିଣ୍ଣୟ କରି ଯାତ୍ରାକାଳ ସ୍ଥିର କରିବାକୁ ହୁଏ ଶିବାଗୌରୀ ମତରେ ଆହୋରାତ୍ରରେ ପଡ଼ିବା ଯୋଗ ୪ ଗୋଟି, ଯଥା— ୧ ମାହେନ୍ଦ୍ର—କାର୍ଯ୍ୟୋଦୟ, ୨ ବକ୍ର—କାର୍ଯ୍ୟନାଶ, ୩ ଅମୃତ—କାର୍ଯ୍ୟସିଦ୍ଧି, ୪ ଶୂନ୍ୟ—ମୃତ୍ୟୁ ବା ଅପମାନ ମାଘ, ଫାଲ୍ଗୁନ, ଚେତ୍ର, ବୈଶାଖ, ଶ୍ରାବଣ ଓ ଭାଦ୍ର, ଏହି ୬ ମାସରେ ଭିନ୍ନ ଭିନ୍ନ ବାରରେ ଭିନ୍ନ ଭିନ୍ନ ଦିବାଦଣ୍ଡରେ ଓ ଭିନ୍ନ ଭିନ୍ନ ରାତ୍ରିଦଣ୍ଡରେ ଏହି ଚାରି ଯୋଗ ଭିନ୍ନ ଭିନ୍ନ ଭାବରେ ପଡ଼େ

ଏହି ଯୋଗମାନ ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର ଓ ପୌଷ ଏ ୪ ମାସରେ ପୂର୍ବୋକ୍ତ ୬ ମାସ ଅପେକ୍ଷା ପୃଥକ ଭାବରେ ପଡ଼େ

ପୁଣି ଜ୍ୟେଷ୍ଠ ଓ ଆଷାଢ଼ ଏହି ଦୁଇ ମାସରେ ଯୋଗମାନ ଉକ୍ତ ୧ ମାସ ଅପେକ୍ଷା ପୃଥକ୍ ଭାବରେ ପଡ଼େ

ଏ ଯୋଗମାନ ଦିବା ୩ ଦଣ୍ଡ ଓ ରାତି ୩ ଦଣ୍ଡ ମଧ୍ୟରେ କେବେ କେବେ ୨ ଦଣ୍ଡ, କେବେ ୪, କେବେ ୬, କେବେ ୮, କେବେ ୧, କେବେ ୧୪: , କେବେ ୧୬: , ଏହିପର ଯୁଗ୍ମ ସଂଖ୍ୟଯୁକ୍ତ ଦଣ୍ଡ ଲେଖାଏଁ ପଡ଼ିଯାଏ

ଜ୍ୟୋତିଷ ଗ୍ରନ୍ଥର ବିନା ସାହାଯ୍ୟରେ ଏହି ଚାରିଦଣ୍ଡର କାଳ ନିର୍ଣ୍ଣୟ କରିବା ଦୁଃସାଧ୍ୟ ଅଟେ]

୩୮. ବ୍ୟକ୍ତି— ବିଶେଷଙ୍କ ଜାତକରେ ଥିବା ରାଶିନକ୍ଷେତ୍ରଦିର ଗଣନାଦ୍ୱାରା ଦେଖାଯିବା ଶୁଭ ଓ ଅଶୁଭ —୩୮. Special conjunction of stars and planets and signs in a person's horoscope leading to certain results to be achieved by that person.

[ ଦ୍ର— ବ୍ୟକ୍ତିବିଶେଷ ଙ୍କ ଜାତକରେ ଥିବା ଗ୍ରହ, ରାଶି, ନକ୍ଷେତ୍ରାଦିଙ୍କର ବିଶିଷ୍ଟ ମିଳନ ଘଟିଲେ ଉକ୍ତ ମନୁଷ୍ୟର ଜୀବନରେ ବିଶିଷ୍ଟ ଘଟନାମାନ ଘଟିବା ଫଳିତ ତ୍ୟୋତିଷରେ ଲେଖାଅଛି ଏହି ବିଶିଷ୍ଟ ମିଳନମାନଙ୍କୁ ଯୋଗ ବୋଲାଯାଏ ଏଥିର ଉଦାହରଣରୂପେ ନିମ୍ନରେ କେତେଗୋଟି ଦିଆଗଲା ଯଥା ===

