ଶକ୍ତି

ଉଇକିଅଭିଧାନ ରୁ
Jump to navigation Jump to search

ଶକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବି—(ଶକ୍ତ ଧାତୁ=ପାରିବା, ସମର୍ଥ ହେବା+ଭାବ ତି)[ସମ୍ପାଦନା]

୧. କ୍ଷମତା; ଅଧିକାର —୧. Power; control.
ତତ୍ତ୍ୱ (୧୪) (ଦେଖ) - —୨. Tattwa (୧୪) (See).
୩. ସାମର୍ଥ୍ୟ; ପାରିବା ପଣ —୩. Ability; energy; efficiency.
୪. ପରାକ୍ରମ; ବଳ —୪. Strength; potency; might; force.
୫. ଶାରୀରିକ ବଳ ୫. Physical strength.
୬. ରାଜଶକ୍ତି; ରାଜାଙ୍କର ଯେଉଁ ପରାକ୍ରମ ବଳରେ ସେ ଶତ୍ରୁଙ୍କୁ ଜୟ କରନ୍ତି ୬. Majesty; kingly power derived from energy, good counsel and courage.

[ଦ୍ରଷ୍ଟବ୍ୟ —ପ୍ରଭୃଶକ୍ତି ବା ପ୍ରଭାବଜ ଶକ୍ତି; ମନ୍ତ୍ର ଶକ୍ତି ବା ମନ୍ତ୍ରଜ ଶକ୍ତି ଓ ଉତ୍ସାହ ଶକ୍ତି ବା ଉତ୍ସାହଜ ଶକ୍ତି ଭେଦରେ ରାଜଶକ୍ତି ତିନି ପ୍ରକାର; କୋଷ ଓ ଦଣ୍ଡ ସମ୍ୱନ୍ଧୀୟ ଶକ୍ତି ପ୍ରଭୃ ଶକ୍ତି; ସନ୍ଧି ଓ ବିଗ୍ରହାଦି ସମ୍ୱନ୍ଧୀୟ ଶକ୍ତି ମନ୍ତ୍ର ଶକ୍ତି; ପରାକ୍ରମ ପ୍ରକଟିତ କରିବା ଓ ବିଜୟ ଲାଭ କରିବା ଶକ୍ତି ଉତ୍ସାହ ଶକ୍ତି ଅଟେ]

୭. ବଡ଼ ଓ ପରାକ୍ରମୀ ରାଜ୍ୟ; ଯେଉଁ ରାଜ୍ୟର ଖୁବ୍ ଧନ ବଳ ଓ ସେନା ବଳଅଛ (ହିନ୍ଦୀ - ଶ.) ୭. Power; powerful state.
୮. ଲୌହ ନିର୍ମିତ ମୁନିଆ ଅସ୍ତ୍ର ବିଶେଷ —୮. A pointed iron weapon.

[ଦ୍ରଷ୍ଟବ୍ୟ —ଶକ୍ତି ପ୍ରାଚୀନ ଭାରତରେ ପ୍ରଚଳିତ ଯୁଦ୍ଧାସ୍ତ୍ର— ବିଶେଷ ଏହା ଦୁଇ ହାତରୁ ଅଧିକ ଲମ୍ୱ ନୁହେଁ ଦେଖିବାକୁ ଏହା ସିଂହାମୁଖାକୃତି, ତୀକ୍ଷ୍ଣନଖର ଓ ଜିହ୍ୱା— ବିଶିଷ୍ଟ ମୁଠାଇ କରି ଧରିବାପାଇଁ ଏହାର ବଡ଼ ବେଣ୍ଟ ଥାଏ ଏଥିରେ ଘଣ୍ଟି ମଧ୍ୟ ଲାଗିଥାଏ ଏହାକୁ ବୁଲାଇଲା— ବେଳେ ଘଣ୍ଟି ବାଜେ ଦୁଇ ହାତରେ ଏହାକୁ ବୁଲାଇ ଶତ୍ରୁ ଉପରକୁ ଫୋପାଡ଼ିବାକୁ ହୁଏ ସେତେବେଳେ ଏହା ତିର୍ଯ୍ୟକ୍ ଭାବରେ ଗତି କରେ ଇନ୍ଦ୍ରଜିତର ଏହି ଶକ୍ତିଦ୍ୱାରା ବିଦ୍ଧ ହୋଇ ଲକ୍ଷ୍ମଣ ଋଣଭୂମିରେ ମୂର୍ଚ୍ଛିତ ହୋଇ ପଡ଼ିଥିଲେ]

