ରସ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅସ୍ଵାଦ; ସ୍ଵାଦ; ପଦାର୍ଥର ୫ଟି ଗୁଣ ମଧ୍ୟରୁ ରସନାଦ୍ଵାରା ଗ୍ରାହ୍ୟ ଗୁଣ
  • ଜଳ
  • ପଦାର୍ଥରୁ, ଫଳାଦିରୁ, ବୃକ୍ଷାଦିରୁ ନିର୍ଗତ ଜଳବତ୍ ତରଳ ସାର; ନିର୍ଯ୍ୟାସ
  • କାବ୍ୟାଳଙ୍କାରରେ ଶୃଙ୍ଗାରାଦି ଭାବ
  • ବିଷ
  • ଜଳୀୟ ବସ୍ତୁ; ଦ୍ରବ ପଦାର୍ଥ
  • ଗ୍ମଗ୍ଗୁଳ; ବୋଳ; ଗନ୍ଧରସ
  • ଅନୁରାଗ; ପ୍ରଣୟ
  • ଦେହସ୍ଥ ଧାତୁ ବିଶେଷ; ଖାଦ୍ୟ ଦ୍ରବ୍ୟ ରକ୍ତରେ ପରିଣତ ହେବା ପୂର୍ବରୁ ତହିଁରୁ ପାକ ଯନ୍ତ୍ରଦ୍ଵାରା ସଂଗୃହୀତ ସାର
  • ଭୋଗ୍ୟବସ୍ତୁ
  • ପାରଦ
  • ସୁବର୍ଣ୍ଣ
  • ଶାରୀରିକ ସୁଖଭୋଗ; ବିଷୟସୁଖାସକ୍ତି
  • ଇନ୍ଦ୍ରିୟଦ୍ଵାରା ସୁଖାସ୍ଵାଦନ ବା ସୁଖଭୋଗ; କାମାସକ୍ତି କାମକେଳି
  • ମମଁ; ନିଗୁଢ଼ଭାବ; ଅଭିପ୍ରାୟ
  • ପାରଦଜାତୀୟ ଖଣିଜପଦାର୍ଥଗଣ
  • ଖଣିଜ ଲବଣାଦି
  • କୌଣସି ପଦାର୍ଥର ସାରଭାଗ
  • ପୂଜ
  • ବୃକ୍ଷାଦିକୁ ଯାହା ବଦ୍ଧତ କରାଏ
  • ନବ ସଂଖ୍ୟା
  • ହିଙ୍ଗୁଳ
  • ପ୍ରକାର; ରଙ୍ଗ
  • ବୀର୍ଯ୍ୟ; ରେତଃ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ରଙ୍ଗ; ଥଟ୍ଟା; କୌତୁକ
  • ରସିକତା
  • ରୂପ; ମାଧୁର୍ଯ୍ୟ; ସୌନ୍ଦର୍ଯ୍ୟ; ଲାବଣ୍ୟ
  • ରାଙ୍ଗା; ଟିଣ ଧାତୁ
  • ସୀସା ଧାତୁ
  • ମାଂସାଦିର କ୍ଵାଥ; ସୋରୁଆ
  • ଚିନି ବା କନ୍ଦ ସଙ୍ଗେ ପାଣି ମିଶାଯାଇ ଅଗ୍ନି ଉତ୍ତାପରେ ଆଉଟା ହୋଇ ତିଆରି କରାଯିବା ଦ୍ରବ୍ୟ; ଶିରା
  • ଦେହସ୍ଥ ରକ୍ତ
  • ଖଜୁରି; ତାଳ; ନଡିଆ ଗଛର କନ୍ଦାରୁ ବାହାର କରାଯିବା ତାଡି
  • ଦୁଗଧ; ଦୁଧ; ଗୋରସ
  • ମାଧୁର୍ଯ୍ୟ
  • ଶକ୍ତି; ତେଜ
  • ଅହଙ୍କାର; ଗର୍ବ; ଦର୍ପ
  • ବାରୁଦ
  • ବ୍ୟସନ
  • ଧନସମ୍ପତ୍ତି
  • ସଙ୍ଗୀତରେ ଓ ରଚନାଦିରେ ଥିବା ଭାବ
  • କୌତୁକ
  • ଘୋଡା ଓ ହାତିଙ୍କ ଗୋଡ଼ ତଳିପାରୁ ଏକପ୍ରକାର ଜଳୀୟ ପଦାର୍ଥ ନିର୍ଗତ ହେବା ରୋଗରସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବହି (ରସ୍ ଧାତୁ+କର୍ମ. ଅ)[ସମ୍ପାଦନା]

୧. ଆସ୍ୱାଦ; ସ୍ୱାଦ; ପଦାର୍ଥର ୫ଟି ଗୁଣ ମଧ୍ୟରୁ ରସନାଦ୍ୱାରା ଗ୍ରାହ୍ୟ ଗୁଣ — ୧. Taste of a thing.

[ଦ୍ରଷ୍ଟବ୍ୟ —ରସ ଦ୍ରବ୍ୟର ଗୁଣ ବା ଧର୍ମବିଶେଷ ଏହା ଦ୍ରବ୍ୟମାନଙ୍କରୁ ରସନା ବା ଜିଭଦ୍ୱାରା ଅନୁଭୂତ ହୁଏ ବୈଦ୍ୟଶାସ୍ତ୍ରରେ ଦ୍ରବ୍ୟର ଆସ୍ୱାଦନ ୫୭: ପ୍ରକାରର ବର୍ଣ୍ଣିତ ହୋଇଅଛି କିନ୍ତୁ ସାଧାରଣତଃ ୬ଟି ରସ (ଷଡ଼ ରସ) ଅନୁଭୂତ ହୁଏ (Taste, sovour or flavpur of a thing)

(କ)ମଧୁର ବା ମିଠା —Sweet(କ୍ଷିତ୍ୟମ୍ୱୁ ସଂସର୍ଗଜ)

(ଖ)ଅମ୍ଳ ବା ଖଟ୍ଟା —Sour, acisdish (ଜଳାଗ୍ନି ସଂସର୍ଗଜ)

(ଗ) ଲବଣ ବା ଲୁଣିଆ —Saline, salt (କ୍ଷିତ୍ୟଗ୍ନି ସଂସର୍ଗଜ)

(ଘ) କଟୁ ବା ରାଗ —Pungent (ବାୟୂ ଓ ଅଗ୍ନି ସଂସର୍ଗଜ)

(ଙ) ତିକ୍ତ ବା ପିତା —Bitter(ବାୟୂ ଓ ଆକାଶ ସଂସର୍ଗଜ)

(ଚ) କାଷାୟ ବା କଷା —Astringent (କ୍ଷିତ୍ୟ ନିଳ ସଂଯୋଦଜ)

ଏହି ଛଅଟି ରସକୁ ଷଡ଼ରସ ବୋଲାଯାଏ ଖାଦ୍ୟ ଦ୍ରବ୍ୟର ସାମଗ୍ରୀ ମାନ ଖାଇବା ଲୋକର ରୁଚି ଅନୁସାରେ ଏହି ଷଡ଼ରସ ଯୁକ୍ତ ହେଲେ ରୁଚିକର ହୁଏ ଜଣେ ଜଣେ ବ୍ୟକ୍ତି ଗୋଟିଏ ଗୋଟିଏ ବିଶିଷ୍ଟ ରସର ଅଧିକତର ପ୍ରିୟ ଥିବା ଦେଖାଯାଆନ୍ତି]

୨. ଜଳ —୨. Water.
୩. ପଦାର୍ଥରୁ ଫଳାଦିରୁ ବୃକ୍ଷାଦିରୁ ନିର୍ଗତ ଜଳବତ୍ ତରଳ ସାର; ନିର୍ଯ୍ୟାସ —୩. Juice; liquid extract from fruits, vegetables and other bodies.

