ରେଣୁକା

ଉଇକିଅଭିଧାନ‌ରୁ

ରେଣୁକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ରେଣୁ+ସ୍ୱାର୍ଥେ. କ+ସ୍ତ୍ରୀ. ଆ)[ସମ୍ପାଦନା]

୧. ବାଲି (ହିନ୍ଦୀ - ଶ) —୧. Sand.
୨. ଧୂଳି (ହିନ୍ଦୀ - ଶ) — ୨. Dust.
୩. ରେଣୁକ (ଦେଖ) - —୩. Reṇuka (See)
୪. ରେଣୁକା ତୀର୍ଥ (ଦେଖ) - — Reṇukā Tīrtha (See)
୫. ପରଶୁରାମଙ୍କ ମାତା —୫. Name of Paraṡurāma's mother.

[ଦ୍ରଷ୍ଟବ୍ୟ —ଏହାଙ୍କର ଅନ୍ୟ ନାମ କୋଙ୍କଣା ଏ ବିଦର୍ଭାରାଜ ପ୍ରସେନଜିତ୍ ରାଜାଙ୍କ କନ୍ୟା ଜଗଦଗ୍ନି ଋଷିଙ୍କ ସହିତ ଏହାଙ୍କ ବିବାହ ହେଲାରୁ ତାଙ୍କ ଔରସରେ ଏହାଙ୍କର ପାଞ୍ଚଗୋଟି ପୁତ୍ର ଜନ୍ମିଥିଲେ ପରଶୁରାମ ସେମାନଙ୍କ ମଧ୍ୟରେ ସର୍ବ କନିଷ୍ଠ ଦିନେ ରେଣୁକା ସ୍ନାନାର୍ଥେ ନଦୀକୁ ଯାଇଥିଲେ; ସେଠାରେ ଗନ୍ଧର୍ବରାଜ ଚିତ୍ରରଥଙ୍କର ଅପ୍ସରା— ମାନଙ୍କ ସହ ଜଳକେଳି ଦର୍ଶନ କରି ଏହାଙ୍କର ଚିତ୍ତଚାଞ୍ଚଲ୍ୟ ଉପସ୍ଥିତ ହେଲା ଏ ସ୍ନାନରୁ ଫେରି ଆସିଲା ପରେ ଜମଦଗ୍ନି ଯୋଗବଳରେ ଏହାଙ୍କ ଚିତ୍ତଚାଞ୍ଚଲ୍ୟ ବିଷୟ ଅବଗତ ହେଲେ ଏବଂ ଏହାଙ୍କୁ ବଧ କରିବା ନିମନ୍ତେ ନିଜର ପୁତ୍ର ମାନହ୍କୁ ଆଦେଶ ଦେଲେ ଅଗ୍ରଜ ଚାରି ପୁତ୍ର ଏ ଆଦେଶ ପାଳନ କରିବା ଅସ୍ୱୀକାର କଲେ; କିନ୍ତୁ କନିଷ୍ଠ ପରଶୁରାମ ପିତ୍ରାଦେଶ ଅନୁସାରେ ମାତାଙ୍କୁ ବଧ କଲେ ତହୁଁ ଜମଦଗ୍ନି ପରଶୁରାମଙ୍କ ପ୍ରତି ସନ୍ତୁଷ୍ଟ ହୋଇ ବର ଦେବାକୁ କହିବାରୁ ସେ ମାତାଙ୍କର ପୁନର୍ଜୀବନ ଭିକ୍ଷା କଲେ ତଦନୁସାରେ ରେଣୁକା ଶେଷରେ ପୁନର୍ଜୀବନ ଲାଭ କଲେ ପରେ ପରଶୁରାମ ତପସ୍ୟାର୍ଥ ଘରୁ ବାହାରିଯିବାରୁ ଜମଦଗ୍ନି କାର୍ତ୍ତବୀର୍ଯ୍ୟଙ୍କଦ୍ୱାରା ଯୁଦ୍ଧରେ ହତ ହେଲେ ପରଶୁରାମ ତପସ୍ୟାରୁ ଫେରି ଆସି ମାତାଙ୍କ ଠାରୁ ଏହି ଦୁଃସଂବାଦ ଶ୍ରବଣ କରିବା ମାତ୍ରେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଉଠିଲେ ଏବଂ ଏକବିଂଶ ବାର କ୍ଷତ୍ରିୟ ବଧ କରି ପୃଥିବୀକୁ ନିଃକ୍ଷତ୍ରିୟ କରିବେ ବୋଲି ପ୍ରତିଜ୍ଞା କଲେ ରେଣୁକା ଏହା ଶୁଣି ପ୍ରସନ୍ନଚିତ୍ତରେ ପତିଙ୍କ ଚିତାନଳରେ ପ୍ରବେଶ କରି ତନୁତ୍ୟାଗ କଲେ]