୯. ଲୌହର ଶାବଳ —୯. A crow-bar of iron.
୧. (ନ୍ୟାୟ) ଚେଷ୍ଟାର ହେତୁଭୂତଧର୍ମ; କାର୍ଯ୍ୟୋତ୍ପାଦନଯୁକ୍ତ ଧର୍ମ —୧୦. (Hindu philosophy) Energy which results in action.
୧୧. (ପଦାର୍ଥ ବିଜ୍ଞାନ) ଜଡ଼ ପଦାର୍ଥର ଅନ୍ୟ ପଦାର୍ଥ ଉପରେ ପ୍ରଭାବ ବିସ୍ତାର କାର୍ଯ୍ୟକାରୀ ପ୍ରଭାବ —୧୧. (physics) The energy or latent power or potentiality which is existent in a thing.
୧୨. (ନ୍ୟାୟ ଦର୍ଶନ) ପ୍ରକୃତି; ଯାହା ପୁରୁଷ ସଙ୍ଗେ ମିଳିତ ହେବାରୁ ଏ ସୃଷ୍ଟି ହୋଇଅଛି —୧୨. (Nyāya philosophy) The prime enegy of matter fom which the world was created the nature.
୧୩. (ବ୍ୟାକରଣ) ଶବ୍ଦରୁ ବୃତ୍ତବିଶେଷ; ଶବ୍ଦବିଶେଷର ଅର୍ଥବିଶେଷ ବୋଧ କରାଇବାର କ୍ଷମତା — ୧୩. (Grammer) The potency of a word to convey a certain meaning; the import of a word.

[ଦ୍ରଷ୍ଟବ୍ୟ —ଶବ୍ଦାଳଙ୍କାରରେ ଏହା ତ୍ରିବିଧି; ଯଥା—ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା ଅଭିଧା ଶକ୍ତିଦ୍ୱାରା ଶବ୍ଦର ବ୍ୟୁତ୍ପତ୍ତିମୂଳକ ଜଣାଯାଏ ଲକ୍ଷଣଦ୍ୱାରା ଲକ୍ଷିତ ଅର୍ଥ ଏବଂ ବ୍ୟଞ୍ଜନଦ୍ୱାରା ବ୍ୟଙ୍ଗ୍ୟାର୍ଥ ଜଣାଯାଏ]

୧୪. ଦୂର୍ଗା —୧୪. Goddess Durgā.
୧୫. ତନ୍ତ୍ରମତରେ ଗୌରୀ ବା ପାର୍ବତୀଙ୍କର ଭିନ୍ନ ଭିନ୍ନ ରୂପ — ୧୫. The difficult incarnations of Pārbatī as worshipped according to Tantras.

[ଦ୍ରଷ୍ଟବ୍ୟ —ତନ୍ତ୍ରମତାନୁସାରେ ପାର୍ବତୀଙ୍କର ଭିନ୍ନ ଭିନ୍ନ ରୂପ ବା ଅବତାର ଶକ୍ତି ନାମରେ ଅଭିହିତ; ଯଥା—ଦଶ ମହାବିଦ୍ୟା, ଚଣ୍ଡୀ, କାଳୀ ଓ ଦୂର୍ଗା ଇତ୍ୟାଦି]

୧୬. ସ୍ତ୍ରୀ ଯୋନି ଆକୃତିବିଶିଷ୍ଟ ଗୌରୀପଟ୍ଟୁ ଯହିଁର ମଧ୍ୟସ୍ଥ ଛିଦ୍ରରେ ଶିବଲିଙ୍ଗ ସ୍ଥାପିତ ହୁଏ —୧୬. The phallus or a representation of the female organ in which the Liṅga of Ṡiba is erected.