[ଦ୍ରଷ୍ଟବ୍ୟ —ଦ୍ରବ୍ୟାଦିରୁ ନିର୍ଗତ ହେବା ଜଳବତ୍ ପଦାର୍ଥକୁ ରସ ବୋଲାଯାଏ ଗୋରୁଠାରୁ ବାହାରିବା ଦୁଧକୁ ଗୋରସ ବୋଲାଯାଏ ଗଛ ଆଦିରୁ ଯେଉଁ ଦ୍ରବ ପଦାର୍ଥ ବହେ ବା ଚୁପୁଡ଼ାଯାଏ ତାହାକୁ ରସ ବୋଲାଯାଏ ଯଥା—ଆଖୁରସ, ଖଜୁରିରସ ଗଛ ଦେହରୁ ବହିବା ନିର୍ଯ୍ୟାସ ଓ କ୍ଷୀର ମଧ୍ୟ ରସ (juice).

ଆର୍ଦ୍ରଫଳପତ୍ରାଦିକୁ ଚୁପୁଡ଼ିଲେ ରସ ବାହାରେ; ଯଥା— ନଡ଼ିଆରସ, ଅଦାରସ, ପାନରସ, ଗଛରୁ ବହିବା ଅଠା ମଧ୍ୟ ରସ ଅଟେ; ଯଥା—ଝୁଆ ଗୁନ୍ଦଅଠା ଗିଗ୍ଗୁଳ(ଗନ୍ଧ ରସ) ଏହିଅର୍ଥରେ ଯେ କୌଣସି ବସ୍ତୁରୁ ଯେ କୌଣସି ପ୍ରକ୍ରିୟାଦ୍ୱାରା ବାହାରିବା ଜଳୀୟ ପଦାର୍ଥକୁ ବା ତରଳ ସାରକୁ ରସ ବୋଲାଯାଏ ଜଳ ସଙ୍ଗେ ଦ୍ରବ୍ୟାଦି ପାକ କରାଯାଇ ଜଳ ମିଶ୍ରିତ ଉକ୍ତଦ୍ରବ୍ୟମାନଙ୍କର କ୍ୱାଥକୁ ମଧ୍ୟ ରସ (ଝୋଳ, ଯୁଷ, ଅର୍କ)ବୋଲାଯାଏ

୪. କାବ୍ୟାଳଙ୍କାରରେ ଶୃଙ୍ଗାରାଦି ଭାବ —୪. Sentiment in poetical or literrary composition

[ଦ୍ରଷ୍ଟବ୍ୟ —କୌଣସି ବିଷୟ (କାବ୍ୟନାଟକାଦି) ପାଠ, ଦର୍ଶନ, ଶ୍ରବଣବା ଚିନ୍ତା କଲେ ତହିଁର ଫଳରେ ମନୁଷ୍ୟ ମନରେ ସୁଖ, ଦୁଃଖ କ୍ରୋଧାତି ଯେଉଁ ସ୍ଥାୟୀଭାବ ଜନ୍ମେ କାବ୍ୟାଦିର ସେହି ସ୍ଥାୟୀ ଭାବୋତ୍ପାଦିକା ଶକ୍ତିକୁ ରସ ବୋଲାଯାଏ ଏହି ରସ (sentiment, emotion)ନଅପ୍ରକାର

ପ୍ରତ୍ୟେକ ରସର ବିଶେଷ ବିଶେଷ ସ୍ଥାୟୀଭାବ ଆଲମ୍ୱନ ଉଦ୍ଦୀପନ ବିଭାବ, ଅନୁଭାବ ଓ ବ୍ୟଭିଚାର ଭାବ ଅଛି ରସମାନଙ୍କର ନାମ ଓ ବିବରଣ ଯଥା ===

୧. ଶୃଙ୍ଗାର ବା ଆଦିରସ (Sentiment of love) ମନୁଷ୍ୟ ମନରେ କାମ ବା ପ୍ରେମ ଜନ୍ମାଇବା ଏ ରସର ପ୍ରଧାନ ଅଙ୍ଗ ଏହା କାବ୍ୟ ରସ ମଧ୍ୟରେ ପ୍ରଧାନ କେହି କେହି କବି ଏହି ରସକୁ ରସମାନଙ୍କ ମଧ୍ୟରେ ସାର ରସ ବୋଲି ବର୍ଣ୍ଣନା କରିଅଛନ୍ତି

ଏହି ରସର ରତି ବା ପ୍ରେମ ବା ଅନୁରାଗ ସ୍ଥାୟୀଭାବ, ନାୟକ ନାୟିକା ଏବା ଆଲମ୍ୱନ

ଚନ୍ଦ୍ର, ଚନ୍ଦନ, କୋକିଳ ଓ ବସନ୍ତଋତୁ ଆଦି ଏହାର ଉଦ୍ଦୀପନ ବିଭାବ

ଭ୍ରୁବିକ୍ଷେପ କଟାକ୍ଷାଦି ଏହାର ଅନୁଭାବ

ଉଗ୍ରତା, ମରଣ, ଆଳସ୍ୟ ଓ ଜୁଗୁସ୍ପା ଛଡ଼ା ଅନ୍ୟଭାବ ଏହାର ବ୍ୟଭିଚାରୀ ଭାବ

ଏହି ରସ ଦ୍ୱିବିଧ—

୧. ସମ୍ଭୋଗ ବା ନାୟକନାୟିକାଙ୍କ ମିଳନ
୨. ବିପ୍ରଲମ୍ଭ ବା ନାୟକନାୟିକାଙ୍କ ବିଛେଦ
୨. ହାସ୍ୟରସ —Sentiment of mirth.

ଆକାର, ବାକ୍ୟ, ଓ ଚେଷ୍ଟାଦିର ବିକୃତିନିବନ୍ଧନ ମନୁଷ୍ୟକୁ ହସାଇବା ଏହାର ଲକ୍ଷ୍ୟ

ହାସ୍ୟ ଏହାର ସ୍ଥାୟୀଭାବ

ଆକାର ବାକ୍ୟ ବେଶାଦିର ବିକୃତି ଏହାର ଆଲମ୍ୱନ

ଏହି ରୂପ ଚେଷ୍ଟା ଏହାର ଉଦ୍ଦୀପନ ବିଭାବ

ଅକ୍ଷି ସଙ୍କୋଚ ଓ ସ୍ମେରାନନାଦି ଏହାର ଅନୁଭାବ

ନିଦ୍ରା ଆଳସ୍ୟାଦି ଭଙ୍ଗୀ ଏହାର ବ୍ୟଭିଚାରୀଭାବ

୩. କରୁଣ ରସ —Pathos.


ପ୍ରିୟବିୟୋଗ, ଅପ୍ରିୟସଂଯୋଗ, ପରର ଦୁଃଖ ଆଦି ଦେଖି ବା ଶୁଣି ମନରେ ଯେଉଁ ଶୋକଯୁକ୍ତଭାବ ଉଦୟ ହୁଏ

ଏହାର ସ୍ଥାୟୀଭାବ ଶୋକ

ଶୋଚ୍ୟ ବିଷୟ ଏହାର ଆଲମ୍ୱନ

ଶୋଚ୍ୟ ବିଷୟର ଦୀନାବସ୍ଥା ଏହାର ଉଦ୍ଦୀପନ ବିଭାବ ଦୈବନିନ୍ଦା, ଭୂତଳରେ ପତନ, କ୍ରନ୍ଦନ, ଅଙ୍ଗାଦିରେ କରାଘାତ, ବୈବର୍ଣ୍ଣ୍ୟ, ଦୀର୍ଘନିଃଶ୍ୱାସ, ସ୍ତମ୍ଭ ପ୍ରଳାପ, ମୂର୍ଚ୍ଛା ଓ ଅପସାରାଦି ଏହାର ଅନୁଭାବ

ବିଷାଦ, ଜଡ଼ତା ଉନ୍ନାଦ ଓ ଚିନ୍ତା ଆଦି ଏହା ବ୍ୟଭିଚାରୀ ଭାବ

୪. ରୌଦ୍ର ରସ —Sentiment of anger or wrath.