ତୀର୍ଥମୃତ୍ୟୁଯୋଗ—ଯେଉଁ ଲୋକର ଜାତକରେ ନବଦାଧିପତି ଗ୍ରହ ନବମକୁ ଦେଖୁ ଥାଆନ୍ତି, ଲଗ୍ନାଧିପତି ଲଗ୍ନକୁ ଦେଖୁ ଥାଆନ୍ତି, ଅଷ୍ଟମାଧିପତି ଅଷ୍ଟମକୁ ଦେଖୁଥାଆନ୍ତି, କିମ୍ୱା ଲଗ୍ନର ଅଷ୍ଟମ ସ୍ଥାନରେ ବୃହସ୍ପତି ଥାଆନ୍ତି, ତାହାର ତୀର୍ଥମୃତ୍ୟୁ ଯୋଗ ହୁଏ ଅର୍ଥାତ୍ ଉକ୍ତ ବ୍ୟକ୍ତି କୌଣସି ତୀର୍ଥରେ ମୃତ୍ୟୁ ଲଭି ସ୍ୱର୍ଗଗାମୀ ହୁଏ

ରାଜଯୋଗ—ଯେଉଁ ପୁରୁଷର ଜାତକରେ ରାଶିଚକ୍ରର ଗୋଟିଏ ଗୃହରେ ୫ ଗୋଟି ଶୁଭଗ୍ରହ ଏକତ୍ର ଥାଆନ୍ତି, ସେ ରାଜସିଂହାସନ ଅଧିକାର କରେ ଓ ସ୍ତ୍ରୀ ହେଲେ ବେଶ୍ୟା ହୁଏ

ମକରମଙ୍ଗଳ ଯୋଗ—(ମକରମଙ୍ଗୁଳୀ ଦେଶଜ ନାମ)—ଜାତକରେ ମକର ରାଶିର ଗୃହରେ ମଙ୍ଗଳଗ୍ରହ ଥିଲେ ଉକ୍ତ ବ୍ୟକ୍ତି ଭାଗ୍ୟବାନ ହୁଏ

ଏହିପରି ରବିମେଷ ଯୋଗ, ମୀନଶୁକ୍ର ଯୋଗ, କୁମ୍ଭ— ଶନି ବା ଶନିକୁମ୍ଭା ଯୋଗ, କକଡ଼ାବୃହସ୍ପତି ଯୋଗବିଶିଷ୍ଟ ବ୍ୟକ୍ତିମାନେ ସୁଖୀ ଓ ସୌଭାଗ୍ୟଶାଳୀ ହୁଅନ୍ତି

କକଡ଼ାମଙ୍ଗଳ (ବା କୁଜ କରକଟ) ଯୋଗ, ମୀନରାହୁ (ବା ମାଛ ରାହୁତା) ଯୋଗ, ବିଛା ବୃହସ୍ପତି ଯୋଗ, ମୀନମଙ୍ଗଳ ଯୋଗ, ତୁଳମଙ୍ଗଳ ଯୋଗମାନ ଯାହା ଜାତକରେ ଥାଏ ସେ ରାଜପୁତ୍ର ହେଲେ ମଧ୍ୟ ଦୁଃଖ ଭୋଗ କରେ ଏହାକୁ ଦାରିଦ୍ର୍ୟ ଯୋଗ ବୋଲାଯାଏ ଏ ସମ୍ୱନ୍ଧରେ ଡ଼ାକଋଷି ବଚନମାନ ମଧ୍ୟ ଅଛି

ରବିବୁଧା ଯୋଗ—ଜାତକରେ ରବି ଓ ବୁଧ ଗ୍ରହମାନେ ଏକ ଘରେ ଥିଲେ ଉକ୍ତ ବ୍ୟକ୍ତି ସୁଖୀ ହୁଏ

ବିନିମୟ ଯୋଗ— ଜାତକରେ କୌଣସି ଗ୍ରହଙ୍କର ଉପଯୁକ୍ତ ଗୃହରେ ଅନ୍ୟ ଗୋଟିଏ ଗ୍ରହଥିବାର ଓ ୨ୟ ଗ୍ରହର ଘରେ ୧ମ ଗ୍ରହ ଥିବାର ଶୁଭଜନକ ଅବସ୍ଥା; ଯଥା—ଜାତକରେ ଚନ୍ଦ୍ରଗ୍ରହଙ୍କ ଘରେ (କକଡ଼ା ରାଶି ଘରେ) ବୁଧଗ୍ରହ ଥିବା ଓ ବୁଧଗ୍ରହଙ୍କ ଘରେ (ମିଥୁନ ରାଶିର ଘରେ) ଚନ୍ଦ୍ରଥିବା ଅବସ୍ଥା ଏହା ଭାଗ୍ୟକାରକ ଯୋଗ ]