[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ମତରେ ଲିଙ୍ଗରୂପୀ ଶିବ ବା ଈଶ୍ୱର ପୁରୁଷ ଓ ଯୋନିରୂପିଣୀ ଶକ୍ତି ପ୍ରକୃତି ଏହି ଦୁହିଙ୍କ ସଙ୍ଗମରେ ସୃଷ୍ଟିର ଉତ୍ପତ୍ତି ଏହାହିଁ ଶକ୍ତି ମଧ୍ୟସ୍ଥିତ ଶିବ ଲିଙ୍ଗର ଆଧ୍ୟାତ୍ମିକ ଅର୍ଥ ହିନ୍ଦୁଶାସ୍ତ୍ର ଅନୁସାରେ ଶକ୍ତି ବିଷ୍ଣୁଙ୍କ ଅଙ୍ଗ—ସମ୍ଭୂତା ଦେବା ପ୍ରକୃତିରୂପିଣୀ ଏହି 'ଶକ୍ତିଙ୍କ'ଦ୍ୱାରା ଭଗବାନ୍ (ପୁରୁଷ) ଜଗତ୍ ସୃଷ୍ଟି କରିଅଛନ୍ତି, ମାୟା— ରୂପିଣୀ ଏହି 'ଶକ୍ତିଙ୍କ'ଦ୍ୱାରା ଜଗତକୁ ପାଳନ କରୁଅଛନ୍ତି ଏବଂ ସଂହାରରୂପିଣୀ ଏହି 'ଶକ୍ତି'ଙ୍କଦ୍ୱାରା ଜଗତକୁ ବିନାଶ କରୁଅଛନ୍ତି ଏହି ସୃଷ୍ଟି ସ୍ଥିତି ପ୍ରଳୟ ଆବହମାନକାଳରୁ ଲାଗିଅଛି ଓ ଲାଗିଥିବ ଫଳତଃ ଏକହିଁ ଈଶ୍ୱରଙ୍କର ସୃଷ୍ଟି— କାରିଣୀ ଶକ୍ତି—ବ୍ରହ୍ମା, ପାଳନାକାରିଣୀ ଶକ୍ତି—ବିଷ୍ଣୁ ଓ ସଂହାରକାରିଣୀ ଶକ୍ତି ଶିବ ଅଟନ୍ତି ଅତଏବ ଏହି ଶକ୍ତିଙ୍କୁ 'ଆଦ୍ୟା ଶକ୍ତି' ବୋଲାଯାଏ ଏବଂ ଏ ମହାଦେବଙ୍କ ସ୍ତ୍ରୀରୂପେ କଳ୍ପିତା ସୃଷ୍ଟି ସ୍ଥିତି ପ୍ରଳୟ ଏହି ଶକ୍ତିଙ୍କଦ୍ୱାରା ଘଟୁଅଛି 'ତନ୍ତ୍ର' ପ୍ରବର୍ତ୍ତନଦ୍ୱାରା ଭାରତରେ ଶକ୍ତି ଉପାସନା ବିଶେଷ ଭାବରେ ପ୍ରଚାରିତ ହୋଇଥିଲା ଓ କ୍ରମଶଃ ତାନ୍ତ୍ରିକ ଶକ୍ତି ଉପାସନାର ଦ୍ୱାହି ଦେଇ ଭାରତରେ ଶାକ୍ତମାନେ ମଦ୍ୟ, ମାଂସ, ମୈଥୁନ, ମତ୍ସ୍ୟ ଓ ମଦ ଆଦିର ଭକ୍ତ ହୋଇ ଉଠିଲେ ଉତ୍କଳର କୁଳୀନ ବ୍ରାହ୍ମଣମାନେ ଏହି ଶକ୍ତିଙ୍କ ଉପାସକ ବା ଶାକ୍ତ ମତାବଲମ୍ୱୀ ଅଟନ୍ତି]

୧୭. ଲକ୍ଷ୍ମୀ — ୧୭. Goddess Lakshmī.
୧୮. ସ୍ତ୍ରୀ; ଦେବତା; ଦେବୀ —୧୮. A female Deity; Goddess.
୧୯. କୌଣସି ବିଶିଷ୍ଟ କର୍ମସାଧନାର୍ଥ ବିଶିଷ୍ଟ ଦେବତାଙ୍କ ପରାକ୍ରମ (ଯଥା—ବୈଷ୍ଣବୀଶକ୍ତି; ରୌଦୀଶକ୍ତି) — ୧୯. The particular power of a particular Deity; the powers of individual Deities personified.