ମନରେ କ୍ରୋଧୋତ୍ପାଦକ ସ୍ଥାୟୀଭାବ

ଶତ୍ରୁ ଏଥିର ଆଲମ୍ୱନ, ଶତ୍ରୁର ଚେଷ୍ଟା ଓ ପ୍ରହାରାଦି ଏହାର ଉଦ୍ଦୀପନ ବିଭାବ

ଭ୍ରୁଭଙ୍ଗ, ଓଷ୍ଠଦଂଶନ, ବାହୁସ୍ଫୋଟନ, ତର୍ଜନ, ଗର୍ଜନ, ଅସ୍ତ୍ରାଦି ଉତକ୍ଷେପ, ଆକ୍ଷେପ ତିରଷ୍କାର ଓ କୁଟିଳା— ବଲୋକନାଦି ଏହାର ଅନୁଭାବ

ଉଗ୍ରତା, ଆବେଗ, ରୋମାଞ୍ଚ, ସ୍ୱେଦ, ବେପଥୁ ଓ କମ୍ପାଦି ଏହାର ବ୍ୟଭିଚାରୀ ଭାବ

୫. ବୀର ରସ —Heroism, herioc sentiment.

ଯହିଁରେ ସତ୍କାର୍ଯ୍ୟ ଓ ସାହସିକ କାର୍ଯ୍ୟ କରିବାକୁ ନାୟକର ଉତ୍ସାହ ଓ ଉଦ୍ୟମ ଦେଖାଯାଏ

ଉତ୍ତମ ଓ ସାହାସ ପ୍ରକୃତିକ ନାୟକ ଏହାରଲ ବୀର

ଉଦ୍ୟମ ଏ ରସର ସ୍ଥାୟୀଭାବ

ଦାନୀୟ ଧର୍ମ ଅନୁକମ୍ପନୀୟଗଣଙ୍କ ଗ୍ରହଣ, ବିଜେତବ୍ୟ ବସ୍ତୁ ଆଦି ଏହାର ଅବଲମ୍ୱନ

ବୀରର କର୍ତ୍ତବ୍ୟ ସମ୍ୱନ୍ଧେ ଧର୍ମ ଶାସ୍ତ୍ରାଦି ଦୟାପାଇଁ ଦୀନ ବ୍ୟକ୍ତିର କାତରୋକ୍ତି ଯୁଦ୍ଧରେ ବିପକ୍ଷରେ ଚେଷ୍ଟାଦି ଏହାର ଉଦ୍ଦୀପନ ବିଭାବ

ଦାନବୀର ପକ୍ଷରେ ଧନ, ଧର୍ମବୀର ପକ୍ଷରେ ଧର୍ମ, ଦୟାବୀର ପକ୍ଷରେ ତ୍ୟାଗଶୀଳତା ଓ ଯୁଦ୍ଧବୀର ପକ୍ଷରେ ସୈନ୍ୟାଦିଙ୍କ ସହାୟତା—ଏହାର ଅନୁଭାବ

ବ୍ୟଭିଚାରୀ—ଶୁରତା ଓ ଧୈର୍ଯ୍ୟାଦି

ଏହି ରସ ଦାନ, ଧର୍ମ, ଦୟା ଓ ଯୁଦ୍ଧ ଭେଦରେ ଚତୁର୍ବିଧ

୬. ଭୟାନକ ରସ —Sentiment of terror or fear.

ଯଦ୍ଦ୍ୱାରା ମନରେ ଭୟର ଉଦ୍ରେକ ହୁଏ

ଏହାର ସ୍ଥାୟୀ ଭାବ ଭୟ

ଭୀତିଜନକ ବସ୍ତୁ ଏହାର ଆଲମ୍ୱନ

ଭୀତିପ୍ରଦ କାରଣର ଘୋରତର ଚେଷ୍ଟା ଏହାର ଉଦ୍ଦୀପନ ବିଭବ ବୈବର୍ଣ୍ଣ୍ୟ ଗଦ୍ଗଦସ୍ୱର (ପାଟି ଆବୁ ଆବୁ ହୋଇଯିବା ବା ଖନି ମାରିଯିବା), ନଷ୍ଟଚିତ୍ତତା, ପ୍ରଳୟ, ସ୍ୱେତ ରୋମାଞ୍ଚ କମ୍ପ ଦିକ୍ପ୍ରେକ୍ଷଣ (ଥକ୍କାମରା ହୋଇ ଏଣେ ତେଣେ ବଲ ବଲ କରି ଚାହିଁବା) ଏହାର ଅନୁଭାବ ଜୁଗୁସ୍ପା ଆବେଗ ସମ୍ମୋହ, ସନ୍ତ୍ରାସ, ଗ୍ଳାନି, ଦୀନତା, ଶଙ୍କା, ଅପସ୍ମାର, ସଂଭ୍ରାନ୍ତି ଓ ମୃତ୍ୟୁ ଏହାର ବ୍ୟଭିଚାରୀ ଭାବ

୭. ବିଭତ୍ସ ରସ —Sentiment of disgust.

ଯାହାଦ୍ୱାରା ଘୃଣାର ଉଦ୍ରେକ ହୁଏ

ଘୃଣା—ଏହାର ସ୍ଥାୟୀ ଭାବ

ଦୁର୍ଗନ୍ଧ, ମାଂସ, ରୁଧିର, ମେଦ, ବିଷ୍ଠାଦି, ଏହାର ଆଲମ୍ୱନ ଏ ସବୁ ଅବଲମ୍ୱିତ ଦ୍ରବ୍ୟରେ କୃମିପାତାଦି (ପୋକ ପଡ଼ିବା) ଏହାର ଉଦ୍ଦୀପନ ବିଦ୍ଭାବ

ନିଷ୍ଠୀବନ, ଅସ୍ୟବଳନ ଓ ନେତ୍ରଙ୍କୋଚାଦି ଏହାର ଅନୁଭାବ

ମୋହ ଅପସ୍ମାର, ଆବେଗ, ବ୍ୟାଧି ଓ ମରଣ ଏହାର ବ୍ୟଭିଚାରୀ ଭାବ

୮. ଅଦ୍ଭୁତ ରସ —Sentiment of Surprise.

ଯାହା ବିସ୍ମୟ ଜାତ କରାଏ

ଏହାର ସ୍ଥାୟୀ ଭାବ ବିସ୍ମୟ

ଆଲୈକିକ ବସ୍ତୁ ଏହାର ଆଲମ୍ୱନ

ଆଲମ୍ୱିତ ବସ୍ତୁର ଗୁଣ ମହିମା ଏହାର ଉଦ୍ଦୀପନ

ସ୍ତମ୍ଭ ସ୍ୱେଦ, ରୋମାଞ୍ଚ ଗଦ୍ୱଦସ୍ୱର ସମ୍ଭ୍ରମ ନେତ୍ର— ବିସ୍ଫାରଣାଦି ଏହାର ଅନୁଭାବ

ବିତର୍କ ଆବେଗ ସମ୍ଭ୍ରାନ୍ତି ଓ ହର୍ଷାଦି ଏହାର ବ୍ୟଭିଚାରୀଭାବ

୯. ଶାନ୍ତରସ —Sentiment of tranquility of calmness.

