ରୋହି

ଉଇକିଅଭିଧାନ‌ରୁ

ରୋହି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି (ରୁହ୍ ଧାତୁ+କର୍ତ୍ତା ଇ)[ସମ୍ପାଦନା]

୧. ବୃକ୍ଷ —୧. Tree
୨. ଜୀବ —୨. Seed.
୩: ଧାର୍ମିକ ବ୍ୟକ୍ତି — ୩. Pious person.

୪: ମୃଗବିଶେଷ —୪. a kind of deer.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୋହିତ)[ସମ୍ପାଦନା]

୧. ରୋହିତ ମତ୍ସ୍ୟ; ନଦୀ ପୁଷ୍ପରିଣୀ ଆଦିରେ ରହିବା ଶକଳୀ ମତ୍ସ୍ୟ —୧. Cyprinus Rohita; Cypinus Denticulatus Labeo Rohita

(ଉ— ବ଼ଡ଼ ବଡ଼ ରୋହି ଭାକୁ଼ଡ଼ଟାମାନଙ୍କୁ ,ଖାଇ ଆଗ ତୋଷ କରିବ ଉଦରକୁ—କୃଷ୍ଣସିଂହ ମହାଭାରତ ବନ]

[ଦ୍ରଷ୍ଟବ୍ୟ —ରୋହି ମାଛର ପେଟ ଗୋଲ; କାତିରେ ନାଲି ଚିହ୍ନ ଥିବାରୁ ଏହାର ନାମ 'ରୋହିତ' ବା 'ଲୋହିତ' ହୋଇଅଛି ପୁଣି ଏହାର ଲାଞ୍ଜ କୃଷ୍ଣବର୍ଣ୍ଣ ହେତୁ ଅନ୍ୟ ସଂସ୍କୃତ ନାମ 'କୁଷ୍ପପୁଚ୍ଚ' ଅଟେ ବୈଦ୍ୟଶାସ୍ତ୍ର ଅନୁସାରେ ସବୁ ମାଛ ଅପେକ୍ଷା ଏହା ଶ୍ରେଷ୍ଠ ଖାଦ୍ୟ, ଶୁକ୍ରବର୍ଦ୍ଧକ ଓ ବାତିଘ୍ନ ଅନତିପିତ୍ତକର ଓ ଅର୍ଦ୍ଦିତ ରୋଗନାଶକ; ରୋହିତ ମୁଣ୍ଡ ଉର୍ଦ୍ଧଜ ତ୍ରିଗତ ରୋଗନିବାରକ ଏହି ଜାତୀୟ ଏକ ପ୍ରକାର ବଡ଼ ମାଛକୁ 'ସୋହି' ବୋଲାଯାଏ ଓ ରୋହି ମାଛର ପିତ୍ତ ଅପେକ୍ଷା ସୋହି ମାଛର ପିତ୍ତ ଔଷଧାର୍ଥେ ବେଶି ଗୁଣକର ବୋଲି ବିବେଚିତ—ହ୍ରବ୍ୟଗୁଣ]

୨. (ସଂସ୍କୃତ - ରୁଜୁ ଇନ୍ଦ୍ରଧନୁ) ରୋଲ; ରୋହିତ; ରୁଜୁ ଇନ୍ଦ୍ରଧନୁ —୨. A straight rainbow.

(ଉ— ପୂର୍ବେ ଅଦ୍ରାବଳୀ, ପଶ୍ଚିମେ ରୋଇ; ନାଥ ବୋଲେ ପୁତ ରେ! ନିଶ୍ଚେ ଯିବ ଧୋଇ—ଡ଼ାକ ଋଷିବଚନ)

୩. ରଇ (ଦେଖ) - —୩. Rai (see)

(ଉ— କାଲି ବାପାଙ୍କର ରୋହିଶୀତଳା ହେବା)