[ଦ୍ରଷ୍ଟବ୍ୟ —ହିନ୍ଦୁପୁରାଣରେ ଭିନ୍ନ ଭିନ୍ନ ଦେବତାଙ୍କର ଭିନ୍ନ ଭିନ୍ନ ଶକ୍ତି ଓ ଶକ୍ତିମାନଙ୍କର ଭିନ୍ନ ଭିନ୍ନ ଆକାର ଓ ବାହନ କଳ୍ପିତ ହୋଇଅଛି ଏମାନଙ୍କୁ ଦେବୀ ରୂପରେ କଳ୍ପନା କରାଯାଇଅଛି ଚଣ୍ଡୀ ପୁରାଣର ଅଷ୍ଟମ ଅଧ୍ୟାୟରେ ୧୩ଶ ଠାରୁ ୨୧ଶ ଶ୍ଳୋକ ପର୍ଯ୍ୟନ୍ତ ବିଷ୍ଣୁ ଶକ୍ତି, ବା ବୈଷ୍ଣବୀ ଶକ୍ତି, ଐନ୍ଦ୍ରୀଶକ୍ତି, ମାହେଶ୍ୱରୀ ଶକ୍ତି, କେମାରିଶକ୍ତିମାନଙ୍କର ଯଥାକ୍ରମେ ରୂପ, ଅସ୍ତ୍ର ଓ ବାହନର ବର୍ଣ୍ଣନା ଅଛି]

୨. ତନ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ପୀଠର ଅଧିଷ୍ଠାତୀ ଦେବୀ, ଶାକ୍ତମାନେ ଯାହାଙ୍କ ଉପାସନା କରନ୍ତି (ହିନ୍ଦୀ - ଶ.) —୨୦. The presiding Godesses of different Pīṭha)
୨୧. (ତାନ୍ତ୍ରିକକ ପରିଭାଷା) ନଟୀ, କପାଳିନୀ, ବେଶ୍ୟା, ଧୋବଣୀ, ଭଣ୍ଡାରୁଣୀ, ବ୍ରାହ୍ମଣୀ, ଶୂଦା, ଗଉଡ଼ୁଣୀ, ମାଲୁଣୀ, ଯୁବତୀ, ରୂପବତୀ, ସୌଭାଗ୍ୟବତୀ ସ୍ତ୍ରୀ, ଯାହାଙ୍କୁ ତାନ୍ତ୍ରିକମତରେ ଦେବୀରୂପେ କଳ୍ପନା କରି ପୂଜା କରାଯାଏ (ହିନ୍ଦୀ - ଶ.) — ୨୧. Some classes of females worshipped by Tāntrikas as Deities.
୨୨. (ତନ୍ତ୍ର) ସ୍ତ୍ରୀ ଜନନେନ୍ଦ୍ରିୟ;ଭଗ (ହିନ୍ଦୀ - ଶ.) — ୨୨. The female organ.
୨୩. ଖଡ୍ଗ (ହିନ୍ଦୀ - ଶ.) —୨୩. Sword.
୨୪. (ପୁଂ) ପରାଶରଙ୍କ ପିତା (ହିନ୍ଦୀ - ଶ.) —୨୪. Name of the father of sage Parāṡara.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୌଣସି ଦେଶର ରାଜା ବା ଶାସକଙ୍କର ସୈନ୍ୟ ବା ବଳ — The army or force of a country.

(ଯଥା— ମିତ୍ରଶକ୍ତି ମାନେ ମିଳିତ ହୋଇ ଯୁଦ୍ଧ କଲେ)