ଯାହାଦ୍ୱାରା ହୃଦୟରେ ଶାନ୍ତି ଜନ୍ମେ

ଶମ ଏହାର ସ୍ଥାୟୀ ଭାବ

ଅନିତ୍ୟ ଅଶେଷ ବସ୍ତୁର ନିଃସାରତା ଓ ପରମାତ୍ମସ୍ୱରୁପ ଏହାର ଆଲମ୍ୱନ

ପୁଣ୍ୟାଶ୍ରମ ତୀର୍ଥ, ହରିକ୍ଷେତ୍ର,ମହାପୁରୁଷ ଓ ସାଧୁସଙ୍ଗ ଏହାର ଉଦ୍ଦୀପନ ବିଭାବ

ରୋମାଞ୍ଚାଦି ଏହାଙ୍କ ଅନୁଭାବ

ନିର୍ବେଦ ବର୍ଷ ସ୍ମରଣ ଓ ଅତିଭୂତ ଦୟାଦି ଏହାର ବ୍ୟଭିଚାରୀ ଭାବ

ଶାନ୍ତ ରସରେ ଜାୟକର କୈଣସି ରୂପେ ଅହଙ୍କାର ରହିବ ନାହିଁ, ରହିଲେ ତାହା ବୀର ରସରେ ପରିଣତ ହେବ କାରଣ ବୀର ରସରେ ଦୟା ବୀର ନାୟକଙ୍କର ଦୟାରେ ଅହଙ୍କାର ପରିସ୍ଫୁଟ ଥାଏ ଯେଉଁ ରସରେ ଦୁଃଖ ସୁଖ ଚିନ୍ତା ଦ୍ୱେଷ, ରାଗ ସ୍ପୃହା ଶତ୍ରୁ ନିର୍ଯ୍ୟାତନେଚ୍ଛା ଓ ଆସକ୍ତି ଆଦି ନଥାଏ, ଅଥଚ ସବୁ ବିଷୟରେ ଶମ ବା ଶାନ୍ତି ଓ ତଦ୍ଦିଷୟ ନିବୃତ୍ତି ଜନ୍ମେ ତାହାହିଁ ଶାନ୍ତରସ

୧. ବତ୍ସଳ ରସ —Sentiment of affection; paternal tenderness.


କେହି କେହି ପଣ୍ଡିତ ଏହାକୁ ୧ମ ରସ ବୋଲି ନିର୍ଦ୍ଦେଶ କରିଅଛନ୍ତି

ଏହାଦ୍ୱାରା ବାତ୍ସଲ୍ୟ ଭାବର ଉଦୟ ହୁଏ ଶିଷ୍ୟ ପୁତ୍ରାଦିଙ୍କ ପ୍ରତି ବତ୍ସଳତା ବା ସ୍ନେହ ଏଥିର ସ୍ଥାୟୀ ଭାବ

ପୁତ୍ର ଶିଷ୍ୟାଦି ଏହାର ଅଲମ୍ୱନ

ପୁତ୍ରାଦିଙ୍କ ଚେଷ୍ଟା; ବିଦ୍ୟା ଓ ଶୌର୍ଯ୍ୟାଦି ଏହାର ଉଦ୍ଦୀପନ ବିଭାବ

ଆଲିଙ୍ଗନ ଅଙ୍ଗ, ସଂସ୍ପର୍ଶ ଶିରଶ୍ଚୁମ୍ୱନ, ଦର୍ଶନ ପୁଲକ ଓ ଆନନ୍ଦାଶ୍ରୁ ଏହାର ଅନୁଭାବ

ଅନିଷ୍ଟାଶଙ୍କା ହର୍ଷ ଓ ଗର୍ବାଦି ଏହାର ବ୍ୟଭିଚାରୀଭାବ

ସାଧାରଣତଃ ରସକୁ ପ୍ରଥମୋକ୍ତ ୯ ଶ୍ରେଣୀରେ ବିଭକ୍ତ କରାଯାଏ କେହି କେହି ବାତ୍ସଲ୍ୟକୁ 'ରସ' ମଧ୍ୟରେ ଗଣନ୍ତି ପୁଣି କେହି କେହି ଶାନ୍ତ ରସକୁ କରୁଣ ରସର ଅନ୍ତର୍ଗତ କରି ରସର ସଂଖ୍ୟା ୮ଟି ଗଣନା କରନ୍ତି

ଉପରୋକ୍ତ ରସମାନଙ୍କ ମଧ୍ୟରେ ନିମ୍ନଲିଖିତ ରୂପେ ପରସ୍ପର ବିରୋଧ ଲକ୍ଷିତ ହୁଏ; ଏହାକୁ ରସବିରୋଧ ବୋଲାଯାଏ ଆଦି ରସର ବିରୋଧୀ କରୁଣ ରୌଦ୍ର ବୀର, ଭୟାନକ ଓ ବିଭତ୍ସ

ହାସ୍ୟର ବିରୋଧୀ କରୁଣ ଓ ଭୟାନକ

କରୁଣର ବିରୋଧୀ ହାସ୍ୟ ଓ ଆଦି

ରୌଦ୍ରର ବିରୋଧୀ ଆଦି, ହାସ୍ୟ ଓ ଭୟାନକ

ବୀରର ବିରୋଧୀ ଭୟାନକ ଓ ଶାନ୍ତ

ଅଦ୍ଭୁତର ଓ ଭୟାନକର ବିରୋଧୀ ଆଦି ହାସ୍ୟ ରୌଦ୍ର ବୀର ଓ ଶାନ୍ତ

ବିଭତ୍ସର ବିରୋଧୀ ଆଦି

ଶାନ୍ତ ରସର ବିରୋଧୀ ହାସ୍ୟ, ରୌଦ୍ର, ବୀର ଓ ଭୟାନକ ରସର ଓ ଭାବର ନିତ୍ୟ ସମ୍ୱନ୍ଧ, ଅର୍ଥାତ୍ କୌଣସି ଭାବହୀନ ରସ ନାହିଁ କିମ୍ୱା ରସବିହୀନ ଭାବ ନାହିଁ

୫. ବିଷ — ୫. Poison.
୬. ଜଳୀୟ ବସ୍ତୁ; ଦ୍ରବ ପଦାର୍ଥ — ୬. Liquidl fluid.
୭. ଗୁଗ୍ଗୁଳ ବୋଳ ଗନ୍ଧରସ — ୭. Gum myrrh; bdellium.
୮. ଅନୁରାଗ; ପ୍ରଣୟ —୮. Love; affection attachment passion.

[ଉ—ଚନ୍ଦ୍ର କୁମୁଦେ ଦୂରତେ ମୁଦେ ପଦର ମୁଦେ ମୋତେ ଦେଇ ହରଷ କରିବା ରସ ନାହିଁ ବରଷ ଅନ୍ତେ ଭଞ୍ଜ. ପ୍ରେମସୁଧାନିଧି]

୯. ଦେହସ୍ଥ ଧାତୁ ବିଶେଷ; ଖାଦ୍ୟ ଦ୍ରବ୍ୟ ରକ୍ତରେ ପରିଣତ ହେବା ପୂର୍ବରୁ ତହିଁରୁ ପାକ ଯନ୍ତ୍ରଦ୍ୱାରା ସଂଗୃହୀତ ସାର —୯. Gastric juice; the juice produced from the food before it matures into blood.

