ଲଛା

ଉଇକିଅଭିଧାନ‌ରୁ

ଲଛା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ)[ସମ୍ପାଦନା]

୧. ତୁଳନା; ଉପମା —୧. Comparison.
୨. ସାଦୃଶ୍ୟ —୨. Similarity.
୩. ନମୁନା; ମଛା —୩. Sample
୪. ଲାଛିବା; ବଳଦ ଆଦିଙ୍କ ଦେହରେ ତପ୍ତ ଲୌହ ଶଳାକାଦ୍ୱାରା ଦାଗ ଦେବା —୪. Searing the bodies of cattle with hot iron.
୫. ବନ୍ଧୁକ ମାରିବା —୫. Shooting.
୬. ବନ୍ଧୁକଦ୍ୱାରା ଲକ୍ଷ କରିବା —୬. Aiming with a gun at a target.
୭. (ପାନବରଜୀ ଭାଷା) ପାନକୁ ବିକ୍ରୟ ପାଇଁ ସଜାଇ ରଖିବା କ୍ରିୟା —୭. Sorting of betel leaves for sale.
୮. (ସଂସ୍କୃତ - ଗୁଚ୍ଛ) ସୁତା ଆଦିର ବିଡ଼ା — ୮. Bundle (of thread).
୯. ଦୁଧ ଉପରେ ପଡ଼ିବା ଶର —୯. Cream

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ମେଷ (ବୈଶାଖ) ସଂକ୍ରାନ୍ତି ଦିନ ଶିଶମାନଙ୍କ ପେଟରେ ଚଡ଼ୁ ଦେବା —Cauterising the belly of children on the ୧st day of Bāīṣākha.

[ଦ୍ରଷ୍ଟବ୍ୟ —ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ (ଚଡ଼୍ର ଦେଲେ) ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ଦୈନିକ ଆଶା— ୨୬: ୪୩୪: ]

ଦେଶଜ - ବିଶେଷଣ -[ସମ୍ପାଦନା]

ସଦୃଶ —Similar.

(ଯଥା— ଏ ଆମ୍ୱ ଲଛା ବଜାରରେ ମିଳିବ ନାହିଁ)

ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -[ସମ୍ପାଦନା]

ମେଷ ସଂକ୍ରାନ୍ତି ଦିନ ପେଟରେ ଚଡ଼ୁ ଦିଆ ଯାଇଥିବା (ଶିଶୁ) —Cauterized (child) on the first day of the month of Mesha;

(ଉ— ଲଛା ପିଲା ବଛା—ଢଗ)