୩୯. ଜାତକରୁ ମନୁଷ୍ୟର ଦଶା ଗଣନା କରାଯିବା ବେଳେ ଦେଖାଯିବା ଫଳିତ ଜ୍ୟୋତିଷୋକ୍ତ ଶୁଭାଶୁଭକର ଗ୍ରହଦଶା, ଅନ୍ତର୍ଦ୍ଦଶା ଓ ପ୍ରତ୍ୟନ୍ତର ଦଶା (ଯଥା—ମାରକ ଯୋଗ, ବନ୍ଧକ ଯୋଗ) —୩୯. Particular conjuctions of one's natal planets leading to certain results.

[ ଦ୍ର—ଜାତକର ଗ୍ରହରାଶିଆଦି ଚକ୍ର ଗଣନାରୁ ମନୁଷ୍ୟର 'ଦଶା' ଗଣନା କରାଯାଏ ପ୍ରତ୍ୟେକ ଗ୍ରହଙ୍କ ମହାଦଶାର ଭୋଗକାଳ ନିର୍ଦ୍ଦିଷ୍ଟ ଅଛି ଯଥା— ରବି ବା ସୂର୍ଯ୍ୟଙ୍କ ମହାଦଶା—୬ ବର୍ଷ; ଚନ୍ଦ୍ର ମହାଦଶା—୧ ବର୍ଷ; ମଙ୍ଗଳ ମହାଦଶା—୭ ବର୍ଷ; ରାହୁ ମହାଦଶା—୧୮: ବର୍ଷ ବୃହସ୍ପତି ମହାଦଶା—୧୬: ବର୍ଶ; ଶନିମହାଦଶା—୧୯: ବର୍ଷ, ବୁଧମହାଦଶା—୧୭: ବର୍ଷ, କେତୁ ମହାଦଶା— ୬ବର୍ଷ; ଶୁକ୍ରମହାଦଶା—୨ ବର୍ଷ= ମୋଟ ୧୨: ବର୍ଷ

ମନୁଷ୍ୟର ପରମାୟୁ ୧୨: ବର୍ଷରେ ଏହି ୯ ଟି ଗ୍ରହଙ୍କ ଦଶାର କାଳ ପଡ଼େ ଶିଶୁର ଜନ୍ମ ସମୟରେ ଗ୍ରହନକ୍ଷେତ୍ର ମାନଙ୍କର ରାଶିଚକ୍ରରେ ସ୍ଥିତି ଅନୁସାରେ ଯେଉଁ ଗ୍ରହଙ୍କ ମହାଦଶା ମଧ୍ୟରୁ ଯେତିକି ସମୟ ଭୋଗ ଯାଇଥାଏ, ଶିଶୁ ଜନ୍ମହେବା ପରେ ଉକ୍ତ ଗ୍ରହଙ୍କ ଦଶାର ଅବଶିଷ୍ଟକାଳ ଭୋଗ ହୁଏ ଓ ତତ୍ପରେ ଯଥାକ୍ରମେ ତତ୍ପରବର୍ତ୍ତୀ ଗ୍ରହମାନଙ୍କ ମହାଦଶାମାନ ପଡ଼େ ପ୍ରତ୍ୟେକ ଗ୍ରହଙ୍କ ମହାଦଶାରେ ପୁଣି ନବଗ୍ରହଙ୍କର ଅନ୍ତର୍ଦ୍ଦଶା ଯଥାକ୍ରମେ ପଡ଼େ ଓ ପ୍ରତ୍ୟେକ ଅନ୍ତର୍ଦ୍ଦଶାରେ ପୁଣି ନବଗ୍ରହଙ୍କର ପ୍ରତ୍ୟେନ୍ତର ଦଶା ପଡ଼େ ଏହି ସବୁ ମହାଦଶା ଓ ଅନ୍ତର୍ଦ୍ଦଶା ଓ ପ୍ରତ୍ୟନ୍ତରଦଶା ଭୋଗ ହେବା ସମୟରେ ମନୁଷ୍ୟ— ଜୀବନରେ ଫଳିତ ଜ୍ୟୋତିଷ ବଚନ ଅନୁସାରେ ଶୁଭ ବା ଅଶୁଭ ବା ମିଶ୍ର ଫଳମାନ ଘଟେ 