[ଦ୍ରଷ୍ଟବ୍ୟ —ରସ୍ ଧାତୁ=ଗମନ କରିବା, ବିଚରଣ କରିବା (ଏହା ସର୍ବଦା ଶରୀର ମଧ୍ୟରେ ବିଚରଣ କରୁଥିବାରୁ) ଭୁକ୍ତ ଦ୍ରବ୍ୟ ଜଠରାଗ୍ନିଦ୍ୱାରା ସମ୍ୟକ୍ ପ୍ରକାରେ ପରିପାକ ପ୍ରାପ୍ତ ହେଲେ ତାହାର ସାର ଭାଗକୁ ରସ ବୋଲାଯାଏ ଏହା ସର୍ବାଙ୍ଗ ସଂଚାରୀ ହେଲେହେଁ ହୃଦୟ ବା ହୃତପିଣ୍ଡ ଏହାର ପ୍ରଧାନ ଅଧିଷ୍ଠାନ ସ୍ଥାନ ରସ ପରିପକ୍ୱ ଓ ପିତ୍ତଦ୍ୱାରା ରଞ୍ଜିତ ହୋଇ ରକ୍ତରେ ପରିଣତ ହୁଏ ହୃଦୟରେ ଏହା ରକ୍ତ ରୂପେରେ ଧନନୀସକଳଦ୍ୱାରା ପ୍ରବାହିତ ହୋଇ ଅନ୍ୟ ସମସ୍ତ ଧାତୁକୁ ପୋଷଣ କରେ ଏବଂ ସର୍ବ ଶରୀରରେ ବ୍ୟାପ୍ତ ହୁଏ ମନ୍ଦାଗ୍ନି ହେତୁ ରସ ଜୀର୍ଣ୍ଣ ନ ହେଲେ ଅର୍ଥାତ୍ ଭୁକ୍ତ ଦ୍ରବ୍ୟ ଉତ୍ତମରୂପେ ପରିପାକ ନ ପାଇଲେ ତଜ୍ନାତ ରସ କଟୁଭାବାପନ୍ନ ହୁଏ, ତଜ୍ଜାତ ରକ୍ତ ମଧ୍ୟ ଦୋଷ ଯୁକ୍ତ ହୁଏ ଓ ନାନା ରୋଗ ଜନ୍ମାଏ ଏହି ଅର୍ଥରେ ରସର ଅନ୍ୟ ସଂସ୍କୃତ ନାମ, ଯଥା—ଅଗ୍ନି ସମ୍ଭବ, ଅସୃକ୍କର ଅସ୍ରମାତୃକା, ଆତ୍ରେୟ, ଆହାରସମ୍ଭବ, ଚର୍ମସାର, ଚର୍ମାମ୍ଭ, ଚର୍ମାମ୍ଳ ତେଜ ସମ୍ଭବ, ଧାତୁଘନ, ମୂଳ, ମୂଳ ମହାପର, ରକ୍ତସାର, ରସିକା, ବପୁସ୍ରବ, ଷଡ଼ରସ ସାର, ସ୍ୱେଦ ମାତା]

୧. ଭୋଗ୍ୟବସ୍ତୁ —୧୦. Object of enjoyment.
୧୧. ପାରଦ —୧୧. Mercury; quicky sliver.

[ଦ୍ରଷ୍ଟବ୍ୟ —ରସ ଶବ୍ଦର ନାନା ଅର୍ଥ ଅଛି ଶୃଙ୍ଗାର ପ୍ରଭୃତି ରସରେ ରସ ଶବ୍ଦ ବ୍ୟବହୃତ ହୁଏ ଅମ୍ଳ ପ୍ରଭୃତି ଷଡ୍ରସରେ ରସ ଶବ୍ଦ ବ୍ୟବହୃତ ହୋଇଥାଏ ରସ ଶବ୍ଦର ଆଉ ଗୋଟିଏ ବିଶେଷ ଅର୍ଥ ଅଛି, ପାରଦ ରସ ଶବ୍ଦରେ କେବଳ ପାରଦ ନ ବୁଝି ପାରଦ ଗନ୍ଧକାଦି ଯାବତୀୟ ରସ ଓ ଉପରସ ଏବଂ ସ୍ୱର୍ଣ୍ଣ, ରୌପ୍ୟ, ଲୌହ, ଅଭ୍ର ଓ ବଙ୍ଗାଦି ଧାତୁ ଉପଧାତୁମାନଙ୍କୁ ବୁଝିବାକୁ ହେବ ଏହି ସମସ୍ତ ରସାଦିଦ୍ୱାରା ଯେଉଁ ଚିକିତ୍ସା କରାଯାଏ ତାକୁ ରସଚିକିତ୍ସା କୁହାଯାଏ ପାରଦ ଅଧିକାଂଶ ଔଷଧରେ ବ୍ୟବହାର କରାଯାଏ ରସ ଚିକିତ୍ସାରେ ପାରଦ ପ୍ରଧାନ ଅଙ୍ଗ ପାରଦ ବିଶୁଦ୍ଧ ହେଲେ ଅମୃତ ସମାନ ଫଳ ପ୍ରଦ ହୁଏ ପାରଦ ଅବିଶୁଦ୍ଧ ଅବସ୍ଥାରେ ମାରାତ୍ମକ ବିଷ ସୁତରାଂ ଔଷଧରେ ପାରଦକୁ ଶୋଧନ ନ କରି କେବେ ବ୍ୟବହାର କରିବ ନାହିଁ ପାରଦର ନିମ୍ନଲିଖିତ କେତଗୋଟି ଦୋଷ ସ୍ୱାଭାବିକ ଦୋଷ ନାଗ, ବଙ୍ଗ, ମଳ, ବହ୍ନି, ଚାଞ୍ଚଲ୍ୟ, ବିଷ ଗିରି, ଅସହ୍ୟାଗ୍ନି ପାରଦର ଏହି ଅଷ୍ଟ ଦଶ ଯଥାକ୍ରମେ ବ୍ରଣ, କୁଷ୍ଠ, ମୂର୍ଚ୍ଛା, ଦାହ, ବୀର୍ଯ୍ୟନାଶ, ମରଣ, ଜଡ଼ତା, ଓ ସ୍ଫୋଟକ ରୋଗ ଉତ୍ପାଦନ କରେ

ପାରଦପର ସର୍ବଦୋଷହର ସଂକ୍ଷିପ୍ତ ଶୋଦନ ବିଧି:— ଘିକୁଁଆରୀ ଚିରେଇତା ରକ୍ତ ସୋରିଷ ଲଟା ବେଏଙ୍କୋଳି ଓ ତ୍ରିଫଳା ଏ ପଦାର୍ଥମାନଙ୍କ କ୍ୱାଥରେ ତିନିଦିନ ମର୍ଦ୍ଦନ କଲେ ପାରଦ ସର୍ବଦୋଷ ବିମୁକ୍ତ ହୁଏ

ପାରଦର ୮ ପ୍ରକାର ସଂସ୍କାର ଅଛି, ଯଥା—ସ୍ୱେଦନ, ମର୍ଦନ, ମୁର୍ଚ୍ଛନ ଓ ଉତ୍ଥାପନ, ଉର୍ନ୍ଧାଦିପାତନ, ବୋଧନ, ନାୟାମନ ଓ ଦୀପନ ଶୋଧନ ଉତ୍ତାରୁ ଏ ୮ ପ୍ରକାର ସଂସ୍କାର ଆବଶ୍ୟକ

ସ୍ୱେଦନ—ଖଣ୍ଡିଏ କନାକୁ ଚାରିଭାଙ୍ଗ କରି ତହିଁରେ ପାରଦକୁ ବାନ୍ଧିବ ଏବଂ ହଗୋଟିଏ ହାଣ୍ଡି କାଞ୍ଜି ପୂର୍ଣ୍ଣ କରି

ତହିଁରେ ତ୍ରିକୁଟ, ତ୍ରିଫଳା ଚିତାମୂଳ ଓ ଘିକୁଁଆରୀର କଳ୍ପ ପକାଇବ ପରେ ହାଣ୍ଡି ଫନ୍ଦରେ ଖଣ୍ଡେ କାଠି ରଖି ସେଥିରେ ଉକ୍ତ ପାରଦକୁ ପୋଟଳୀ ବାନ୍ଧି ହାଣ୍ଡି ମଧ୍ୟରେ ଝୁଲାଇ ଏକ ଦିନ ଅଗ୍ନିତାପରେ ପାକ କରିବ ଏହାକୁ ଦୋଳାଯନ୍ତ୍ର ପାକ କୁହାଯାଏ ଶୋଧନ ପରେ ଯେ ଦୋଷ ଥିବ ତାହା ଏଦଦ୍ଦ୍ୱାରା ନଷ୍ଟ ହେବ 

ମର୍ଦ୍ଦନ—ଅଳନ୍ଧୁ କଲା, ଇଟା ଚୂର୍ଣ୍ଣ କଳାବୀର ମେଣ୍ଢା ଲୋମଭସ୍ମ ଗୁଡ଼ ସୈନ୍ଧବ କାଞ୍ଜି ଏ ପ୍ରତ୍ୟେକକୁ ପାରଦର ଷୋଡ଼ାଶାଶଂ ନେଇ ପାରଦକୁ ମର୍ଦନ କରିବ

ମୂର୍ଛନ—ଏ ପ୍ରକ୍ରିୟାଦ୍ୱାରା ପାରଦର ବ୍ୟାଧିଘାତିନୀ ଶକ୍ତି ଉତ୍ପନ୍ନ ହଏ ତ୍ରିକୁଟ ତ୍ରିଫଳା, ଅଣ୍ଡିରା କାଙ୍କଡ଼ ମୂଳ, ଅଙ୍କରାନ୍ତି ଲଟା ବେଁଏଁକୋଳିର କ୍ୱାଥ ମେଣ୍ଡାଲୋମ, ଚିତାମୂଳ ହଳଦୀ ଯବକ୍ଷାର ଘିକୁଁଆରୀ ଅରଖପତ୍ର ଧାତୁରା ଏ ସମସ୍ତ ରସରେ ୭ ଦିନ ମର୍ଦ୍ଦନ କଲେ ପାରଦର କଞ୍ଚୂକ ରସ ଦୂର ହୁଏ

ଉତ୍ଥାପନ—ପାରଦର ଚତୁର୍ଥାଂଶ ହଳଦୀଚୂର୍ଣ୍ଣ ଓ ଘିକୁଆଁରୀ ରସ,ଏ ଉଭୟଦ୍ୱାରା ପାରଦକୁ ମର୍ଦ୍ଦନ କରି ପାତନ ଯନ୍ତ୍ରରେ ରଖିବ, ଏହାକୁ ପାରଦର ଉତ୍ଥାପନ କହନ୍ତି

ଉର୍ଦ୍ଧ୍ୱ ପାତନ—ତିନିଭାଗ ପାରଦ ଓ ଏକ ଭାଗ ତାମ୍ରକୁ ଏକତ୍ର ଜମ୍ୱୀର ଲେମ୍ୱୁ ରସରେ ମର୍ଦ୍ଦନ କରି ଗୋଟିଏ ପେଣ୍ଡୁଳା କରିବା ଏହି ପେଣ୍ଡୁଳାକୁ ଗୋଟିଏ ହାଣ୍ଡି ମଧ୍ୟରେ ରଖି ଆଉ ଗୋଟିଏ ହାଣ୍ଡି ତା ମୁହଁରେ ଉପପରକୁ ମୁଖ କରି ଘୋଡ଼ାଇ ଦେବ ଉଭୟ ହାଣ୍ଡିର ସନ୍ଧିସ୍ଥାନକୁ ମୃତ୍ତିକାଦ୍ୱାରା ଲେପି ଦେବ ଏପରି ଲେପିବ, ଯେପରି ତା ଭିତରୁ ବାଷ୍ପବାହାରି ନ ପାରେ ପରେ ତାକୁ ଚୁଲ୍ଲି ଉପରେ ବସାଇ ଜଳ ହାଣ୍ଡିର ତଳ ନିଆଁ ଜାଳିବ ଓ ଉପର ହାଣ୍ଡିରେ ଜଳ ଦେବ ଜଳ ଗରମ ହେଲେ ଥରକୁ ଥର ପକାଇ ଦେଇ ଥଣ୍ଡା ଜଳ ଦେଉଥିବ ଏହିପରି ସମୟ ସମୟରେ ଜଳକୁ ବଦଳାଇଦେବ ଏତଦ୍ୱାରା ତଳ ହାଣ୍ଡିରୁ ପାରା ଉଠିଆସି ଉପର ହାଣ୍ଡିର ତଳେ ଲାଗିଯିବ

ଅଧଃପାତନ—ତ୍ରିଫଳା ଶଜନାମଞ୍ଜି ଚିତା ସୈନ୍ଧବ ଓ ରାଇସୋରିଷ ଏସବୁ ଦ୍ରବ୍ୟ ସହିତରେ ପାରଦକୁ ମର୍ଦ୍ଦନ କରୁ କରୁ ଯେତେବେଳେ ପଙ୍କ ପିର ହେବ ତେତେବେଳେ ଏହାକୁ ଭୂଧର ଯନ୍ତ୍ରର ଉପର ହାଣ୍ଡି ଭିତରେ ଲେପ ଦେବ ଗୋଟିଏ ହାଣ୍ଡି ମୁହଁରେ ଆଉଗୋଟିଏ ହାଣ୍ଡିକୁ ଉବୁଡ଼ାଇ ପକାଇ ରଖି ଭୂମିରେ ଗାତ କରି ପୋତିଲେ ତାକୁ ଭୂଧର ଯନ୍ତ୍ର କୁହାଯାଏ ତଳ ହାଣ୍ଡିରେ ଜଳ ଦେଉ ଉପର ହାଣ୍ଡି ଭିତରେ ମର୍ଦ୍ଦିତ ପାରଦକୁ ବୋଳି ଦେଇ ଭୂମିରେ ଗାତ ଖୋଳି ପୋତି ଦେବ ଉପର ହାଣ୍ଡିର ଉପରିଭାଗକୁ ଜଳାନ୍ତାଅଙ୍ଗାର ନିଆଁରେ ଆଚ୍ଛାଦନ କରିବ ଏତଦ୍ଦ୍ୱାରା ଉପର ହାଣ୍ଡିରେ ଲାଗିଥିବା ପାରଦ ତଳହାଣ୍ଡିର ପାଣିରେ ପଡ଼ିବ

ତୀର୍ଯ୍ୟକ୍ ପାତନ—ଗୋଟିଏ ମାଟିଆରେ ଶୋଧିତ ପାରଦ ଓ ଅନ୍ୟ ମାଠିଆରେ ଜଳ ପୁରାଇ ଉଭୟ କଳସୀର ମିଳିତ ମୁହଁକୁ ମାଟିରେ ଲେପି ଦେବ ପରେ ପାରଦ ଥିବା କଳସୀ ତଳେ ନିଆଁ ଜାଳିବ ଏତଦ୍ୱାରା ପାରଦ ଯାଇ ଜଳ ଥିବା କଳସୀ ଭିତରେ ପଡ଼ିବ କଳସୀ ଦୁଇଟଚିକୁ ତୀର୍ଯ୍ୟକ ଭାବରେ ବା ଅଣେଇକରି ରଖିବ

ବୋଧନ—ପାରଦକୁ ଭୁର୍ଜ୍ଜପତ୍ରରେ ବାନ୍ଧି ସୈନ୍ଧବଲବଣ ମିଶ୍ରିତ ଜଳରେ ସିଦ୍ଧ କରିବ ଏଥିରେ ପାରଦର ଷଣ୍ଢଦ୍ଭାବ ଦୂର ହୋଇ ବୀର୍ଯ୍ୟ ଅଧିକ ହୁଏ

ନିୟାମାନ—ରାସ୍ନା, ତେନ୍ତୁଳୀଛେଲି, ପିତାକାଙ୍କଡ଼ ବ୍ରାହ୍ମଣ ଝାଟିଆ ଓ କନକଧାତୁରା, ଏସବୁ ଦ୍ରବ୍ୟର କ୍ୱଥରେ ନିୟମ ପୂର୍ବକ ତିନିଦିନ ମର୍ଦ୍ଦନ କଲେ ପାରଦ ସ୍ଥିର ହୁଏ

ଦୀପନ—ହୀରାକଷ, ପଞ୍ଚଲବଣ, ରାଇଶୋରିଷ, ଶଜନା, ମଞ୍ଜି, ଟାଙ୍ଗଣା, ଏ ସବୁ ଦ୍ରୂବ୍ୟକୁ ଏକତ୍ର ମର୍ଦ୍ଦନ କରିବା ଓ କାଞ୍ଜିରେ ଗୋଳାଇ ନିୟମାନୁସାରେ ତିନିଦିନ ପାରଦକୁ ଦୋଳା ଯନ୍ତ୍ରରେ ପାକ କରିବେ