ମାରକ ଯୋଗ—ଜାତକସ୍ଥ ଗ୍ରହମାନଙ୍କର ବିଶିଷ୍ଟ ଅବସ୍ଥିତି ଯୋଗୁଣ ଯେଉଁ 'ଯୋଗ'ରେ ମନୁଷ୍ୟର ମୃତ୍ୟୁ ଘଟେ

ବନ୍ଧନ ଯୋଗ—ଯେଉଁ ଯୋଗର ମନୁଷ୍ୟକୁ କାରାବାସ ଆଦି ବନ୍ଧନ ଘଟେ

ଅନ୍ୟୋଽନ୍ୟ ଷଷ୍ଠାଷ୍ଟମ ଯୋଗ—ଦୁଇଟି ରାଶି ବା ଗ୍ରହ ପରସ୍ପର ଯଥାକ୍ରମେ ୬ଷ୍ଠ ଓ ୮ମ ଘରେ ଥିବା ଅବସ୍ଥାରେ ମନୁଷ୍ୟକୁ ନାନା ଆପଦ ଘଟେ

ଏହି ସବୁ ଗ୍ରହଦଶାଜନିତ ମନ୍ଦଯୋଗ ପଡ଼ିଲେ ଗ୍ରହ— ଯଜ୍ଞାଦି କରି ଏହି ଅଶୁଭ ଯୋଗମାନଙ୍କର ଅଶୁଭତା ନିବାରଣ କରାଯାଏ]

୪. ଜ୍ୟୋତିଃଶାସ୍ତ୍ର ମତରେ ସମୟସମୟରେ ଗ୍ରହ, ନକ୍ଷତ୍ର, ତିଥି, ବାର, ରାଶିଆଦିର ବିଶିଷ୍ଟ ମିଳନ, ଯାହାକୁ ତୀର୍ଥ ଦର୍ଶନ, ତୀର୍ଥସ୍ନାନଆଦି ଧର୍ମ— କାର୍ଯ୍ୟ ପକ୍ଷରେ ପ୍ରଶସ୍ତ (ଯଥା— ସାଗର ସ୍ନାନ ବା ବାରୁଣୀଯୋଗ) —୪୦. Particular conjuction of more than one astronomical units (planet, asterism, day of the week, zodiac sign etc.) which is considered as very ausipicious for certain religious performance and bats.

[ ଦ୍ର—ସମୟସମୟରେ ଜ୍ୟୋତିଃଶାସ୍ତ୍ରୋକ୍ତ ଗଣନା ଅନୁସାରେ ଏ ଶ୍ରେଣୀର ଗୋଟିଏ ଗୋଟିଏ ଯୋଗ ଘଟେ ଯଥା ===

ରବ୍ୟ୍ୟାର୍ଦ୍ରା ଯୋଗ—ମିଥୁନ ମାସରେ ରବି ଆର୍ଦ୍ରା ନକ୍ଷତ୍ର ଯୁକ୍ତ ହେଲେ ସୌର ମିଥୁନ ବା ଆଷାଢ଼ ମାସରେ ଅଷ୍ଟମ ଦିନରେ ପଡ଼ିବା ଯୋଗବିଶେଷ ଏହି ଯୋଗ ପଡ଼ିବାର ମୂହୁର୍ତ୍ତ ଅନୁସାରେ ଏହା ପୃଥିବୀପ୍ରତି ଶୁଭକର ବା ଅଶୁଭକର ହୁଏ

ବାରୁଣୀଯୋଗ—ଚୈତ୍ର କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ପଡ଼ିବା ତୀର୍ଥସ୍ନାନଯୋଗ ଏଥିରେ ଗଙ୍ଗା ଅଦିତୀର୍ଥରେ ସ୍ନାନ କଲେ ମହାଫଳ ଲାଭ ହୁଏ ଏହି ବାରୁଣୀଯୋଗର 'ମହାବାରୁଣୀ' ଓ 'ମହା ମହା ବାରୁଣୀ' ପ୍ରକାର ମଧ୍ୟ ଅଛି