ଅନୁବାସନ—ଦୀପନ କ୍ରିୟା ପରେ ପାରଦକୁ ଜମ୍ୱୀର ଲେମ୍ୱୁରସରେ ମିଶାଇ ମାଟି ବା ପଥର ପାତ୍ରରେ ରଖି ୧ ଦିନ ଖରାରେ ରଖିଲେ ଅନୁବାସନ କ୍ରିୟା ହୁଏ

ଏତେ ପ୍ରକାର ପ୍ରକ୍ରିୟାରେ ପାରଦ ସାକ୍ଷାତ୍ ଅମୃତ ସ୍ୱରୂପ ହୁଏ ଏବଂ ଔଷଧରେ ବ୍ୟବହୃତ ହେବାର ଯୋଗ୍ୟ ହୁଏ ଏସବୁ ପ୍ରକ୍ରିୟା ଶ୍ରମସାଧ୍ୟ

ହିଙ୍ଗୁଳରେ ପାରା ଥାଏ ହିଙ୍ଗୁଳକୁ ନିମ୍ୱପତ୍ର ରସରେ ବା ଜମ୍ୱୀର ଲେମ୍ୱୁ ରସରେ ଏକପ୍ରହର କାଳ ମର୍ଦ୍ଦନ କରିବ ପରେ ଚକି କରିବ, ଶୁଖିଗଲେ ଗୋଟିଏ ହାଣ୍ଡି ମଧ୍ୟରେ ରଖିବ ସେହି ହାଣ୍ଡି ମୂହଁରେ ଗୋଟିଏ ପଲମ ଚିତ୍ କରି ଘୋଡ଼ାଇ ଦେବ ତାହା ପରେ ସେହି ପଲମରେ ଥିବା ପାଣି ଗରମ ହେଲେ ବଦଳାଇ ଥଣ୍ଡା ଜଳ ଦେଉଥିବିବ ଏପରି ୩ ଥର ପାଣି ବଦଳାଇବ ଏପରି କଲେ ହିଙ୍ଗୁଳସ୍ଥ ପାରଦ ଉପରକୁ ଉଠି ପଲମ ପିଠିରେ ଲାଗୁବ ଏ ପାରଦ ନାଗାଦି ଦୋଷବର୍ଜ୍ଜିତ, ଏହାର ଶୋଧନାଦି ଆବଶ୍ୟକ ନାହିଁ ଏହା ଔଷଧରେ ବ୍ୟବହାର କରାଯାଏ

ଷଡ଼୍ଗୁଣ ବଳିଜାରଣ ବିଧି

ବାଲୁକା ଯନ୍ତ୍ର ମଧ୍ୟରେ ଗୋଟିଏ ମାଟି ପାତ୍ରରେ ପାରଦର ସମପରିମିତ ବଳି ବା ଗନ୍ଧକ ରଖି ପାକ କରିବ ଗନ୍ଧକ ତରଳି ତେଲ ପରି ହେଲେ ସେଥିରେ ପାରଦ ପକାଇବ କିଛିକ୍ଷଣ ପରେ ପୁନରାୟ ଗନ୍ଧକ ଚୂର୍ଣ୍ଣ ଦେବ ସେ ଗନ୍ଧକ ତରଳି ଗଲେ ପୁଣି ଗନ୍ଧକଚୂର୍ଣ୍ଣ ଦେବ ଏପରି ପାରଦର ଛଅଗୁଣ ଦନ୍ଧରକ ଦିଆଗଲା ପରେ ବାଲୁକା ଯନ୍ତ୍ରକୁ ଓହ୍ଲାଇ ମାଟିପାତ୍ରକୁ ବାହାର କରିଦେବ ଏବଂ ପାତ୍ର ତଳେ ଛିଦ୍ର କରି ପାରଦ ବାହାର କରିବ ଏ ପ୍ରକ୍ରିୟାଦ୍ୱାରା ପାରଦ ନିର୍ଦ୍ଦୋଷ ଓ ସର୍ବରୋଗହର ହୁଏ ଏହା ପାରଦର


ବିଶେଷ ମୂର୍ଚ୍ଛନା ହାଣ୍ଡିରେ ବାଲି ପୂର୍ଣ୍ଣ ହେବ, ତା ଭିତରେ ଗୋଟିଏ ମାଟିପାତ୍ର ବା ବୋତଲ ଔଷଧପୂର୍ଣ୍ଣ ହୋଇ ଗଳା ପର୍ଯ୍ୟନ୍ତ ବୁଡ଼ି ରହିବ ଏହାକୁ ବାଲୁକାଯନ୍ତ୍ର କୁହାଯାଏ

ପାରଦକୁ ଏତେ ପ୍ରକାର ସଂଶୋଧନ ନ କଲେ କଦାଚ ଔଷଧରେ ବ୍ୟବହାର କରିବ ନାହିଁ ଅବିଶୁଦ୍ଧ ପାରଦ ଔଷଧରେ ବ୍ୟବହୃତ ହେଲେ ପାରା ଦେହ ଫୁଟି ବାହାରକୁ ବାହାରି ପ଼ଡ଼େ; ନାନାପ୍ରକାର ଉତ୍କଟ ରୋଗ ବାହାରି ଶରୀରକୁ ନାରଖାର ଓ ଛାରଖାର କରି ପକାଏ ଆଜିକାଲି ଭଲ ଭସ୍ମମିଳୁ ନାହିଁ, କେହି ନିଷ୍ଠା ସହିତ ଭସ୍ମ ମାରଣ କରୁ ନାହାନ୍ତି ଲୌହ ଭସ୍ମ, ଅଭ୍ର ଭସ୍ମ, ସୁନା ଭସ୍ମ ପ୍ରଭୃତି ତାବତୀୟ ଭସ୍ମ ଔଷଧ ପାଇଁ ଆବଶ୍ୟକ ମାରଣ ଦୁଇ ପ୍ରକାର, ହଟ ମାରଣ ଓ ପୁଟ ମାରଣ ହଟ ମାରଣ ସହଜ, ମାତ୍ର ପୁଟ ମାରଣ ସମୟସାପେକ୍ଷ ଓ ବିଶେଷ ଫଳପ୍ରଦ ଶତ ପୁଟିତ, ସହସ୍ର ପୁଟିତ ଅଭ୍ର ଓ ଲୌହ ବିଶେଷ ଫଳପ୍ରଦ ମାତ୍ର ଆଜିକାଲି ଏପରି ମାରଣ କରିବା ପାଇଁ ବୈଦ୍ୟମାନଙ୍କର ଧୈର୍ଯ୍ୟ ନାହିଁ ବଜାରରେ ଯେଉଁ ସବୁ ଭସ୍ମ ମିଳେ, ତାହା ବିଶ୍ୱାସଯୋଗ୍ୟ ନୁହେ ସୁତରାଂ ଆୟୁର୍ବେଦୋକ୍ତ ଔଷଧର ଫଳ ଘଟୁ ନାହିଁ

ସନ୍ଦର୍ଭ ଲେଖକ—ଶ୍ରୀ ଜଗବନ୍ଧୁ ସିଂହ ]

୧୨. ସୁବର୍ଣ୍ଣ —୧୨. Gold.
୧୩. ଶାରୀରିକ ସୁଖଭୋଗ; ବିଷୟସୁଖାସକ୍ତି —୧୩. Wordly enjoyment; enjoyment of wordly pleasures.
୧୪. ଇନ୍ଦ୍ରିୟଦ୍ୱାରା ସୁଖାସ୍ୱାଦନ ବା ସୁଖଭୋଗ; କାମାସକ୍ତି କାମକେଳି — ୧୪. Carnal enjoyment; sensuality; dalliance.
୧୫. ମର୍ମ; ନିଗୂଢ଼ଭାବ; ଅଭିପ୍ରାୟ — ୧୫. Purport; intention.