ରୋହିଣୀପ୍ରବିପଦ୍ ସ୍ନାନଯୋଗ—ପୂର୍ଣ୍ଣିମାର ଓ ବିଶେଷତଃ କାର୍ତ୍ତିକପୂର୍ଣ୍ଣିମାର ପରବର୍ତ୍ତୀ ତିଥିରେ ଯେବେ ଚନ୍ଦ୍ର ରୋହିଣୀନକ୍ଷତ୍ର ଯୁକ୍ତ ହୁଅନ୍ତି ତେବେ ଏହି ଯୋଗ ହୁଏ ଓ ଏଥିରେ ତୀର୍ଥସ୍ନାନ ପ୍ରଶସ୍ତ

ଗୋବିନ୍ଦଦ୍ୱାଦଶୀଯୋଗ—ଫାଲ୍ଗୁନ ଶୁକ୍ଳ ଦ୍ୱାଦଶୀ ଦିନ ପୁରୁଷୋତ୍ତମକ୍ଷେତ୍ରରେ ପଡ଼ିବା ୟୋଗ (ଏହା 'ସମ୍ପୂର୍ଣ୍ଣ' ଓ 'ସାମାନ୍ୟ' ଏପରି ୨ ପ୍ରକାରର ହୋଇଥାଏ; ସମ୍ପୂର୍ଣ୍ଣ ଗୋବିନ୍ଦଦ୍ୱାଦଶୀଯୋଗ ୨/୨୫: /୩ ବର୍ଷରେ ଥରେ ପଡ଼େ

ପାପନାଶିନୀ ଯୋଗ—ଫାଲ୍ଗୁନ ଶୁକ୍ଳ ଏକାଦଶୀ ଦିନ ପଡ଼ିବା ୟୋଗ (ଏହା ସାମାନ୍ୟ ଓ ସମ୍ଫୂର୍ଣ୍ଣ ୨ ପ୍ରକାରର )

ଏହିପରି 'ମହୋଦଧ୍ୟମାବାସ୍ୟା' 'ବ୍ୟତୀପାତ ସ୍ନାନ— ଯୋଗ ', 'ସ୍ନାର୍ତ୍ତବ୍ୟତୀପାତସ୍ନାନଯୋଗ', 'ତ୍ରିବେଣୀସ୍ନାନ ଯୋଗ',

ଏହିପରି ନାନା ଯୋଗ ସମୟସମୟରେ ପଡ଼େ କେତେକ ଯୋଗ ପ୍ରତିବର୍ଷ ପଡ଼େ ନାହିଁ

ପଞ୍ଚଗ୍ରହକୂଟ, ଷ଼ଡ଼ଗ୍ରହକୂଟ, ସପ୍ତଗ୍ରହକୂଟ—ଏକ ସମୟରେ ୫, ୬ ବା ୭ଟି ଗ୍ରହ ଏକ ରାଶିରେ ଉପସ୍ଥିତ ହେବାର ଅତି ଅଶୁଭ ଯୋଗ (ଏଥିରେ ପୃଥିବୀର ରାଷ୍ଟ୍ରଭଙ୍ଗାଦି ନାନା ପ୍ରକାର ଅଶୁଭ ଘଟେ ଓ ସେହି ରାଶିରେ ଜାତ ବ୍ୟକ୍ତି ମାନଙ୍କର ଅମଙ୍ଗଳ ହୁଏ)

ବିବାହାଦି ଶୁଭକର୍ମରେ ମଧ୍ୟ କେତେଗୁଡ଼ଏ ଯୋଗ ଅଛି ଯଥା ===

ସୁତହିବୁକଯୋଗ—ବିବାହ ସମୟରେ ବରର ଲଗ୍ନର ୪ର୍ଥ, ୫ମ, ୯ମ ଓ ୧ମ ଘରେ ବୃହସ୍ପତି ବା ଶୁକ୍ର ଥିଲେ ଏହି ଯୋଗ ଘଟେ ଏଥିରେ ଲଗ୍ନର ସମସ୍ତଦୋଷ ନଷ୍ଟ ହୋଇ ଦମ୍ପତିଙ୍କର ସୁଖବୃଦ୍ଧ ହୁଏ