(ଉ—କଥାରସକୁ ଫଳ— ବାସକୁ—ଢଗ କଥା କହୁଥାଏ ବଡ଼ ରସରେ, ମତେ ଲାଗୁଥାଏ ପରିହାସରେ—ଢଗ)

୧୬. (ବୈଦ୍ୟଶାସ୍ତ୍ର) ପାରଦଜାତୀୟ ଖଣିଜପଦାର୍ଥଗଣ —୧୬. Minerals akin to quicksilver.

[ଦ୍ରଷ୍ଟବ୍ୟ —ଏହି ଶ୍ରେଣୀର ବସ୍ତୁମାନ, ଯଥା ===

ରସାଞ୍ଜନ —Sulphurate of antimony.

ନୀଳାଞ୍ଜନ —Green vitriol.

ହିଙ୍ଗୁଳ —Vermilion.

ଲୋଭନ; ଶିଳାରସ —Olibanm; benzoin.

ସିନ୍ଦୁର —Oxide of lead.

୧୭. ଖଣିଜ ଲବଣାଦି (ଯଥା—ସୋରା, ଗନ୍ଧକ) — ୧୭. Mineral salts.
୧୮. କୌଣସି ପଦାର୍ଥର ସାରଭାଗ —୧୮. Essence of a thing.

(ଯଥା—ବୃକ୍ଷ ଭୂମିରୁ ରସ ଗ୍ରହଣ କରେ)

୧୯. ପୂଜ — ୧୯. Pus; purulent matter.
୨. ବୃକ୍ଷାଦିକୁ ଯାହା ବଦ୍ଧତ କରାଏ —୨୦. The sap of trees.
୨୧. ନବ ସଂଖ୍ୟା (ହିନ୍ଦୀ - ଶ.) —୨୧. The number nine.
୨୨. ହିଙ୍ଗୁଳ (ହିନ୍ଦୀ - ଶ) —୨୨. Vermilion.
୨୩. ପ୍ରକାର; ରଙ୍ଗ —୨୩. Mode; manner.

(ଉ—କଥା କହୁଥାଏ କେଉଁ ରସରେ, ମୋତେ ଲାଗୁଥାଏ ପରିହାସରେ—ଢଗ)

୨୪. ବୀର୍ଯ୍ୟ; ରେତଃ — ୨୪. Semen virile.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ===

୧. ରଙ୍ଗ; ଥଟ୍ଟା; କୌତୁକ —୧. Jesting.
୨. ରସିକତା — ୨. Wit; humour; gallantry.
୩. ରୂପ; ମାଧୁର୍ଯ୍ୟ; ସୌନ୍ଦର୍ଯ୍ୟ; ଲାବଣ୍ୟ —୩. Beauty; charm.

ଅନୁବାଦ[ସମ୍ପାଦନା]

୪. (ସଂସ୍କୃତ - ରଙ୍ଗ)—ରାଙ୍ଗା; ଟିଣ ଧାତୁ — ୪. Tin.

ଅନୁବାଦ[ସମ୍ପାଦନା]

୫. ସୀମା ଧାତୁ —୫. Lead.

ଅନୁବାଦ[ସମ୍ପାଦନା]

୬. ମାଂସାଦିର କ୍ୱାଥ; ସୋରୁଆ —୬. Soup.
୭. ଚିନି ବା କନ୍ଦ ସଙ୍ଗେ ପାଣି ମିଶାପାଇ ଅଗ୍ନି ଉତ୍ତାପରେ ଆଉଟା ହୋଇ ତିଆର କରାଯିବା ଦ୍ରବ୍ୟ; ଶିରା — ୭. Syrup; Thickened liquid made by boiling suger with water.

ଅନୁବାଦ[ସମ୍ପାଦନା]

୮. ଦେହସ୍ଥ ରକ୍ତ — ୮. Blood.

(ଯଥା—ତୋ ମୁଣ୍ଡରୁ ରସ ନିକାଲି ଦେବିଟି)

ଅନୁବାଦ[ସମ୍ପାଦନା]

୯. ଖଜୁରି, ତାଳ, ନଡ଼ିଆ ଗଛର କନ୍ଦାରୁ ବାହାର କରାଯିବା ତାଡ଼ି —୯. Fermented juice Toddy (from date, palm and cocoanut trees)
୧. ଗୁଡ଼ୁ, ମଧୁକ ଓ ପୁଷ୍ପ ଆଦିରୁ ଉତ୍ପନ୍ନ ମଦ; ଦ୍ରାକ୍ଷାରସ —୧୦. Wine distilled from flowers etc.

ଅନୁବାଦ[ସମ୍ପାଦନା]

୧୧. ଦୁଗ୍ଧ; ଦୁଧ; ଗୋରସ —୧୧. Milk.
୧୨. ମାଧୁର୍ଯ୍ୟ — ୧୨. Sweetness.

(ଉ—ବାପ ଖାଇଲା, ପୁଅ ଖାଇଲା, ଆଉ କି ସେଥିରେ ରସ ରହିଲା ?)

୧୩. ଶକ୍ତି; ତେଜ — ୧୩. Vigour; energy; virility; potency.
୧୪. ଅହଙ୍କାର; ଗର୍ବ; ଦର୍ପ —୧୪. Pride.

ଅନୁବାଦ[ସମ୍ପାଦନା]

୧୫. ବାରୁଦ —୧୫. Gun powder.

(ଉ—କଥାକେ କଥାକେ ଥୋକେ ଯାଉଛନ୍ତି ରୁଷି ରସ ବହ୍ନିଯୋଗେ ଯଥା—ରାଧାନାଥ. ମହାଯାତ୍ରା)

ଅନୁବାଦ[ସମ୍ପାଦନା]

୧୬. ବ୍ୟସନ —୧୬. vices.

(ଉ—ନୂଆ ଶକଟା ପାରା ରଙ୍ଗ, ପଶା ନ୍ୟାୟବଳ ବେଶ୍ୟା ସଙ୍ଗ ଏ ଷଡ଼ରସରେ ମାତଲ ଯିଏ, ଭୋକେ ରହି ଟାକର ଖାଏ—ଢଗ)

୧୭. (ଲକ୍ଷଣାର୍ଥ) ଧନସମ୍ପତ୍ତି —୧୭. (figurative) Riches; money; wealth; means.
୧୮. ସଙ୍ଗୀତରେ ଓ ରଚନାଦିରେ ଥିବା ଭାବ — ୧୮. The underlying idea runing in a composition or song.

(ଉ—ପୃଥ୍ୱୀ ଚକ୍ରବାଳ ପରିବୃତ୍ତ ବାଲୁକେଶ, ପ୍ରସରାଇଲେ ଏ ରସ ଗୋ— କବିସୂର୍ଯ୍ୟ. କିଶୋରୀଚମ୍ପୂ କ୍ଷ ଗୀତ)

୧୯. କୌତୁକ — ୧୯. Amusement.

(ଉ—ସେ ରସାନ୍ତରେ, ସ୍ୱେଦ କାତରେ, ସ୍ନେହ ଚିତ୍ତରେ, ସଞ୍ଚେ—ଭଞ୍ଜ. ପ୍ରେମସୁଧାନିଧି)


୨. ଘୋଡ଼ା ଓ ହାତିଙ୍କ ଗୋଡ଼ ତଳିପାରୁ ଏକପ୍ରକାର ଜଳୀୟ ପଦାର୍ଥ ନିର୍ଗତ ହେବା ରୋଗ —୨୦. A disease of the elephants and horses resulting in the exudation of a secretion from the soles.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୁଳ ବଙ୍ଗାଳୀ - ରସ)[ସମ୍ପାଦନା]

୧. ଆଖୁଦୋରୁଅ —୧. The juice of sugarcane.
୨. ଖଜୁରିରସ; ତାଡ଼ି —୨. Toddy; juice of date palm tree.