ରାଜଯୋଟକଯୋଗ—(ରାଜଯୋଗ)—ବରକନ୍ୟାଙ୍କ ରାଶି ଏକ, ସମସପ୍ତକ, ଚତୁର୍ଥ ଦଶମ ବା ତୃତୀୟ ଏକାଦଶ ଥିଲେ ଓ ଯୋଗ ହୁଏ ଏଥିରେ ବିବାହ କଲେ ଶୁଭ

ଅଷ୍ଟାଙ୍ଗଯୋଗ, ଅମୃତଯୋଗ, ମାହେନ୍ଦ୍ରଯୋଗ, ବକ୍ରଯୋଗ, ଶୂନ୍ୟଯୋଗ, କର୍ମଯୋଗ, ଭକ୍ତିଯୋଗ, ଜ୍ଞାନ ଯୋଗ, ସୁଯୋଗ, ପାପଯୋଗ, ଦୁର୍ଯୋଗ ପ୍ରଭୃତି ଶବ୍ଦମାନ ଯୋଗ ଶଦ୍ଦ ଯୁକ୍ତ ହୋଇ ନିଷ୍ପନ୍ନ ହୁଏ]

୪୧: ଘଟନା —୪୧. Incident; happening event.

୪୨: ଅବଶ୍ୟାମ୍ଭାବୀ ଘଟନା —୪୨. Inevitable event.

୪୩: ଉପାୟ —୪୩. Means; expedient; plan (Apte)

୪୪: ପ୍ରକାର — ୪୪. Mode; Manner (Apte).

୪୫: ଯୁଆଳି — Yoke (Apte)

୪୬: ସାଞ୍ଜୁ; କବଚ —୪୬. ୪୫. Yoke (Apte).

୪୬: ସାଞ୍ଚୁ; ଚକଳ —୪୬. Armour (Apte)

୪୭: ବ୍ୟବସାୟ; ବୃତ୍ତି — ୪୭. Occupation; business (Apte)

୪୮: କୌଶଳ; ଚାତୁରୀ —୪୮. Cleverness device (Apte).

୪୯: ଚେଷ୍ଟା; ପ୍ରଯତ୍ନ —୪୯. Endeavour; assiduty (Apte).

୫. ଗୁଣି— ବିଦ୍ୟା; ଇନ୍ଦ୍ର ଜାଲ; ମନ୍ତ୍ର ଯନ୍ତ୍ର —୫୦. Magic; charm; spell; incantation (Apte).

୫୧: ସୈନ୍ୟ ମାନଙ୍କ ସଜ୍ଜା —୫. Equipment of an army (Apte)

୫୨: ଶବ୍ଦର ବ୍ୟୁତ୍ପତ୍ତ —୫୨. Etymology; derivation of the meaning of a word (Apte).

୫୩: ନିୟମ; ବିଧି —୫୩. Rule; precept (Apte).

୫୪: ଭକ୍ତି —୫୪. Devotion; pious seeking after God (Apte)

୫୫: ବିଶ୍ୱାସଘାତକ ବ୍ୟକ୍ତି —୫୫. A traitor; a viola tor of truth or confidence (Apte).

ଦେଶଜ - ବିଣ— (ସଂସ୍କୃତ - ଯୋଗ୍ୟ)[ସମ୍ପାଦନା]

୧. (ବ୍ୟଙ୍ଗାର୍ଥ)—ଯେଉଁ ବ୍ୟକ୍ତି ଆପଣାର ଯୋଗ୍ୟତା ବା ବାହାଦୁରି ଦେଖାଇ ହୁଏ — ୧. (Ironical) Desirous of showing off one's excellence.

(ଯଥା—ସେ ଟୋକାଟା ଯୋଗ ହୋଇ ବସି ସବୁ ନଷ୍ଟ କରି ଦେଇଅଛି)

୨. ଯୋଗ୍ୟ; ଭାଜନ —୨. Fit; competent; deserving

[ ଦ୍ର—ନୁହନ୍ତି ରାଜ ପଣେ ଯୋଗ, ଆମ୍ଭର ଦେଲା ରାଜ ଭୋଗ ଜଗନ୍ନାଥ. ଭାଗବତ ]

ବିଶେଷ୍ୟ -[ସମ୍ପାଦନା]

କାରଣ —Reason.

(ଯଥା— ଏହି ଯୋଗରୁ ମୁଁ ଏଠାକୁ ଆସିଅଛି )